October 25, 2024

Odia Express

Here, There and Everywhere

ଏହି ଉପାୟ ମାନନ୍ତୁ ମଧୁମେହ ମୂଳରୁ ଶେଷ ହୋଇଯିବ – ଘରେ ବସି ବସି କରିଦିଅନ୍ତୁ ବାସ ଏହି କାମ ଗୁଡିକ..

1 min read

ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ବଢ଼ିଗଲେ ସେ ଯେଉଁ ଇନ୍ସୁଲିନ ଆଉ ଗ୍ଲୁକୋଜ ଆମ ଶରୀର ଦେଇ ଯିବାକୁ ଚାହୁଁଛି ସେ ଯାଇ ପାରୁନି।ମଝିରେ ମଝିରେ କଣ ହୁଏନା ରକ୍ତ ବହୁତ ବହଳିଆ ହୋଇଯାଏ ଆଉ ବହୁତ ଗଢ଼ା ହୋଇଯାଏ ତାହେଲେ ସେ ଇନ୍ସୁଲିନ ଓ ଗ୍ଲୁକୋଜ ସେଇଠି ବସିଯାଇଥାଏ।ଆଉ ତାପରେ ଆପଣ ଯେତେବେଳେ ଡାକ୍ତର ପାଖକୁ ଯାଉଥିବେ ଆଉ ଚେକ ଅପ କରୁଥିବେ ସେ ବସିଥିବା ଇନ୍ସୁଲିନରେ ଥିବା ଗ୍ଲୁକୋଜ ଆସି ଆପଣଙ୍କ ଶରୀରରେ ଥିବା ମଧୁମେହର ମାତ୍ରକୁ ଦର୍ଶାଇଥାଏ।ଏବେ ଆପଣ ଧ୍ୟାନ ରଖନ୍ତୁ ବ୍ଲଡ଼ ସୁଗାରର ଚିନି ସହିତ କୌଣସି ସମ୍ପର୍କ ନାହିଁ ଏହାର କୋଳେଷ୍ଟ୍ରଲ ସହିତ ସମ୍ପର୍କ ଅଛି।ତାପରେ ଡାକ୍ତର ଆପଣଙ୍କୁ ଜୀବନ ସାରା ଡାଇବେଟିସ ଔଷଧ ଖାଇବା ପାଇଁ ପ୍ରସ୍ତୁତ କରେଇଥାଏ।ମଧୁମେହ ରୋଗୀ ନିଜର ସମ୍ପୂର୍ଣ୍ଣ ଶକ୍ତି ସେଥିରେ ଲଗେଇବା ଉଚିତ ଯାହାଦ୍ୱାରା ତାଙ୍କର ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ଯେମିତି କମ ରହିବ।

ତାହେଲେ ଦେଖିବାକୁ ଗଲେ ହୃଦ୍ଘାତ ରୋଗୀ ଓ ମଧୁମେହ ରୋଗୀ ଦୁଇ ଜଣ ସମାନ ଉପାୟରେ ନିଜର ଯତ୍ନ ନେବା ଉଚିତ।ତାହେଲେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀକୁ କଣ ସେ ଖାସ ଜିନିଷ ଦୁଇଟି ନେବାର ଅଛି।ଆଉ ଏହି ଜିନିଷ ଆପଣଙ୍କ ରୋଷେଇ ଘରେ ଆପଣଙ୍କୁ ମିଳିବ ନାହିଁ।ବଜାରରେ ଫଳ ଦୋକାନରେ ଗୋଟେ ଜିନିଷ ମିଳେ ଯାହାର ନାମ ହେଉଛି ଜାମୁ କୋଳି।ଆଉ ଏହି ଜାମୁ କୋଳିର ସୁଖିଲା ମଞ୍ଜି ମିଳୁଛି ବଜାରରେ।ଆପଣ ତାକୁ ଘରକୁ ଆଣି ଗୁଣ୍ଡ କରି ସବୁଦିନ ଗୋଟେ ଚାମୁଚ ସେବନ କରିବାର ଅଛି ଉଷୁମ ପାଣି ସହିତ ଏହା ମଧୁମେହ ରୋଗି ପାଇଁ ନିଶ୍ଚିତ କାମ କରିବ।ଆଉ ଏହି ଜିନିଷକୁ ସକାଳୁ ଖାଲି ପେଟରେ ଗ୍ରହଣ କରିବାର ଅଛି।ଆଉ ଯାହାର ଅଧିକରୁ ଅଧିକ ମାତ୍ରାରେ ସୁଗାର ଲେବଲ ବଢିଥିବ ତାହେଲେ ଆପଣ ତାକୁ ଦିନରେ ଦୁଇଥର ସେବନ କରିବେ।

ଆଉ ମନ ରଖିବେ ସେହି ଉପାୟରେ ନେବେ ଗୋଟେ ଚାମୁଚ ଉଷୁମ ପାଣି ସହିତ କିନ୍ତୁ ସନ୍ଧ୍ୟାର ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଏହାକୁ ନେବେ।ଆଉ ଏହା ସହିତ ଆଉ କିଛି ଜିନିଷ ଏମିତି ଅଛି ଯାହାକୁ ଆପଣ ନିଜ ସେବନରେ ନେଇ ପାରିବେ।ଆଉ ସେ ଜିନିଷ ହେଉଛି କଲରା ମଞ୍ଜି ଆପଣ ଚାହିଁଲେ କଲରାକୁ ଛୋଟ ଛୋଟ ଖଣ୍ଡ କରି ସୁଖେଇ ନେବେ ଓ ତାକୁ ଗୁଣ୍ଡ କରିନେବେ।ଆଉ ତାପରେ ଏଥିରୁ ଅଧା ଚାମୁଚ ଓ ଜାମୁ ମଞ୍ଜିରୁ ଅଧା ଚାମୁଚ ନେବେ ଓ ମିଶେଇ ନେବେ।ଆପଣ ଚାହୁଁଥିଲେ ଏଥିରେ ଲିମ୍ବ ଛେଲି ବା ପତ୍ର ଗୁଣ୍ଡ କରି ମିଶେଇ ନେବେ।ଆଉ ଏ ତିନିଟି ଜିନିଷକୁ ମିଶେଇ ସେବନ କରିବା ଦ୍ୱାରା ଏହାର ପରିଣାମ ବହୁତ ଭଲ ଓ ବହୁତ ଶିଘ୍ର ଦେଖିବାକୁ ମିଳିବ।ଏହାକୁ ଆପଣ ତିନି ମାସ ନୀତି ଦିନ ଓ ତାପରେ ପୁଣି ୧୫-୨୦ ଦିନର ଅନ୍ତର ତାପରେ ପୁଣି ୩ ମାସ ଏହାକୁ ନୀତିଦିନ ଏହାକୁ ଖାଇବାରେ ଲାଗିବେ।ଆଉ ଏସବୁ ସେଵନ କରିବା ସମୟରେ ମନୁଷ୍ୟ ଦ୍ୱାରା ସୃଷ୍ଟି କରାଯାଇଥିବା ମିଠା ଖାଇବା ନାହିଁ ଯେମିତି ଚିନି,ବଜାରରେ ମିଳୁଥିବା ମିଠା ଇତ୍ୟାଦି।

ଏହାର ମୁଖ୍ୟ କାରଣ ହେଲା ସାଧାରଣ ଚିନିରେ ଗ୍ଲୁକୋଜର ମାତ୍ରା ଅଧିକ ଥିବାରୁ ମଧୁମେହ ରୋଗୀ ଏହାକୁ ହଜମ କରିବାରେ ଅକ୍ଷମ ହୋଇଥାଏ।ତେଣୁ ଆପଣ ଚିନି ବଦଳରେ ଗୁଡ଼ର ସେବନ କରିବେ କିନ୍ତୁ ତଥାପି ଆପଣ ଗୁଡ଼କୁ ଆଣିଲା ବେଳେ ଦେଖିବେ ଯେଉଁ ଗୁଡ଼ ଦେଖିବାକୁ ପୁରା ନାଲି ହୋଇଥିବ ଓ ଗାଢ଼ା ରଙ୍ଗର ହୋଇଥିବ ଆପଣ ସେମିତି ଗୁଡ଼ ନେବେ।ଆଉ ନିଜ ଖାଦ୍ୟ ପେୟର ଅଳ୍ପ କିଛି ମାତ୍ରାରେ ପରିବର୍ତ୍ତନ କରିବେ।ଆଉ ଆପଣ ଚାହିଁଲେ ବଜାରରେ ମିଳୁଥିବା ଜାମୁ କୋଳି ମଞ୍ଜିର ଏକ ଔଷଧ ଆଣି ବ୍ୟବହାର କରି ପାରିବେ ଯଦି ଆପଣଙ୍କୁ ଜାମୁକୋଳି ମଞ୍ଜିର ଗୁଣ୍ଡ ନମିଳୁଛି।ଆଉ ଏହାକୁ ଆପଣ ଉଷୁମ ପାଣିରେ ୨ ଡ୍ରପ ପକେଇ ଖାଲି ପେଟରେ ବ୍ୟବହାର କରି ପାରିବେ।ଆଉ ମଧୁମେହ ରୋଗୀ ଲୋକଙ୍କୁ ସକାଳ ଭୋଜନ ଛାଡିବାକୁ ପଡିବ।ମାନେ ଆପଣ ସକାଳ ୮ ଟା କିମ୍ବା ୯ ଟାରେ ନିଜର ସକାଳ ଭୋଜନ କରନ୍ତି ଆପଣ ସେତେବେଳେ ସକାଳ ଭୋଜନ ନକରି ଖରାବେଳେ ଭୋଜନ କରିବେ ଓ ନିଜ ପେଟ ପୁରା ଖାଦ୍ୟ ଖାଇବେ।ଆଉ ୪-୬ ଟା ଭିତରେ ରାତ୍ରି ଭୋଜନ କରିବେ।ଆଉ ମଝିରେ ଭୋକ କଲେ ଆପଣ ଫଳ ଖାଇପାରିବେ।

Leave a Reply

Your email address will not be published. Required fields are marked *