February 5, 2025

Odia Express

Here, There and Everywhere

ଯେଉଁ ପୁରୁଷଙ୍କ ହୋଇଥାଏ ଏହି ୫ ଟି ଅଭ୍ୟାସ ସେ ହୋଇଥାନ୍ତି ଏକ ଆଦର୍ଶ ସ୍ୱାମୀ, କଣ ଆପଣଙ୍କ ସ୍ୱାମୀଙ୍କ ମଧ୍ୟରେ ଅଛି ଏହି ଗୁଣଗୁଡିକ

1 min read

ଆମେ ମାନେ ସବୁଥର ଗୋଟେ ଆଦର୍ଶ ସ୍ତ୍ରୀ ଓ ଆଦର୍ଶ ବୋହୁ ହେବାର କଥା କହିଥାଉ, ସବୁଥର ମହିଳାଙ୍କ ଏକ ଭଲ ପରଫେକ୍ଟ ସ୍ତ୍ରୀ ହେବାର୍ ପ୍ରେସର ପକାଯାଏ , କିନ୍ତୁ କେହି ବି ଏହି ବିଷୟରେ କଥା ହୁଅନ୍ତି ନାହିଁକି ଜଣେ ପୁଅ ଆଦର୍ଶ ସ୍ୱାମୀ ହେବାପାଇଁ କଣ କଣ ଗୁଣ ଥିବା ଦରକାର, ଏହି ମୁଦ୍ଧାକୁ ଉଠାଇ ଆଜି ଆମେ ଆପଣଙ୍କୁ କିଛି ଅଭ୍ୟାସଗୁଡିକ ବିଷୟରେ ଆଲୋଚନା କରିବାକୁ ଯାଊଛୁ, ଯାହା ସବୁ ସ୍ୱାମୀଙ୍କ ମଧ୍ୟରେ ହେବା ଉଚିତ୍ , ଯଦି ଆପଣ ଏହି ଅଭ୍ୟାସକୁ ଆପଣାଇନିଅନ୍ତି ତେବେ ଏକ ପରଫେକ୍ଟ ସ୍ୱାମୀ ହୋଇପାରିବେ , ତେବେ ଆସନ୍ତୁ ଜାଣିବା ,

୧) ସ୍ତ୍ରୀର ବିଚାରକୁ ମାନ ସମ୍ମାନ – ଏକ ଭଲ ସ୍ୱାମୀ ନିଜ ସ୍ତ୍ରୀର୍ ସବୁ କଥାକୁ ସହଜରେ ଶୁଣିଥାଏ,  ସେ ତାର ବିଚାରକୁ କେବେ ଦବାଇନଥାଏ , ଓ ନାହିଁ ତାର ମଜାକ୍ ବନାଇଥାଏ, ସେ କେଉଁ ବି କାମ କରିବାପୁର୍ବରୁ ନିଜ ସ୍ତ୍ରୀର ଉପଦେଶ ନେଇଥାଏ,  ଏକ ଭଲ ସ୍ୱାମୀ କେବେ ନିଜ ସ୍ତ୍ରୀକୁ ପ୍ରେସର୍ ପକାଇ ରଖେନାହିଁ ।

୨) ସ୍ତ୍ରୀକୁ ଇଜ୍ଜତ ଦେବା- ଏକ ପରଫେକ୍ଟ ସ୍ୱାମୀ ସବୁବେଳେ ନିଜ ସ୍ତ୍ରୀକୁ ଇଜ୍ଜତ ଦେଇଥାଏ , ଘରର ବୋହୁ ଲକ୍ଷ୍ମୀଙ୍କର ରୁପ ବୋଲି ଜଣାଯାଏ , ଏମିତିରେ ଆପଣଙ୍କୁ ଏକ ଭଲ ସ୍ୱାମୀ ଭାବେ ସବୁବେଳେ ଇଜ୍ଜତ କରିବା ଉଚିତ୍ , ସ୍ତୀ ସହ ହିଂସା କିମ୍ବା ଅପଶବ୍ଦର ପ୍ରୟୋଗ କରିବା ପାପ ଶ୍ରେଣୀରେ ଆସେ , ଏମିତି କରୁଥିବା ସ୍ୱାମୀ ଜୀବନରେ କେବେ ଉନ୍ନତି କରିପାରନ୍ତି ନାହୀଁ

୩) ପ୍ରେମ ଓ ସମୟ ଦେବା- ବହୁତଥର ଦେଖାଯାଏ କି ବିବାହର କିଛି ବର୍ଷ୍ ପରେ ସ୍ୱାମୀ ନିଜ ସ୍ତ୍ରୀକୁ କମ୍ ଭଲ ପାଇବା ଦେଇଥାଏ , ତାଙ୍କ ଜୀବନରେ ଯେମିତି ରୋମାନ୍ସ ଗାୟବ ହୋଇଗଲା ଭଳି ମନେ ହୁଏ , ଏହାର କାରଣ ସ୍ୱାମୀ ନିଜ କାମରେ ଅଧିକା ବ୍ୟସ୍ତ ହୋଇଯାଏ , ସ୍ୱାମୀ ସ୍ତ୍ରୀ ପରସ୍ପର ଅଧିକା ସମୟ ବିତାଇପାରନ୍ତି ନାହିଁ , ଏହାର ନକରାତ୍ମକ ପ୍ରଭାବ ତାଙ୍କ ସଂମ୍ପର୍କରେ ପଡିଥାଏ , ଏମିତିରେ ଏକ ଆଦର୍ଶସ୍ୱାମୀ ସିଏ ହୋଇଥାଏ , ଯିଏ ବିବାହର୍ ପରେ ବହୁତବର୍ଷ ଯାଏଁ ସ୍ତ୍ରୀକୁ ଭଲ ପାଇବ ଓ କାମର ସହ ସ୍ତ୍ରୀ ପାଇଁ ସମୟ ବାହାର କରିପାରୁଥିବ ।

୪) ସ୍ତ୍ରୀର ସ୍ୱପ୍ନକୁ ସାକାର କରିବା- ବହୁତ ମହିଳା ବିବାହର ପରେଜୀବନରେ କିଛି କରିବାକୁ ଇଚ୍ଛା ରଖନ୍ତି , ତାଙ୍କର କିଛି ସ୍ୱପ୍ନ ହୋଇଥାଏ, ସେ ଜୀବନରେ କିଛି ହେବାକୁ ଇଚ୍ଛା ରଖନ୍ତି , ଏମିତିରେ ଏକ ଭଲ ସ୍ୱାମୀ ସେ ହୋଇଥାଏ ଯିଏ ନିଜ ସ୍ତ୍ରୀର ସ୍ୱପ୍ନକୁ ସାକାର୍ କରିପାରୁଥିବ , ଏକ ସ୍ୱାମୀର ଦାୟିତ୍ୱ ରୁହେ କି ସେ ନିଜ ସ୍ତ୍ରୀ ସହ ଜୀବନର  ସବୁ ମୋଡରେ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇପାରୁ, ତାପରେ ଦେଖିବେ ଆପଣଙ୍କ ସ୍ତ୍ରୀର ନଜରରେ ଆପଣଙ୍କ ଇଜ୍ଜତ କେତେ ବଢୁଛି ।

୫) ସ୍ୱାଧୀନତା ଦେବା ଓ ସନ୍ଦେହ ନ କରିବା ଏକ ପରଫେକ୍ଟ ସ୍ୱାମୀ ସିଏ ହୋଇଥାଏ ଯିଏ ସ୍ତ୍ରୀ ଉପରେ କେଉଁ ପ୍ରକାରର କିଛି କଟକଣା ନ ଲଗାଉଥାଉ , ତାହାକୁ ସବୁପ୍ରକାରର ସ୍ୱାଧୀନତା ଦେଉଥିବ , ଯାହାର ସିଏ ହକଦାର୍ ଅଟେ , ତାହା ସହ ଏକ ଭଲ ସ୍ୱାମୀ ନିଜ ସ୍ତ୍ରୀ ଉପରେ କେବେ ବି ସନ୍ଦେହ କରିବା ଉଚିତ୍ ନୁହେଁ , ତାହାକୁ କେଉଁ ଆଡେ ବୁଲିବା କିମ୍ବା ଯିବାପାଈଁ ମନା କରିବା ଏହା ଭୁଲ୍ ଅଟେ , ତାକୁ ପୁର୍ଣ୍ଣ ରୁପରେ ସ୍ୱାଧୀନତା ଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *