June 24, 2025

Odia Express

Here, There and Everywhere

ରାମାୟଣର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର – ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ ? ବୁଦ୍ଧିମାନ ଲୋକ ସଠିକ ଉତ୍ତର ଦେଇପାରିବେ…

ନମସ୍କାର । ରାମାୟଣ ଗ୍ରନ୍ଥ ଘରେ ଘରେ ପରିଚିତ ଅଟେ। ଭାଗବର ରାମ ଏବଂ ମାତା ସୀତା ଙ୍କ ର ଅପୂର୍ବ ମିଳନ ଏବଂ ଲୀଳା ସମ୍ବନ୍ଧ ରେ ଏଥିରୁ ଜାଣିବାକୁ ମିଳେ। ଏହି ରାମାୟଣ ଗ୍ରନ୍ଥ ରୁ ଆମେ ରାମ ଙ୍କ ଜନ୍ମ ଠାରୁ ରାମ ଙ୍କ ବନବାସ ଗମନ, ଲଙ୍କା ଜୟ , ପୁନର୍ବାର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଏବଂ ତାଙ୍କ ସୁଶାସନ ସମ୍ବନ୍ଧ ରେ ଜାଣିବାକୁ ପାଇବା। ଯେତେବେଳେ ରାମସୀତା ଙ୍କ ମିଳନ ପରେ ମାତା କୈକେୟୀ ଙ୍କ ଇଚ୍ଛା ଅନୁସାରେ ଭଗବାନ ରାମ ବନବାସ ଗମନ କଲେ, ସେତେବେଳେ ମାତା ଶୀତ ଏବଂ ତାଙ୍କର ସାନ ଭାଇ ଲକ୍ଷ୍ମଣ ତାଙ୍କ ସହ ବନବାସ ଯିବା ପାଇଁ ବାହାରି ଥିଲେ। ଏଥିରୁ ଦୁଇ ଭାଇ ଙ୍କ ମଧ୍ୟ ରେ ଥିବା ଭଲ ପାଇବା ଏବଂ ଶ୍ରଦ୍ଧା ଜଣ ପଡ଼ି ଥାଏ।ରାମ ଙ୍କ ବନବାସ ଯିବା ପରେ ଭରତ ରାମ ଙ୍କ କଠଉ କୁ ଆଣି ରାଜା ସିଂହାସନ ରେ ରଖି ପୂଜା କରିବା ଏବଂ ଭଗବାନ ରାମ ଙ୍କୁ ରାଜ୍ୟ ର ରାଜା ଭାବି ରାଜା କାର୍ଯ ଆଗକୁ ବଢ଼ାଇବା ଅପୂର୍ବ ଅଟେ।ଏଥିରୁ ଭାରତ ଙ୍କ ର ଭଗବାନ ରାମ ଙ୍କ ପ୍ରତି ଥିବା ସମ୍ମାନ ଏବଂ ଭଲ ପାଇବା ଆଲୋକପାତ ହୋଇଥାଏ।

ବହୁତ ଲୋକେ ଅଛନ୍ତି , ଯେଉଁ ମାନଙ୍କୁ ଏହି ରାମାୟଣ ବିଷୟରେ କିଛି କିଛି ଅଜଣା ରହି ଏହି। ତେବେ ଚାଲନ୍ତୁ ଆମେ ରାମାୟଣ ର ପାଞ୍ଚୋଟି ପ୍ରଶ୍ନ ଏବ ଉତ୍ତର ସମ୍ପର୍କ ରେ ଜାଣିବା। ଏହା ଦ୍ବାରା ରାମାୟଣ ବିଷୟରେ ଅଧିକ ଜ୍ଞାନ ଲାଭ କରି ପାରିବେ। ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡ଼ିକ କଣ ଏବଂ ତାହାର ଉତ୍ତର କଣ।


୧। କେଉଁ ବାନର ନିଜର ପ୍ରତିବିମ୍ବ କୁ ପାଣି ରେ ଦେଖି ଲଢେଇ କରିବାକୁ ଡେଇଁ ପଡ଼ିଥିଲେ?
କ) ଗବାୟା ଖ) ଶୁସେଣ ଗ) ରୁକ୍ଷରାଜ ଘ) ସୁଗ୍ରୀବ

ଉତ୍ତର: ରୁକ୍ଷରାଜ | ରୁକ୍ଷରାଜ ନିଜ ପ୍ରତିବିମ୍ବ କୁ ପାଣିରେ ଦେଖି ଲଢେଇ କରିବା ପାଇଁ ଡେଇଁ ପଡ଼ିଥିଲେ।

୨। ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ?
କ)ବାଲ୍ମୀକି ଖ)ବଶିଷ୍ଠ ଗ)ଭରଦ୍ୱାଜ ଘ)ବିଶ୍ଵାମିତ୍ର

ଉତ୍ତର: ବିଶ୍ଵାମିତ୍ର | ବିଶ୍ଵାମିତ୍ର ଋଷି ଗାୟତ୍ରୀ ମନ୍ତ୍ର ରଚନା କରିଥିଲେ।

୩। ଏମାନଙ୍କ ମଧ୍ୟ ରୁ କିଏ ହେଉଛନ୍ତି ଭଗବାନ ବିଷ୍ଣୁ ଙ୍କ ଅବତାର?
କ)ଲକ୍ଷ୍ମଣ। ଖ)ହନୁମାନ ଗ)ପର୍ଶୁରାମ। ଘ) ସୁଗ୍ରୀବ

ଉତ୍ତର:ପର୍ଶୁରାମ | ପର୍ଶୁରାମ ହେଉଛନ୍ତି ଭଗବାନ ବିଷ୍ଣୁ ଙ୍କ ଅବତାର।

୪। ରାବଣ ର ଉପଦେଶ ନ ଶୁଣିଲେ ସୀତା ମାତାଙ୍କୁ ଗୀଳିଦେବା ପାଇଁ କେଉଁ ରାକ୍ଷସୀ ଧମକ ଦେଇଥିଲା?
କ) ପ୍ରଗାସା ଖ) ତାଡକା ଗ) ପ୍ରମୋଦିନି ଘ) ତ୍ରିଜଟା

ଉତ୍ତର:ପ୍ରଗାଶା | ପ୍ରଗାସା ରାକ୍ଷସୀ ରାବଣ ର ଉପଦେଶ ନ ଶୁଣିଲେ ସୀତା ମାତା ଙ୍କୁ ଗିଳିଦେବା ପାଇଁ ଧମକ ଦେଇଥିଲେ।

୫। ସେହି ଅସୁର ର ନାମ କଣ ଯିଏକି ଜନ୍ମ ହେବା କ୍ଷଣକେ ହିଁ ହଜାରେ ଜଣ ଲୋକ ଙ୍କୁ ଗିଳି ଦେଇଥିଲା?
କ)କୁମ୍ଭକର୍ଣ୍ଣ ଖ)ଖର ଗ) ଦୂଷଣ ଘ)ସୁବାହୁ

ଉତ୍ତର: କୁମ୍ଭକର୍ଣ୍ଣ | କୁମ୍ଭକର୍ଣ୍ଣ ରାକ୍ଷସ ଜନ୍ମ ହେବା କ୍ଷଣକେ ହିଁ ହଜାରେ ଜଣ ଲୋକ ଙ୍କୁ ଗିଳି ଦେଇଥିଲା।
।।ଧନ୍ୟବାଦ।।

Leave a Reply

Your email address will not be published. Required fields are marked *