June 27, 2025

Odia Express

Here, There and Everywhere

ହିନ୍ଦୀ ଭାଷା କହୁଥିବା ଆଉ ଏକ ସୁନ୍ଦର ଦେଶ ଫିଜି – ଏଠାର ରହସ୍ୟ ଜାଣିଲେ ଆପଣ ମଧ୍ୟ କହିବେ ସବାସ..

ଯଦି ଆପଣଙ୍କୁ ପଚରାଯାଏ କି ହିନ୍ଦୀ କେଉଁ ଦେଶର ଭାଷା ଅଟେ, ତେବେ ଏହାର ଉତ୍ତର ରେ ଆପଣ କହିବେ ଭାରତ।ଯଦିଆମେ ଆପଣଙ୍କୁ କହିବୁ କି ଆମ ଦେଶ ଭାରତ ଛଡ଼ା ଅନ୍ୟ ଏକ ଦେଶ ଅଛି ଯେଉଁ ଦେଶର ମୁଖ୍ୟ ଭାଷା ହିନ୍ଦୀ ଅଟେ ତାହେଲେ ଆପଣ ଆମ ଉପରେ ବିଶ୍ୱାସ କରିବେ ନାହିଁ।ଏହି ଦେଶର ନାମ ହେଉଛି ଫିଜି ଯାହା ଦକ୍ଷିଣ ପ୍ରଶାନ୍ତ ମହାସାଗର ରେ ଥିବା ଏକ ଦେଶ ଅଟେ। ଏହି ଦେଶକୁ ଦ୍ଵିତୀୟ ଭାରତୀୟ ଦେଶ ବୋଲି କୁହାଯାଏ।ଫିଜି ଗଣରାଜ୍ୟ ବାସ୍ତବ ରେ କେବଳ ଏକ ସୁନ୍ଦର ଦ୍ଵୀପ ନୁହେଁ ବରଂ ୩୩୩ ଦ୍ଵୀପ ମଧ୍ୟରୁ ଏହା ଅନ୍ୟତମ ଏହି ଦେଶର ପ୍ରାୟ ଜନସଂଖ୍ୟା ପ୍ରାୟ ନଅ ଲକ୍ଷ ପାଖାପାଖି ଅଟେ।ଶୁଆ ଫିଜି ର ରାଜଧାନୀ ଅଟେ,ଏହା ଏହି ଦ୍ବିପର ପ୍ରମୁଖ ବନ୍ଦର ହୋଇଥିବାରୁ ବାଣିଜ୍ୟ ପେଣ୍ଠସ୍ଥଳ ମଧ୍ୟ ଅଟେ,ଏହା ଫିଜିର ଦକ୍ଷିଣ ତଟରେ ଅବସ୍ଥିତ।

ଏହି ଶୁଆ ସହର ବହୁତ ସୁନ୍ଦର ବିଲ୍ଡିଂଗ ପାଇଁ ପ୍ରସିଦ୍ଧ ଅଟେ,ଯାହା ଅତୀତର ଇସିହାସକୁ ବର୍ଣ୍ଣନା କରିଥାଏ।ଏହି ସ୍ଥାନରେ କଫି ଦୋକାନ, ସପିଙ୍ଗ ମହଲ, ବିଭିନ୍ନ ବଜାର ଓ ଐତିହାସିକ ସ୍ଥାନ ରହିଛି। ଏହି ସ୍ଥାନ ରେ ସବୁବେଳେ ବର୍ଷା ହୋଇଥାଏ। ଶୁଆରେ ପ୍ରବଳ ବର୍ଷା ହୋଇଥାଏ,ଏଠାରେ ଅତି କମରେ ଦୁଇଦିନ ପର୍ଯ୍ୟନ୍ତ ବର୍ଷା ହୁଏ।ଆପଣ ଜାଣିଥିବେ ଦୁନିଆର କୋଣ କୋଣ ରେ ବହୁତ ଭାରତୀୟ ବାସ କରନ୍ତି।ଫିଜି ରେ ବାସ କରୁଥିବା ଲୋକ ମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଲୋକ ଭାରତୀୟ ଅଟନ୍ତି ଓ ସେମାନେ ବହୁତ ବର୍ଷ ପୂର୍ବରୁ ଏହି ସ୍ଥାନ ରେ ବାସ କରୁଛନ୍ତି।ଆଉ ଅଲଗା ଲୋକ ଚିନ ଆଉ ଇଉରୋପ ଲୋକ ଅଟନ୍ତି।


ଏହି ଦେଶର ନୃତ୍ୟ ଆଫ୍ରିକା ଦେଶ ର ନୃତ୍ୟ ସହିତ ମିଶିଯାଏ।୧୮୭୪ ରେ ପ୍ରାୟ ଅନେକ ଭାରତୀୟ ଙ୍କୁ ଇଂରେଜମାନେ ବନ୍ଦୀ କରି ନେଇ ଯାଇଥିଲେ।ଆଉ ତାଙ୍କ ଆଗରେ ସର୍ତ ରଖିଲେ କି ୫ ବର୍ଷ କାମ କଲା ପରେ ଆପଣ ଯାଇ ପାରିବେ ଆଉ ବହୁତ ଭାରତୀୟ ସେଠାରେ ହିଁ ବସ ବାସ କରିବାକୁ ଲାଗିଲେ।ଫିଜି ରେ ବାସ କରୁଥିବା ଲୋକ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ହିନ୍ଦୁ ଧର୍ମର ହୋଇଥାନ୍ତି।ଏହି ସ୍ଥାନରେ ଆଳତୀ ଓ ହନୁମାନ ଚାଳିଶା ପାଠ କରାଯାଏ।ଦୀପାବଳୀ ପରି ପର୍ବ ଏହି ସ୍ଥାନ ରେ ମଧ୍ୟ ପାଳନ କରାଯାଏ। ଏହି ସ୍ଥାନରେ କେବଳ ଦୀପାବଳୀ ନୁହେଁ ବରଂ ହୋଲି ମଧ୍ୟ ପାଳନ କରାଯାଏ।ଏହିଠାରେ କେବଳ ୭୦% ହିନ୍ଦୁ,୧୬% ମୁସଲିମ ଆଉ ବାକି ଲୋକ ଇସାଇ ଓ ଅନ୍ୟଧର୍ମର ଅଟନ୍ତି।ଏଠାରେ ହୋଲି ରେ ଗାଉ ଥିବା ଗୀତକୁ ପକ ଗାୟନ କୁହାଯାଏ।ଏଠାରେ ମୁଖ୍ୟତଃ ୩ ପ୍ରକାରର ଭାଷା ଚାଲେ ପ୍ରଥମେ ଇଂରାଜୀ,ଦ୍ଵିତୀୟରେ ଫିଜିଆନ,ତୃତୀୟ ରେ ଫିଜିଆନ ହିନ୍ଦୀ।

ଏଠାରେ ଫିଜିଆନ ଡ଼ଲାରର ପ୍ରଚଳିତ ହୋଇଥାଏ।ଏହାର ମୂଲ୍ୟ ପ୍ରାୟ ୩୪ ଭାରତୀୟ ମୁଦ୍ରା ହୋଇଥାଏ।ଏହି ସ୍ଥାନରେ ଚାଲୁଥିବା ସ୍କୁଲ୍ ରେ ଭାରତୀୟ ଶିକ୍ଷା ପ୍ରଦାନ କରାଯାଇଥାଏ।ଫିଜି ଏକ ଏପରି ସ୍ଥାନ ଯେଉଁଠି ସାଧାରଣ ଜନତା ପ୍ରଧାମନ୍ତ୍ରୀ ଙ୍କ ର ପଦବୀ ପାଇ ପାରିଛନ୍ତି। ଫିଜିଆନ୍ ସଂସ୍କୃତି ରେ ବନ୍ଧୁ ମାନଙ୍କୁ ବହୁତ ଗୁରୁତ୍ୱ ଦିଆ ଯାଇଥାଏ। ଫିଜି ଏକ ପର୍ଯ୍ୟଟନ କ୍ଷେତ୍ର ଭାବରେ ମଧ୍ୟ ପରିଚିତ ଅଟେ। ଆଉ ଏଠାରେ ବାହା ହେବାକୁ ହେଲେ ଝିଅର ବାପାଙ୍କୁ ସେ ୱଲ ମାଛର ଦାନ୍ତ ଉପହାର ଦେବାକୁ ପଡ଼ିବ।ଫିଜି ସହର ରେ ଅଧିକାଂଶ ଭାରତୀୟ ରହୁଥିବା ହେତୁ ସେଠାରେ ମନ୍ଦିର ମଧ୍ୟ ସ୍ଥାପନ କରାଯାଇଛି।

ଏଠାକାର ଲୋକ ରଘବି କୁ ବହୁତ ପସନ୍ଦ କରନ୍ତି।ଏହି ଖେଳ ତନଙ୍କର ରାଷ୍ଟ୍ରୀୟ ଖେଳ ଅଟେ।ଏଠାରେ ଏକ ଅଦ୍ଭୁତ ନିୟମ ଅଛି ଯାହା ହେଉଛି ଗାଁର ମୁଖିଆକୁ କେବଳ ଟୋପି ଆଉ ଚଷମା ପିନ୍ଧିବାର ନିୟମ ରହିଛି।ଏହି ସ୍ଥାନରେ କୌଣସି ବ୍ୟକ୍ତି ର ମୁଣ୍ଡ କୁ ଛୁଇଁବା ଅପମାନ ବୋଲି କୁହାଯାଏ।

ପ୍ରକୃତି ପ୍ରେମୀ ମାନଙ୍କ ପାଇଁ ଫିଜି ଏକ ସ୍ବତନ୍ତ୍ର ସ୍ଥାନ ଅଟେ।ଏଠାକାର ସୌନ୍ଦର୍ଯ୍ୟ ସବୁ ପର୍ଯ୍ୟଟକ ମାନଙ୍କୁ ଲୋଭେଇ ପାରେ।ମମାନୁକା ଆଇଲାଣ୍ଡ , ଏହି ସ୍ଥାନ ବହୁତ କିଛି ଖାସ୍ କାରଣ ପାଇଁ ପ୍ରସିଦ୍ଧ ଅଟେ ସାଧାରଣତଃ ପ୍ରାକୃତିକ ଦୃଶ୍ୟ ଓ ସଫା ପାଣି ଅଛି।ଭିଜି ଲେଓ ଫିଜି ର ସବୁଠାରୁ ବଡ ଆଇଲାଣ୍ଡ୍ ଅଟେ, ଯେଉଁଠି ଫିଜି ର ରାଜଧାନୀ ରହିଛି। ୟାସାଭା ଆଇଲାଣ୍ଡ୍, ଏହା ୨୦ ଟି ଜ୍ୱାଳାମୁଖୀ ଦ୍ଵୀପ ମଧ୍ୟରୁ ଏକ ଦ୍ଵୀପ ଅଟେ। ଯାହାର ସୁନ୍ଦରତା ଆପଣଙ୍କୁ ଦିବାନା କରିଦିଏ।କଦାଭୁ ଆଇଲାଣ୍ଡ୍ ଏହା ଫିଜି ର ସବୁଠାରୁ ବଡ଼ ଦ୍ଵୀପ ଅଟେ। ଜଙ୍ଗଲ ଦ୍ବାରା ଭରି ହୋଇଥିବା ଏହି ସ୍ଥାନ ବହୁତ ପଶୁ ପକ୍ଷୀ ମାନଙ୍କୁ ଆଶ୍ରୟ ଦେଇଥାଏ। ଭେନୁଆ ଆଇଲାଣ୍ଡ୍ , ଯାହା ହେଉଛି ଫିଜି ର ଦ୍ଵିତୀୟ ବୃହତ୍ତମ ଦ୍ଵୀପ ଅଟେ। ଏହି ସ୍ଥାନ ବହୁତ ସୁନ୍ଦର୍ ହୋଇଥାଏ।

Leave a Reply

Your email address will not be published. Required fields are marked *