ଆସନ୍ତୁ ଜାଣିବା ଧଳା ଚୁଟି କଳା କରିବାର ରାମବାଣ ଉପାୟ – ସମସ୍ତେ ନିଶ୍ଚୟ ଜାଣିରଖନ୍ତୁ..
1 min readସାଧାରଣତଃ ଚୁଟି ମନୁଷ୍ୟକୁ ସୁନ୍ଦର କରିବାରେ ବହୁତ ସାହାଯ୍ୟ କରିଥାଏ ଓ ଗୋଟେ ଲୋକ ବିନା ଚୁଟିରେ ଏତେ ସୁନ୍ଦର ଦେଖାଯାଏ ନାହିଁ।ସେ ପୁଅ ହେଉ ଅବା ଝିଅ ଦୁଇ ଜଣଙ୍କ ପାଇଁ ଚୁଟି ବିହାତୀ ଆଵଶ୍ୟକ ରହିଛି।ଆଉ ଏହାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ବହୁତ ଲୋକ ଭିନ୍ନ ଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି।ଆଉ ଏହା ଦ୍ୱାରା ସେମାନେ ନିଜକୁ ସୁନ୍ଦର କରି ରଖିପାରନ୍ତି।ଆଉ ଚୁଟି ଆମକୁ ବିଭିନ୍ନ ପ୍ରକାରର ଖରା,ବର୍ଷା ଓ ଶୀତ କାକରରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଆମକୁ ଭିନ୍ନ ଭିନ୍ନ ପ୍ରକାରର ଅସୁବିଧାରୁ ରକ୍ଷା କରିଥାଏ।ଆଉ ଯେକୌଣସି ଲୋକ ଆମଶୀତ ଦେଖା କରିଥାଏ ତାର ପ୍ରଥମ ଆକର୍ଷଣ ଆମ ଚୁଟିହିଁ ହୋଇଥାଏ।
ଆଜିକାଲିର ଖରାପ ଖାଦ୍ୟ ପଦାର୍ଥ ଓ ପାନୀୟ ବ୍ୟବହାର କରିବା ଦ୍ୱାରା ଆମ ଚୁଟି ଝଡ଼ିବା ସହିତ ଭିନ୍ନ ଭିନ୍ନ ପ୍ରକାରର ସମସ୍ୟା ଆଦି ଦେଖାଯାଇଥାଏ।ଆଉ ଆଜିକାଲିର ଖରାପ ଖାଦ୍ୟ ଖାଇଆ ଛୁଆ ଅଳ୍ପ ବୟସରେ ଚନ୍ଦା ହେବାରେ ଲାଗିଛନ୍ତି ଓ ତାଙ୍କ ଚୁଟି ପାଚି ଧଳା ହେବାରେ ଲାଗିଛି।ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ଜିତ ଜନକ କଥା ଅଟେ।ଆଉ କୌଣସି ସ୍ଥାନକୁ ଯିବା ଦ୍ୱାରା ମଧ୍ୟ ସେମାନଙ୍କୁ ବିଭିନ୍ନ ନିନ୍ଦା,ଅପବାଦ ଓ ହାସ୍ୟର ପାତ୍ର ହେବାକୁ ପଡିଥାଏ।ଆଜିକାଳୀର ଯୁବା ପିଢ଼ି ପାଇଁ ଏହା ଏକ ମୁଖ୍ୟ ସମସ୍ୟା ଅଟେ।ତାଭିତର ପିଲାଙ୍କର ଚୁଟି ଝଡ଼ିବା ଯେତେ ଅସୁବିଧା ନୁହେଁ ଚୁଟି ପାଚିବା ସେତିକି ଅସୁବିଧାର କାରଣ ହୋଇଥାଏ।
ଆଉ ଏହି ଅସୁବିଧା ସାଧାରଣତଃ ଭିନ୍ନ ଭିନ୍ନ କାରଣରୁ ପରିଲିଖିତ ହୋଇଥାଏ ଯେମିତି ଭିଟାମିନର ଘୋର ଅଭାବ।ଭିଟାମିନ ର ଅଭାବ ହେବା ଦ୍ୱାରା ଆମ ଚୁଟି ପାଚିବାକୁ ଲାଗେ।ପେଟ ଗରମ ଆମ ପେଟ ଗରମ ରହିବା ଦ୍ୱାରା ଏପଟ ସେପଟ ବହାର ଜିନିଷ ଖାଇବା ଦ୍ୱାରା ସଠିକ ସମୟରେ ଖାଦ୍ୟ ନଖାଇବା ଦ୍ୱାରା ଓ ପାଣି ସେବନ ନକରିବା ଦ୍ୱାରା।ପେଟ ଗରମ ହୋଇ ଆମ ଚୁଟି ପାଚିବାକୁ ଲାଗେ।ଆଉ ତାପରେ ଜଳବାୟୁ ଓ ପାଣି ଦୂଷିତ ରହିବ ଦ୍ୱାରା।ବିଭିନ୍ନ କଳକାରଖାନା ଠାରୁ ନିର୍ଗତ ହୋଇଥିବା ଦୂଷିତ ଧୂଆଁ ଆମ ଶରୀର ଓ ଚୁଟି ପାଇଁ ମଧ୍ୟ ହାନିକାରକ ହୋଇଥାଏ।ଏହି ସବୁ କାରଣ ପାଇଁ ଆମ ଚୁଟି ଧଳା ହୋଇଥାଏ।ଏହା ଥିଲା କେତକ କାରଣ ଯାହା ଦ୍ୱାରା ଚୁଟି ଧଳା ହୋଇଥାଏ।
ଏବେ ଆସନ୍ତୁ ଜାଣିବା ଏହାର ନିବାରଣ ବିଷୟରେ ଯାହା ଦ୍ୱାରା ଆମ ଚୁଟି କଳା ରହିଥାଏ।ତେବେ ଆସନ୍ତୁ ଜାଣିବା ସେ ଉପାୟ ବିଷୟରେ ଯାହାଦ୍ୱାର ବିନା କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରି ଆମେ ଆମ ଚୁଟିକୁ କଳା ରଖି ପାରିବ।ସର୍ଵ ପ୍ରଥମେ ଆମକୁ ଗ୍ୟାସ ଫ୍ଲେମ ଅନ କରି ତାର ଉପରେ ଗୋଟେ ଲୁହା କଢେଇ ବସେଇବାର ଅଛି।ତାପରେ କଢେଇ ଅଳ୍ପ ଗରମ ହେଇଗଲେ ସେଥିରେ ଦୁଇ ଚାମୁଚ ଅଁଳା ଗୁଣ୍ଡ ପକେଇବେ।ଏହା ଆପଣଙ୍କୁ ଯେକୌଣସି ଡାଲି ଚାଉଳ ଦୋକାନରେ ମିଲିଯିବ।ତାପରେ ଆମେ ପକେଇବ ସେଥିରେ ଦୁଇ ଚାମୁଚ କଳା ଜିରା ଗୁଣ୍ଡ।ଆଉ ତାପରେ ତା ଭିତରୁ ଧୂଆଁ ନବାହାରିଲା ପର୍ଯ୍ୟନ୍ତ ତାକୁ ଚାମୁଚ ସହାୟତା ରେ ଭାଜିବାକୁ ଲାଗିବେ।
ତାପରେ ଆମକୁ ଏଥିରେ ଗୋଟେ ଗିଲାସ ପାଣି ମିଶେଇବାର ଅଛି।ତାପରେ ଆପଣଙ୍କୁ ଏହାକୁ ସେ ପର୍ଯ୍ୟନ୍ତ ଫୁଟେଇବାର ଅଛି ଯେପର୍ଯ୍ୟନ୍ତ ଏହା ଫୁଟି ଅଧା ନରହି ଯାଇଛି।ତାପରେ ଆପଣ ଗ୍ୟାସ ଫ୍ଲେମ ବନ୍ଦ କରି ଏଥିରେ ୫-୬ ଚାମୁଚ ମେହେନ୍ଦୀ ପକେଇବେ।ତାପରେ ତାକୁ ଚାମୁଚ ସହାୟତା ରେ ଏହାକୁ ଭଲ ଭବାରେ ଗୋଳେଇ ନେବେ।ଆଉ ଏହାକୁ ଗୋଟେ ରାତି ସମ୍ପୂର୍ଣ୍ଣ ଭାବରେ ଘୋଡେ଼ଇ ସେହି ଭଳି ଭବାରେ ଛାଡି ଦେବେ।ତାପର ଦିନ ସକାଳୁ ଚୁଟିକୁ ସାମ୍ପୁ କରି ନିଜ ଚୁଟିରେ ଲଗେଇ ନେବେ ଆଉ ଏହାକୁ ସୁଖିବା ପାଇଁ ଛାଡି ଦେବେ ଓ ମେହେନ୍ଦୀ ସୁଖିଲା ପରେ ସାଧା ପାଣିରେ ଏହାକୁ ଭଲ ଭବାରେ ଡ଼ଯଇ ନେବେ।ଯଦି ଆପଣ ଚୁଟିକୁ କୋମଳ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଲେମ୍ବୁରସ ନହେଲେ ଦହି ମିଶେଇ ପାରିବେ।