June 26, 2025

Odia Express

Here, There and Everywhere

ପାଠ ପଢିବାକୁ ମନ ନ ହୋଉଥିଲେ ପଢିନିୟନ୍ତୁ ଏହି କଥା , ଏହାପରେ ଆପଣ ଦିନ ରାତି ପଢିବା ପାଇଁ କହିବେ..

ସକାଳୁ ଉଠିବା ପାଇଁ ଇଚ୍ଛା ହେଉନି, ପଢ଼ିବା ସମୟରେ ନିଦ ଲାଗୁଛି, ଏତେ ଶୀତରେ ଉଠିକି ମୋ ଦ୍ଵାରା ପଢ଼ି ହବନି,ଆସନ୍ତା କାଲି ସକାଳୁ ନିଶ୍ଚୟ ଉଠି ଯିବି।କେବେ ପଚାରିଛ ନିଜ ମା’ଙ୍କୁ ବିନା କାହା ସାହାଯ୍ୟ ରେ ଏତେ ଜଲ୍ଦୀ ସକାଳୁ କେମିତି ଓ କାହିଁକି ଉଠି ଯାଆନ୍ତି।କେବେ ରାତିରେ କାମ ସାରି ଘରକୁ ଫେରିଲା ପରେ ବାପାଙ୍କୁ ପଚାରିଛ କି ବାପା ରାତିରେ ଆସିଲା ବେଳ ତମକୁ ଥଣ୍ଡା ଲାଗିନି ?କେବେ ପଚାରିଛ ନିଜ ମା’ଙ୍କୁ ଜଲ୍ଦୀ ଜଲ୍ଦୀ ରୋଷେଇ କରିବା ସମୟରେ କେତେ ଥର ତାଙ୍କର ଆଙ୍ଗୁଠି ଜଳିଛି ଏହା ଭାବିକି ଯଦି ଖାଦ୍ୟ ତିଆରିରେ ଡେରି ହୋଇଯାଏ ତେବେ ବସ୍ ଷ୍ଟାଣ୍ଡରେ ତା ପର ବସ୍ କୁ ଅପେକ୍ଷା କରିବାକୁ ପଡ଼ିବ। ଟିକିଏ ଶୋଇ ପଡୁଛି ବୋଧେ ପରୀକ୍ଷା ର ଟେନସନ୍ କମି ଯିବ, ତୁମେ ଟେନସନ୍ ରୁ ବଞ୍ଚିବା ପାଇଁ ଶୋଉଛ ସେଇଠି ତୁମ ର ବାପା ତମ ଭବିଷ୍ୟତ ର ଟେନସନ୍ ଦୂର କରିବା ପାଇଁ ଚେଇଁ ରୁହନ୍ତି।

ତୁମେ ବହି ଖୋଲା ରଖିକି ସ୍ୱପ୍ନର ଦୁନିଆରେ ହଜି ଯାଉଥିବା ବେଳେ ସେଇଠି ତୁମର ମାଁ ତମ କୁ ସାମ୍ନାରେ ଦେଖିକି ଆଗାମୀ ବର୍ଷ ପାଇଁ ତୁମେ କେଉଁ ସ୍କୁଲରେ ପଢିବ ସେହି ଟେନସନ୍ ରେ ରୁହନ୍ତି।ତୁମ ମନରେ ଛୁଟି ରେ ସାଙ୍ଗମାନଙ୍କ ସହ ବୁଲିବା ପାଇଁ ଯୋଜନା ଚାଲୁଥିବା ବେଳେ ସେଇଠି ତୁମ ବାପାଙ୍କ ର ଆଗାମୀ ମାସର ତୁମ ସ୍କୁଲର ଦରମା ଦେବା ପାଇଁ ଟେନସନ୍ ଥାଏ।ଆଗାମୀ ସମୟରେ ଯେତେବେଳେ ତୁମ ବାପା ନିଜ ପକେଟ୍ ରୁ ତୁମ ପାଇଁ ଟିଉସନ୍ ଦରମା ଦେବେ ସେତେବେଳେ ତାଙ୍କୁ ପଚାରିବ କି ତାଙ୍କ ପକେଟ୍ ରେ ନିଜ ପାଇଁ କିଛି ଖର୍ଚ୍ଚ କରିବା ପାଇଁ ତାଙ୍କ ପକେଟରେ କିଛି ପଇସା ଅଛିକି ନାହିଁ।ତମେ ଆଗରେ ତମେ ବହି ରଖି ଭବିଷ୍ୟତ ଓ ଅତିତର ଭବନାରେ ବୁଡି ରହିଥାଅ।ଏହାର କାରଣ ହେଲା ତମେ ସେଥିପାଇଁ ପଢୁଛ କାରଣ କେବଳ ତମକୁ ସବୁଲୋକ ପଢିବା ପାଇଁ କୁହନ୍ତି।

ଆପଣ ତମେ ସମସ୍ତଙ୍କ ପାଖରୁ ବାରମ୍ବାର ପଢ଼ ପଢ଼ ଶୁଣି ତୁମେ ପଢିବାକୁ ଯାଇଥାଅ।ଆଉ ପଢିବା ସମୟରେ କିମ୍ବା ପଢିବା ପୂର୍ବରୁ ତମେ ଭାବନି କି ତୁମକୁ କାଇଁ ପଢ଼ିବାର ଅଛି।କାହିଁକି କାହିଁକି ପଢ଼ିବାର ଅଛି ତମକୁ ?ତମେ କେବେବି ଏକଥାର ଉତ୍ତର ତମେ କେବେ ଭାବିନ।ଉତ୍ତର ଛାଡ଼ ଏଭଳି ପ୍ରଶ୍ନ କେବେ ତମ ମନକୁ ହିଁ ଆସିନଥିବ।କଣ ଭାଇ କାହାଠାରୁ ବଞ୍ଚିବାକୁ ଚେଷ୍ଟା କରୁଛ,ଆଉ କଣ ଭାବୁଛ ନିଜ ମା ଓ ବାପାଙ୍କୁ ଧୋକା ଦେଉଛ ନା ନିଜ ବାପା ମାଙ୍କୁ ନା ନିଜ ଶିକ୍ଷକ କାହାକୁ ଦେଉଛ।ଆପଣ ଏପର୍ଯ୍ୟନ୍ତ ଜାଣି ପାରୁନାହାନ୍ତି କି ଆପଣ ଅନ୍ୟକାହାକୁ ନୁହେଁ ନିଜେ ନିଜକୁ ଧୋକା ଦେଉଛ ବୋଲି।ତମେ ଯେତେଥର ନିଜର ଫେସବୁକ କିମ୍ବା ହ୍ଵାଟ୍ସ ଆପ ଦେଖୁଛ ତାଠାରୁ ବହୁତ ଅଧିକ ଥର ତମ ବାପା ମା ତମ ପାଇଁ ସ୍ୱପ୍ନ ଦେଖିଛନ୍ତି।

ଯେତେବେଳେ ତମ ପୁଅ ବଡ଼ ହେଇକି ଆଇ ଫୋନ,ଲାପଟପ ନେହେଲେ ବାଇକ ମାଗିବ ଆପଣ ସେତେବେଳେ ଜାଣିବେ ଯେ ନିଜ ଛୁଆର ଜିଦ୍ଦି ପୁର୍ଣ୍ଣ କରିବା ପାଇଁ ଆପଣଙ୍କ ବାପା ମା କଣ କଣ କରୁଛନ୍ତି ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ।ଆଉ ତମର ପାଠ ପଢ଼ାରେ ସେଥିପାଇଁ ମନ ଲାଗୁନିକି ଆପଣ କେବଳ କୋଉଠି ପାସ ହେବା ପାଇଁ ପଡୁଛ।ତମକୁ କେବଳ ମୋବାଇଲ ବଳେଇବା ଓ ଲେଟରେ ଉଠିବା ସହଜ ଲାଗେ।ଆଉ ନିଜ ବାପାଙ୍କୁ କହି ଦିଅ କି ବିଛଣାରେ ସୋଇ ପଇସା ରୋଜଗାର କରିବେ ଓ ନିଜ ମାଙ୍କୁ କହିଦିଅ କି ବିଛଣାରେ ସୋଇ ଖାଇବା ବନେଇବେ।ଯେତବେଳେ ନିଜ ବାପା ବିଛଣାରେ ସୋଇ ରୋଜଗାର କରି ପାରିବେନି କି ବିଛଣାରେ ଶୋଇ ରୋଷେଇ କରି ପାରିବେନି ତାହେଲେ ତମେ କେମିତି ସୋଇ ପାଠ ପଢି ପାରିବ।

କାଲି ପଢିବି,ପହର ଦିନ ପଢିବି,ହାଫ ଇୟରଲି ପରୀକ୍ଷା ପରେ ପଢିବି,ଥଣ୍ଡା କମି ଗଲେ ପଢିବି,ଗରମ ଆରମ୍ଭ ହେଲେ ପଢିବି,ସନ୍ଧ୍ୟାରେ ପଢିବି,ସାଙ୍ଗ ନୋଟ୍ସ ଦେଲେ ପଢିବି,ସୋମବାର ଠାରୁ ପଢିବି,ପରୀକ୍ଷା ଆରମ୍ଭ ହେଲେ ପଢିବି।ଏମିତି କରିବା ଦ୍ୱାରା ନା ତୁମର କାଲି ଆସିବ ନା ଆପଣଙ୍କ ଟାଇମ ଟେବୁଲ ଦୁଇ ଦିନରୁ ଅଧିକ ପର୍ଯ୍ୟନ୍ତ ଚାଲି ପାରିବ।ନା ତମେ କୌଣସି ସାଙ୍ଗର ନୋଟ୍ସକୁ ଆଣି ପଢି ପାସ ହୋଇପାରିବ।ତୁ କେବଳ ଟପ୍ପର ହେବା ପାଇଁ ପଢ଼ ତୁ ନିଶ୍ଚିତ ଟପ୍ପର ହେବୁ।ଆଉ ତୁ ମନେ ମନେ କଣ ଭାବୁଛୁ ପରୀକ୍ଷା ଦୁଇ ଦିନ ପୂର୍ବରୁ ମୁଖ୍ୟ ପ୍ରଶ୍ନ ପଡ଼ିବୁ ଆଉ ପାସ ହୋଇଯିବୁ।ତୁ ଭାବ ଯେତବେଳେ ତୋ ବାପା ଟିଉସନ ଫିସ ଦେବା ପାଇଁ ସମ୍ପୂର୍ଣ୍ଣ ମାସ ସାରା କାମକୁ ଯାଉଛନ୍ତି ତାହେଲେ ତୁମେ ୨ ଦିନ ପୂର୍ବରୁ ପାଠ ପଢି କିପରି ପାସ ହେଇଯିବ।

ଏବେ ନିଜକୁ ଅଣଦେଖା କରିବା ବନ୍ଦ କରିଦେ ଆଉ ନିଜକୁ ଧୋକା ଦେବା ବନ୍ଦ କରିଦେ।ତୁ ଯେତେବେକେ ପାଠ ପଡ଼ିବୁ ତାହେଲେ ଦୁନିଆକୁ ତଳେ ରଖି ପାରିବୁ ନହେଲେ ଦୁନିଆ ତତେ ତଳେ ରଖିବ।ଆଉ କାହାକୁ ପ୍ରମାଣିତ କରିବା ପାଇଁ କି କିଏ ତତେ ଧୋକା ଦେଇଛି ସେଥିପାଇଁ ତତେ ପଢ଼ିବାର ନାହିଁ।ନିଜକୁ ଭବିଷ୍ୟତରେ ସୁରକ୍ଷିତ କରିବା ପାଇଁ ପଢ଼ିବାର ଅଛି।ଆଉ ତୁ ଏମିତି ଆପେ ଆପେ ୩୦ ଦିନ ପର୍ଯ୍ୟନ୍ତ ମନକୁ ଉଠି ପଢିବାକୁ ଲାଗିବ ଓ ତାପରେ ୩୧ ଦିନ ବେଳକୁ ତୁ ଆପେ ଆପେ ପଡ଼ିବୁ ତତେ କେହି କହି ବାକୁ ନଥିବେ।ଆଉ ପେସବୁକ ହ୍ଵାଟ୍ସଆପ ଜାଗାରେ ନିଜ ମା ଓ ବାପାଙ୍କର ସ୍ୱପ୍ନ ଜାଣିବାକୁ ଚେଷ୍ଟା କର।ତାପରେ ଭଲ ଭାବରେ ପଢି ନିଜର ଓ ବାପା ମାଆଙ୍କର ସ୍ୱପ୍ନ ପୁର୍ଣ୍ଣ କରିବାକୁ ଚେଷ୍ଟା କର।

Leave a Reply

Your email address will not be published. Required fields are marked *