December 27, 2024

Odia Express

Here, There and Everywhere

ଚାଣକ୍ୟ ନୀତିଶିକ୍ଷା , ଯାହା ବହୁତ ଲାଭଦାୟକ – ଏହି କଥା ଜାଣିଗଲେ ଆପଣ ଜୀବନରେ କେବେ ହାର ମାନିବେ ନାହିଁ..

ଆଜି ଆଉ ଏକ ଅଧ୍ୟାୟରେ ଆପଣ ମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ଚାଣକ୍ୟ ନୀତି ବିଷୟରେ କିଛି ତଥ୍ୟ ।ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିବ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କେଉଁଟା କରିବା ଉଚିତ,କେଉଁଟା ନୁହେଁ ।ଧର୍ମ ଜ୍ଞାନର ଭଣ୍ଡାର,ଜ୍ଞାନ ସ୍ଥାୟୀ,ଏହା କାହାକୁ ଛାଡି ଚାଲିଯାଏ ନାହିଁ। ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ। ଯେଉଁ ବ୍ରହ୍ମଣ ବିଦ୍ୱାନ,ପରଉପକାରୀ ଓ ଧର୍ମପରାୟଣ,ଜଗତର ମଙ୍ଗଳ ସାଧନା ଯାହାର କର୍ତ୍ତବ୍ୟ, ସେ ହେଉଛି ଶ୍ରେଷ୍ଠ ବ୍ରାହ୍ମଣ। କାମ,କ୍ରୋଧ,ମୋହ,ମାୟା, ଲୋଭ ,ସ୍ୱାର୍ଥ ,ଅହଂକାର ଠୁ ଯେ ସର୍ବଦା ଦୁର ରେ ରହିପାରେ,ସେ ସର୍ବଦା ସୁଖରେ ବାସ କରିଥାଏ। ଯିଏ ରୂପ,ରସ,ଅଭିମାନ,ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ,ସେ ମହାନ,ସେ ସମସ୍ତଙ୍କୁ ବଶୀଭୂତ କରିପାରେ।

ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ଜଣାପଡ଼ିଥାଏ। ନଦୀ,ନାରୀ,ଶସ୍ତ୍ର ଧାରୀ,ନଖ ଥିବା ପ୍ରାଣୀ,ସିଙ୍ଗ ଥିବା ପଶୁ ଓ ରାଜ ପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ। ସନ୍ତାନଙ୍କୁ ପାଞ୍ଚ ବର୍ଷ ଯାଏ ଲାଣନ ପାଳନ କରିବ,ଦଶ ବର୍ଷ ଯାଏ ଆକଟରେ ରଖିବ।୧୬ ବର୍ଷ ହେବା ପରେ ତାକୁ ମିତ୍ର ପରି ଜ୍ଞାନ କରିବ।ସବୁ ପାହାଡ ଭିତରେ ମଣି ନଥାଏ ପାରେ।ସବୁ ହାତୀଙ୍କ ମସ୍ତକରେ ମୁକ୍ତା ମିଳେନାହିଁ।ସବୁ ସ୍ଥାନ ରେ ଭଲ ଲୋକ ମିଳନ୍ତି ନାହିଁ,ସବୁ ଗଛ ଚନ୍ଦନ ଗଛ ନୁହନ୍ତି।ଦୁଇ ଜଣ ଏକା ସାଥିରେ ପଡିବା,ଦୁହିଁଙ୍କ ପାଇଁ ହିତ,ଦୁହିଙ୍କ ମନରେ ପ୍ରତିଯୋଗିତା ମନୋଭାବ ଆସେ।ଅତିଥି ଭଗବାନ ସଦୃଶ,ଯେଉଁ ଘରୁ ଅତିଥି ଅସନ୍ତୁଷ୍ଟ ହୋଇ,ଅପ୍ୟାହିତ ନହୋଇ ଫେରି ଆସନ୍ତି,ସେ ଘର ନଷ୍ଟ ହୋଇଯାଏ।

ଯାହା ପାଖେ ଜ୍ଞାନ ଥାଏ,ସେ ସଦା ସୁଖୀ,ସଂସାର ଯାକର ଦୁଃଖ ଜ୍ଞାନ ପାଖରେ ହାର ମାନିଥାଏ।ସଂସାରରେ ପ୍ରାଣୀ ଏକା ଏକା ଜନ୍ମ ହୁଏ,ଏକା ଏକା ମରେ କେହି ବି ସାଥି ହୁଅନ୍ତି ନାହିଁ।ସ୍ୱର୍ଗ ମର୍ତ୍ତ୍ୟ ବୋଲି କିଛି ନାହିଁ,ଏଇଠି ସ୍ୱର୍ଗ,ଏଇଠି ନର୍କ।ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ,ମନ୍ଦ କାମ ପାଇଁ ନର୍କ ଯନ୍ତ୍ରଣା ରହିଥାଏ।

ବିଜ୍ଞ, ଦୂରଦର୍ଶୀ ପିତାମାତା ନିଜ ସନ୍ତାନକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ।ଉତ୍ତମ ଶିକ୍ଷା ସନ୍ତାନକୁ ଉଠିତ ମାର୍ଗ ପ୍ରଦର୍ଶନ କରିଥାଏ।ପୁରୁଷ ର ଚାରି ବଡ ଶତ୍ରୁ ଏହି ଚାରିଜଣ।ଏମାନଙ୍କ ଦ୍ଵାରା ବିପଦ ନିଶ୍ଚିନ୍ତ ଆସିବ।କରଜ କରିଥିବା ପିତା,ଚରିତ୍ର ହୀନା ମାତା,ସୁନ୍ଦରୀ ପତିତା ସ୍ତ୍ରୀ,ଦୁଷ୍ଟ ଓ ମୂର୍ଖ ପୁତ୍ର।ସ୍ତ୍ରୀ,କନ୍ୟା ଓ ପୁତ୍ରଙ୍କୁ କଟୁ କଥା କହିବ ନାହିଁ।

ହାକିମ,ବାଳକ,ମୂର୍ଖ,କୁକୁର,ଘୁଷୁରୀ,ବାଘ,ସାପ ଏମାନେ ଶୋଇଥିଲେ ଉଠେଇବ ନାହିଁ।ଉଦଯୋଗ କଲେ ଦାରିଦ୍ର୍ୟ ରହେ ନାହିଁ।ଜପ କଲେ ପାପ ରହେ ନାହିଁ।ମୌନ ହେଲେ କଳହ ହୁଏ ନାହିଁ।ଜାଗ୍ରତ ଥିବା ଯାଏ ଭୟ ଆସେ ନାହିଁ।କ୍ରୋଧି ଲୋକ ଠାରେ ନ୍ୟାୟ ନଥାଏ।

ତ ଆପଣ ମାନେ ଜାଣିଲେ,ଚାଣକ୍ୟ ନୀତି ବିଷୟରେ କିଛି ତଥ୍ୟ ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।ଏହି ତଥ୍ୟ ଭବିଷ୍ୟତରେ ଆପଣଙ୍କୁ ବହୁତ ସହାୟକ ହେବ।

Leave a Reply

Your email address will not be published. Required fields are marked *