June 27, 2025

Odia Express

Here, There and Everywhere

ଭିଟାମିନ E ତେଲ ଦ୍ଵାରା ତ୍ଵଚାର ଚିକିତ୍ସା – ମିଳିବ ଏପରି ଲାଭ ଯେ ଆପଣ କେବେ ସ୍ବପ୍ନ ରେ ମଧ୍ୟ ଭାବି ନଥିବେ

ଲୋକମାନେ ନିଜର ତ୍ୱଚାକୁ ସୁନ୍ଦର କରିବାକୁ କେତେ କଣ ନ କରନ୍ତି କିନ୍ତୁ ଦେଖିବାକୁ ଗଲେ ଆମ ତ୍ବଚା ଉପରେ ସାଧାରଣତଃ ଦୁଇଟି କାରକ ବହୁତ୍ ପ୍ରଭାବ ପକାଇଥାଏ , ଗୋଟେ ହେଉଛି ବାହ୍ୟ ଆଉ ଗୋଟେ ହେଉଛି ଆଭ୍ୟନ୍ତରୀଣ । ସର୍ବ ପ୍ରଥମେ ଚାଲନ୍ତୁ ଦେଖିବା ବାହ୍ୟ କାରକ ବିଷୟରେ ।ବାହ୍ୟ କାରକ ଆମ ଶରୀରର ତ୍ୱାଚା ଉପରେ ବହୁତ୍ ପ୍ରଭାବ ପକାଇଥାଏ । ତ୍ୱଚା କୁ ସୁନ୍ଦର କରିବା ପାଇଁ ବଜାରରେ ବହୁତ ପ୍ରକାରର କେମିକାଲ ତଥା ରାସାୟନିକ ପଦାର୍ଥ ଉପଲବ୍ଧ ଅଛି । ଏହି ରାସାୟନିକ ପଦାର୍ଥ ଗୁଡ଼ିକର ବହୁତ ବ୍ୟବହାର କରାଯାଇଥାଏ ଯାହା ପାଇଁ କି ବହୁତ ଦାମ ଦେବାକୁ ପଡିଲେ ମଧ୍ୟ ଆମେ ସେହି ପଦାର୍ଥ କୁ ଆଣିବାକୁ ପଛ ଗୁଞ୍ଚା ଦେଇନଥାଉ । କିନ୍ତୁ ଏହି ରାସାୟନିକ ପଦାର୍ଥର ବହୁଳ ବ୍ୟବହାର କରିବା ଦ୍ୱାରା ଆମ ତ୍ୱଚାରେ ଚମକ ଆସିବା ପରିବର୍ତ୍ତେ ତ୍ୱଚା ଖରାପ ହୋଇଥାଏ ଯାହା ଫଳରେ ତ୍ୱଚା ଶୁଷ୍କ ବ ଶୁଖିଲା ଦେଖାଯାଏ । ଏହି ପଦାର୍ଥର ମଧ୍ୟ ପାର୍ଶ୍ୱ ପ୍ରଭାବ ଦେଖିବାକୁ ମିଳିଥାଏ ,ଯେମିତିକି ତ୍ୱଚାରେ ଛୋଟ ଛୋଟ ବ୍ରଣ ହୋଇଥାଏ ଯାହାକୁ ଆମ ତ୍ୱଚାକୁ ଖରାପ କରିଦେଇଥାଏ ।

କିନ୍ତୁ ଯଦି ଆମ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଠିକ ନଥିବ ତାହେଲେ ବି ମଧ୍ୟ ଆମ ତ୍ୱଚାରେ ଚମକ ଦେଖାଯିବନାହିଁ । ଯଦି ଆପଣଙ୍କ ପେଟ ସଫା ରହୁନଥିବା କି ଆପଣଙ୍କ ରକ୍ତ ସଫା ନଥିବ  ଏବଂ ଆପଣଙ୍କ ଶରୀର ମଧ୍ୟରେ ପାଣିର ଅଭାବ ରହୁଥିବ ତଥା ଆପଣଙ୍କ ଶରୀରରେ ଖାଦ୍ୟର ଅଭାବ ଅଛି ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ତ୍ଵଚ଼ା ଉପରେ ପଡ଼ିଥାଏ ଯାହା ଫଳରେ ତ୍ୱଚ଼ାରେ ଚମକ ରହିବନି ।

କିନ୍ତୁ ଯଦି ଆପଣଙ୍କ ଶରୀରରେ ଆଭ୍ୟନ୍ତରୀଣ ଅଙ୍ଗ ଠିକ୍ ଅଛି ତାହେଲେ ଶରୀରରେ ଭିଟାମିନର ମାତ୍ରା ପର୍ଯ୍ୟାପ୍ତ ଅଛି ଏବଂ ପାଣିର ଅଭାବ ନାହିଁ ଉପଯୁକ୍ତ ପାଣି ଅଛି ତଥା ଆପଣଙ୍କ ରକ୍ତ ସଫା ଅଛି ତାହେଲେ ଆପଣଙ୍କ ତ୍ଵଚାରେ ଚମକ ଆସିବ ।

ଭିଟାମିନ ଇ ର କ୍ୟାପସୁଲକୁ ତ୍ୱଚାରେ ଲାଗିବା ଦ୍ୱାରା ତ୍ଵଚାରେ ଚମକ ଆସିଥାଏ । ଦେଖିବାକୁ ଗଲେ ଶରୀରରେ ଭିଟାମିନ ଇର ମାତ୍ରା କମ ରହିବାର ବହୁତ କମ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଆମେ ଯେଉଁ ଖାଦ୍ୟ ଖାଉ ସେଥିରେ ଥିବା ତେଲରୁ ଆମକୁ ଭିଟାମିନ ଇ ମିଳିଯାଇଥାଏ । କିନ୍ତୁ ଯଦି ଆମେ ଏହାର ପ୍ରୟୋଗ ବାହ୍ୟ କାରକ ହିସାବରେ କରିବା ତାହେଲେ ଏହାର ପ୍ରଭାବ ଅଧିକ ରହିଥାଏ ଆମ ତ୍ୱଚାକୁ ସୁନ୍ଦର ରଖିବାରେ ।

ଯଦି ଆପଣଙ୍କ ତ୍ୱଚା କୁ ସ୍ପର୍ଶ କଲାବେଳକୁ କୋମଳ ଲାଗୁନି ଏବଂ ତ୍ୱଚା ଶୁଖିଲା ଦେଖାଯାଉଛି ତାହେଲେ ଆପଣ ଭିଟାମିନ ଇ ତେଲ ର ବ୍ୟବହାର କରି ଅପଣଙ୍କ ତ୍ୱଚାକୁ କୋମଳ ଏବଂ ସୁନ୍ଦର କରିପାରିବେ ,ଆପଣଙ୍କ ମୁହଁରେ ଚମକ ଆସିଯିବ ।

ଚାଲନ୍ତୁ ଜାଣିବା ଏହାକୁ କେମିତି ବ୍ୟବହାର କରିବେ । ଏହି ଭିଟାମିନକୁ କୌଣସି ମେଡିକାଲ ଦୋକାନରୁ କିନିକି ଆଣିବେ ତା ପରେ ରାତିରେ ଶୋଇବା ବେଳେ ଏହି କ୍ୟାପସୁଲରେ ଥିବା ତେଲକୁ ବାହାର କରିକି ନିଜର ତ୍ୱଚାରେ ଲାଗେଇବେ । ଯଦି ସିଧାସଳଖ କଗେଇବାରେ କିଛି ଅସୁବିଧା ହେଉଛି ତାହେଲେ ଏହାକୁ ନଡ଼ିଆ ତେଲରେ ଲଗେଇକି ଲଗେଇବେ ମୁହଁକୁ ରାତି ସାରା ସେମିତି ରଖିବେ ସକାଳେ ଉଠିକି ମୁହଁକୁ ଥଣ୍ଡା ପାଣିରେ ଧୋଇବା ପରେ ଆପଣଙ୍କ ତ୍ୱଚାରେ ଚମକ ଆସିଯିବ ଏବଂ କୋମଳ ହୋଇଯିବ । ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରିହେବ । ଏହାର ବ୍ୟବହାର ନିୟମିତ ଗୋଟେ ମାସ କରିବା ପରେ ତ୍ୱଚାରେ ଚମକ ଆସିଯିବ ଏବଂ ତ୍ୱଚା କୋମଳ ହୋଇଯିବ ।

Leave a Reply

Your email address will not be published. Required fields are marked *