ସମୟ ଆମ ପାଇଁ କେତେ ମୁଲ୍ୟବାନ ଓ କାହିଁକି, ତ ଚାଲନ୍ତୁ ଜାଣିବା ସେହି ବିଷୟରେ କିଛି ପ୍ରେରଣା ଦାୟକ କଥା..
ଆଜିର ଏହି ଦୁନିଆରେ ସବୁଠୁ ଅଧିକ ମୁଲ୍ୟବାନ ହେଉଛି ସମୟ,ଯିଏ ସମୟର ମୂଲ୍ୟ ବୁଝିନି ସେ ଜୀବନରେ କିଛି କରିଦେଖାଇବାର ସମ୍ଭାବନା ମଧ୍ୟ ବହୁତ କାମ ହୋଇରହିଥାଏ । ଜୀବନରେ ସମୟ ହେଉଛି ଏମିତି ମୂଲ୍ୟବାନ ଜିନିଷ ଯାହାକୁ ଆମେ କେବେ ପଛକୁ ଫେରାଇ ଆଣି ପାରିବା ନାହିଁ , ଜୀବନରେ ଚାହିଁଲେ ଆମେ ସବୁ କିଛି ପୁନର୍ବାର ଅର୍ଜନ କରି ପାରିବା କିନ୍ତୁ ସମୟକୁ ଆମେ ଚାହିଁଲେ ବି କେବେବି ପୁନର୍ବାର ଅର୍ଜନ କରି ପାରିବା ନାହିଁ । ତେଣୁ ଆଜିର ଯୁବ ପିଢ଼ି ମାନଙ୍କୁ ଓ ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ଛୋଟ ଛୋଟ ପିଲାମାନଙ୍କର ମାତା ପିତାଙ୍କୁ ଆମର ଏତିକି ଅନୁରୋଧ ଦୟାକରି ସମୟ ଅଯଥାରେ ନଷ୍ଟ କରନ୍ତୁ ନାହିଁ।
ସମୟର ମୂଲ୍ୟ ବୁଝନ୍ତୁ ଏବଂ ଆପଣଙ୍କ ପିଲାଙ୍କୁ ସେହି ବିଷୟରେ ବୁଝାନ୍ତୁ ଏବଂ ସଜାଗ କରନ୍ତୁ କାହିଁକି ନା ଯଦି ଆପଣ ଏହି ସମୟରୁ ସଜାଗ ନ ହେବେ ତାହେଲେ ଏହି ସମୟ ଆପଣଙ୍କ ହାତରୁ ଚାଲିଯାଇଥିବ ଯାହାକି ଆଉ ଫେରିବ ନାହିଁ ତେଣୁ ସମୟ ଥାଉ ଥାଉ ସଜାଗ ହୁଅନ୍ତୁ । କିଛି ପିଲା ପରୀକ୍ଷା ସମୟରେ କଣ କରନ୍ତି ନା ସକାଳେ ଉଠିବା ସମୟରେ ଏହା ଭାବନ୍ତି କି ଏବେ ତ ସମୟ ଅଛି ପରୀକ୍ଷା ବହୁତ ଡେରିରେ ହେବ ଆଉ ଟିକେ ସୋଇପଡେ ପରେ ଆଲରାମ ବାଜିଲେ ଉଠିଯିବି, ଯଦି ଆପଣ ଏମିତି ବିଚାର ରଖୁଛନ୍ତି ତାହେଲେ ସଜାଗ ହୋଇ ଯାଆନ୍ତୁ, କାହିଁକି ନା ଯଦି ଆପଣ ଏହି ସମୟରେ ସମୟର ମୂଲ୍ୟ ନ ବୁଝିବେ ତାହାଲେ ପରେ ଆପଣଙ୍କୁ ଏହାକୁ ନେଇ ପସ୍ତେଇବାକୁ ପଡିବ।
ବହୁତ ଲୋକ ଏମିତି ଅଛନ୍ତି ଯାହାକୁ ସମୟ ଦରକାର କିନ୍ତୁ ସମୟ ସେହି ମନେ ହିଁ ଅଧିକ ନଷ୍ଟ କରନ୍ତି, ଅଧିକ ବ୍ୟସ୍ତ ରହିକି ମଧ୍ୟ ସେମାନେ ସବୁ କାମରେ ଫେଲ ହୁଅନ୍ତି କାରଣ ଏହା ହେଉଛି କି ଫାଲତୁ କାମରେ ସେମାନେ ବ୍ୟସ୍ତ ରୁହନ୍ତି, ମୋବାଇଲ ଚଲେଇବେ , ଷ୍ଟେଟସ ରଖିବେ ଆଉ କହିବେ ମୁଁ ମୋ ଜୀଵନରେ କିଛି କରି ପାରୁନି, ହେଲେ ସେମାନେ ଥରୁଟିଏ ଭାବିବା ଦରକାର ତମେ ଯେଉଁଥିରେ ସମୟ, ପଇସା,ବୁଦ୍ଧି,ଶକ୍ତି ସବୁ ବେୟ କରୁଚ ତାହା ଭୁଲ ବାଟରେ ବେୟ କରୁଚ ଆପଣଙ୍କ ପାଇଁ ସମୟର କିଛି ମୂଲ୍ୟ ନାହିଁ କିନ୍ତୁ ଆପଣଙ୍କର ଯେଉଁ ମୂଲ୍ୟ ଅଛି ସେହି ମୂଲ୍ୟରେ ଆପଣ ସମୟକୁ କିଣି ପାରିବେ ନାହିଁ ।
ସବୁବେଳେ ଗୋଟିଏ କଥା ମନେ ରଖିଥିବେ କାନ୍ଥରେ ଥିବା ଘଡ଼ିର ତିନୋଟି କଣ୍ଟା କେବେ କାହା ପାଇଁ ଅପେକ୍ଷା କରେନି ଆଉ ସେହି ତିନୋଟି କଣ୍ଟାର ଟିକ ଟିକର ହିସାବରେ ଦୁନିଆରେ ସବୁ କିଛି ଫଇସଲା ହୋଇଥାଏ । ଆପଣଙ୍କ ଭବିଷ୍ୟତର ନିର୍ଣ୍ଣୟ ବି ଏହି ଟିକ ଟିକରେ ହିଁ ଅଛି, ଆଉ ଆପଣ ଏହା ଜାଣିକି ବି ବିନା ଚିନ୍ତାରେ ଅଯଥାରେ ଅଳସ କରୁଛ ଏବଂ ସମୟକୁ ନଷ୍ଟ ଓ ପରେ ଏହାକୁ ନେଇ ପସ୍ତଉଛ ତ ଖରାପ ଭାବିବେନି ସାଙ୍ଗମାନେ ଆଜି କା ସମୟରେ ଆପଣଙ୍କ ଠୁ ବଡ ବୁଦ୍ଧିହିନ ମଣିଷ ତାହେଲେ କେହି ନାହିଁ, ଏହି ସମୟରେ ଆପଣ ନିଜକୁ ସୁଧାରିବା ବହୁତ ଜରୁରୀ ଅଟେ, ଯଦି ଆପଣ ଏହି ସମୟରେ ନିଜକୁ ସୁଧାରିବେ ନାହିଁ ତାହେଲେ ଜୀବନରେ ଆପଣ ଆଗକୁ ବଢିପାରିବେ ନାହିଁ, ତେଣୁ ସମୟର ସଠିକ ଭାବେ ସଦୁପଯୋଗ କରନ୍ତୁ ।