December 21, 2024

Odia Express

Here, There and Everywhere

ପାଗଳଙ୍କ ପରି ପ୍ରେମ କରିଥାନ୍ତି ଏହି ସବୁ ରାଶିର ବ୍ୟକ୍ତି- ଭାଗ୍ୟରେ ଥିଲେ ଏପରି ସାଥି ମିଳନ୍ତି..

ପାଗଳ ଙ୍କ ପରି ପ୍ରେମ କରିଥାନ୍ତି ଏହି ପାଞ୍ଚ ଟି ରାଶିର ବ୍ୟକ୍ତିମାନେ। ଏହି ଦୁନିଆ ରେ ସବୁ ବ୍ୟକ୍ତି ଏକ ପ୍ରକାରର ହୋଇନଥାନ୍ତି,କିଛି ବ୍ୟକ୍ତି ଙ୍କ ମଧ୍ୟରେ କିଛି ଭଲ ଗୁଣ ଥିବା ବେଳେ କିଛି ବ୍ୟକ୍ତି ଙ୍କ ମଧ୍ୟରେ ଖରାପ ଗୁଣ ରହିଥାଏ।ଆପଣ ଏହି ରାଶି ଦ୍ୱାରା ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଗୁଣ ବିଷୟରେ ଜାଣି ପାରିବେ।ଯେମିତି ଆପଣ ରାଶି ଦ୍ବାରା ଜାଣିପାରିବେ ଜଣଙ୍କର ସ୍ଵଭାବ, ଚରିତ୍ର, ପସନ୍ଦ,ନାପସନ୍ଦ ଆଦି ବିଷୟରେ। ଯଦି ଆପଣଙ୍କ ରାଶି ଅନ୍ୟ କାହା ରାଶି ସହ ମିଶିଯାଏ ତେବେ ଆପଣ ମାନି ନିଅନ୍ତୁ ଯେ କିଛି କଥାରେ ଆପଣ ଆଉ ସେ ଏକ ସମାନ ହୋଇଥାନ୍ତି।ଏହି ସବୁ କଥାକୁ ଧ୍ୟାନରେ ରଖି ଆମେ ଆଜି ଜାଣିବାକି କେଉଁ ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଆନ୍ତି।ଆଉ ଏମାନେ ନିଜ ସାଥି ସହିତ ଭାବନାତ୍ମକ ଭାବରେ ଜଡିତ ରହିଥାନ୍ତି।

ତେବେ ଚାଲନ୍ତୁ ଜାଣିବା କଣ ସବୁ ସେହି ରାଶି ଏମାନଙ୍କର ବହୁତ ବଡ଼ ଦୁର୍ବଳତା ହେଉଛି ଏମାନେ ଇଜ ସାଥି ଆଗରେ ନିଜର ଭାବନା ଅତି ସହଜରେ ପରିପ୍ରକାଶ କରି ନିଅନ୍ତି ଓ ନିଜ ସାଥି ଠାରୁ ଅନେକ ଆଶା ମଧ୍ୟ ରଖିଥାନ୍ତି ଆଉ ତାଙ୍କ ଆଶା ପୁର୍ଣ୍ଣ ନହେଲେ ସେମାନେ ଦୁଖୀ ହୋଇଯାନ୍ତି।ତେବେ ଆସନ୍ତୁ ଜାଣିବା ସେ ରାଶି ଗୁଡିକ ବିଷୟରେ।

୧.ପ୍ରଥମେ ହେଉଛି ମିଥୁନ ରାଶି, ଏହି ରାଶିର ବ୍ୟକ୍ତି ମାନଙ୍କୁ ଯଦି ଆପଣ ନିଜର ଯୋଜନା ବିଷୟରେ କୁହନ୍ତି, ତେବେ ଏହି ବ୍ୟକ୍ତି ମାନେ ବହୁତ ଉତ୍ସାହିତ ହୋଇଯାନ୍ତି ଓ ସେହି ଯୋଜନା କୁ ସଫଳ କଟିବା ଓ ତାକୁ ସମ୍ପୂର୍ଣ୍ଣ କରିବା ବିଷୟରେ ସ୍ବପ୍ନ ଦେଖନ୍ତି।ଏମାନେ ନିଜ ସାଥି ପାଇଁ ଓ ନିଜ ପାଇଁ ସ୍ୱପ୍ନ ଦେଖନ୍ତି ଓ ବେଳେ ବେଳେ ଏହାକୁ ପୁର୍ଣ୍ଣ କରିବାରେ କଷ୍ଟ ହୋଇଥାଏ। ଯଦି କୌଣସି କାରଣରୁ ସେହି ସ୍ବପ୍ନ ପୂରଣ ନ ହୁଏ ତେବେ ସେମାନଙ୍କୁ ବହୁତ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ବ୍ୟକ୍ତି ମାନେ କେବେ ମଧ୍ୟ ନିଜ ପାର୍ଟନର ଙ୍କୁ ଛାଡି ବା ତାଙ୍କ ଠାରୁ ଦୂର ରେ ରହି ପାରନ୍ତି ନାହିଁ।ତାଙ୍କୁ ଦୁରେଇଦେବା କି କିଛି ସମୟ ଏକା ଛାଡିବା କଣ ହୋଇଥାଏ ଏମାନେ ଜଣାଇ ନଥାନ୍ତି।

୨.ଦ୍ଵିତୀୟ ରାଶି ଟି ହେଉଛି କର୍କଟ ରାଶି, ଯଦି କୌଣସି ବ୍ୟକ୍ତି ଙ୍କୁ କର୍କଟ ରାଶିର ବ୍ୟକ୍ତି ଙ୍କ ସହ ପ୍ରେମ ସମ୍ପର୍କ ବନେଇବାର ଅଛି ତେବେ ସେହି ବ୍ୟକ୍ତି ଜଣେ ଭାଗ୍ୟସାଳୀ ହୋଇଥାନ୍ତି। ଏକ ବିଶ୍ବାସୀ ବା ଭରସା ଯୋଗ୍ୟ ସାଥୀ କାହାକୁ କୁହାଯାଏ, ଏହା ଆପଣ କର୍କଟ ରାଶିର ବ୍ୟକ୍ତି ମାନଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ନିଶ୍ଚିତ ଜାଣି ପାରିବେ। କର୍କଟ ରାଶିର ବ୍ୟକ୍ତି ମାନଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ନିଜର କଷ୍ଟ ବା ଯନ୍ତ୍ରଣା ଓ ସବୁ ସମସ୍ୟା କୁ ଜଣାଇ ଥାଆନ୍ତି। ସେ ଆପଣଙ୍କୁ ସବୁ ପ୍ରକାର ର ପ୍ରତିଶୃତି ଦେଇଥାନ୍ତି ଓ ଏହାର ପ୍ରତିବଦଳରେ ସେ ଆପଣଙ୍କ ଠାରୁ ଏହି ଆଶା ରଖିଥାନ୍ତି କି ଆପଣ ମଧ୍ଯ ତାଙ୍କୁ ନିଜର ସବୁ କିଛି ଦେଇ ଦିଅନ୍ତୁ। ସେ ସର୍ବଦା ନିଜ ସାଥି ଙ୍କ ସହ ରହିବାକୁ ପସନ୍ଦ କରିଥାନ୍ତି ଓ ତାଙ୍କର ପ୍ରତ୍ୟେକ କାମ ତାଙ୍କ ସାଥିଙ୍କ ବିନା ସଫଳ ହୋଇପାରେ ନାହିଁ ସେ ବୁଲିବା ହେଉ କିମ୍ବା କୌଣସି ଜିନିଷ କିଣା କିଣି କରିବାର ହେଉ ସେ କେବେ ଏକୁଟିଆ କରନ୍ତି ନାହିଁ,ସେମାନେ ଆତ୍ମ ନିର୍ଭର ହେବା ପରେ ମଧ୍ୟ ନିଜ ସାଥି ଉପରେ ନିର୍ଭର ରୁହନ୍ତି।

୩.ତୃତୀୟ ରାଶି ହେଉଛି କନ୍ୟା ରାଶି, ଏହି ରାଶିର ବ୍ୟକ୍ତି ମାନେ କେବେ ମଧ୍ୟ ନିଜ ସମସ୍ୟା ଆଗରେ ମୁଣ୍ଡ ନୁଆନ୍ତି ନାହିଁ, ସର୍ବଦା ତାହାର ସମାଧାନ କରିବା ପାଇଁ ଚେଷ୍ଟା କରିଥାନ୍ତି। ଯଦି ଏହି ବ୍ୟକ୍ତି କାହା ସହ ସମ୍ବନ୍ଧ ରେ ଅଛନ୍ତି ତେବେ ସେ ତାଙ୍କୁ ସବୁ କିଛି ଦେଇ ଦିଅନ୍ତି। ତାଙ୍କ ପାଇଁ ତାଙ୍କ ପ୍ରେମିକ ବା ପ୍ରେମିକା ଠାରୁ ଆଉ କେହି ମଧ୍ୟ ବଡ଼ ହୋଇ ନଥାନ୍ତି। ସେ ସର୍ବଦା ନିଜ ପ୍ରେମିକ ବା ପ୍ରେମିକା ଉପରେ ନଜର ରଖି ଥାଆନ୍ତି। ଏପରି କି ସେ କେତେବେଳେ କଣ କରୁଛନ୍ତି, କାହା ସହ ଅଛନ୍ତି, କଣ ଖାଉଛନ୍ତି, କେତେବେଳେ ଶୋଉଛନ୍ତି ଏପରି ଅନେକ କଥା ତାଙ୍କୁ ଜାଣିବା ଦରକାର ହୋଇଥାଏ ଏବଂ ଏହି ସବୁ କାରଣ ପାଇଁ ତାଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରୁହେ ନାହିଁ।

୪.ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି, ଏହି ରାଶିର ବ୍ୟକ୍ତି ଙ୍କ ସହ ଯିଏ ଥରେ ଯୋଡ଼ି ବନେଇ ଦିଏ,ସେ ସର୍ବଦା ଜୀବନସାରା ତାସହ ରହିଥାଏ। ଏହି ବ୍ୟକ୍ତି ମାନେ କୌଣସି ବି କାରଣରୁ ତାଙ୍କ ସାଥୀ ଙ୍କ ପାଖରୁ ଦୂରେଇ ରହି ପାରନ୍ତି ନାହିଁ। ଯାହା ସହିତ ସେ ଭାବନାତ୍ମକ ଭାବରେ ଯୋଡି ଯାଆନ୍ତି ସେ କେବେ ମଧ୍ୟ ତାଙ୍କ ଠାରୁ ଦୂରେଇ ରୁହନ୍ତି ନାହିଁ,ଆଉ ତାଙ୍କ ବିନା ନିଜ ଜୀବନକୁ କିଛି ମାନନ୍ତି ନାହିଁ।

୫.ପଞ୍ଚମ ରାଶି ହେଉଛି ମୀନ ରାଶି, ଯେପରି ଭାବରେ ଜଣେ ମୀନ ରାଶିର ବ୍ୟକ୍ତି ଙ୍କ ସହ ସମ୍ପର୍କ ରଖେ ସେ ଅନ୍ୟ କାହା ସହ ସେପରି ସମ୍ପର୍କ ରଖି ପାରେ ନାହିଁ,ଏମାନେ ନିଜ ସାଥିପାଇଁ ବହୁତ ଯତ୍ନଶୀଳ ଓ ଭାବନାତ୍ମକ ହୋଇଥାନ୍ତି।ଏହି ବ୍ୟକ୍ତି ମାନଙ୍କ ପାଇଁ ଦୁନିଆ ରେ ସବୁଠାରୁ ନିଜର ବ୍ୟକ୍ତି ତାଙ୍କର ପ୍ରେମିକ, ପ୍ରେମିକା ବା ଜୀବନସାଥି ହୋଇଥାନ୍ତି। ଯେଉଁ ବ୍ୟକ୍ତି ଙ୍କ ସହ ଏମାନେ ପ୍ରେମ ସମ୍ପର୍କ ରେ ରହି ଥାଆନ୍ତି ତାଙ୍କୁ ସର୍ବଦା ନିଜର ଆବଶ୍ୟକତା କୁ ଜଣାଇ ଥାଆନ୍ତି। ଏହା ତାଙ୍କର ଏକ ପ୍ରକାର ସ୍ଵଭାବ ଅଟେ, ଏହି ସ୍ଵଭାବ କୁ ସେ କେବେ ମଧ୍ୟ ଲୁଚାଇ ରଖନ୍ତି ନାହିଁ,ତାଙ୍କର ଏହି ସ୍ଵଭାଵ ବହୁତ ଲୋକଙ୍କୁ ଭଲ ଲାଗେ ନାହିଁ।

ଏହା ଥିଲା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ଲୋକ ଯିଏ ନିଜ ସାଥିକୁ ପାଗଳ ଭଳି ଭଲ ପାଆନ୍ତି।

Leave a Reply

Your email address will not be published. Required fields are marked *