June 26, 2025

Odia Express

Here, There and Everywhere

ନୀତା ଅମ୍ବାନୀ କରୁଛନ୍ତି ଯେଉଁ ଫୋନର ବ୍ୟବହାର ତାହାର ଦାମ୍ ଜାଣିଲେ ଆପଣଙ୍କୁ ଲାଗିପାରେ ୪୪୦ ଭୋଲ୍ଟ ର୍ ଝଟକା

1 min read

ରିଲାୟନ୍ସ ଇଣ୍ତଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି , ସେ ଆଇପିଏଲ୍ ର ମୁମ୍ବାଇ ଇଣ୍ତିଆନ୍ସ ଚିୟର୍ କରିବାକୁ ନେଇ ହେଉ କିମ୍ବା ନୁଆ ପ୍ରଡକ୍ଟର ଉଦଘାଟନ, ସେ ଏକ ସଫଳ ବିଜନେସ୍ ୱୁମେନ୍ ଅଟନ୍ତି , ମୁକେଶ ଓ ନୀତାଙ୍କ ବିବାହ ୧୯୮୫ ମସିହାରେ ହୋଇଥିଲା, ଦୁହେଁଙ୍କ ତିନୋଟି ଛୁଆ ଅଛନ୍ତି , ଅମ୍ବାନୀ ସମାଜସେବା, ବିଜନେସ୍ ରୁ ନେଇକରି ଚର୍ଚ୍ଚାରେ ରୁହନ୍ତି , ଏହି ଦମ୍ପତିଙ୍କ ଘର ଦୁନିଆଁର ୧୦ ନମ୍ବର ମହଙ୍ଗା ଘରରେ ସାମିଲ୍ ଅଛି । ଏବେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ନେଇ ଏକ ରୋଚକ ରହସ୍ୟ ଖୋଲାସା ହୋଇଛି, କଣ ଆପଣ ଅନ୍ଦାଜା ଲଗାଇପାରିବେ ନୀତା ଅମ୍ବାନୀ କେଉଁ ଫୋନ୍ ବ୍ୟବହାର କରନ୍ତି , ନୀତା ଅମ୍ବାନୀ ଦୁନିଆଁର ସବୁଠାରୁ ଲକ୍ଜୁରୀ ଓ ଶାନଦାର୍ ଫୋନ୍ ବ୍ୟବହାର କରନ୍ତି, ଦେଶରେ ଡିଜିଟାଲ୍ କ୍ରାନ୍ତି ମିଶନରେ ଯୋଡି ହୋଇଥିବା ରିଲାୟନ୍ସ ର ମୁକେଶ ଅମ୍ବାନୀ ୧୫୦୦ ଟଙ୍କାର ଅଧିକା ଫିଚର୍ ବାଲା ସ୍ମାର୍ଟଫୋନ୍ ବଜାରକୁ ନେଇ ଆସିଥିଲେ , କିନ୍ତୁ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ଯେଉଁ ଫୋନ୍ ବ୍ୟବହାର କରୁଛନ୍ତି ତାହାର ଦାମ୍ ମୋବାଇଲ୍ ଫୋନ୍ସର ପୁରା କମ୍ପାନୀ କିଣାଯାଇପାରିବ ।

ଯଦି ଦେଖାଯାଏ ଏବେ ଆମର ଦୁନିଆଁରେ ଆଇଫୋନ୍ ୧୨ ରୁ ଅଧିକା ଲାଟେଷ୍ଟ ଫୋନ୍ ଓ ମହଙ୍ଗା ମଡେଲ୍ ଆଉ କିଛି ନାହିଁ ,କିନ୍ତୁ ନୀତା ଅମ୍ବାନୀ ନିଜ ଫୋନ୍ କୁ ଏକ ସ୍ପେଶାଲ୍ ବନାଇନେଇଛନ୍ତି , ଯାହାର କାରଣରୁ ଏହାର ଦାମ୍ ଏତେ ଅଧିକା ହୋଇଯାଇଛି, ଯେତେ ଆପଣ ଭାବିପାରିବେନି , କହିଦେବୁ କି ନୀତାଙ୍କ ପାଖରେ ଫାଲକନ୍ ସୁପରନୋଟା ଆଇଫୋନ୍ ୬ ପିଙ୍କ୍ ଡାଇମଣ୍ତ ଫୋନ୍ ଅଛି ,ଯାହାର ଦାମ୍ ୪୮,୫ ମିଲିୟମ୍ ଡଲାର୍ ମାନେ ୩୧୫ କୋଟି ଟଙ୍କା ଅଟେ, ଏହି ଫୋନ୍ ୨୦୧୪ ରେ ଲଞ୍ଚ ହୋଇଥିଲା, କହିଦେବୁ କି ଏହି ଫୋନ୍ ୨୫ କ୍ୟାରେଟ୍ ଗୋଲଡ୍ ଓ ପିଙ୍କ୍ ଗୋଲଡ୍ ରୁ ତିଆରି ହୋଇଛି, ଏହି ଫୋନର ଏକ ବଡ ଖାସିୟତ୍ ଏହା କି ଏଥିରେ ପ୍ଲାଟିନମ୍ କୋଟିଙ୍ଗ୍ ଅଛି, ଯେଉଁଥିରେ ଫୋନ୍ ଭାଙ୍ଗିବନାହିଁ , ଏହି ଫୋନ୍ କୁ ହ୍ୟାକ୍ କରାଯାଇପାରିବନାହିଁ , ଯଦି କିଏ ଏମିତି କରିବାକୁ ଚେଷ୍ଟା କରିବ ତେବେ ତୁରନ୍ତ ଫୋନ୍ ବ୍ୟବହାରୀ ପାଖକୁ ମେସେଜ୍ ଚାଲି ଆସିବ ।

ଏହା ପ୍ରଥମଥର ପାଇଁ ନୁହେଁ ଯେବେ ନିତା ନିଜ ଫୋନକୁ ନେଇକରି ଚର୍ଚ୍ଚିତ ହୋଇଛନ୍ତି ବରଂ ନୀତା ଅମ୍ବାନୀ ଦୁନିଆଁର ସବୁଠାରୁ ମହଙ୍ଗା ହ୍ୟାଣ୍ତବ୍ୟାଗ୍ ବ୍ୟବହାର ବି କରନ୍ତି ,ଯାହାର ଦାମ୍ ୩୦-୪୦ ଲକ୍ଷ ଟଙ୍କା ପାଖାପାଖି ଅଟ୍,ଏ ଓ ନିତା ଅମ୍ବାନୀ ତାଙ୍କ ଘରେ ଯେଉଁ ଚାହା ପିଅନ୍ତି ତାହାର ଦାମ୍ ୩ ଲକ୍ଷ ଟଙ୍କା ଅଟେ । ତାଙ୍କ ଘଡି କଲେକ୍ସନ୍ ରେ ବୁଲଗାରୀ, କର୍ଟିଅର୍, ରାଡୋ, ଗୁଚି, କେଲଭିନ୍ ଖେନ୍ ଓ ଫୋସିଲ୍ ପରି ବ୍ରାଣ୍ତ ସାମିଲ୍ ଅଛି, ଏହି ବ୍ରାଣ୍ତର ଘଣ୍ଟାର ଦାମ୍ ଦେଢରୁ ୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ , ନୀତା ନିଜର ଲକ୍ଜୁରୀ ଲାଇଫ୍ ଷ୍ଟାଇଲ୍ ପାଇଁ ଜଣାଯାଆନ୍ତି , ତାଙ୍କ ଶାଢି, ଘଡି ହ୍ୟାଣ୍ତବ୍ୟାଗ୍, ଯୋତା ସବୁ ଜିନିଷ ଶାହି ଅଟେ ।ସେମିତି ମୁକେଶ ଅମ୍ବାନୀଙ୍କ ଗଣନା ଦୁନିଆଁର ସବୁଠାରୁ ଧନୀ ଲୋକଙ୍କର ମଧ୍ୟରେ ହୋଇଥାଏ, ଅମ୍ବାନୀ ପରିବାରର ଶାହୀ ଚଳିବା ଶୈଳୀରୁ ଏହି ଅନ୍ଦାଜା ଲଗାଇପାରିବେ କି ମୁମ୍ବାଇ ସ୍ଥିତ ତାଙ୍କ ଘର ଆଣ୍ଟିଲିଆ ଦୁନିଆଁର ସବୁଠାରୁ ମହଙ୍ଗା ପ୍ରୋପଟିଜ୍ ରେ ପ୍ରଖ୍ୟାତ ହୋଇଛି ।

Leave a Reply

Your email address will not be published. Required fields are marked *