December 21, 2024

Odia Express

Here, There and Everywhere

ଆପଣ ବି ଯଦି ଚାହୁଁଛନ୍ତି ଧନ ଧାନ୍ୟରେ ବୃଦ୍ଧି ହେଉ ଆପଣଙ୍କ ଘର, ତେବେ ଏହି ଜାଗାରେ ରଖିଦିଅନ୍ତୁ ରୂପାରେ ନିର୍ମିତ ହାତୀର ମୁର୍ତ୍ତି …

ଆମର ହିନ୍ଦୁ ଧର୍ମରେ ବହୁତ ସାରା ମାନ୍ୟତା ଅଛି । ଯାହାର ଅନୁସାରେ ଆଜି ପର୍ଯ୍ୟନ୍ତ ଆମର ସମାଜ ଚାଲିଆସୁଛି , ସେମିତି ଗୋଟେ ତରଫରୁ ଦେଖିବାକୁ ଗଲେ ଏହି ସବୁ ମାନ୍ୟତା ଏକ ମହତ୍ତ୍ୱ ରହିଥାଏ , ଓ ବହୁତଥର ଏହା ସଠିକ୍ ପ୍ରମାଣିତ ବି ହୋଇଥାଏ , ଏମିତି ଏକ ମାନ୍ୟତା ଅନୁସାରେ ଆମର ହିନ୍ଦୁ ଧର୍ମରେ ହାତୀକୁ ପବିତ୍ର ଓ ଶୁଭ ବୋଲି ଜଣାଯାଏ , ଏହା ଛଡା ଯଦି ଧାର୍ମିକ ଗ୍ରନ୍ଥର ମାନିଲେ ସେହି ଅନୁସାରେ ହାତିକୁ ଧନର ଦେବୀ ମା ଲକ୍ଷ୍ମୀଙ୍କର ବାହାନ ବି କୁହାଯାଏ , ଏମିତି ଆପଣ ଦେଖିଥିବେ କି ଶୁଣିଥିବେ କି ହାତୀ ଗଣପତି ମାନେ ଗଣେଷଙ୍କ ପ୍ରତୀକ ମାନିକରି ପୁଜା କରାଯାଏ , ଏହି ସବୁ କଥାରୁ ସଫା ଜଣାଯାଏ କି ହାତୀ ଆମର ଜୀବନରେ ବହୁତ ମହତ୍ତ୍ୱ ରଖେ , ଓ ସେହି ଅନୁସାରେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରରେ ହାତୀର ମହତ୍ତ୍ୱ କହିବାକୁ ଯାଊଛୁ, ଯାହାକୁ ନେଲେ ଆପଣଙ୍କ ଘରେ କେବେ ଧନର କମି ଆସିବ ନାହିଁ  ।

ଆପଣଙ୍କୁ ସବୁଠାରୁ ପ୍ରଥମେ କହିଦେବୁ କି ଯଦି ଆପଣ କେଉଁ କାରଣ ବଶତଃ ଲମ୍ବା ସମୟରୁ ଧନ ସଂବନ୍ଧିତ ସମସ୍ୟାରେ ପିଡିତ ଅଛନ୍ତି ତେବେ ଅଧିକା କିଛି କରିବାର ଦରକାର ନାହିଁ , ଖାଲି ଆପଣଙ୍କୁ ଏକ ରୁପାର ତିଆରି ହାତୀ ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ଶୁଭ ବୋଲି ଜଣାଯାଏ , ଏହାକୁ ନିଜ ଘରେ ଆଣି ରଖିଲେ ଆପଣଙ୍କ ଘରେ ପଜେଟିଭିଟି ବଢିବାରେ ସାହାଯ୍ୟ କରେ , ଯାହା ଦ୍ୱାରା ଆପଣଙ୍କ ଘରର ଆର୍ଥିକ ସ୍ଥିତି ସୁଧିରିଥାଏ , ଓ ତାହାସହ ଘରର ଶାନ୍ତି ବୃଦ୍ଧି ହୁଏ । କହିଦେବୁ କି ରୁପାରେ ତିଆରି ହାତୀ ଯଦି ଘର କିମ୍ବା ଅଫିସ୍ ରେ ରଖାଯାଏ ତେବେ ଏମିତି କରିଲେ ସେହି ସ୍ଥାନର ସବୁଦୋଷ ନାଶ ହୋଇଥାଏ

ଯଦି ଆପଣଙ୍କ ଘର୍ କିମ୍ବା ଅଫିସ୍ ରେ ନକରାତ୍ମକ ଶକ୍ତି ବାସ କରୁଥାନ୍ତି ତେବେ ଏହା ଦୁର ହୋଇଯାଏ , ଓ ଆପଣଙ୍କ ପରିବାରରେ ମା ଲକ୍ଷ୍ମୀଙ୍କର କୃପାବୃଷ୍ଟିହୋଇଥାଏ , ଏହା ଛଡା ଆପଣଙ୍କୁ ଏହା ବି କହିଦେବୁ କି ଯଦି ଆପଣ ରୁପାରେ ତିଆରି ହାତୀ ଘର କିମ୍ବା ଅଫିସ୍ ର ଟେବୁଲ୍ ରେ ରଖନ୍ତି ତେବେ ଏଥିରେ ଆପଣଙ୍କ ସବୁ ଅଟକିଥିବା କାମ ଜଲଦି ହୋଇଯାଏ , ଓ ତାହା ସହ ଉନ୍ନତିର ସ୍ରୋତ  ଖୋଲିଯାଏ , ରୁପାର ହାତୀ ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ ।

ଆପଣଙ୍କୁ ଏହା ବି କହିଦେବୁ କି ଆପଣଙ୍କ ଘର କିମ୍ବା ଅଫିସ୍ ଟେବୁଲ୍ ରେ ଅତିରିକ୍ତ ଆପଣ ରୁପାର ହାତି ନିଜ ଆଲମୀରା ରଖିବା ବହୁତ ଶୁଭ ବୋଲି ଜଣାଯାଏ , ଅଧିକା ଭଲ ପରିଣାମ ପାଇଁ ଆପଣ ଏହାକୁ ଲାଲି କପଡାରେ ବାନ୍ଧିକରି ଆଲମୀରା ରେ ରଖିଦେବା ଉଚିତ୍, ଏହା ଛଡା କେଉଁ କଥାକୁ ନେଇ ବିବାଦ ହେଉଥିଲେ ଏମିତିରେ ରୁପାର ତିଆରି ହାତୀ ଆପଣଙ୍କ ବେଡରୁମ୍ ର ଉତ୍ତର ଦିଗରେ ରଖିବା ଉଚିତ୍ , କହିଦେବୁ କି ଏହା ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ମଧୁରତା ଆଣିବାରେ ସହାୟକ ହୋଇଥାଏ, ଓ କେବେ କେଉଁ ପ୍ରକାରର ଝଗଡା କିମ୍ବାକଳହର ପରିସ୍ଥିତି ସୃଷ୍ଟୀ ହେବାକୁ ଦିଏନାହିଁ ।

Leave a Reply

Your email address will not be published. Required fields are marked *