June 22, 2025

Odia Express

Here, There and Everywhere

S ନାମର ଲୋକ ଓ S ନାମର ଲୋକ ମାନଙ୍କ ଯୋଡ଼ି କିପରି ହୋଇଥାଏ ? ନିଶ୍ଚୟ ଜାଣିରଖନ୍ତୁ ଏବେ..

1 min read

ଆଜି ଆମେ ଜାଣିବା S ଏବଂ S ଅକ୍ଷରରୁ ଆରମ୍ଭ ହେଉଥିବା ନାମ ର ଯୋଡ଼ି କିପରି ହୋଇଥାଏ।ଏସ୍ ଏବଂ ଏସ ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଯୋଡ଼ି କିପରି ହୋଇଥାଏ,ବୈବାହିକ ଜୀବନ କିପରି ହୋଇଥାଏ,କିଛି ସମସ୍ୟା ଆସୁଛି ତ ତାହା ଦୂର କିପରି ହୋଇଥାଏ ଏହି ସବୁ ବିଷୟରେ ଆଜି ଜାଣିବା।ଏହି ସବୁ କଥା ଜାଣିବା ପାଇଁ ଆପଣଙ୍କୁ ଛଅ ଟି ଉପାୟ ଅବଲମ୍ବନ କରିବା ପାଇଁ ପଡ଼ିବ। ଏହି ବିଷୟରେ ଜାଣିବା ପୂର୍ବରୁ ଆମେ ୬ ଟି ପଏଣ୍ଟ ବିଷୟରେ ଜାଣିବା। ସେହି ପଏଣ୍ଟ ଗୁଡ଼ିକ ହେଉଛି ୧- ବ୍ୟକ୍ତିତ୍ଵ,୨- ସ୍ଵଭାବ,୩- ଆର୍ଥିକ ସମ୍ବଳତା ୪- ବ୍ୟବହାର ୫- ଜୀବନ ୬- ଆଧ୍ୟାତ୍ମିକତା।ଚାଲନ୍ତୁ ଜାଣିବା ଏହି ସବୁ ପଏଣ୍ଟ ବିଷୟରେ।

୧:-ପ୍ରଥମ ପଏଣ୍ଟ ହେଉଛି ବ୍ୟକ୍ତିତ୍ଵ,S ନାମର ବ୍ୟକ୍ତି ମାନେ ଜନ୍ମ ରୁ ଜଣେ ନେତା ଭାବରେ ବଞ୍ଚିଥାନ୍ତି, ସବୁ କାର୍ଯ୍ୟ ରେ ସଫଳତା ମଧ୍ୟ ହାସଲ କରିଥାନ୍ତି।ଏହି ନାମର ବ୍ୟକ୍ତି ମାନଙ୍କ ର ବ୍ୟକ୍ତିତ୍ଵ ବହୁତ ପ୍ରଭାବଶାଳୀ ହୋଇଥାଏ ଓ ଏହି ନାମର ଲୋକ ମାନେ ବହୁତ୍ ଭଲ ହୋଇଥାନ୍ତି ,ତେଣୁ ଏହି S ଏବଂ S ନାମର ଯୋଡ଼ି ବହୁତ ସୁନ୍ଦର ହୋଇଥାଏ।

୨:-ଦ୍ଵିତୀୟ ପଏଣ୍ଟ ହେଉଛି ସ୍ଵଭାବ,ଏହି S ନାମର ବ୍ୟକ୍ତି ମାନେ ବେଳେ ବେଳେ ବହୁତ ରାଗିଯାନ୍ତି, ବହୁତ ଜିଦି କରନ୍ତି କିନ୍ତୁ ଏମାନଙ୍କ ର ସ୍ଵଭାବ ଅତ୍ୟନ୍ତ ଭଲ ହୋଇଥାଏ।ଏହି ନାମର ବ୍ୟକ୍ତି ମାନେ ଲୋକମାନଙ୍କ ସହ ମିଶିବାକୁ ବହୁତ ପସନ୍ଦ କରିଥାନ୍ତି। ତେଣୁ ଏସ୍ ଏବଂ ଏସ୍ ନାମର ଯୋଡ଼ି ବହୁତ ଭଲ ହୋଇଥାଏ କାରଣ ଉଭୟ ଅତ୍ୟନ୍ତ ଭଲ ସ୍ଵଭାବ ର ହୋଇଥାନ୍ତି।

୩:-ତୃତୀୟ ପଏଣ୍ଟ ହେଉଛି ଆର୍ଥିକ ସମ୍ୱଳତା,S ନାମର ବ୍ୟକ୍ତି ମାନେ ନିଜ କାମ ପାଇଁ ବହୁତ ନିଷ୍ଠାବାନ ହୋଇଥାନ୍ତି, ସେ କଷ୍ଟ କରି ତାଙ୍କ ଲକ୍ଷ ସ୍ତର ରେ ପହଞ୍ଚି ପାରନ୍ତି। ଯଦି ଏହି S ନାମର ବ୍ୟକ୍ତି ଜଣେ ଅନ୍ୟ ଜଣଙ୍କ ସହ ମିଶିବେ ତେବେ ସେମାନେ ନିଜର ଆର୍ଥିକ ସ୍ଥିତି କୁ ସୁଧାରିବେ ଓ ସେମାନଙ୍କୁ କେବେ ଅର୍ଥ ଜନିତ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିନଥାଏ।

୪:-ଚତୁର୍ଥ ପଏଣ୍ଟ ହେଉଛି ବ୍ୟବହାର,ଏହି ବ୍ୟକ୍ତି ମାନଙ୍କ ର ହୃଦୟ ବହୁତ ବଡ଼ ହୋଇଥାଏ,ଏମାନଙ୍କ ମନରେ ଯାହା ଥାଏ ସେ ତାକୁ ପ୍ରକାଶ କରିଦିଅନ୍ତି କିଛି କଥା କୁ ମନରେ ଲୁଚାଇ ରଖନ୍ତି ନାହିଁ।ଯେଉଁ କଥା କରିବା ଉଚିତ୍ ସେଥିପାଇଁ କୁହନ୍ତି ଓ ଯାହା ଅନୁଚିତ୍ ସେହି କଥାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରନ୍ତି, ତେଣୁ ଏହି ନାମର ଯୋଡ଼ି ବହୁତ ଭଲ ହୋଇଥାନ୍ତି କାରଣ ଜଣଙ୍କ ପ୍ରତି ଜଣଙ୍କର ବ୍ୟବହାର ବହୁତ ଭଲ ହୋଇଥାଏ।

୫:-ପଞ୍ଚମ ପଏଣ୍ଟ ହେଉଛି ଜୀବନ,S ନାମର ବ୍ୟକ୍ତି ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବିଥାନ୍ତି।ନିଜର ଭାବନା କୁ ଅନ୍ୟ ଆଗରେ ପ୍ରକାଶ କରିବା ପାଇଁ ଉଚିତ୍ ମନେ କରନ୍ତି ନାହିଁ,ସେଥିପାଇଁ ବେଳେ ବେଳେ ଭୁଲ୍ ବୁଝାମଣା ମଧ୍ୟ ହୋଇଥାଏ ଓ ଅନେକ ପ୍ରକାର ର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

୬:-ଷଷ୍ଠ ପଏଣ୍ଟ ହେଉଛି ଆଧ୍ୟାତ୍ମିକତା,ଯଦି ଉଭୟ ଯୋଡ଼ି S ନାମର ହୋଇଥାନ୍ତି,ଏମାନଙ୍କ ଜୀବନ ବହୁତ ମଜାଳିଆ ହୋଇଥାଏ।ଏମାନେ ସାଧାରଣତଃ ଦୁନିଆ ନଜରରେ ନାସ୍ତିକ ହୋଇଥାନ୍ତି।ଏହି ନାମର ବ୍ୟକ୍ତି ସର୍ବଦା ଭଗବାନ ଙ୍କ ଉପରେ ବିଶ୍ୱାସ ରଖିଥାନ୍ତି କିନ୍ତୁ ଗୋଟେ ଯୁକ୍ତି ଯୁକ୍ତ କ୍ଷେତ୍ରରେ ରଖିଥାନ୍ତି।ସେ ଯଦି ମିସିକି ରହିଲେ ତାହେଲେ ଅଳ୍ପ ଅସୁବିଧା ଆସିପାରେ।ଏହି ସବୁ ପଏଣ୍ଟ ହିସାବରେ ଦେଖିବାକୁ ଗଲେ S ଏବଂ S ନାମର ଯୋଡ଼ି ବହୁତ ଭଲ ହୋଇଥାନ୍ତି,ନିଜର ରାଗ ଜିଦ୍ଦି ଉପରେ ନିୟନ୍ତ୍ରଣ ରଖିଲେ ଏମାନେ ବହୁତ ଖୁସିରେ ଜୀବନଯାପନ କରିଥାନ୍ତି।

Leave a Reply

Your email address will not be published. Required fields are marked *