October 25, 2024

Odia Express

Here, There and Everywhere

ଅଣ୍ଟା ଜଖମ, ହାଡରେ ଦୁର୍ବଳତା ଅଛି କି? ପାଆନ୍ତୁ ସମ୍ପୂର୍ଣ୍ଣ ମୁକ୍ତି – ଆପଣଙ୍କ ଘରେ ଆଜି ହିଁ କରିନିୟନ୍ତୁ ଏହି ଉପାୟ..

ଯିଏ ଚାଲି ପାରୁନାହିଁ,ସେ ବି ଦୌଡ଼ିବ। ଅଣ୍ଟା ଜଖମ,ଆଣ୍ଠୁ ଯଖମ ଅଛି ଯଦି ଏହି ଜିନିଷକୁ ପିଅନ୍ତୁ ସବୁ ସମସ୍ୟା ଦୂର ହୋଇଯିବ। ଆପଣ ମାନେ ତ ଜାଣିଥିବେ ବହୁତ କାମ କରିସାରିବା ପରେ ଶରୀର ଥକିଯାଇଥାଏ। ଏହା ଏକ ସାଧାରଣ କଥା ।ହେଲେ ଆସନ୍ତା ସକାଳରେ ଯଦି ସେହି ଦରଜ ରହିଥାଏ,ଶରୀରରେ ଦରଜ,ମାଂସପେଶୀ ରେ ଦରଜ,ଆଣ୍ଠୁ ଗଣ୍ଠି ବିନ୍ଧା,ଗୋଡ ଦରଜ ଆଉ ଗ୍ୟାସ ଆଉ ପେଟ କବଜା ଧରିବା ପରି ସମସ୍ୟା ବାରମ୍ବାର ହେଉଥାଏ ତେବେ ଆପଣ ଶରୀରରେ ବାୟୁ ଜନିତ ରୋଗର ମାତ୍ରା ବଢିଯାଇଛି। ଯେତେବେଳେ ବାୟୁ ଆମ ଶରୀରର ବିଭିନ୍ନ ଅଙ୍ଗରେ ରହିଯାଏ,ଯାହାଦ୍ଵାରା ହାଡ ମଝିରେ ଥିବା ଲୁବ୍ରିକେଣ୍ଟ ,ଗିରିସକୁ ଧୀରେ ଧୀରେ କମେଇ ଦେଇଥାଏ।ଆଉ ଏମିତି ଏକ ସମୟ ଆସେ ଆମ ଅଙ୍ଗ ପରସ୍ପର ସହ ଘସିହୋଇ ଚାଳିବାରେ ବହୁତ ଅସୁବିଧା ହୋଇଥାଏ।ହେଲେ ଆଜି ଆମକୁ ଏପରି ଏକ ଉପାୟ କହିବୁ ଯାହା ଦ୍ଵାରା ଏହି ସବୁ ସମସ୍ୟା ଆପଣଙ୍କର ସମାଧାନ ହୋଇଯିବ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଏହି ଯେଉଁ ଉପାୟ ଏହା ସମ୍ପୂର୍ଣ୍ଣ ଭାବେ ଘରୋଇ ରୂପେ ପ୍ରସ୍ତୁତ ହୋଇପାରିବ।ଏଥିପାଇଁ ପ୍ରଥମେ ଆମକୁ ଏକ ପାତ୍ର ଦରକାର।ଏହା ପରେ ଏଥିରେ ଦୁଇ କପ ପାଣି କୁ ମିସେଇବା।ଏହା ପରେ ଆମେ ଏଥିରେ ସୁଣ୍ଠି ଗୁଣ୍ଡ କୁ ମିସେଇବା ଯାହାକି ଅଦା ର ପାଉଡର ଭାବେ ଜଣାଯାଏ।ଶରୀରରେ ରହିଥିବା ବାୟୁ କୁ ବାହାର କରିବା ପାଇଁ ଏହି ସୁଣ୍ଠି ବହୁତ ଲାଭ ଦାୟକ ହୋଇଥାଏ ।ଯେମିତି ଗ୍ୟାସ,ପେଟ କବଜା ଧରିବା ଆଦି ବାୟୁ ଜନିତ ରୋଗ କୁ ଏହି ସୁଣ୍ଠି ହିଁ ଭଲ କରିଥାଏ ।


ଏହି ସୁଣ୍ଠି ଆପଣଙ୍କୁ ଅତି ସହଜରେ ବଜାରରେ ମିଳିଯିବ।ଏଥିରୁ ଅଧା ଚାମଚ ସେହି ପାଣିରେ ମିଶାଇବା।ଏହା ପରେ ଆମକୁ ଆଉ ଏକ ଜିନିଷକୁ ମିସେଇବାର ଅଛି ଆଉ ସେଇଟା ହେଉଛି ଜୁଆଣି।ଏହି ଜୁଆଣିର ମଧ୍ୟ ବହୁତ ଉପକାରୀ ଗୁଣ ରହିଅଛି।ଏହା ଶରୀରରେ ହଜମ ପ୍ରକ୍ରିୟାକୁ ଠିକ କରିଥାଏ।ପେଟକୁ ପରିଷ୍କାର କରିଥାଏ ଏହା ଦ୍ଵାରା ଶରୀର ସୁସ୍ଥ ରହେ ତଥା ଶରୀର ର ମୋଟାପଣ ବା ଚର୍ବି କମିଯାଏ।ଏବେ ଏକ ଚାମଚ ଜୁଆଣି ଏଥିରେ ମିଶାଇଦେବା।ଏହାପରେ ଏହାକୁ ଭଲ ଭାବେ ଫେଣ୍ଟିଦବା।ଏହାପରେ ଆମେ ଏଥିରେ ଗୋଟିଏ ତେଜପତ୍ର କୁ ମିସେଇବା।ଏହି ତେଜ ପତ୍ର ଶରୀରରେ ଡାଇବେଟିସ ଓ କୋଲେଷ୍ଟ୍ରଲର ପରିମାଣକୁ ବଢିବାକୁ ଦେଇନଥାଏ।

ଏହାପରେ ଏହି ମିଶ୍ରଣ କୁ ଗରମ କରିବା ଯେତେବେଳ ପର୍ଯ୍ୟନ୍ତ ଏହାର ପାଣି ଅଧା ନ ହୋଇଛି।ତାପରେ ଏହାକୁ ଆଣିଦେଖିବା ତ ପାଣିର ରଙ୍ଗ ପରିବର୍ତ୍ତନ ହୋଇଯାଇଛି।ଏହାକୁ ଥଣ୍ଡା କରି ରଖିବା ପରେ ଏହାକୁ ଏକ ଗ୍ଲାସ ରେ ଓଜାରିଦବା।ଏହା କୁ ପିଇବା ଦ୍ଵାରା ଆମ ଶରୀରର ବାୟୁ ଜନିତ ସମସ୍ୟା ତଥା ଅନେକ ଥକାପଣ ଆଣ୍ଠୁ ଗଣ୍ଠି ବିନ୍ଧା ଦୁର ହୋଇଯିବ।ଆପଣ ଏଥିରେ ମିଠା ପାଇଁ କିଛି ଗୁଡ ମଧ୍ୟ ମିଶେଇ ପାରିବେ।ଏକ ଚାମଚ ଚୂର୍ଣ୍ଣ ଗୁଡ ଏଥିରେ ମିଶାଇବା।ଏହା ଏହି ମିଶ୍ରଣ କୁ ମିଠା କରିବା ସହ ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ।

ପ୍ରଥମ କଥା ଏହାକୁ ସେବନ କରିବା ପାଇଁ ବାହାର ଖାଦ୍ୟ ବା ଫାଷ୍ଟ ଫୁଡ଼କୁ ଖାଇବା କମେଇଦବା।ଏହି ଔଷଧ କୁ ସକାଳ କିମ୍ବା ସନ୍ଧ୍ୟାରେ ଆପଣ ପିଇପାରିବେ ହେଲେ ମନେରଖନ୍ତୁ,ଦିନରେ କେବେଳ ଏହାକୁ ଥରେ ସେବନ କରିବେ।ଏହାକୁ ଏକାଥରେ ନ ପିଇ ଏହାକୁ ପିଇବାପାଇଁ ଚାରି ରୁ ପାଞ୍ଚ ମିନିଟ ନିଅନ୍ତୁ।ଯେପରି ଆପଣ ଚାହା ପିଅନ୍ତି,ଠିକ ସେହିପରି ଏହାକୁ ପିଅନ୍ତୁ।ଦେଖିବେ ପନ୍ଦର ଦିନର ପିଇବା ପରେ ଏହା ଆପଣଙ୍କ ସବୁ ବାୟୁଜନିତ ସମସ୍ୟା ତଥା ଶରୀରର ଥକା ପଣ କୁ ଦୁର ହୋଇଯିବ।

Leave a Reply

Your email address will not be published. Required fields are marked *