June 28, 2025

Odia Express

Here, There and Everywhere

ଡାଲଚିନି, ହଳଦୀ ଓ ଲବଙ୍ଗ ତାହା କରିପାରେ ଯାହା କୌଣସି ଔଷଧ କରିପାରିବନି, ଜାଣନ୍ତୁ କିପରି

ଆଜି ଆମେ ଏପରି କିଛି ଘରୋଇ ଜିନିଷର ଫାଇଦା ବିଷୟରେ କହିବୁ ଯାହା ସାମ୍ନାରେ ଔଷଧ କିଛି ନୁହଁ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଡାଲଚିନି ଆପଣଙ୍କ ପିତକୁ ସନ୍ତୁଳିତ ରଖିବା ପାଇଁ ଯଥେଷ୍ଟ।କୌଣସି ପ୍ରକାର ଦରଜ ହେଉ ବା ମୋଟାପା ପାଇଁ ହେଉ ଏଭଳି ସବୁ ସମସ୍ୟା ପାଇଁ ଡାଲଚିନି ବହୁତ ଲାଭଦାୟକ ହୋଇଥାଏ।ଏହା ସହିତ ଯଦି ଆପଣଙ୍କୁ ବାରମ୍ବାର ଜ୍ୱର, ଥଣ୍ଡା ,କାସ ବା ଗଳା ଖରାପ ହେଉଛି ଏଥିପାଇଁ ମଧ୍ୟ ଡାଲଚିନି କାମରେ ଆସିଥାଏ।ଏହି ପରି ଘରେ ବ୍ୟବହୃତ ହଳଦୀ ମଧ୍ୟ ବହୁତ ଲାଭ ଦେଇଥାଏ କଫ ଆଦି ପାଇଁ।ଆପଣ ମାନେ ତ ଜାଣିଥିବେ ହଳଦୀକୁ ଗରମ ଖୀରରେ ମିଶାଇ ପିଇବା ସବୁଠୁ ଅଧିକ ଉପକାରୀ ହୋଇଥାଏ।ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ।ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଏହା କ୍ୟାନ୍ସର ଭଳି ରୋଗ ପାଇଁ ମଧ୍ୟ ଚମତ୍କାର ଔଷଧ ଅଟେ।ଏହା କ୍ୟାନ୍ସର କୁ ଭଲ କରିବାରେ ସାହଯ୍ୟ କରିଥାଏ।

କ୍ୟାନ୍ସର ଚିକିତ୍ସା ପାଇଁ ଯେଉଁ ଔଷଧ ଦିଆଯାଉଛି ସେଥିରେ ହଳଦୀ ମଧ୍ୟ ଅଛି।ସେଥିପାଇଁ କ୍ୟାନ୍ସର ରୋଗୀଙ୍କ ପାଇଁ ଏହି ହଳଦୀ ରାମବାଣ ଔଷଧ ଭଳି ଅଟେ।ଏହିପରି ଆପଣଙ୍କ ଘରେ ଏପରି କିଛି ଜିନିଷ ଅଛି ଯାହା ଔଷଧ ଠୁ ଅଧିକ ଉପକାରୀ ଯାହାର ବ୍ୟବହାର ଦ୍ଵାରା ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ।ଲବଙ୍ଗ ମଧ୍ୟ ଏକ ଉପକାରୀ ପଦାର୍ଥ ଏହା ମଧ୍ୟ ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ।ସେହିଭଳି ମତିଚ ମଧ୍ୟ ଥଣ୍ଡା କାସ ପାଇଁ ଏକ ଭଲ ଔଷଧ ଅଟେ।ଏହାକୁ ସେବନ କାରିବା ଦ୍ଵାରା ସମସ୍ତ ଗଳା ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହା ସହିତ ସବୁଠୁ ଭଲ ଜିନିଷ ହେଉଛି ଅଁଳା ଏହା ଏକ ଚମତ୍କାର ଜିନିଷ। ଏହାକୁ ଅନେକ ରୋଗ ପାଇଁ ବ୍ୟବହାର କରାଯାଉଛି। ଏହାର ରସ ସେବନ କରିବା ଦ୍ୱାରା ଆପଣ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇଥାନ୍ତି। ଏହାର ରସ ବାହାର କରିବା ସମୟରେ ଏହାର ଉପର ଚୋପା ବାହାର କରିବେ ନାହିଁ।ଏହାର ରସ ଖାଲି ପିଇବା କଷ୍ଟ ହୋଇଥାଏ ତେଣୁ ଏହାକୁ ପାଣି ସହ ପିଅନ୍ତୁ। ନିୟମିତ ଏହାକୁ ପିଇବା ଦ୍ୱାରା କୋଷ୍ଟ କାଠିନ୍ୟ, ଚର୍ମ ରୋଗ, ଶାରୀରିକ କମଜୋରି, ରକ୍ତ ଅଭାବ, ଇତ୍ୟାଦି ଅନେକ ସମସ୍ୟାରୁ ଆପଣ ମୁକ୍ତିପାଇପାରିବେ ।

ଯଦି ଆପଣ ଏହିସବୁ ଘରୋଇ ଜିନିଷ ବ୍ୟବହାର କରିବେ ଆପଣଙ୍କ କେବେ କୌଣସି ରୋଗ ହେବନାହିଁ। ତାହା ସହ ଏହା ସହ କୌଣସି ଔଷଧ ସମାନ ହେବ ନାହିଁ। ଏହା ଅନେକ ବର୍ଷରୁ ଆମ ପାଇଁ ପ୍ରକୃତିର ଏକ ବରଦାନ ଅଟେ।ଆଗ କାଳରେ ଯେବେ ଔଷଧ ନଥିଲା ଲୋକ ଏହାକୁ ବ୍ୟବହାର କରି ଉପକୃତ ହେଉଥିଲେ।

Leave a Reply

Your email address will not be published. Required fields are marked *