June 23, 2025

Odia Express

Here, There and Everywhere

ବହୁ ବର୍ଷ ପରେ ଅମୀର୍ ଖାନ୍ ଙ୍କ ଭାଇ ଫୈଜଲ ଖାନ୍ ଭାଙ୍ଗିଲେ ନିଜ ନିରବତା, ପରିବାର ଉପରେ ଲଗାଇଲେ ଗମ୍ଭିର ଆରୋପ…

ବଲିଉଡ୍ ର ପରଫେକ୍ସନିଷ୍ଟ ଅଭିନେତା ଭାବେ ଜଣାଶୁଣା ଅମୀର୍ ଖାନ୍ ଙ୍କ ଭାଇ  ଫୈଜଲ ଖାନ୍ ଏହି ଦିନରେ ବହୁତ ଚର୍ଚ୍ଚିତ ହେଉଛନ୍ତି । ଫୈଜଲ୍ ଖାନ୍ ଏକ ବୟାନ୍ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ହୋଇଥିଲା , ଯେଉଁଥିରେ ଫୈଜଲ ନିଜ ପରିବାର ଉପରେ ବହୁତ ଗମ୍ଭୀର ଆରୋପ ଲଗାଇଥିଲେ , ଆପଣଙ୍କୁ କହିଦେବୁ କି ଫୈଜଲ ଖାନ୍ ନିଜ ପରିବାର ଲୋକେ ତାଙ୍କୁ ହଇରାଣ କରିବା ଓ ଘର ଛାଡିଦେବାର ପ୍ରେସର ପକାଇବାର ଆରୋପ ଲଗାଇଛନ୍ତି । ସେମିତି ଫୈଜଲ ଖାନ୍ ମିଡିଆ ଆଗରେ ବହୁତ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଫୈଜଲ ନିଜ ବୟାନରେ କହିଥିଲେ , ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ୍ ହଇରାଣ କରୁଛନ୍ତି , ଏତିକି ନୁହେଁ ୧ ବର୍ଷ ପର୍ଯ୍ୟନ୍ତ ଜବରଦସି ମେଡିସିନ୍ ବି ପରିବାର ତରଫରୁ ଖୁଆଯାଇଛିଏହା ଛଡା ଫୈଜଲ କହିଲେ କି ତାଙ୍କୁ ଘରେ ବନ୍ଦ କରିରଖାଯାଉଥିଲା,  ଓ ଘରକୁ କେଉଁ ବ୍ୟକ୍ତିଙ୍କୁ ଅନୁମତି ନଥିଲା ଆସିବାପାଇଁ , ପରିବାରର ଏପରି ବ୍ୟବହାର ବିଷୟରେ କହି ଫୈଜଲ କହିଲେ କି ତାଙ୍କ ପରିବାର ମଧ୍ୟରେ କିଛି ମତାନ୍ତର ହେବା କାରଣରୁ ଏମିତି ପରିସ୍ଥିତି ହୋଇଛି ।

ଖବରର ମୁତାବିକ ଫୈଜଲ କହିଲେ କି ତାଙ୍କ ପରିବାର ତାଙ୍କୁ ବହୁତ ହଇରାଣ୍ କରୁଥିଲା,  କିନ୍ତୁ ତାଙ୍କୁ ଏହି ସବୁ ସହିବାକୁ ପଡିଥିଲା,  କାରଣ ତାଙ୍କ ପରିବାର ଉପରେ ଭରସା ଥିଲା,  ଫୈଜଲଙ୍କୁ ଲାଗୁଥିଲା କି ତାଙ୍କ ଘର ଲୋକେ ତାଙ୍କ କଥା ବୁଝିବେ , ଫୈଜଲ କହିଲେ କି ତାଙ୍କୁ ଟିକିଏ ଆହୁରି ଅପେକ୍ଷା କରିବା ଉଚିତ୍ ,ଯାହାଦ୍ୱାରା ପରିବାର ଲୋକ ଏହି କଥାକୁ ଭରସା କରିବେ କି ସେ ପାଗଳ ନୁହନ୍ତି , କିନ୍ତୁ ଫୈଜଲ ଧୀରେ ଧୀରେ ସବୁ ଅଧିକାର ଛଡେଇନିଆଗଲା , ଓ ତାଙ୍କୁ ଜଣାଗଲାକି ତାଙ୍କ ସହ କିଛି ଭୁଲ୍ ହେଉଛି , ଯାହାପରେ ଫୈଜଲ ନିଜ ଅଧିକାର ପାଇଁ ଲଢିବାକୁ ଫଇସଲା କଲେ , ଆପଣଙ୍କୁ କହିଦେବୁ କି ଫୈଜଲ ନିଜ ପରିବାର ବିପକ୍ଷରେ କୋର୍ଟରେ ଏକ ୟାଚିକା ଦାୟର କରିଛନ୍ତି ।

ଯାହାପରେ କୋର୍ଟ ଫୈଜଲଙ୍କୁ ତାଙ୍କ ହକ୍ ରେ ହିଁ ଫଇସଲା ଶୁଣାଇଛନ୍ତି । ଜଣେଇଦେବୁ କି ଗୋଟେ ଜମାନା ଥିଲା ଯେବେ ଫୈଜଲ ବଲିଉଡ୍ ଫିଲ୍ମରେ ଜଣେ ଅଭିନେତା ଭାବେ କାମ କରିଥିଲେ,  ଏତିକି ନୁହେଁ ଫୈଜଲ ଫିଲ୍ମ ଇଣ୍ତଷ୍ଟ୍ରିର ଭଲ ପରିଚୟ ବି ସୃଷ୍ଟି କରିଥିଲେ , କିନ୍ତୁ ଫୈଜଲଙ୍କ ଜୀବନରେ ଏମିତି ଏକ ସମୟ ଆସିଲା , ଯେବେ ଫିଲ୍ମ ତାଙ୍କ ଠାରୁ ଦୂରେଇ ଗଲା,  ସେ ମାନସିକ ରୋଗାକ୍ରାନ୍ତ ହୋଇଗଲେ , ସେମିତି ଫିଲ୍ମ ମେଲାରେ ଫୈଜଲ ଏକ ଭଲ ପରିଚୟ ପାଇଥିଲେ , ଏହି ଫିଲ୍ମରେ ଟ୍ୱିଙ୍କଲ୍ ଖାନ୍ନା, ଅମିର୍ ଖାନ୍ ଲିଡ୍ ରୋଲ୍ ରେ ଯେବେ କି ଫୈଜଲ ସାଇଡ୍ ରୋଲ୍ କରିଥିଲେ,  ଫୈଜଲ ଫିଲ୍ମରେ ଅମୀରଙ୍କ ଭାଇ ରୋଲ୍ ନିଭାଇଥିଲେ , ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କଲେ , ଓ ଭାରତୀୟ ସିନେମା ଜଗତରେ ଏହି ଫିଲ୍ମ ଏକ ଭଲ ସୁପରହିଟ୍ ଫିଲ୍ମ ଭାବେ ଜଣାଗଲା ।

ସେମିତି ଫୈଜଲଙ୍କ କ୍ୟାରିୟର କଥା କହିଲେ ଫୈଜଲ ୧୯୬୯ ରେ ଫିଲ୍ମ୍ ପ୍ୟାର୍ କା ମୌସମ୍ ରୁ ବଲିଉଡ୍ ରେ ଏଣ୍ଟ୍ରି କରିଥିଲେ,  ଏହି ଫିଲ୍ମ ଫୈଜଲଙ୍କ ଡେବ୍ୟୁ ଫିଲ୍ମ ଥିଲା,  ଯେଉଁଥିରେ ଫୈଜଲ ଶଶିକାପୁରଙ୍କ ଛୁଆବେଳର ରୋଲ୍ ନିଭାଇଥିଲେ , ଯାହାପରେ ଫୈଜଲ ଅମିର ଖାନ୍ ଙ୍କ ଷ୍ଟାରର୍ ଫିଲ୍ମ କୟାମତ୍ ସେ କୟାମତ୍ ତମ୍ ରେ ଭିଲେନ୍ ରୋଲ୍ ନିଭାଇଥିଲେ,  ଯାହା ଦର୍ଶକ ବହୁତ ପସନ୍ଦ କରିଥିଲେ,  ସେମିତି ଫିଲ୍ମର ସଫଳତା ପରେ ଫୈଜଲ ଆହୁରି ଫିଲ୍ମରେ କାମ କଲେ , ଏତିକି ନୁହେଁଂ ଫୈଜଲ୍ ଫିଲ୍ମ ଯାହା ଜିତିଲେ ସେମିତି ସିକନ୍ଦର ଓ ମଦହୋସ୍ ପରି ଫିଲ୍ମ ରେ ନିଜର ଦମଦାର୍ ଅଭିନୟ ଦେଖାଇଲେ,  କିନ୍ତୁ କିଛି ଫିଲ୍ମକୁ ଛାଡି ଫୈଜଲଙ୍କୁ ଫିଲ୍ମ ଇଣ୍ତଷ୍ଟ୍ରିରେ କିଛି ଖାସ୍ ପରିଚୟ ମିଳିପାରିଲା ନାହିଁ ।

Leave a Reply

Your email address will not be published. Required fields are marked *