June 21, 2025

Odia Express

Here, There and Everywhere

କଣ ଆପଣ କରିଥାନ୍ତି ଲେମ୍ବୁର ଏହିପରି ବ୍ୟବହାର , ଯଦି ନୁହେଁ ତେବେ ଆଜି ଜାଣିନିଅନ୍ତୁ ଗୋଟେ ଟିପ୍ସ

1 min read

ଲେମ୍ବୁ ଯାହା ଏକ ମାତ୍ର ଫଳ ନୁହେଁ , ବରଂ ସ୍ୱାସ୍ଥ୍ୟ ପାଇଁ ଏକବଡ ଖଜଣା ଅଟେ , ଲେମ୍ବୁ ଅଧିକାଂଶ ଔଷଧୀୟ ଭାଗରେ ମିଳିଥାଏ , ଏହାର ଆଦିସ୍ଥାନ ସଂମ୍ଭବତଃ ଭାରତରେ ହିଁ ଅଛି , ଲେମ୍ବୁର ଉପଯୋଗିତା ଜୀବନରେ ବହୁତ ଅଧିକା ଅଛି , ଏହାର ପ୍ରୟୋଗ ଅଧିକାଂଶ ଭୋଜ୍ୟ ପଦାର୍ଥରେ କରାଯାଏ , ଏଥିରେ ବିଭିନ୍ନ ପ୍ରକାରର ପଦାର୍ଥ ,ଯେପରି ତେଲ, ପେକ୍ଟିନ୍ , ସିଟ୍ରିକ୍ ଅମ୍ଳ, ରସ, ସ୍କାସ୍ ତଥା ଆଦି ପ୍ରସ୍ତୁତ କରାଯାଏ ,ଭିଟାମିନ୍ ରେ ଭରା ଲେମ୍ବୁ ଉର୍ଜାଦାୟକ ଓ ଫୁର୍ତ୍ତିଦାୟକ ରୋଗ ନିବାରକ ଫଳ ଅଟେ । ଲେମ୍ବୁ ଛୋଟ ଓ ବଡ ଦୁଇପ୍ରକାରର ହୋଇଥାଏ , ଯାହା ଖାଇବାକୁ ଖଟା ଲାଗେ , କିନ୍ତୁ ଏଥିରେ ଅଧିକା ଔଷଧୀୟ ଗୁଣ ଅଛି ଯାହା ଶୋଷ ଲାଗିଲେ ଏହାକୁ ସେବନ କରାଯାଏ , ପେଟରୁ ପୋକ ନଷ୍ଟ କରିଥାଏ,  ଓ ଯକୃତ ଖରାପ ହେଲେ ଦୁର୍ କରିଥାଏ , ଘରୋଇ ପ୍ରକିୟା ତଥା ଆୟୁର୍ବେଦରେ ମେଡିସିନ୍ ରେ ଲେମ୍ବୁ ପ୍ରାୟ ପ୍ରୟୋଗକରାଯାଏ ।

ଆସନ୍ତୁ ଜାଣିବା ଲେମ୍ବୁର କିଛି ଉପଯୋଗୀ ଫାଇଦା :-

୧) ଲେମ୍ବୁର ରସ କୁ ନଡିଆର ତେଲରେ ଭଲ ଭାବରେ ମିଶାଇ ମାଲିସ୍ କଲେ ଯାଦୁ କାଛୁ କୁଣ୍ତିଆ ସମସ୍ୟା ଦୂର ହୋଇଯାଏ

୨) ଲେମ୍ବୁର ୨୦ ଗ୍ରାମ୍ ରସରେ ଚିନି ମିଶାଇକରି ପ୍ରତିଦିନ ସେବନ କଲେ ରକ୍ତ ପିତ୍ତ ଖରାପ ଥିଲେ ଠିକ୍ କରିଦିଏ ।

୩) ୨୫୦ଗ୍ରାମ ପାଣିରେ ୧୦ ଗ୍ରାମ ଲେମ୍ବୁ ରସ ଓ ଚିନି ମିଶାଇକରି ପିଇଲେ ପିତ୍ତ କାରଣରୁ ହେଉଥିବା ଜଳ୍ୱନ ଠିକ୍ ହୋଇଯାଏ ।

୪) ଗରମଦିନରେ ଲେମ୍ବୁର ପାଣିରେ ମିଶାଇ ଚିନି ପକାଇ ଶିକଞ୍ଜି ବନାଇକରି ପିଇଲେ ପେଟରେ ଜଳାପୋଡା ଠିକ୍ ହୋଇଯାଏ , ଓ ଶୋଷ ବି ମରିଯାଏ ।

୫) ଗରମ ଅଧିକା ହେବା କାରଣରୁ ମନରେ ଚିନ୍ତା ଅନୁଭବ ହେଲେ ଲେମ୍ବୁର ରସର ସିକଞ୍ଜି ବନାଈକରି ପିଇଲେ ଆରାମ ମିଳିଥାଏ , ଲେମ୍ବୁର ସିକଞ୍ଜି ପିଇଲେ ନାକରୁ ରକ୍ତସ୍ରାବ ରୋଗ ଠିକ୍ ହୋଇଥାଏ ,

୬) ଲେମ୍ବୁର ଚୋପା କୁ ସୁଖେଇକରି ପେଷିଦିଅନ୍ତୁ , ଏହାକୁ ଅଧା ଚାମଚ ରାତିକୁ ଏକ ଗିଲାସ ପାଣିରେ ବତୁରାଇ ସକାଳୁ ଛାଣି ସ୍ୱାଦନୁସାରେ ମିଶ୍ରୀ ମିଶାଇକରି ପିଇଲେ ଭ୍ରମ, ଚିନ୍ତା ଆଦି ଠିକ୍ ହୋଈଯିବ ।

୭) ଲେମୁର ରସ ୧୦ ଗ୍ରାମ ରେ ନଡିଆ ର ପାଣି ୧୦ ଗ୍ରାମ ମିଶାଇକରି ବାଳରେ ଭଲ ଭାବେ ଲଗାନ୍ତୁ  ୪୦-୪୫ ମିନିଟ୍ ପରେ ବାଳକୁ ପାଣିରେ ସଫା କରନ୍ତୁ  କିଛି ମାସ ପରେ ଏମିତି କରିଲେ ବାଳ ଝଡିବା ଦୁର ହୋଇଯିବ , ଏହି ପ୍ରକାରର ବାଳରେ ଲେମ୍ବୁ ଲଗାଇଲେ ବାଳ ଲମ୍ବା ଓ ଘନ ହୋଇଯାଏ ।

ଏହା ଥିଲା ଲେମ୍ବୁର ଫାଇଦା ଯାହାକି ଆମେ କହିଛୁ , କିନ୍ତୁ ଆଜି ଆମେ ଲେମ୍ବୁ ବିଷୟରେ କିଛି ଟିପ୍ସ କହିବୁ , ଭାରତରେ ଲେମ୍ବୁର ବ୍ୟବହାର ବହୁତ ଅଧିକା ହୋଇଥାଏ , ଯେବେ ଆମକୁ ଦରକାର୍ ପଡେ ଆମେ ତାକୁ କାଟିକରି ବ୍ୟବହାର କରିଥାଉ , ଯଦି ଲେମ୍ବୁର ଏକ ଖଣ୍ତ୍ ବଳିଯାଏ , ତେବେ ଆମେ ଫ୍ରିଜ୍ ରେ ରଖିଦେଉ , କିନ୍ତୁ କିଛି ସମୟ ପରେ ସେହି ଖଣ୍ତ ନଷ୍ଠ ହୋଇଯାଏ , ଓ ସେଥିରୁ ସେତେ ରସ ବାହାରେ ନାହିଁ , ଯେତେ ଲେମ୍ବୁ କାଟିଲେ ତୁରନ୍ତ ବାହାରୁଥିଲା , ଯଦି ଚାହୁଁଛନ୍ତି ଆପଣଙ୍କ କଟା ହୋଇଥିବା ଲେମ୍ବୁ ଖରାପ ନହୁଏ ତେବେ ଆସନ୍ତୁ ଜାଣିବା ଟୀପ୍ସ ।

ସବୁଠାରୁ ପ୍ରଥମେ ଆପଣା ଲେମ୍ବୁକୁ ବ୍ୟବହାର କରନ୍ତୁ , ଓ ତାମଧ୍ୟରେ ନା କାଟୀବାକୁ ଦିଅନ୍ତୁ , ବରଂ କଣ୍ଟା ବାଲା ଚାମଚ କିମ୍ବା ଛୁରୀ ଦ୍ୱାରା ସେଥିରେ କଣା କରିଦିଅନ୍ତୁ  ଓ ତାହାର ରସକୁ ବାହାର କରିଦିଅନ୍ତୁ , ରସ ବାହାରିବାପରେ ଲେମ୍ବୁକୁ ସେମିତି ଫ୍ରିଜ୍ ରେ ରଖିଦିଅନ୍ତୁ , ଏଥିରେ ଆପଣଙ୍କ ଲେମ୍ବୁ ଖରାପ ହେବ ନାହିଁ, ଓ ସହଜରେ ଆଉଥରେ ଲେମ୍ବୁର ରସ ବାହାର କରିପାରିବେ ।

Leave a Reply

Your email address will not be published. Required fields are marked *