ଜୀବନର ପ୍ରତ୍ୟେକ ମୁହୁର୍ତ୍ତରେ କାମରେ ଆସିବ ଶ୍ରୀକୃଷ୍ଣଙ୍କର କହିଥିବା ଏହି କଥା – ନିଶ୍ଚୟ ଜାଣିରଖନ୍ତୁ ..
ଆମ ସମସ୍ତଙ୍କ ର ଜୀବନରେ କୌଣସି କାରଣ କୁ ନେଇ ଅସୁବିଧାରେ ରହିବା ଏକ ସ୍ୱାଭାବିକ କଥା, କିନ୍ତୁ ଏହି ଅସୁବିଧା ବେଳେ ବେଳେ ଆପଣଙ୍କୁ ଏତେ ଚିନ୍ତିତ କରିଦିଏ ଯେ ଆପଣଙ୍କ ର ଭାବନା ଓ ବୁଝିବା ଶକ୍ତି ନଷ୍ଟ ହୋଇଯାଏ। ଚିନ୍ତା ରେ ଥିବା ସମୟରେ ମନୁଷ୍ୟ ଭାବେ କି ସେ କେଉଁ କାର୍ଯ୍ୟ କରିବ ଯାହାଦ୍ୱାରା ତାର ସବୁ ସମସ୍ୟା ଦୂର ହୋଇଯିବ। ଏହାର ଉତ୍ତର ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଦେଇଛନ୍ତି। ମହାଭାରତ ଯୁଦ୍ଧକୁ ଧର୍ମ ର ରକ୍ଷା ପାଇଁ ଲଢ଼ା ହୋଇଥିଲା,ଆଉ ଏହାକୁ ସବୁଠାରୁ ବଡ଼ ଯୁଦ୍ଧ ବୋଲି ଆମେ ଜାଣିଥାଉ।ପୃଥିବୀରେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ରୂପରେ ଏହି ଯୁଦ୍ଧ କୁ ନିଜ ଦେଖା ଶୁଣା ରେ ପରିଚାଳନା କରିଥିଲେ।
କୁରୁକ୍ଷେତ୍ର ରେ ହୋଇଥିବା ଯୁଦ୍ଧ ଆମକୁ ଗୀତା ପରି ମହାନ୍ ଗ୍ରନ୍ଥ ଦେଇଛି,ଯାହା ଭିତରେ ଜୀବନ ସହିତ ଜଡିତ ସବୁ ପ୍ରକାରର ସମସ୍ୟାର ସମାଧାନ ଲୁଚି ରହିଛି।ମହାଭାରତ ରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। କର୍ଣ୍ଣ ଯେ କି ପାଣ୍ଡବ ମାନଙ୍କ ଭ୍ରାତା ହେବା ସତ୍ବେ ସେ କୌରବ ମାନଙ୍କ ସହ ମିଶି ଯୁଦ୍ଧ ଲଢ଼ିଥିଲେ ଓ ନିଜର ବିରତ୍ଵ କୁ ପ୍ରମାଣିତ କରିଥିଲେ ଆଉ ଆମକୁ ବହୁତ କିଛି ଶିଖେଇଥିଲେ।ମହାଭାରତ ପୂର୍ବରୁ କର୍ଣ୍ଣ ଓ ଭଗବାନ ଶ୍ରୀକୃଷ୍ଣ ଙ୍କ ଭିତରେ ଏକ ବାର୍ତ୍ତାଳାପ ହୋଇଥିଲା ଯାହାର ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ ଯାହା କହିଛନ୍ତି ସେହି ସବୁ ବାଣୀ ଦ୍ବାରା ଆପଣଙ୍କର ଜୀବନରେ ଥିବା ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ।
କର୍ଣ୍ଣ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପ୍ରଶ୍ନ କଲେ କି ହେ ବାସୁଦେବ, ଜନ୍ମ ନେବା ପରେ ମୋ ମାତା ମତେ ତ୍ୟାଗ କରିଦେଲେ କିନ୍ତୁ ସୁରବୀର ଜନ୍ମ ହେବା କଣ ମୋର ଅପରାଧ ଥିଲା, ଗୁରୁ ଦ୍ରୋଣାଚାର୍ଯ୍ୟ ମତେ ଶସ୍ତ୍ର ଶିକ୍ଷା ଏଥିପାଇଁ ଦେଲେ ନାହିଁ କାରଣ ମୁଁ ଜଣେ କ୍ଷେତ୍ରୀୟ ନଥିଲି। ପର୍ଶୁରାମ ମତେ ଯୁଦ୍ଧ ବିଦ୍ୟା ଶିଖାଇଲେ କିନ୍ତୁ ଯେପରି ଜାଣିଲେ ମୁଁ କ୍ଷେତ୍ରୀୟ ନୁହେଁ ମତେ ସେହି ସବୁ ବିଦ୍ୟା କୁ ଭୁଲିବା ପାଇଁଁ ଅଭିଶାପ ଦେଇଦେଲେ।ଏହା ବ୍ୟତୀତ ଯେତେବେଳେ ଭୁଲ ବସତ ଯେତେବେଳେ ମୋ ଦ୍ୱାରା କୌଣସି ଗାଈ କୁ ଧକା ଲାଗିଗଲା ସେ ଗାଈ ମାଲିକ ମଧ୍ୟ ମତେ ଅଭିଶାପ ଦେଲା,ଦେଖିବାକୁ ଗଲେ ସେଠି ମୋର କୌଣସି ପ୍ରକାରର ଭୁଲ ନଥିଲା।ଦ୍ରୌପଦୀର ସ୍ୱୟଂମ୍ବରରେ ମୋର ଅସନ୍ନମାନ ହେଲା,ମାତା କୁନ୍ତୀ ମତେ ସତ କହିବାର କାରଣ ହେଲା ସେ କେବଳ ତାଙ୍କର ପାଣ୍ଡବ ପୁତ୍ରଙ୍କର ଯେମିତି ରକ୍ଷା କରି ପାରିବେ। ମୋ ଜୀବନରେ ଯାହା କିଛି ବି ମାନ ସମ୍ମାନ ଓ ବୈଭଵ ମିଳିଛି ତାହା କେବଳ ଦୁର୍ଯୟୋଧନ ଙ୍କ ପାଇଁ ମିଳିଛି। ଯଦି ମୁଁ ତାଙ୍କ ପାଇଁ ଯୁଦ୍ଧ ଲଢ଼ୁଛି ଏଥିରେ ମୋର ଭୁଲ୍ କଣ ରହିଛି?
ଏହାର ଉତ୍ତର ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ହେ କୁନ୍ତୀ ପୁତ୍ର କଦା ଚିତ ତମ ସହିତ ଖରାପ ବ୍ୟବହାର ହୋଇଛି କିନ୍ତୁ ମୋର କଥା ମଧ୍ୟ ତମ ଠାରୁ କିଛି ଅଲଗା ନୁହେଁ। ମୋର ମଧ୍ୟ ଜନ୍ମ ଏକ କାରାଗାର ରେ ହୋଇଥିଲା ଓ ଜନ୍ମ ପୂର୍ବରୁ ହିଁ ମୋର ମୃତ୍ୟୁ ପକା କରି ଦିଆଯାଇଥିଲା ଆଉ ମୋର ଜନ୍ମ ପରେ ମୋର ମାତା ପିତାଙ୍କୁ ମୋଠାରୁ ଅଲଗା ହେବାକୁ ପଡିଲା। ଛୋଟ ବେଳେ ତୁମେ ମାନେ ସବୁ ଖଣ୍ଡା, ଘୋଡ଼ା, ରଥ, ତିର, ଧନୁ ଆଦି ରେ ଖେଳି ବଡ ହୋଇଛ ହେଲେ ମୁଁ ଛୋଟ ବେଳୁହିଁ ମୋ ଜୀବନ ରକ୍ଷା ଅନ୍ୟ ମାନଙ୍କ ଠାରୁ କରିବାକୁ ପଡ଼ିଥିଲା। ଏପରି କି ଅନେକ ଥର ମତେ ମାରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି। ତୁମେ ଯାହାକୁ ପ୍ରେମ କରୁଥିଲା ତାଙ୍କୁ ବିବାହ କଲ ହେଲେ ମୁଁ ଯାହାକୁ ପ୍ରେମ କରୁଥିଲି ତାଙ୍କୁ ବିବାହ ମଧ୍ୟ କରି ପାରିଲି ନାହିଁ।ମତେ ସେଇ ମାନଙ୍କ ସହିତ ବିବାହ କରିବାକୁ ପଡିଲା ଯେଉଁମାନେ ମୋତେ ବିବାହ କରିବାକୁ ଚାହୁଁଥିଲେ।ଆଉ ଯେତେବେଳେ ଜରାସନ୍ଧ କୁ ମାରିବା ପାଇଁ ଯେତେବେଳେ ମୁଁ ତାକୁ ଯମୁନା କୂଳକୁ ନେଇକରି ଗଲି ଲୋକମାନେ ମତେ ଡ଼ରୁଆ କହିଲେ।
ଯଦି ଦୁର୍ଯ୍ୟୋଧନ ଏହି ଯୁଦ୍ଧ ରେ ଜିତିଗଲା ତେବେ ଅବଶ୍ୟ ତୁମକୁ ବହୁତ ବଡ଼ ସମ୍ମାନ ମିଳିବ କିନ୍ତୁ ଯଦି ଯୁଧିଷ୍ଠିର ଯୁଦ୍ଧ ଜିତେ ତେବେ ମତେ କଣ ମିଳିବ କିଛି ମିଳିବ ନାହିଁ। ତୁମକୁ ଜାଣିବା ଆବଶ୍ୟକ କି ସମସ୍ତଙ୍କ ଜୀବନରେ ଅନ୍ୟାୟର କିଛି ମୁହୁର୍ତ୍ତ ନିଶ୍ଚୟ ଆସିଥାଏ ଓ ଅନ୍ୟାୟ ର ଶିକାର ମଧ୍ୟ ହେବାକୁ ପଡ଼ିଥାଏ କିନ୍ତୁ ଠିକ୍ କଣ ଏହା ତୁମକୁ ଜାଣିବା ଆବଶ୍ୟକ। ତେଣୁ ତୁମକୁ ତୁମ ନିଜ ପ୍ରତି ହୋଇଥିବା ଅନ୍ୟାୟ କୁ ଭୁଲି ଆଗକୁ ବଢିବା ଆବଶ୍ୟକ ଅଟେ।ଜୀବନ ତୁମ ସହିତ ବହୁତ କିଛି ଅନ୍ୟାୟ କରିଛି ଯଦି ତୁମେ ଅଧର୍ମ ରାସ୍ତାରେ ଚାଲିବ ତାହେଲେ ଏହା ଅଜ୍ଞାନ ହେବ।ତୁମେ କେବେ ଭୁଲିବା ଅନୁଚିତ କି ଅଧର୍ମ କେବଳ ବିନାଶ ମାର୍ଗ ହୋଇଥାଏ।
ଭଗବାନ ଶ୍ରୀକୃଷ୍ଣ ତାଙ୍କ ଅଳ୍ପ କେତେକ ଉତ୍ତର ମାଧ୍ୟମରେ ଆମକୁ ଜୀବନ ବିଷୟରେ ବହୁତ କିଛି ଶିଖାଇ ଦେଲେ, ଯାହା ହେଉଛି ଯଦି କେବେ ଆପଣ ଅନ୍ୟାୟ ର ଶିକାର ହୁଅନ୍ତି ତେବେ ଏହାର ବଦଳରେ ଆପଣ ଭୁଲ୍ ମାର୍ଗ ରେ ନଯାଇ ଠିକ୍ ମାର୍ଗ ରେ ଯାଆନ୍ତୁ, ଆଜି ନୁହେଁ ତ କାଲି ନିଶ୍ଚିତ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଆଉ ଆମକୁ ଧର୍ମ ମାର୍ଗରେ ଚାଲୁଥିବାର ଫଳ ନିଶ୍ଚୟ ମିଳିବ।