June 26, 2025

Odia Express

Here, There and Everywhere

ଏହି ଉପାୟ କରିବା ପରେ ଆପଣଙ୍କ ପେଟ ସବୁଦିନ ସଫା ରହିବ – ସବୁଦିନ ସକାଳୁ କରନ୍ତୁ ଏହି କାମ..

1 min read

ଖାଦ୍ୟ ପେଟରେ ହଜମ ହେବା ଓ ବଳକା ଜିନିଷ ବାହାରକୁ ଆସିବା ଏକ ସାଧାରଣ ପ୍ରକ୍ରିୟା ଅଟେ।ଖାଦ୍ୟ ଠିକ୍ ଭାବରେ ହଜମ ନହେବା ର ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଜାଣିବା କିଛି ଉପାୟ ବିଷୟରେ।ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ଖାଇବା ପରେ ସେମାନଙ୍କ ଶରୀର ରେ ଖାଦ୍ୟ ର ଠିକ୍ ହଜମ ପ୍ରକ୍ରିୟା ହୁଏ ନାହିଁ।ଯାହାଫଳରେ ସେମାନଙ୍କର ପେଟ ୩-୪ ଦିନ ପର୍ଯ୍ୟନ୍ତ ମଧ୍ୟ ସଫା ହୁଏ ନାହିଁ। ଏହାର ଅର୍ଥ ଆମର ଖାଇବା ପିଇବା ରେ କିଛି ନା କିଛି ତ୍ରୁଟି ରହିଛି ଯାହା ପାଇଁ ଏପରି ସମସ୍ୟା ସୃଷ୍ଟି ହେଉଛି।

ଆଜି ଆମେ ଜାଣିବା କିଛି ଏପରି ଉପାୟ ଯାହାଦ୍ୱାରା ଆପଣଙ୍କର ହଜମ ପ୍ରକ୍ରିୟା ଠିକ୍ ଭାବରେ ହେବ,ପେଟ ସମ୍ପୂର୍ଣ୍ଣ ରୂପେ ସଫା ହେବ,କେଶ ଜନିତ ସମସ୍ୟା ଦୂର ହେବ,ଶରୀର ଓ ପେଟ ର ଗରମ୍ କମ୍ ହେବ,ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।ଚେହେରା ରେ ଉଜ୍ଜ୍ଵଳତା ଆସିବ ଓ ଏହା ସହିତ ଶରୀର ର ଓଜନ ବଢ଼ାଇବା କିମ୍ବା କମାଇବା ରେ ମଧ୍ୟ ସାହାଯ୍ୟ କରିଥାଏ।

ଏହି ସବୁ ସୁବିଧା ପାଇବା ପାଇଁ ଆପଣଙ୍କୁ କିଛି ବି କଷ୍ଟ କରିବାକୁ ପଡ଼ିବ ନାହିଁ,ଖାଲି ଆପଣ ନିଜର ଖାଇବା ପିଇବା ରେ ସୁଧାର ଆଣିବା ସହ ଆପଣଙ୍କୁ କିଛି ଖାଦ୍ୟ ପାନୀୟ ର ପରିବର୍ତ୍ତନ ମଧ୍ୟ କରିବାକୁ ପଡ଼ିବ,ଏହା ଦ୍ବାରା ଆପଣଙ୍କ ପେଟ ସମ୍ପୂର୍ଣ୍ଣ ରୂପେ ସଫା ହେବା ସହିତ ଆହୁରି ଅନେକ ପ୍ରକାରର ଲାଭ ମିଳିଥାଏ।ପ୍ରଥମ ଉପାୟ,ଯଦି ଆପଣ ଏହି ସମସ୍ୟା ର ସମାଧାନ ପାଇଁ ମେଡିସିନ ଖାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ରୂପେ ଅନୁଚିତ୍,କାରଣ ଏହା କୌଣସି ଏକ ରୋଗ ନୁହେଁ, କେବଳ ନିଜର ଖାଇବା ପିଇବା ରେ କିଛି ରହିଥିବା ତ୍ରୁଟି ପାଇଁ ଏପରି କିଛି ହୋଇଥାଏ।

ଦ୍ଵିତୀୟ ଉପାୟ,ଆପଣଙ୍କୁ ନିଜ ଖାଦ୍ୟ ସହିତ ସବୁଜ ଓ ତଟକା ପନିପରିବା କୁ ମିଶାଇ ଖାଇବା ଦରକାର,ଯେତେ ଥର ଖାଦ୍ୟ ଖାଉଛନ୍ତି ସବୁଥର ଖାଦ୍ୟରେ ବହୁତ୍ ମାତ୍ରାରେ ସବୁଜ ପନିପରିବା ମିଶାଇ ଖାଆନ୍ତୁ।ଏହାର କାରଣ ଆମେ ଖାଉଥିବା ଖାଦ୍ୟ ରେ ଯଦି ପନିପରିବା ନଖାଇବା ତେବେ,ପେଟ ଠିକ୍ ରେ ସଫା ହେବ ନାହିଁ,କାହିଁକି ନା ମାଛ, ଭାତ, ଚିକେନ, ଅଣ୍ଡା ଏସବୁ ରେ ଫାଇବର୍ ନଥାଏ,ତେଣୁ ଏସବୁ ଜିନିଷ ଯେତେ ଖାଇଲେ ମଧ୍ୟ ଏସବୁ ରୁ କେବେବି ଅଧିକ ଅପଚୟ ହୁଏ ନାହିଁ। ଏହା ଶରୀରରେ ମଧ୍ୟରେ ବହୁତ୍ ସହଜ ରେ ମିଶିଯାଏ।

ଆପଣ ଯେତେବେଳେ ବି ଖାଦ୍ୟ ଖାଉଛନ୍ତି ସେଥିରେ କିଛି ନା କିଛି ପନିପରିବା ନିଶ୍ଚିତ ମିଶାନ୍ତୁ କାରଣ ଏଥିରେ ବହୁତ ମାତ୍ରା ରେ ଫାଇବର ରହିଥିବାରୁ ଏହା ଅଧିକ ମାତ୍ରା ରେ ଅପଚୟ ମଧ୍ୟ ହୋଇଥାଏ।ଯାହାଫଳରେ ସବୁଦିନ ଆପଣଙ୍କ ପେଟ ଠିକ୍ ଭାବରେ ସଫା ହୋଇଥାଏ କିନ୍ତୁ ସବୁ ଲୋକ ମାନେ ସବୁ ଖାଦ୍ୟରେ ସବୁଜ ପନିପରିବା ମିଶାଇ ଖାଇବାକୁ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ।ବିଶେଷ କରି ନିରାମିଷାସି ମାନଙ୍କ ପାଇଁ ଏହା ବହୁତ୍ ସମସ୍ୟା ଜନକ ହୋଇଥାଏ।

ଯଦି ଆପଣଙ୍କୁ ସବୁ ସମୟ ର ଖାଦ୍ୟ ରେ ପନିପରିବା ମିଶାଇ ଖାଇବାକୁ ଅସୁବିଧା ହେଉଛି,ତେବେ ଏହାର ବିକଳ୍ପ ରୂପରେ ଆପଣ ଭୂଷି ମଧ୍ୟ ନେଇ ପାରିବେ କାରଣ ଏଥିରେ ମଧ୍ୟ ଭରପୁର ମାତ୍ରା ରେ ଫାଇବର ରହିଥାଏ ଯାହା ଆପଣଙ୍କ ର ଫାଇବର ର ଆବଶ୍ୟକତା କୁ ପୂର୍ଣ୍ଣ କରିଥାଏ।ସେଥିପାଇଁ ଆପଣଙ୍କୁ ଗୋଟେ ଗିଲାସ ପାଣିରେ ଗୋଟେ ଚାମୁଚ ଭୂସୀ ପକେଇ ଦେବେ ଆଉ କିଛି ସମୟ ଗଲା ପରେ ଖାଇବାର ୧୦ ମିନିଟ ପୂର୍ବରୁ ନହେଲେ ଖାଇବାର ଅଧଘଣ୍ଟା ପରେ ଏହାକୁ ସେବନ କରିବେ।

ଆଉ ଖାଦ୍ୟ ହଜମ ହେବା ପାଇଁ ପାଣି ପିଇବା ପ୍ରକ୍ରିୟାରେ ପରିବର୍ତ୍ତନ କରିବା।ଆପଣ ସକାଳୁ ଉଠୁ ଉଠୁ ଗୋଟେ କିମ୍ବା ଦୁଇ ଗିଲାସ ପାଣି ପିଇବା ନିହାତି ଆବଶ୍ୟକ ହୋଇଥାଏ।ଆପଣ ସକାଳୁ ପିଇବା ସମୟରେ ହାଲ୍କା ଉଷୁମ ପାଣି ପିଇବା ଆଵଶ୍ୟକ।ଆଉ ତାପରେ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଉଚିତ।ଆଉ ଆପଣ ଧ୍ୟାନ ରଖିବେ ଯେମିତି ଶରୀରରେ ପାଣିର ଅଭାବ ଯେମିତି ନରହିବ।

ତାପରେ ଆସିବ ଶାରୀରିକ ପରିଶ୍ରମ,ଆପଣ ଜାଣିଥିବେ ଶରୀରରେ ଯେତେ ଭଲ ଭବାରେ ରକ୍ତ ସଞ୍ଚାଳନ ହେବ ତାହେଲେ ଖାଦ୍ୟ ସେତେ ଭଲ ଭବାରେ ହଜମ ହେବ।ଆଉ ଆମ ପେଟ ସକାଳୁ ପେଟ ଭଲ ଭବାରେ ସଫା ହେବ।ସେଥିପାଇଁ ସମସ୍ତଙ୍କୁ ଦିନରେ ଅଧଘଣ୍ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରିବା ଉଚିତ।ତାପରେ ଆସିବ ଶୋଇବା ଉପାୟରେ ସୁଧାର ଆଣିବା।ଆମ ଶରୀରରେ ସବୁ ଆଭ୍ୟନ୍ତରୀଣ ଅଙ୍ଗ ଖାଦ୍ୟ ହଜମ କରିବାରେ ବହୁତ କଷ୍ଟ କରେ ଆଉ ଆମେ ଶୋଇବା ପରେ ସେ ଅଙ୍ଗ ଗୁଡ଼ିକ ନିଜକୁ ଠିକ କରି ଅନ୍ୟ ଦିନ ପାଇଁ ପ୍ରସ୍ତୁତ କରନ୍ତି ସେଥିପାଇଁ ଆପଣ ଠିକ ଭାବରେ ଶୋଇବା ଉଚିତ।

Leave a Reply

Your email address will not be published. Required fields are marked *