ଯଦି ଆପଣ ହେବାକୁ ଚାହୁଁଛନ୍ତି ନିଜ ଶାଶୁଘରେ ସବୁଠୁ ଗୁଣବତୀ ଓ ଭଲ ବୋହୁ, ତେବେ ଏହି ଖବର ନିଶ୍ଚିତ ପଢନ୍ତୁ
1 min read
ଯେ କୌଣସି ଝିଅ ପାଇଁ ତାର ଜୀବନରେ ବାହା ହେବା ଏକ ବଡ ପରିବର୍ତ୍ତନ ହୋଇଥାଏ , ଏମିତିରେ ଯେବେ ସେ ବିବାହ ପରେ ଶାଶୁଘର ଯାଇଥାଏ, ତେବେ ତା ପାଇଁ ସବୁ କିଛି ନୁଆ ହୋଇଥାଏ, ସେଠାରେ ସେ କିଛି ଆଡଜଷ୍ଟମେଣ୍ଟ୍ କରିବାକୁ ବାଧ୍ୟ ହୋଇଥାଏ, ଏହି ଆଡଜଷ୍ଟମେଣ୍ଟ ସମୟରେ କିଛି ଏମିତି ଜିନିଷ ହୋଇଥାଏ , ଯାହା ତାଙ୍କର ଘର ଲୋକଙ୍କ ଦିମାଗରେ ଏକ ଖାସ୍ ଛବି ତିଆରି ହୋଇଯାଏ , ଏହି ଛବି ଭଲ ବି ହୋଇପାରେ ଓ ଖରାପ ବି ହୋଇପାରେ, ଏହି କଥାକୁ ପୁରା ଭାବେ ନିର୍ଭର୍ କରେ କି ଶାଶୁଘରେ ଆପଣଙ୍କ ବ୍ୟବହାର କିପରି ଅଛି, ସେମିତି ସବୁ ବୋହୁ ଚାହିଁବେ କି ତାଙ୍କର ଶାଶୁଘରେ ସେ ସମସ୍ତଙ୍କ ପାଇଁ ଫେବରାଇଟ୍ ବୋହୁ ହେବେ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ଦେବାକୁ ଯାଉଛୁ, ଯାହା ଆପଣଙ୍କୁ ନିଜ ଶାଶୁଘରେ ନମ୍ବର ୧ ବୋହୁ କରିବାରେ ସାହାଯ୍ୟ କରିବ, ଯଦି ଆପଣ ଏହି ଟିପ୍ସକୁ ଆପଣାଇନେଲେ ତେବେ ଆପଣଙ୍କ ଶାଶୁଘରେ ସମସ୍ତଙ୍କ ଫେବରାଇଟ୍ ବୋହୁ ହୋଇପାରିବେ ।
୧) ବିନମ୍ର ରହନ୍ତୁ – ନିଜ ଶାଶୁଘରେ ଆପଣ ସମସ୍ତଙ୍କ ସହ ଏକ ଭଲ ବ୍ୟବହାର ରଖି କଥା ହୁଅନ୍ତୁ, ଯଦି ଆପଣଙ୍କୁ କେଉଁ କଥା ଖରାପ ଲାଗିଯାଏ , କିମ୍ବା କେଉଁ କଥା ପସନ୍ଦ ଲାଗେ ନାହିଁ , ତେବେ ଏମିତି ସ୍ଥିତିରେ ଆପଣ ତାଙ୍କୁ ଭଲରେ ବୁଝାନ୍ତୁ, କାହାକୁ ବି ଅନାଦାର କରନ୍ତୁ ନାହିଁ , ଏମିତି କୁହାଯାଏ କି ପ୍ରେମରେ କହିଲେ ଲୁହା ବି ତରଳିଯାଇପାରେ , ଆପଣ ନିଜ ବିନମ୍ରତାରୁ ସମସ୍ତଙ୍କ ହୃଦୟ ଜିଣିବାର ଅଛି ।
୨) କାହାର ବି ଖରାପ ଚିନ୍ତାଧାରା କରନ୍ତୁ ନାହିଁ – ବହୁତ ମହିଳାଙ୍କ ଏହି ଅଭ୍ୟାସ ହୋଇଥାଏ କି ସେ ନିଜ ଘରର ରାମାୟଣ ଅନ୍ୟ ସଂମ୍ପର୍କୀୟ କିମ୍ବା ଆଖପାଖ ପଡୋଶୀଙ୍କୁ ଶୁଣାଇଥାନ୍ତି , ଏମିତିରେ ବହୁତଥର କଥା ବୁଲିକରି ଶାଶୁଘରକୁ ଚାଲି ଆସେ , ଓ ତାଙ୍କୁ ଜଣାପଡିଯାଏ କି ଆପଣ ତାଙ୍କ ପଛରେ ଖରାପ ଚିନ୍ତାଧାରା କରୁଛନ୍ତି, ଏମିତିରେ ଆପଣଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ହୋଇଯାଏ, ନିଜ ଘରର ଲୋକଙ୍କ ଖରାପ ଚିନ୍ତା କରିବାରେ ବିଲକୁଲ୍ ଦୁରେଇ ରୁହନ୍ତୁ ।
୩) ସାହାଯ୍ୟକାରୀ ସ୍ୱଭାବ ରଖିବା- ଶାଶୁଘରେ ଯେବେ କିଛି କାମ ଥିବ ତେବେ ସମସ୍ତଙ୍କର୍ ସାହାଯ୍ୟ କରନ୍ତୁ, କାମ ଚୋରି କରନ୍ତୁ ନାହିଁ , ଯଦି ଆପଣ ଆଗକୁ ରହି ଘର ଲୋକଙ୍କୁ ସାହାଯ୍ୟ କରିବାର ଅଫର୍ କରିବେ , ତେବେ ତାଙ୍କ ମନରେ ଆପଣଙ୍କ ପାଇଁ ଇଜ୍ଜତ ଦୁଇଗୁଣା ବଢିଯିବ ।
୪) ସମସ୍ତଙ୍କ ସମ୍ମାନ ବି କରନ୍ତୁ- କୁହନ୍ତି କି ଆପଣ ଅନ୍ୟଙ୍କୁ ଯେତେ ଇଜ୍ଜତ ଦେବେ ଆପଣଙ୍କୁ ସେତିକି ଇଜ୍ଜତ ମିଳିବ, ଏମିତିରେ ଘରର ସବୁ ସଦସ୍ୟଙ୍କୁ ଆଦର କରନ୍ତୁ, ତାଙ୍କୁ ମାନସମ୍ମାନ ଦିଅନ୍ତୁ, କେବଳ ବଡ ବୟସ୍କ ନୁହେଁ ବରଂ ଘରେ ଛୋଟଙ୍କ ବି ଦାୟିତ୍ୱ ନିଅନ୍ତୁ, ଏହି ପରି ଆପଣ ଘରେ ସମସ୍ତଙ୍କ ଫେବରାଇଟ୍ ବୋହୁ ହୋଇପାରିବେ ।
୫) ଖୁସି ବାଣ୍ଟନ୍ତୁ- ସମସ୍ତେ ଚାହଁନ୍ତି କି ଘରେ ବୋହୁ ଆସିଲେ ଘରେ ଖୁସି ବଢିଯାଏ , ଏମିତିରେ ସବୁବେଳେ ଆପଣ ଚେଷ୍ଟା କରନ୍ତୁ କି ଯେପରି ହେଉ ଘରର ମାହୋଲ୍ ପଜେଟିଭ୍ ରଖିବାର ଅଛି, ଲୋକଙ୍କ ଚେହେରାରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତୁ, ଟିକିଏ ହସି ମଜାକ୍ ଏଥିରେ ଭଲ ରହିଥାଏ, ଘରେ ସମସ୍ତଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀର ଦିନକୁ ମନେ ରଖନ୍ତୁ, ଓ ତାଙ୍କୁ ବଧାଇ ଜଣାଇବା, ଓ ଉପହାର ଦେବା ପରି କାମ କରୁଥାନ୍ତୁ, ଏହା ଦ୍ୱାରା ଆପଣଙ୍କ ଭାଲ୍ୟୁ ଆହୁରି ବଢିଯୀବ , ସେମିତି ଆପଣଙ୍କ ହିସାବରେ ଶାଶୁଘରେ ଫେବରାଇଟ୍ ବୋହୁ ହେବାପାଇଁ ସବୁଠାରୁ ଭଲ ଉପାୟ କଣ ଅଟେ, ଆମକୁ କମେଣ୍ଟ୍ କରି ଜଣାଇବେ