December 26, 2024

Odia Express

Here, There and Everywhere

ଏହି ୫ଟି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଉପରେ ଶିବଙ୍କ କୃପା ରହିଥାଏ – ଜାଣିରଖନ୍ତୁ ଆପଣଙ୍କ ଭିତରେ ଏ ଗୁଣ ରହିଛି କି..

1 min read

ମହାଦେବ ଯିଏ ଦେବତାମାନଙ୍କର ବି ଦେବତା । ମହାଦେବଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ କାହିଁକି ନା ମହାଦେବ ନିଜ ଭକ୍ତ ମଧ୍ୟରେ କେବେ ବି ଭେଦଭାବ କରିନଥାନ୍ତି। ଭକ୍ତ ମଣିଷ, ଠାକୁର, ରାକ୍ଷସ ବା ପଶୁ ଯିଏବି ହେଇଥାଉନା କାହିଁକି ସେ ସମସ୍ତଙ୍କ ଉପରେ ସମାନ କୃପା କରିଥାନ୍ତି ଏଥିପାଇଁ ମହାଦେବ ଙ୍କୁ ପଶୁପତି ନାଥ ବୋଲି କୁହାଯାଏ। ଶିବ ନିଜ ଭକ୍ତଙ୍କର ପରୀକ୍ଷା ମଧ୍ୟ ନେଇଥାନ୍ତି ଏବଂ ସଠିକ ସମୟରେ ସେମାନଙ୍କର ମନସ୍କାମନା ପୂରଣ କରିଥାନ୍ତି ।

ଶିବ ନିଜ ଭକ୍ତଙ୍କର କଠିନ ପରୀକ୍ଷା ନେଇଥାନ୍ତି ଏହା ଆମକୁ ପ୍ରାଚୀନ ଗ୍ରନ୍ଥରୁ ମିଳିଅଛି। ସବୁ ମଣିଷ ,ପଶୁପକ୍ଷୀ ଙ୍କ ମଧ୍ୟରେ ରେ ଶିବ ବାସ କରିଥାନ୍ତି କିନ୍ତୁ ଜନ୍ମ ହେବାପରେ ବ୍ୟକ୍ତି ର କର୍ମ ଅନୁସାରେ ତାର ଭାଗ୍ୟ ହୋଇଥାଏ।ତେବେ ଆସନ୍ତୁ ଜାଣିବା କିପରି ହୋଇଥାନ୍ତି ମହାଦେବଙ୍କ କୃପା ପ୍ରାପ୍ତି ବ୍ୟକ୍ତି।କୁହାଯାଏ କି ଯାହା ମୁଣ୍ଡ ଉପରେ ଶିବ ଙ୍କର ହାତ ଅଛି ତାର ମୃତ୍ୟୁ ବି କିଛି କରିପାରେନାହିଁ।

(୧) ପରୋପକାରୀ -ମହାଦେବଙ୍କ ପ୍ରିୟ ଭକ୍ତ ଭିତରେ ପରୋପକାରୀ ଗୁଣ ରହିଥାଏ। ସେ କେବେ ବି ନିଜ କଥା ଭାବିନଥାଏ । ସବୁବେଳେ ଅନ୍ୟର ସାହାଯ୍ୟ ପାଇଁ ତତ୍ପର ରହିଥାଏ। ନିଜର ଯେତେ ବଡ କାମ ଥିଲେ ବି ଯଦି କେହି ସହାୟତା ମାଗିଥାଏ ତେବେ ସେ କାହାକୁ ମନା କରିନଥାଏ କାରଣ ଏମାନଙ୍କୁ ଅନ୍ୟର ମନ ଦୁଃଖ କରିବାକୁ ଭଲ ଲାଗିନଥାଏ।

(୨) ପଶୁ ପ୍ରେମୀ -ମହାଦେବଙ୍କ ପ୍ରିୟ ଭକ୍ତ ମାଂସାସି ହୋଇନଥାଏ । ଏମାନେ କୌଣସି ପଶୁକୁ କଷ୍ଟ ଦେଇନଥାନ୍ତି କି କୌଣସି ପଶୁକୁ କଷ୍ଟରେ ଦେଖି ପାରନ୍ତିନାହିଁ। ଏମାନଙ୍କର ସବୁଠୁ ପ୍ରିୟ ପଶୁ ଗାଈ ଏବଂ ଏମାନଙ୍କୁ କୁକୁର ବି ବହୁତ ଭଲ ଲାଗିଥାଏ ।ଏମାନେ କୁକୁରକୁ ଦେଖିବାମାତ୍ରେ ତାକୁ ଖୁଆଇବାକୁ ଚାହିଁଥାନ୍ତି ।ଏଥିପାଇଁ ଘର ମୁହଁକୁ ଆସିଥିବା କୁକର ଏବଂ ଗାଈକୁ ରୁଟି ଖାଇବାକୁ ଦେଇଥାନ୍ତି। ଶିବଙ୍କ ଅବତାର ଖଣ୍ଡବାଙ୍କ ପ୍ରିୟ ପଶୁ କୁକୁର ଅଟେ ।ଏହି କାରଣରୁ ମହାଦେବଙ୍କ ପ୍ରିୟ ଭକ୍ତଙ୍କ ଉପରେ ଖଣ୍ଡବାଙ୍କ କୃପା ରହିଥାଏ।

(୩) ହିଂସା ବିରୋଧ-ମହାଦେବଙ୍କ ପ୍ରିୟ ଭକ୍ତ ହିଂସା କରିବାକୁ ପସନ୍ଦ କରିନଥାନ୍ତି। କାହା ସହ ହିଂସା ହେଲେ ଏମାନଙ୍କୁ ବହୁତ ଦୁଃଖ ହୋଇଥାଏ । ଏମାନେ ଦୁର୍ବଳ ଲୋକ ଉପରେ କେବେ ବି ଅତ୍ୟାଚାର କରିନଥାନ୍ତି ଏବଂ ନିଜ ବଳକୁ ନେଇ କେବେବି ଗର୍ବ କରିନଥାନ୍ତି । କାହା ସହ ଶତ୍ରୁତା କରିବାକୁ ପସନ୍ଦ କରିନଥାନ୍ତି।ଯଦି କେବେ ନିର୍ଦ୍ଦୟ ବ୍ୟକ୍ତି ଏମାନଙ୍କ ସହ ଝଗଡା କରେ ତେବେ ଏମାନେ ପଛଘୁଞ୍ଚା ଦେଇନଥାନ୍ତି ତେଣୁ ଏମାନଙ୍କୁ କ୍ରୋଧି ସ୍ୱଭାବ ବୋଲି କୁହାଯାଏ।

(୪)ଦୟାର ଭାବ -ମହାଦେବଙ୍କ ପ୍ରିୟ ଭକ୍ତ ମଧ୍ୟରେ ଦୟାର ଭାବ ରହିଥାଏ ।ଏମାନେ କେବେ ଲୋଭ କରିନଥାନ୍ତି ।ଖାଇବା ଜିନିଷକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି କମ ଖାଇବା ଖାଇ ମଧ୍ୟ ସନ୍ତୁଷ୍ଟ ହୋଇଯାଇଥାନ୍ତି । କାହାର ଧନର ଆବଶ୍ୟକତା ପଡିଲେ ଏମାନେ ସାହାଯ୍ୟ କରିଥାନ୍ତି।ରୋଗୀ ଲୋକଙ୍କୁ ସାହାଯ୍ୟ କଲେ ଏମାନଙ୍କୁ ଶାନ୍ତି ମିଳିଥାଏ।

(୫) ସ୍ତ୍ରୀର ସମ୍ମାନ -ମହାଦେବଙ୍କ ପ୍ରିୟ ଭକ୍ତ ସ୍ତ୍ରୀ ଲୋକଙ୍କ ଉପରେ କେବେ ବି ହାତ ଉଠେଇ ନଥାନ୍ତି ଏବଂ କେବେବି ଖରାପ ବ୍ୟବହାର କରିନଥାନ୍ତି । ଏଥିପାଇଁ ଏମାନଙ୍କୁ ବହୁତ ସମ୍ମାନ ମିଳିଥାଏ। ସ୍ତ୍ରୀ ଲୋକଙ୍କୁ ଦେଖି ଏମାନଙ୍କ ମନରେ କେବେ ବି ଖରାପ ଚିନ୍ତାଧାରା ଆସି ନଥାଏ। ଲୋକ ଏମାନଙ୍କର ଯେତେ ଫାଇଦା ଉଠେଇଲେ ମଧ୍ୟ ଏମାନେ ସମସ୍ତଙ୍କୁ ସମାନ ନଜରରେ ଦେଖିଥାନ୍ତି। ଏମାନେ ମହାଦେବଙ୍କ ଉପରେ ବିଶ୍ୱାସ ରଖି ନିଜ କାର୍ଯ୍ୟରେ ଲାଗିପଡନ୍ତି। ଜାଣି ଜାଣି କେବେ କାହାର କ୍ଷତି କରିନଥାନ୍ତି।

Leave a Reply

Your email address will not be published. Required fields are marked *