December 27, 2024

Odia Express

Here, There and Everywhere

ପୁରୁଷ ମାନଙ୍କର ଥିବା ଏହି ୪ ଟି ଲକ୍ଷଣ ଥିବା କାରଣରୁ ଦେବତା ମାନେ ମଧ୍ୟ ତାଙ୍କୁ ସଂମାନ କରନ୍ତି..

ମହାଭାରତ ରେ ପୁରୁଷ ମାନଙ୍କ ର ଏପରି କିଛି ଲକ୍ଷଣ ବିଷୟରେ କୁହାଯାଇଛି, ଯେଉଁ ବ୍ୟକ୍ତି ପାଖରେ ସେହି ସବୁ ଲକ୍ଷଣ ଦେଖାଯାଏ ସେହି ବ୍ୟକ୍ତି କୁ ଦର୍ଶନ କରିବା ପାଇଁ ସବୁ ଦେବା ଦେବୀ ମାନେ ମଧ୍ୟ ବହୁତ ଇଚ୍ଛା ରଖିଥାନ୍ତି ଏପରି କି ସୂର୍ଯ୍ୟ ଓ ଚନ୍ଦ୍ର ଙ୍କ ପରି ଗ୍ରହ ମାନେ ମଧ୍ୟ ସେହି ବ୍ୟକ୍ତି ଙ୍କ ଦର୍ଶନ ପାଇଁ ଇଚ୍ଛା ରଖିଥାନ୍ତି।ଏହି ବ୍ୟକ୍ତି ମାନଙ୍କୁ ନରୋତ୍ତମ ବୋଲି କୁହାଯାଏ କାରଣ ଏହି ବ୍ୟକ୍ତି ମାନଙ୍କ ର ସ୍ଵଭାବ ଅତ୍ୟନ୍ତ ଉତ୍ତମ ହୋଇଥାଏ ଏମାନଙ୍କ ଗଣନା ସାଧାରଣ ବ୍ୟକ୍ତି ମାନଙ୍କ ଭିତରେ ହୋଇନଥାଏ।

ଏହି ବ୍ୟକ୍ତି ମାନଙ୍କୁ ଜ୍ଞାନୀ ଗଣ ମଧ୍ୟ ସମ୍ମାନ ଦୃଷ୍ଟି ରେ ଦେଖିଥାନ୍ତି।ବେଦ ରେ ଏହି ବ୍ୟକ୍ତି ମାନଙ୍କୁ ପୁରୁଷ ତଥା ଶାସ୍ତ୍ର ରେ ମହାନ୍ ବୋଲି କୁହାଯାଇଛି।ଏହି ଲକ୍ଷଣ ଅଲୌକିକ ଶକ୍ତି ରୁ ପ୍ରାପ୍ତ ହୋଇଥାଏ।ମହାତ୍ମା ବିଦୁର କୌରବ ଓ ପାଣ୍ଡବ ମାନଙ୍କ କାକା ବା ଦୃତରାଷ୍ଟ୍ର ଙ୍କ ର ଭାଇ ଥିଲେ,ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ହେଉଛି ସେ ନିଜେ ଯମରାଜ୍ ଙ୍କ ର ଅବତାର ଥିଲେ। ଏକ ଋଷି ଙ୍କ ର ଅଭିଶାପ କାରଣରୁ ବିଦୁର ଙ୍କୁ ଯମରାଜ ଙ୍କ ର ଅବତାର ନେବାକୁ ପଡ଼ିଥିଲା ତେଣୁ ସେ ଜାଣିଥିଲେ କେଉଁ ବ୍ୟକ୍ତି ମାନଙ୍କ ସ୍ଵଭାବ ଉତ୍ତମ ଓ କେଉଁ ବ୍ୟକ୍ତି ମାନଙ୍କ ସ୍ଵଭାବ ନିଚ୍ଚ ଅଟେ।

କେଉଁ କାର୍ଯ୍ୟ କରିବା ଦ୍ୱାରା ଜଣେ ବ୍ୟକ୍ତି ଜୀବନରେ ମାନ ସମ୍ମାନ ଓ କୀର୍ତ୍ତି ପାଇଥାଏ ଏବଂ କେଉଁ କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସର୍ବଦା ଦୁଃଖ ଓ ଅପମାନ ର ସାମ୍ନା କରିଥାଏ।ଆଜି ଆମେ ଜାଣିବା ପୁରୁଷ ଙ୍କ ର ଏପରି ଚାରୋଟି ଲକ୍ଷଣ ବିଷୟରେ ଯଦି କୌଣସି ବ୍ୟକ୍ତି ଙ୍କ ର ଏହି ଚାରୋଟି ଲକ୍ଷଣ ଥାଏ,ତେବେ ତାଙ୍କୁ ସର୍ବୋତ୍ତମ ବୋଲି କୁହାଯାଏ। ଚାଲନ୍ତୁ ଜାଣିବା ଏପରି କେଉଁ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କ ପାଖରେ ଏପରି ଗୁଣ ସବୁ ରହିଅଛି।

୧.ପ୍ରଥମ ଲକ୍ଷଣ,ମହାତ୍ମା ବିଦୁର ଙ୍କ ଅନୁସାରେ ଏପରି ବ୍ୟକ୍ତି ଯାହାକୁ ନିଜର କାବୁ କରି ରଖିବା ଅସମ୍ଭବ ଅଟେ ଅର୍ଥାତ୍ ଏପରି ବ୍ୟକ୍ତି ଯାହାକୁ ଜଣେ ସୁନ୍ଦର୍ ସ୍ତ୍ରୀ ତାର ମୋହ ଜାଲରେ ଫସାଇ ପାରେ ନାହିଁ।ଯାହାର ଯେତେ ବି ପ୍ରଶଂସା କଲେ ସେ ବହୁତ ଶିଘ୍ର ଖୁସି ହୋଇନଥାଏ କି ଅପମାନ କରିବା ଦ୍ୱାରା ସେ ନିରାଶ ହୋଇ ନଥାଏ।ଏପରି ବ୍ୟକ୍ତି ଙ୍କୁ ସର୍ବୋତ୍ତମ ବୋଲି କୁହା ଯାଇଛି।

୨.ଦ୍ଵିତୀୟ ଲକ୍ଷଣ,ଶତ୍ରୁ ବିହୀନ ବ୍ୟକ୍ତି।ହୋଇପାରେ ଏପରି ବ୍ୟକ୍ତି ଥାଇପାରନ୍ତି ଯେଉଁ ବ୍ୟକ୍ତି ମାନଙ୍କର କେହି ଶତ୍ରୁ ବା ବିରୋଧୀ ନଥିବେ,ସେମାନେ ସର୍ବଦା ସବୁ ବ୍ୟକ୍ତି ମାନଙ୍କୁ ସମାନ ଦୃଷ୍ଟି ରେ ଦେଖିଥାନ୍ତି।ଏହି ବ୍ୟକ୍ତି ମାନଙ୍କ ଠାରୁ କେହି ମଧ୍ୟ ସହଜରେ ଜିତି ପାରେ ନାହିଁ,ଆଉ ଏମାନେ କାହା ସହିତ ପକ୍ଷପାତ କରି ନଥାନ୍ତି।ଏହି ବ୍ୟକ୍ତି ମାନଙ୍କୁ ସର୍ବୋତ୍ତମ ବୋଲି କୁହାଯାଏ।

୩.ତୃତୀୟ ଲକ୍ଷଣ ଅପମାନ ନ କରିବା, ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ର ଏପରି କିଛି ଅଭ୍ୟାସ ଅଛି ଯେଉଁ ବ୍ୟକ୍ତିମାନେ କଥା କଥାରେ ଅନ୍ୟ ମାନଙ୍କ ର ଅପମାନ କରିଦିଅନ୍ତି।ମହାତ୍ମା ବିଦୁର ଙ୍କ ଅନୁସାରେ ଯେଉଁ ବ୍ୟକ୍ତି କେବେ ମଧ୍ୟ ନିଜ ମୁଖରେ ଅନ୍ୟର ଅପମାନ କରିନଥାଏ,ବ୍ୟକ୍ତି ର ସମ୍ମୁଖ ରେ ହେଉ ଅଥବା ପଛରେ କିଛି ବି ଖରାପ କଥା କହିନଥାଏ, ସେହି ବ୍ୟକ୍ତି ମାନଙ୍କୁ ସର୍ବୋତ୍ତମ ବୋଲି କୁହାଯାଏ।

୪.ଚତୁର୍ଥ ଲକ୍ଷଣ କ୍ଷମା କରିବା,କ୍ରୋଧ ରେ ଥିବା ସମୟରେ ସମସ୍ତେ ଦଣ୍ଡ ଦେବା କଥା ହିଁ ଚିନ୍ତା କରିଥାନ୍ତି। ଏପରି କି ଦେବୀ ଦେବତା ମାନେ ମଧ୍ୟ କ୍ରୋଧରେ ଆସିଲେ କିଛି ନା କିଛି ଭୁଲ୍ କରିଥାନ୍ତି କିନ୍ତୁ ଯେଉଁ ବ୍ୟକ୍ତି ଜଣେ ଅନ୍ୟ ବ୍ୟକ୍ତି ଯେତେ ବଡ଼ ଭୁଲ୍ କଲେ ମଧ୍ୟ ତାକୁ କ୍ଷମା କରି ଦିଅନ୍ତି, ସେହି ବ୍ୟକ୍ତି ମାନଙ୍କୁ ସର୍ବୋତ୍ତମ ବୋଲି କୁହାଯାଏ।ଏହି ସବୁ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଦେବତା ମାନେ ମଧ୍ୟ ସମ୍ମାନ କରିଥାନ୍ତି।

Leave a Reply

Your email address will not be published. Required fields are marked *