January 28, 2025

Odia Express

Here, There and Everywhere

କଣ ପାଇଁ ଆସିଥାଏ ହାର୍ଟ ଆଟାକ୍ ? ଏଥିରୁ କେମିତି ରକ୍ଷାପାଇପାରିବେ ଆସନ୍ତୁ ଜାଣିବା ସେହି ସଂମ୍ପର୍କିତ ଖବର ଉପରେ

ଏକ ଗଣନା ଅନୁସାରେ ଭାରତରେ ପ୍ରାୟ ସବୁ ୩୩ ସେକେଣ୍ତରେ ଜଣେ ବ୍ୟକ୍ତି ହୃଦଘାତ ହେବା ଯୋଗୁଁ ମୃତ୍ୟୁ ହୋଇଥାଏ,  ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭାରତରେ ବର୍ଷକୁ ପ୍ରାୟ କମ୍ ସେ କମ୍ ୨୦ ଲକ୍ଷ ଲୋକଙ୍କୁ ହୃଦଘାତ ହେବାର ଦେଖାଯାଏ , ଏଥିରେ କିଛି କାଂଶଙ୍କ ଭାଗ୍ୟ ଭଲ ଥାଏ ଓ ସେ ମେଡିକାଲରେ ପହଞ୍ଚିଲେ ବଞ୍ଚିଯାଆନ୍ତି , ଓ କିଛି ମଉକା ସ୍ଥାନରେ ମୃତ୍ୟୁବରଣ କରିଥାନ୍ତି , ହୃଦଘାତ ହେବା ସବୁଠାରୁ ଖତରନାକ ରୋଗ ଅଟେ, ଏହା କେବେ ଆପଣଙ୍କ ହୃଦୟକୁ ଆଘାତ ଦେଇଦେବ କହିହେବନାହିଁ ଏମିତିରେ ଆପଣ ଲୋକେ ଏହି ରୋଗରୁ ବିଷୟରେ ଜାଣିବା ନିତ୍ୟାନ୍ତ ଜରୁରୀ, ଯାହାଦ୍ୱାରା ସତର୍କ ରହିପାରିବେ । ଆଜିର ଜମାନାରେ କେଉଁ ବି ବୟସରେ ହୃଦଘାତ ହୋଇପାରେ, ଏଥିପାଇଁ ଏହି ଭୁଲ୍ ଧାରଣାରେ ରହିବେ ନାହିଁ କି ଏବେ ମୁଁ ଯୁବା ଅଛି ମୋତେ ହୃଦଘାତ ହୋଇପାରିବନାହିଁ , ଏହି ରୋଗରୁ ରକ୍ଷାପାଇବାପାଇଁ ପ୍ରଥମେ ଏହାକୁ ଠିକ୍ ସେ ବୁଝିବାକୁ ହେବ , ତେବେ ଆସନ୍ତୁ ଜାଣିବା କଣ ହୋଇଥାଏ ହୃଦଘାତ ବା ହାର୍ଟ ଆଟାକ୍ ।

ଆମର ଶରୀରର ଭିତରେ ଉପସ୍ଥିତ ଧମନୀ ଲଗାତାର ହୃଦୟକୁ ଅକ୍ସିଜେନ୍ ଯୁକ୍ତ ରକ୍ତ ପହଞ୍ଚାନ୍ତି, ଏହି ଅକ୍ସିଜେନ୍ ଯୁକ୍ତ ରକ୍ତ ଆମର ହୃଦୟକୁ ଧକ୍ ଧକ୍ କରିବାରେ ସାହାଯ୍ୟ କରିଥା,ଏ କିନ୍ତୁ ବହୁତଥର ଏହି ରକ୍ତ ପ୍ରବାହ କରୁଥିବା ଧମନିରେ ଚର୍ବୀ, ଯେପରି କୋଲେଷ୍ଟ୍ରୋଲ୍ ଓ ଅନ୍ୟ ପଦାର୍ଥ ଧୀରେ ଧିରେ ଜମା ହେବାକୁ ଲାଗେ, ଗୋଟେ ସମୟ ଆସେ ଯେବେ ଏହି କାରଣରୁ ପୁରା ଧମନୀ ବ୍ଲକ୍ ହୋଇଯାଏ , ଓ ଏହା ହୃଦୟକୁ ଅକ୍ସିଜେନ୍ ଯୁକ୍ତ ରକ୍ତ ପହଞ୍ଚାଇପାରେ ନାହିଁ,  ଓ ହୃଦୟର ବେଗ ଆସ୍ତେ ଆସ୍ତେ କମ୍ ହେବାକୁ ଲାଗେ, ଓ ବ୍ୟକ୍ତିର ହୃଦଘାତ ବା ହାର୍ଟ ଆଟାକ୍ ହୋଇଥାଏ । ହୃଦଘାତ ଆସିବାର ଲକ୍ଷଣ ସମସ୍ତଙ୍କୁ ଏକା ସମାନ ହୋଇନଥା,ଏ ଏହା ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ, ତାହା ସହ ଲକ୍ଷଣ ହୃଦଘାତ ପରିବର୍ତ୍ତେ କେଉଂ ଅନ୍ୟ କାରଣ ଯେପରି ଅପଚ କାରଣରୁ ବି ହୋଇପାରେ, କିନ୍ତୁ ଏହାପରେ ବି ଆପଣ ରିକ୍ସ ନେବାକୁ ଉଚିତ୍ ନୁହେଁ , ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଚେକ୍ ଅପ୍ କରାଇଦେବେ , ତେବେ ଆସନ୍ତୁ ସେଇ ଲକ୍ଷଣଗୁଡିକ୍ ବିଷୟରେ ଜାଣିବା ।

୧) ଛାତି କିମ୍ବା ବାହୁରେ ପ୍ରବଳ ପୀଡା ଅନୁଭବ କରିବା, ବହୁତଥର ଏହା ଗଳା, ମାଢି, ଓ ପିଠି ପର୍ଯ୍ୟନ୍ତ ବ୍ୟାପିଯାଏ ।

୨) ଛାତି ଜଳାପୋଡା ହେବା, ଅପଚ ହେବା, ପେଟରେ ପୀଡା ହେବା ।

୩) ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ।

୪) ଥକାପଣ କିମ୍ବା ମୁଣ୍ତା ବୁଲାଇବା ।

୫) ଡର,ଚିନ୍ତା, କିମ୍ବା ଅନ୍ୟ କେଉଁ କାରଣରୁ ଦେହରୁ ଝାଳ ବାହାରିବା ।

କେଉଁ ବି ରୋଗକୁ ରୋକିବାପାଈଁ ସବୁଠାରୁ ଭଲ ତରିକା ହେଲା ତାହାର ହେବାର କାରଣରୁ ଶେଷ କରିଦେବା, ଯଦି ଆପଣ ତଳେ ଦିଆଯାଇଥିବା ସାବଧନତାକୁ ପାଳିବେ ତେବେ ଆପଣଙ୍କ ହୃଦଘାତ ହେବାର ଆଶଙ୍କା ବହୁତ କମ୍ ହୋଇଯିବ ।

୧) ନିଜ ଖାଦ୍ୟପେୟ ହେଲଦି ରଖନ୍ତୁ , ସବୁଜ ପନିପରିବା, ଫଳ ଅଧିକା ଖାଆନ୍ତୁ, ମସାଲାଦାର ଓ ଭଜା ତେଲରେ କମ୍ ଉପଯୋଗ କରନ୍ତୁ ।

୨) ନିଜ ଡାଇଟ୍ ଓ ବୟସ ଅନୁସାରେ ସଠିକ୍ ଓଜନ ମେନେଣ୍ଟ୍ କରନ୍ତୁ , ଯାହାଦ୍ୱାରା ମୋଟାପାରୁ ରକ୍ଷା ପାଇବେ ।

୩) ଧ୍ରୁମପାନ କରନ୍ତୁ ନାହିଁ , ନା ହିଁ ସେହି ବ୍ୟକ୍ତି ପାଖରେ ଠିଆ ହୁଅନ୍ତୁ , ଯିଏ ତାହା କରୁଥିବ ।

୪) ବ୍ଲଡ୍ ପ୍ରେସର, କୋଲେଷ୍ଟ୍ରୋଲ୍, ମଧୁମେହ ଇତ୍ୟାଦି ଜିନିଷକୁ କଣ୍ଟ୍ରୋଲ୍ କରନ୍ତୁ ।

୫) ସମୟ ସମୟରେ ଡାକ୍ତରଙ୍କ ଠାରୁ ଚେକ ଅପ୍ କରାଇଦିଅନ୍ତୁ , ସବୁ ମେଡିସିନକୁ ସମୟ ଅନୁସାରେ ଖାଆନ୍ତୁ

Leave a Reply

Your email address will not be published. Required fields are marked *