June 27, 2025

Odia Express

Here, There and Everywhere

ଏମାନେ ହେଲେ ବଲିଉଡ୍ ରେ ଅଧିକା କମାଉଥିବା କଣ୍ଠଶିଳ୍ପୀ, ଏମାନଙ୍କ ଗୋଟିଏ ଗୀତର ରୋଜଗାର ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ..

1 min read

ହିନ୍ଦୀ ସିନେମା ଜଗତ ମାନେ ବଲିଉଡ୍ ଏମିତି ଏକ ଦୁନିଆଁ ଅଟେ ଯେଉଁଠି ଗ୍ଲାମରର ଜାଦୁ ସବୁଆଡେ ବ୍ୟାପିଛି, ସେ ଅଭିନେତା ହେଉ କିମ୍ବା ଅଭିନେତ୍ରୀ ନିଜ ସୁନ୍ଦର ଆବାଜ୍ ରେ ଲୋକଙ୍କୁ ମତୁଆଲା କରୁଛନ୍ତି ଗାୟକ ଗାୟିକା ମାନେ , ସମସ୍ତଙ୍କ ନିଜର ଏକ ଆକର୍ଷଣ ମାନେ ଚାର୍ମ ରହିଥାଏ,  ହିନ୍ଦୀ ସିନେମା ଜଗତରେ ଏମିତି ବହୁତ ପ୍ଲେବ୍ୟାକ୍ ସିଙ୍ଗର୍ ଅଛନ୍ତି ଯାହାଙ୍କ ସୁନ୍ଦର ସ୍ୱର ହୃଦୟକୁ ଛୁଇଁ ଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବୁ, ଯେଉଁମାନେ ଅଧିକା ଆୟ କରୁଛନ୍ତି ନିଜର ଆବାଜ୍ ଦ୍ୱାରା , ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

୧) ଶ୍ରେୟା ଘୋଷାଲ୍ – କହିଦେବୁ କି ଶ୍ରେୟା ଘୋଷାଲ୍ ବଲିଉଡ୍ ରେ ଫିଲ୍ମ ଦେବଦାସ୍ ରୁ ୨୦୦୨ ରେ ଡେବ୍ୟୁ କରିଥିଲେ , ତାଙ୍କର ଆବାଜ୍ ର ମଧୁରତା ଓ ସୁନ୍ଦରତା ଦୁହେଁ କମାଲର ଅଟେ ,ଶ୍ରେୟା ଘୋଷାଲ୍ ବହୁତ ସାରା ଫିଲ୍ମରେ ନିଜ ସ୍ୱର ପରିବେଷଣ କରିଛନ୍ତି , ଶ୍ରେୟାଙ୍କ ଏହି ସୁମଧୁର ସ୍ୱର ପାଇଁ ତାଙ୍କୁ ବଲିଉଡ୍ ର ସବୁଠାରୁ ଧନୀ ଫିମେଲ୍ କଣ୍ଠଶିଳ୍ପି ବନାଈଛନ୍ତି , ଶ୍ରେୟା ଘୋଷାଲ୍ ଏକ ଗୀତ ପାଇଁ ୧୮-୨୦ ଲକ୍ଷ ଟଙ୍କା ଚାର୍ଜ ନିଅନ୍ତି ।

୨) ହନି ସିଂ- ସେମିତି ହନି ସିଂ ଏକ ପଞ୍ଜାବୀ ରାପର୍ ,ଗାୟକ,ସଙ୍ଗୀତକାର, ଓ ଫିଲ୍ମ ଅଭିନେତା ଅଟନ୍ତି । ସେ ଏବେ ବର୍ତ୍ତମାନ ଗୀତ ପାଇଁ ସବୁଠାରୁ ଅଧିକା ପସନ୍ଦର କଳାକାର ହୋଇଯାଇଛନ୍ତି , ହନି ସିଂ ଗୋଟେ ଗୀତ ପାଇଁ ୧୫-୧୮ ଲକ୍ଷ ଟଙ୍କା ଫିସ୍ ନିଅନ୍ତି ।

୩) ମିକା ସିଂ – ମିକା ସିଂ ଭାରତୀୟ ପପ୍ ଗାୟକ ଓ ରାପର୍ ଅଟନ୍ତି । ମିକା ସିଂ ବହୁତ ବଙ୍ଗାଳୀ ଫିଲ୍ମରେ ନିଜ ଆବାଜ୍ ଦେଇଛନ୍ତି , ସେ ଏକ ଲୋକପ୍ରିୟ ପଞ୍ଜାବୀ ଗାୟକ ଅଟନ୍ତି ସେ ବଲିଉଡ୍ ରେ ବହୁତ ଫିଲ୍ମରେ ଗୀତ ଗାଇଛନ୍ତି , ମିକା ସିଂ ପ୍ରାୟ ୧୩ ଲକ୍ଷ ଟଙ୍କା ଫିଲ୍ମରେ ଗୀତ ଗାଇବାପାଇଁ ଚାର୍ଜ ନିଅନ୍ତି ।

୪) ଅରିଜିତ୍ ସିଂ : ଅରିଜିତ୍ ସିଂ ଭାରତୀୟ ପ୍ଲେ ବ୍ୟାକ୍ ସିଙ୍ଗର୍ ଅଟନ୍ତି । ଅରିଜିତ୍ ସିଂ ଙ୍କୁ ଫିଲ୍ମ ଆଶିକି-୨ ଫିଲ୍ମରୁ ତୁମେ ହି ଗୀତ ଗାଇବାରେ ପ୍ରସିଦ୍ଧି ପାଇଥିଲେ , ଏହି ଗୀତ ପାଇଁ ସେ ୫୯ ତମ ଫିଲ୍ମ ଫେୟାର୍ ଆୱାର୍ଡ ପାଇଛନ୍ତି , ଯାହାକି ସର୍ବଶ୍ରେଷ୍ଠ ମେଲ୍ ସିଙ୍ଗର୍ ଭାବେ ବିବେଚିତ ହୋଇଛନ୍ତି , ଅରିଜିତ୍ ସିଂ ଗୋଟେ ଫିଲ୍ମରେ ଗୀତଗାଇବାପାଇଁ ୧୩ ଲକ୍ଷ ଟଙ୍କା ଫିସ୍ ନିଅନ୍ତି ।

୫) ମିତ୍ ବ୍ରଦର୍ସ : ସେମିତି ମିତ୍ ବ୍ରଦର୍ସ ହିନ୍ଦୀ ଫିଲ୍ମ ସଂଙ୍ଗୀତ ନିର୍ଦ୍ଧେଶକ ଯୋଡି ଅଟେ , ଓ ମିତ୍ ବ୍ରଦର୍ସ ବହୁତ ସାରା ବଲିଉଡ୍ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି , ଏହି ଯୋଡି ମନମିତ ସିଂ ଓ ହରମିତ୍ ସିଂ ସାମିଲ୍ ଅଟେ , ମିତ୍ ବ୍ରଦର୍ସ ଯୋଡି ଏକ ଗୀତ ପାଇଁ ୧୨-୧୩ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

୬) ସୁନିଧି ଚୌହାନ୍- ଗାୟିକା ସୁନିଧି ଚୌହାନ୍ ଏକ ଭାରତୀୟ ପ୍ଲେବ୍ୟାକ୍ ସିଙ୍ଗର୍ ଅଟନ୍ତି । ସୁନିଧି ଚୌହାନ୍ ହିନ୍ଦି ସିନେମା ଛଡା ମରାଠି,କନ୍ନଡ, ତାମିଲ୍, ତେଲେଗୁ,ବଙ୍ଗାଳୀ, ଓ ଗୁଜୁରାଟି ଫିଲ୍ମରେ ୨୦୦ ରୁ ଅଧିକା ଗୀତ ଗାଇଛନ୍ତି , ସୁନିଧି ଗୋଟେ ଫିଲ୍ମରେ ଗୋଟେ ଗୀତ ଗାଇବାପାଇଁ ୧୨ ଲକ୍ଷ ଟଙ୍କା ଆୟ କରନ୍ତି ।

୭) ବିଶାଲ୍ ଶେଖର୍ –ବିଶାଲ୍-ଶେଖରଙ୍କ ଯୋଡି ଏକ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଧେଶକଙ୍କ ଯୋଡି ଅଟେ,  ଏହି ଯୋଡି ବହୁତ ଫିଲ୍ମରେ ସଙ୍ଗୀତ ନିର୍ଦ୍ଧେଶନା ଦେଇଛନ୍ତି , ଯେଉଁଥିରେ ସାମିଲ୍ ଅଛି ଓମ୍ ଶାନ୍ତି ଓମ୍, ତାରା ରମ୍ ପମ୍, ସଲାମ୍ ନମସ୍ତେ, ଦସ୍, ବ୍ଲଫ୍ ମାଷ୍ଟର୍, ଟସନ୍, ବଚ୍ଚନା ଏ ହସିନୋ, ଦୋସ୍ତାନା, ଆଇ ହେଟ୍ ଲଭ୍ ଷ୍ଟୋରିଜ୍ , ଅଞ୍ଜାନା ଅଞ୍ଜାନୀ, ଆଦି, ବିଶାଲ୍ ଶେଖରଙ୍କ ଯୋଡି ଫିଲ୍ମର୍ ଗୋଟିଏ ଗୀତକୁ କମ୍ପୋଜ୍ କରିବାପାଇଁ ୧୦ ଲକ୍ଷ ଟଙ୍କା ଫିସ୍ ନିଅନ୍ତି ।

୮) ନେହା କାକ୍କର- ଆଜିର ମଡର୍ଣ୍ଣ ଯୁଗରେ ପ୍ରଥମ ପସନ୍ଦ ହୋଇଥିବା ନେହା କାକ୍କର ଙ୍କୁ କିଏ ବା ନଜାଣେ , ନେହା ଆଜିର ସମୟରେ ଟପ୍ ସିଙ୍ଗର୍ ହିସାବରେ ସାମିଲ୍ ହୋଇଛନ୍ତି , ସେ ହିନ୍ଦୀ ଓ ପଞ୍ଜାବୀ ଦୁଇ ଭାଷାରେ ଗିତ ଗାଇଛନ୍ତି , ତାଙ୍କର ଗୋଟିଏ ଗୀତ ପାଇଁ ଫିସ୍ ୮-୧୦ ଲକ୍ଷ ଟଙ୍କା ଅଟେ, ସେମିତି ଲାଇଭ୍ କନସର୍ଟ ହେଲେ ସେ ଗୋଟେ କନସର୍ଟ ପାଇଁ ୨୦-୨୫ ଲକ୍ଷ ଟଙ୍କା ନେଇଥାନ୍ତି ।

Leave a Reply

Your email address will not be published. Required fields are marked *