June 26, 2025

Odia Express

Here, There and Everywhere

ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ର ଯାଦୁ କାଛୁ କୁଣ୍ଡିଆ ରୋଗ ସବୁ ଭଲ ହୋଇଥାଏ..

1 min read

କଣ ଆପଣ ନିଜର ଯାଦୁ କାଛୁ କୁଣ୍ଡିଆ ରୋଗ ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଯଦି ଏପରି ସମସ୍ୟା ରହିଛି ଏହାର ସମାଧାନ ମଧ୍ୟ ରହିଛି। ତେବେ ଏପରି ସମସ୍ୟା ର ସମାଧାନ କଣ ଚାଲନ୍ତୁ ଜାଣିବା।ଆଜି ଆମେ ଜାଣିବା ଏକ ଏପରି ଔଷଧୀୟ ଉପାୟ ବିଷୟରେ ଯାହା ଦ୍ୱାରା ଆପଣଙ୍କର ଶରୀରରେ ଥିବା କାଛୁ କୁଣ୍ଡିଆ ବହୁତ ସହଜରେ ଭଲ ହୋଇଥାଏ। ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଜିନିଷଟି ହେଉଛି ଗେଣ୍ଡୁ ଫୁଲ ଏଵଂ ତାର ପତ୍ର। ଏହା ଆପଣଙ୍କୁ ବହୁତ ସହଜରେ ସବୁଆଡେ ମିଳିଯିବ। ତେବେ ଚାଲନ୍ତୁ ଜାଣିବା ଏହି ଉପାୟ କିପରି ପ୍ରସ୍ତୁତ କରାଯାଏ ଓ କିପରି ବ୍ୟବହାର କରାଯାଏ।

ପ୍ରଥମେ ଗେଣ୍ଡୁ ଫୁଲ ର ପତ୍ର କୁ ଗୋଟି ଗୋଟି କରି ରଖନ୍ତୁ, ଏହା ପରେ ଏକ ପାତ୍ର ରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ ସେହି ଗେଣ୍ଡୁଫୁଲ ର ପତ୍ର କୁ ପକାଇ ଫୁଟାଇ ଦିଅନ୍ତୁ, ଭଲ ଭାବରେ ଫୁଟାଇ ସାରିବା ପରେ ସେହି ପାଣି କୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହା କରିବା ପରେ ନେଇଥିବା ଗେଣ୍ଡୁ ଫୁଲ ର ପାଖୁଡ଼ା ସବୁକୁ ଅଲଗା ଅଲଗା କରିଦିଅନ୍ତୁ ଏବଂ ସେହି ଫୁଲ ର ପାଖୁଡ଼ା କୁ ନେଇ ଚଟଣୀ ପ୍ରସ୍ତୁତ କରନ୍ତୁ।

ବର୍ତ୍ତମାନ ଯେଉଁ ସ୍ଥାନ ରେ ଆପଣଙ୍କ ର ଦାଗ କିମ୍ବା କାଛୁ କୁଣ୍ଡିଆ ହୋଇଛି,ଗେଣ୍ଡୁ ଫୁଲର ପତ୍ରକୁ ପାଣିରେ ଫୁଟାଇ ରଖିଥିବା ସେହି ପାଣି ଦ୍ବାରା ଆପଣଙ୍କ ର ସେହି ସ୍ଥାନ କୁ ଭଲ ଭାବରେ ସଫା କରିଦିଅନ୍ତୁ। ସଫା କରିସାରିବା ପରେ କିଛି ସମୟ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ, କିଛି ସମୟ ପରେ ସେହି ସ୍ଥାନ ଶୁଖିଯିବା ପରେ ଏବେ ସେହି ସ୍ଥାନ ରେ ଗେଣ୍ଡୁ ଫୁଲ ର ପାଖୁଡ଼ା କୁ ନେଇ କରିଥିବା ଚଟଣୀ କୁ ଭଲ ଭାବରେ ଲଗାନ୍ତୁ ଓ କିଛି ସମୟ ପାଇଁ ମସାଚ୍ କରନ୍ତୁ।

ଏପରି କରି ସାରିବା ପରେ ଏହାକୁ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ସେହି ସ୍ଥାନ ଭଲ ଭାବରେ ଶୁଖିଯିବା ପରେ ଗରମ୍ ପାଣି କରି ସେହି ସ୍ଥାନ କୁ ଭଲ ଭାବରେ ସଫା କରିଦିଅନ୍ତୁ, ଏପରି ଆପଣ ଦିନ ବେଳା ଯେକୌଣସି ସମୟରେ ମଧ୍ୟ କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କର ଥିବା ଯାଦୁ କାଛୁ କୁଣ୍ଡିଆ ପରି ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଥାଏ ଏବଂ ଏପରି ସମସ୍ୟା ଦୂର ହୋଇଯାଏ।

ତେବେ ଯଦି ଆପଣଙ୍କର ଏହି ପରି ଯାଦୁ କାଛୁ କୁଣ୍ଡିଆ ରୋଗ ଅଛି ଏବଂ ଆପଣ ଏହି ରୋଗ ପାଇଁ ବହୁତ ଚିନ୍ତିତ ଅଛନ୍ତି ତେବେ ଯମା ମଧ୍ୟ ବେସ୍ତ ହୁଅନ୍ତୁ ନାହିଁ। ବର୍ତ୍ତମାନ ଯେଉଁ ଉପାୟ ବିଷୟରେ କୁହାଯାଇଛି ସେହି ପରି ଆପଣ ମଧ୍ୟ କିଛି ଗେଣ୍ଡୁ ଫୁଲ ସଂଗ୍ରହ କରି ତାର ପତ୍ର ଏବଂ ଫୁଲ ରେ ଏହିପରି ଔଷଧ ପ୍ରସ୍ତୁତ କରି ନିଜ ସମସ୍ୟା କୁ ସମ୍ପୂର୍ଣ୍ଣ ଭାବରେ ଦୂର କରି ପାରିବେ। ଏହି ପରି କରିବା ପାଇଁ ଆପଣଙ୍କୁ କୌଣସି ବି ଅସୁବିଧା ହେବ ନାହିଁ କାରଣ ଏହି ଗେଣ୍ଡୁ ଫୁଲ ଆପଣଙ୍କ ଚାରି ପାଖରେ ଅପଲବ୍ଧ ରହିଥାଏ, କେବଳ ଆପଣ ତାହା ସଂଗ୍ରହ କରନ୍ତୁ ଏବଂ ତାର ଔଷଧ ପ୍ରସ୍ତୁତ କରି ନିଜର କାଛୁ କୁଣ୍ଡିଆ ଜନିତ ସମସ୍ୟା ଦୂର କରନ୍ତୁ।

Leave a Reply

Your email address will not be published. Required fields are marked *