June 27, 2025

Odia Express

Here, There and Everywhere

ଶରୀରରେ ପାଣି ଅଭାବରୁ କି କି ରୋଗ ହୋଇଥାଏ ଆସନ୍ତୁ ଜାଣିବା ? ନିଶ୍ଚିତ ଭାବେ ପାଣି ଅଧିକ ପିଇବା ଆରମ୍ଭ କରିଦେବେ..

1 min read

କଣ ଆପଣମାନେ ଜାଣିଛନ୍ତିକି ଯେତେବେଳେ ପାଣିଭଳି ଏକ ସାଧାରଣ ଜିନିଷର ଅଭାବ ଆମ ଭିତରେ ଦେଖାଯାଏ ତାହେଲେ ଆମକୁ କେଉଁ କେଉଁ ଅସୁବିଧାର ସାମ୍ନା କରିବାକୁ ପଡିପାରେ ଏହା ବିଷୟରେ ଆପଣମାନେ ନିଶ୍ଚିନ୍ତ ଭାବରେ ଜାଣିଥିବେ।ଆଜିକାଲି ଦୁନିଆର ୫୦% ଲୋକ କେବେ ପାଣି ପିଇବା ଉପରେ ଧ୍ୟାନ ହିଁ ଦିଅନ୍ତି ନାହିଁ।ଆଉ ଆଜିକାଲି ବହୁତ ଲୋକ ତାଙ୍କର ଏହି ପାଣି ନପିଇବା ଅଭ୍ୟାସ ପାଇଁ ସେମାନେ ଡିହାଇଡ୍ରେସନ ରେ ପିଡ଼ିତ ହୁଅନ୍ତି।ଯଦି ଆପଣ ନିଜ ପାଣି ପିଇବା ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତି ନାହିଁ ତାହେଲେ ଆଜି ଆମେ ଜାଣିବା ଯେତେବେଳେ ଶରୀରରୁ ପାଣିର ଅଭାବ ହୋଇଥାଏ ତାହେଲେ କଣ କଣ ଖରାପ ପ୍ରଭାବ ଆମ ଉପରେ ପଡିଥାଏ।ଆଉ ଏହି ଲକ୍ଷଣରୁ ଜଣା ପଡିବକି ଆମକୁ ପାଣିର ଆଵଶ୍ୟକତା ଅଛିକି ନାହିଁ।

ଆମ ଶରୀର ୭୫% ପାଣିରେ ତିଆରି ହୋଇଥାଏ।ଏମିତିକି ମସ୍ତିଷ୍କ,ଚର୍ମ ଓ ଆଉ ସୁଖିଲା ଦେଖାଯାଉଥିବା ହାଡ଼ ୩୧% ପାଣିରେ ତିଆରି ହୋଇଥାଏ।ପାଣି ସବୁ ଭିତର ଅଙ୍ଗକୁ ସଠିକ ଭାବରେ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ,ସେଥିପାଇଁ ପ୍ରାୟ କ୍ଷେତ୍ରରେ ଦେଖାଯାଏ କି ଶରୀରରେ ପାଣିର ଅଭାବ ରକ୍ତର ଅଭାବ ଠାରୁ ଗମ୍ଭୀର ସମସ୍ୟା ହୋଇଥାଏ।ଆମକୁ ହେଉଥିବା ଶ୍ୱାସ ଜନିତ ସମସ୍ୟା ମଧ୍ୟ ଏହି ପାଣି ଅଭାବରୁ ଆମକୁ ହୋଇଥାଏ।ଯେଉଁ ଲୋକମାନେ ପାଣି କମ ପିଅନ୍ତି ତାହେଲେ ସେମାନଙ୍କର ଖାଦ୍ୟ ହଜମରେ ମଧ୍ୟ ଅସୁବିଧା ହୋଇଥାଏ।ଡିହାଇଡ୍ରେସନ ର ପରିମାଣ ଏତେ ଗମ୍ଭୀର ହୋଇଥାଏକି ବ୍ୟକ୍ତି ଦୁର୍ବଳ ହୋଇଯାଏ ଆଉ ତାକୁ ନେଇ ଆମେ ଡାକ୍ତରଖାନାରେ ଭର୍ତ୍ତୀ କରିଥାଉ।ଯେତେବେଳେ ଆମ ଶରୀରରେ ଖରାପ ହୋଇଥାଏ କିଛି ଏପଟ ସେପଟ ଲଖଣ ଦେଇଥାଏ।

ଏବେ ଆସନ୍ତୁ ଜାଣିବା ଶରୀରରେ ପାଣିର ଅଭାବ ଥିଲେ କଣ କଣ ସବୁ ଲକ୍ଷଣ ଦେଖାଯାଇ ଆସନ୍ତୁ ଜାଣିବା।
୧.ମୁହଁ ରୁ ଦୁର୍ଗନ୍ଧ ଆସିବା:-ବହୁତ ଲୋକଙ୍କୁ ଲାଗେ କିଛି ଖାଇ ସାରିବା ପରେ ବ୍ରସ ନକଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ।ମୁହଁରୁ ଦୁର୍ଗନ୍ଧ ବାହାରିବା ପାଣି ନପିଇବା ଦ୍ୱାରା ହୋଇଥାଏ।ଡିହାଇଡ୍ରେସନ୍ ହେବା ଦ୍ୱାରା ମୁହଁରେ ଥିବା ଲାଳ ଶୁଖିବାକୁ ଲାଗେ,ଏମିତି ହେବା କାରଣରୁ ମୁହଁରେ ଥିବା ବ୍ୟାକ୍ଟେରିଆ ବଢିବାକୁ ଲାଗନ୍ତି ଆଉ ଧିରେ ଧିରେ ମୁହଁରୁ ଦୁର୍ଗନ୍ଧ ଆସିବାକୁ ଲାଗେ।

୨.ହଳଦିଆ ରଙ୍ଗର ପରିଶ୍ରା:-ଯେବେ କୌଣସି ବ୍ୟକ୍ତିକୁ ପରିଶ୍ରା କରିବା ସମୟରେ ତାକୁ ଜଳା ପୋଡା ହେବାରେ ଲାଗେ ଆଉ ଏ ସମୟରେ ପରିସ୍ରାର ରଙ୍ଗ ଅଳ୍ପ ହଳଦିଆ ଦେଖାଯାଏ ତେବେ ଜାଣିଯାଅନ୍ତୁ ଶରୀରରେ ପାଣିର ଅଭାବ ନିଶ୍ଚିନ୍ତ ଅଛି।ଆମ ଶରୀର ଖରାପ ପଦାର୍ଥକୁ ପରିଶ୍ରା ମାଧ୍ୟମରେ ବାହାରକୁ ଛାଡ଼ିଥାଏ।ଆଉ ପାଣି କମ ପିଇବା ଦ୍ୱାରା ଆମକୁ କିଡ୍ନୀ ରେ ପଥର ଭଳି ସମସ୍ୟା ଦେଖାଯାଇଥାଏ।

୩.ଆଣ୍ଠୁ ଦରଜ ହେବା:-ପାଣି ଯେତେବେଳେ କମ ପିଆ ହୁଏ ତାହେଲେ ଆମକୁ ଆଣ୍ଠୁ ଗଣ୍ଠିରେ ଦରଜ ଓ ଅଣ୍ଟା ପିଠି ଭଳି ସ୍ଥାନରର ଦରଜ ଭଳି ସମସ୍ୟା ଆମ ଭିତରେ ଦେଖାଯାଇଥାଏ।ଆମ ଆଣ୍ଠୁ ଭିତରେ ଥିବା ସିନୋ ଭିଏଲ ଫ୍ଲୁଇଡ଼ ଥାଏ ଆଉ ଏହା ଗ୍ରୀସ ଭଳି କାମ କରିଥାଏ।ପାଣିର ଅଭାବ ଦ୍ୱାରା ଆମ ଶରୀରରେ ଏହି ଫ୍ଲୁଇଡର ଅଭାବ ଦେଖାଯାଏ।ଆଉ ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ହେବା ଭଳି ସମସ୍ୟା ହୋଇଥାଏ।

୪.ବାରମ୍ବାର ଭୋକ ଲାଗିବା:-ଶରୀରରେ ପାଣି ଯେତେବେଳେ ଅଭାବ ହୋଇଥାଏ ସେତେବେଳେ ଆମକୁ ଶୋଷ ମଧ୍ୟ ଭୋକ ଭଳି ଲାଗିଥାଏ।ଖାଇସାରିବା ତୁରନ୍ତ ପରେ ପରେ ଯେତେବେଳେ ଆମକୁ ପୁଣି ଭୋକ ଲାଗିଥାଏ ତାହେଲେ ସେ ଭୋକ ନୁହେଁ ସେଇଟା ଶୋଷ ଅଟେ।ବହୁତ ଲୋକ ଏଇଟା ନବୁଝି ଅଧିକରୁ ଅଧିକ ଖାଇ ନିଅନ୍ତି ଯାହାଫଳରେ ସେମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡେ।

୫.ଥକାପଣ ଲାଗିବା ଓ ସୁସ୍ତି ଅନୁଭବ ହେବା:-ପାଣିର ଅଭାବ ରେ ବ୍ୟକ୍ତି ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ତ ଆଉ ଥକିଯାଇଥିବା ଅନୁଭବ କରିଥାଏ।ଶରୀରରେ ପାଣିର ଅଭାବ ଦ୍ୱାରା ସେ ରକ୍ତ ରୁ ନିଜ ଆଵଶ୍ୟକତା ପୁର୍ଣ୍ଣ କରିଥାଏ ଆଉ ତାପରେ ରକ୍ତ ଗାଢ଼ା ହୋଇଥାଏ ଆଉ ଆମକୁ ଉଚ୍ଚରକ୍ତ ଚାପ ଭଳି ସମସ୍ୟା ହୋଇଥାଏ।ଆଉ ପାଣି କମ ପିଉଥିବା ଲୋକଙ୍କୁ କାମ କରିବା ସମୟରେ ଥକା ଲାଗିଥାଏ।

୬.ଚର୍ମ ସୁସ୍କ ହେବା:-ସୁସ୍କ ତ୍ୱଚା ପାଣି ଅଭାବର ଗୋଟେ ସାଧାରଣ କାରଣ ଅଟେ।ପାଣିର ଅଧିକତା ଆଓଁ ପାଣି ହୀନତା ଆମ ଶରୀରର ତ୍ୱଚାରୁ ଆମ ଅନ୍ଦାଜା ଲଗେଇ ପାରିବା।ଗୋଟେ ଭଲ ଓ ସୁନ୍ଦର ତ୍ୱଚାର ତୁଳନା ଅଙ୍ଗୁରୁ ସହିତ କରାଯାଇ ଥାଏ।ଆମ ଶରୀରରୁ ଯେତେବେଳେ ପାଣି ହାନି ହେବାକୁ ଲାଗେ ତାହେଲେ ଆମ ତ୍ୱଚା କିସମିଶ ଭଳି ହୋଇଯାଏ।

୭.ଶୋଷ ଲାଗିବା:-ବହୁତ ଲୋକଙ୍କୁ ଯେପର୍ଯ୍ୟନ୍ତ ଅତ୍ୟଧିକ ଶୋଷ ନଲାଗେ ସେ ପାଣି ପିଅନ୍ତି ଏମିତି କରିବା ଭୁଲ ଅଟେ।ଆମକୁ ଅଳ୍ପ ଟିକେ ଶୋଷ ଲାଗିଲା ମାତ୍ରେ ପାଣି ପିଇବାର ଅଛି।ମୁଣ୍ଡବିନ୍ଧା,ଚିଡିଚିଡ଼ ଲାଗିବା ଧ୍ୟାନ ନ ଲଗେଇ ପାରିବା ଏ ସବୁ ଜିନିଷ ଶରୀରେ ପାଣିର ଅଭାବରୁ ହୋଇଥାଏ।

୮.ଆଖିରେ ସୁଖିଲା ପଣ:-ଆଖିରେ ସୁଖିଲା ପଣ ଆମକୁ ଭବିଷ୍ୟତରେ ଅନ୍ଧ କରିପାରେ।ଆମେ ଯେଉଁଭଳି ଫୋନରେ କିମ୍ବା କମ୍ପ୍ୟୁଟରରେ ଅଧିକ ସମୟ ଦେଉଛେ।ଆଉ ଏହା ଭିତରୁ ନାହାରୁଥିବା ରଶ୍ମି ଦୁଇଗୁଣ ହୋଇଯାଇଥାଏ।କମ ପାଣି ପିଉଥିବା ଲୋକଙ୍କର ଆଖି ସବୁବେଳେ ନାଲି ଓ ସୁଖିଲା ହୋଇଥାଏ।ଯେଉଁକାରଣରୁ ଆଖି ଓ ତାର ଚାରିପାଖରେ ଆମକୁ ଯନ୍ତ୍ରଣା ହେବାରେ ଲାଗିଥାଏ।

୯.ପାଚନ ସମ୍ବନ୍ଧୀୟ ଅସୁବିଧା:-ଯାହାର ହଜମ ପ୍ରକ୍ରିୟା ଠିକ ଭାବରେ ହୋଇନଥାଏ ସେମାନଙ୍କୁ ପାଣି ଠିକ ଭାବରେ ପିଇବାର ଉପଦେଶ ଦିଆଯାଇଥାଏ।ଯେଉଁମାନଙ୍କ ପେଟରେ ଏତେ ଅସୁବିଧା ଥାଏ ସେମାନେ ଜାଣିନଥାନ୍ତି କି କେବଳ ଏହି ସାଧାରଣ ପାଣି ନପିଇ ଆଜି ତାଙ୍କର ଏ ଅଵସ୍ଥା।ଆଉ ସେଥିପାଇଁ ଭିନ୍ନ ଭିନ୍ନ ପ୍ରକାରର ରୋଗ ହୋଇଥାଏ ଯେମିତି ଏସିଡିଟି,ଗ୍ୟାସ,ପାଚନ ତତନ୍ତ୍ର ଖରାପ ହେବା ଆଉ କୋଠକାଠିନ୍ୟ ଆଉ ଡକ୍ଟ ହୀନତା।ଏହି ଭଳି ସମସ୍ୟାମାନ ଦେଖାଯାଇଥାଏ।

୧୦.ମାଂସପେଶୀ ହାନି:-ଯେଉଁମାନ ଯିମରେ ପରିଶ୍ରମ କରୁଛନ୍ତି ସେମାନଙ୍କୁ ଅଧିକରୁ ଅଧିକ ପାଣି ପିଇବା ଆଵଶ୍ୟକ ଅଟେ।ଯଦି କୁସ୍ତି ପରେ କିମ୍ବା କୁସ୍ତି ପୂର୍ବରୁ ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ପାଣି ନଥାଏ ତାହେଲେ ଆପଣଙ୍କ ମାଂସପେଶୀ ହାନି ହେବାର ସମ୍ଭାବନା ଥାଏ।ଯଦି ଆପଣ ପାଣି ସଠିକ ଭବାରେ ନପିଉଛନ୍ତି ତାହେଲ ଯିମ ଯିବା ପରେ ମଧ୍ୟ ଆପଣଙ୍କ ଶରୀର ସଠିକ ସେପକୁ ଆସିନଥାଏ।

Leave a Reply

Your email address will not be published. Required fields are marked *