June 26, 2025

Odia Express

Here, There and Everywhere

ମଣିଷର କ୍ରୋଧ ବିଷୟରେ କିଛି କଥା ଯାହାକି ଆପଣଙ୍କ ଭବିଷ୍ୟତରେ ବହୁତ ମାତ୍ରାରେ ସହାୟକ ହେବ..

ଆଜି ଆମେ ଏକ ସ୍ୱତନ୍ତ୍ର ବିଷୟରେ କଥା ହେବାକୁ ଯାଉଛେ ଯାହାକି ବହୁତ ବ୍ୟକ୍ତିଙ୍କ ମଧ୍ୟରେ ରହିଥାଏ। ଯେଉଁ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯାଉଛି ତାହା ହେଲା କ୍ରୋଧ ଯାହାକି ଅତ୍ୟଧିକ ବ୍ୟକ୍ତିଙ୍କ ମଧ୍ୟରେ ରହିଛି । କ୍ରୋଧ ସେହି ଭାବନା ଯାହାକି ଆମ ପୁରା ଜୀବନକୁ ଘେରି କରିରହିଥାଏ । କ୍ରୋଧକୁ ନା ବୟସର ମର୍ଯ୍ୟାଦା ଅଛି ନା ଜ୍ଞାନର ମର୍ଯ୍ୟାଦା ଅଛି, କେବେ କେଉଁଠି ଆଉ କେମିତି କ୍ରୋଧ ଆସିଯାଏ ତାହା କାହାକୁ ଜଣାନଥାଏ ,ଆଉ ଯେତେବେଳେ କ୍ରୋଧ ଜନ୍ମ ନେଇଥାଏ ତା ପରେ ତୁରନ୍ତ ମଣିଷର ବିଚାର କରିବା ଶକ୍ତି ହଜିଯାଇଥାଏ, ବୁଦ୍ଧି ଉପରେ ଅନ୍ଧକାର ମାଡିଯାଇଥାଏ ଆଉ ବର୍ଷ ବର୍ଷର ସମ୍ପର୍କ କ୍ଷଣକରେ ଭାଙ୍ଗିଯାଇଥାଏ ।ସାରା ଜୀବନ ଭାଙ୍ଗିଯାଇଥାଏ, କେତେବେଳେ ଫାଙ୍କା ସମୟରେ କାରାଗାର ଯାଇ ଦେଖନ୍ତୁ କେମିତି କଏଦୀ ମାନେ କ୍ଷଣକର କ୍ରୋଧ ପାଇଁ ଦଣ୍ଡ ଭୋଗୁଛନ୍ତି କିନ୍ତୁ ତାକୁ ଦେଖିବା ପରେ ମଧ୍ୟ ଆମେ ତଥାପି କ୍ରୋଧ ଉପରେ ଅଙ୍କୁଶ ଲଗାଇ ପାରେନା, ବାରମ୍ବାର ଆମେ କ୍ରୋଧ ନକରିବା ପାଇଁ ପ୍ରତିଜ୍ଞା ନେଇଥାଏ କିନ୍ତୁ ପରେ ବହୁତ ସମୟରେ ଆମେ କ୍ରୋଧିତ ହୋଇ ଯାଇଥାଉ ।

ଏ କ୍ରୋଧ ବାସ୍ତବରେ କଣ, କଣ ପାଇଁ ଆସେ ଆଉ କଣ ପାଇଁ ଏହା ଉପରେ ଆମର ଅଙ୍କୁଶ ରହିନଥାଏ । ଉଦାହରଣ ସ୍ୱରୂପ ଯେତେବେଳେ ଗୋଟେ ଛୁଆ କେଉଁ ଜିନିଷ ପାଇଁ ଅଳି କରିଥାଏ କିନ୍ତୁ ତାକୁ ସେହି ଜିନିଷ ମିଳିନଥାଏ କିମ୍ବା ତାକୁ କେହି ଦେଇନଥାନ୍ତି ସେତେବେଳେ ସେହି ପିଲା ଯେଉଁ ପ୍ରତିକ୍ରିୟା ଦେଇଥାଏ ତାହା ହିଁ କ୍ରୋଧ ଅଟେ, କାହିଁକି ନା ବାଳକ ନିର୍ବଳ ଏବଂ ଅସହାୟ ତା ଠୁ ବଡ ବ୍ୟକ୍ତି ମାନକୁ ତାର କିଛି ଅଧିକାର ରହିଥିବାର ସୂଚନା ଦେଇଥାଏ ।

ଯେବେ ଅହଙ୍କାରକୁ କ୍ଷତି ପହଂଚିଥାଏ, ଯେବେ ଆମକୁ କିଛି ଜିନିଷ ମିଳିନଥାଏ ସେତେବେଳେ ଆମକୁ କ୍ରୋଧ ଆସିଥାଏ। ଠିକ ସେହି ବାଳକ ଭଳି, ଯେତେବେଳେ ଆଇନା ସାମ୍ନାରେ ରହି ଛୋଟ ପିଲାମାନେ ମୁଁହ ବନାନ୍ତି କିନ୍ତୁ ଆମେ ବଡ ହେଲା ପରେ ତାହା କରିନଥାଏ ତାହାଲେ ଆମେ ବଡ ହେଲା ପରେ କାହିଁକି କ୍ରୋଧ କରିବା ଯାହାକି ଛୋଟ ପିଲା ମାନେ କରନ୍ତି ।

ଆମେ ବହୁତ ଜାଗାରେ ଦେଖିଛେ ଏବଂ ଜାଣିଛେ କ୍ରୋଧ ଦ୍ୱାରା କେବେ କୌଣସି ଜିନିଷ ମିଳି ନଥାଏ, ସମ୍ମାନ ହେଉ, ସମ୍ପତି ହେଉ, ପ୍ରେମ ହେଉ କିମ୍ବା ସୁରକ୍ଷା କେବେ କ୍ରୋଧରୁ ମିଳିନଥାଏ ଯଦି ମିଳିଥାଏ ତ ଚେଷ୍ଟାରୁ , କାର୍ଯ୍ୟ କରିବାରୁ ଏବଂ ବୁଦ୍ଧି ପୂର୍ବକ ବିଚାର କରିବାରୁ । ମଣିଷ ନିଜ ଅଭ୍ୟାସ ହିସାବରେ ହିଁ ବଂଚିଥାଏ ଆଉ କ୍ରୋଧ ବି ଅଭ୍ୟାସ ବନିଯାଇଥାଏ।

ଆମେ ଚାହିଁଲେ ବି ଆମ ପ୍ରତି ଭାବନାକୁ ଅଟକାଇପାରିନଥାଉ, କ୍ରୋଧ ବାସ୍ତବରେ କିଛି ନୁହେଁ କେବଳ ଆମ ବାଳକ ବୁଦ୍ଧି ନାମ ଅଟେ । ତେଣୁ କ୍ରୋଧିତ ହେଇ ଅନ୍ୟ ଜଣକୁ କଷ୍ଟ ଦେବା ଏବଂ ପରେ ନିଜେ କଷ୍ଟରେ ରହିବା ଉଚିତ ନୁହେଁ ତେଣୁ ନିଜ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ ଏବଂ ହସ ଖୁସିରେ ଜୀବନ ବିତାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *