June 22, 2025

Odia Express

Here, There and Everywhere

ଏହା ଅଟେ ଦୁନିଆର ସବୁଠାରୁ ମହଙ୍ଗା ସାବୁନ, ମୂଲ୍ୟ ଜାଣିଲେ ଦାନ୍ତ ତଳେ ଆଙ୍ଗୁଠି ଦବେଇ ଦେବେ ଆପଣ..

1 min read

ମହଙ୍ଗା ଡାଆଣୀ ମାରି ଦେବ- ଅନେକ ସମୟରେ ଆପଣ ସମସ୍ତେ ବଢୁଥିବା ମହଙ୍ଗାଇ କୁ ଦେଖି ଏପରି ରୂଢି ପ୍ରୟୋଗ କରିଥିବେ । ହଁ ଆଜ୍ଞା, ଆଜିକାଲି ସାରା ଦୁନିଆରେ ଯେଉଁ ପ୍ରକାର ମହଙ୍ଗାଇ ବୃଦ୍ଧି ପାଉଛି, ଏପରି ଲାଗୁଛି ଯେ ଆଗାମୀ ଦିନମାନଙ୍କରେ ସବୁ ଜିନିଷ ବଜେଟ ବାହାରକୁ ଚାଲିଯିବ । ଆପଣମାନେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ଆଦିର ବଢୁଥିବା ମୂଲ୍ୟ କୁ ନେଇ ଦାନ୍ତ ତଳେ ଅଙ୍ଗୁଳି ଦବେଇ ଦେଉଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ସାବୁନ ବିଷୟରେ ଜଣେଇବାକୁ ଯାଉଛୁ, ଯାହାର ମୂଲ୍ୟ ଆକାଶ ଛୁଇଁଛି । ଏହି ପ୍ରକାରର ସାବୁନ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ଶୁଣିନଥିବେ । ତେବେ ଆସନ୍ତୁ ଜାଣିବା ଯେ ଏହି ସାବୁନରେ ଏପରି କଣ ସ୍ଵାତନ୍ତ୍ର୍ୟ ରହିଛି ।

ଏହି ସାବୁନ ଦୁନିଆର ସବୁଠାରୁ ମହଙ୍ଗା ସାବୁନ ଅଟେ, ଯାହାର ମୂଲ୍ୟ ବିଷୟରେ ଆପଣ ଅନୁମାନ କରି ପାରିବେ ନାହିଁ। ହଁ ଆଜ୍ଞା, ଆପଣ ଅଧିକ ରୁ ଅଧିକ ହଜାରେ ଟଙ୍କା ପର୍ଯ୍ୟନ୍ତ ଲଗେଇପାରିବେ , କିନ୍ତୁ ଏହାର ମୂଲ୍ୟ ତ କିଛି ଅଲଗା ଅଟେ। ଏବେ ଆପଣଙ୍କ ମୁଣ୍ଡରେ ଏହି ପ୍ରଶ୍ନ ମଧ୍ୟ ଆସୁଥିବ ଯେ ସାବୁନ ଅଧିକ ରୁ ଧଅକ 100ଟଙ୍କା ପର୍ଯ୍ୟନ୍ତ ଆସିଯାଏ, ତାହା ମଧ୍ୟ ଦାମୀ ବାଲା ତ ଏହି ସାବୁନର ମୂଲ୍ୟ କେତେ ଅଟେ । ପ୍ରକୃତରେ, ଏହି ସାବୁନ ଭାରତରେ ମିଳେନାହିଁ, ବରଂ ଏହି ସାବୁନ ବିଦେଶୀ ଅଟେ, କିନ୍ତୁ ଏହା ଏବେ ନିଜର ମୂଲ୍ୟକୁ ନେଇ ବହୁତ ଖବର ଶିରୋନାମାରେ ରହିଛି ।

ଦୁନିଆର ସବୁଠାରୁ ମହଙ୍ଗା ସାବୁନର ମୂଲ୍ୟ – ଏବେ ଯଦି ଆପଣ ନିଜର ବୁଦ୍ଧି ଉପରେ ଜୋର ଲଗେଇବେ ତ ଆମେ ଆପଣଙ୍କୁ ଏହି ସାବୁନର ମୂଲ୍ୟ କହିବୁ। ପ୍ରକୃତରେ, ଏହି ସାବୁନ 1ଲକ୍ଷ 80ହଜାର ଟଙ୍କାର ଅଟେ । ଏତିକିରେ ତ ଆପଣ ଏକ ଫରେନ ଟ୍ରିପ ଯାଇ ଫେରି ଆସି ପାରିବେ । ଆରେ ବ୍ୟସ୍ତ ହୁଅନ୍ତୁ ନାହିଁ , କାରଣ ଯେତିକି ହୋଶ ଉଡେଇବା ବାଲା ଏହାର ମୂଲ୍ୟ ଅଟେ, ତାଠାରୁ ଅନେକ ଏହାର ସ୍ଵାତନ୍ତ୍ର୍ୟ ଅଟେ। ହଁ ଆଜ୍ଞା, ଏହାର ସ୍ଵତନ୍ତ୍ରତା ଜାଣିକି ଆପଣ ମଧ୍ୟ କହିବେ, ସତରେ ଏହି ସାବୁନର ମୂଲ୍ୟ ଅଧିକ ନୁହେଁ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଏହା ମଧ୍ୟ ଆସୁଥିବ ଯେ ଏତେ ମହଙ୍ଗା ସାବୁନ କିଏ କିଣୁଥିବ । କିନ୍ତୁ ଆପଣଙ୍କୁ ଜଣେଇଦେବୁ ଯେ ଏହି ଦୁନିଆରେ ବହୁତ ଧନୀ ଅଛନ୍ତି, ଯେଉଁମାନେ ଏହି ସାବୁନର ବ୍ୟବହାର କରନ୍ତି ।

ଏହି ସାବୁନର ସ୍ଵାତନ୍ତ୍ର୍ୟ କଣ ଅଟେ? – ମୂଲ୍ୟ ଜାଣିବା ପରେ ଆପଣ ଏହାର ଗୁଣ ଜାଣିବା ନିମନ୍ତେ ବ୍ୟସ୍ତ ହେଉଥିବେ। ହଁ ଆଜ୍ଞା, ଏହି ସାବୁନରେ ହୀରା ଏବଂ ସ୍ଵର୍ଣ୍ଣ ପାଉଡର ମିକ୍ସ ହେଇଛି। ଏହା ସହିତ ମହୁ ଏବଂ ଅଲିଭ ତେଲର ମଧ୍ୟ ବ୍ୟବହାର କରାଯାଇଛି। ଏହି ସବୁ ଗୁଣ କାରଣରୁ ଏହି ସାବୁନ ବହୁତ ଲୋକପ୍ରିୟ ଅଟେ। ଜଣେଇଦେବୁ ଯେ ଏହାକୁ ଲଗେଇବା ଦ୍ଵାରା ଶରୀର ବହୁତ ଭଲ ହୋଇଯାଏ ଏବଂ ଏହାକୁ ଦୁନିଆର ସମସ୍ତ ଧନୀ ବ୍ୟକ୍ତି ମାନେ କୋଟିପତି ଲୋକମାନେ ଏହାକୁ ବ୍ୟବହାର କରନ୍ତି।

କିଏ ତିଆରି କରନ୍ତି ଏହି ସାବୁନ – ଜଣେଇଦେବୁ ଯେ ଏହି ସାବୁନକୁ ଲେବନାନ ନାମକ ଏକ ଫାମିଲି ବନାଉଛନ୍ତି । ଏହି ପରିବାର ପ୍ରାୟ 100ବର୍ଷ ହେବ ଏହି ସାବୁନ ତିଆରି କରୁଛନ୍ତି। ଏହାସହିତ ଏହି ପରିବାରର ଏହା ଦାବି ଅଟେ ଯେ ଏହି ପ୍ରକାର ସାବୁନ ଏହି ଦୁନିଆରେ କେହି ମଧ୍ୟ ତିଆରି କରିପାରିବେ ନାହିଁ ଏବଂ ଏହାକୁ କିଣିବା ବାଲା ବହୁତ କମ ଲୋକ ଅଟନ୍ତି। ଯାହାକି ସ୍ପେଶିଆଲ ଅର୍ଡର ଦେଇଥାନ୍ତି। ଯଦିଓ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରହସ୍ୟ ହୋଇ ରହିଛି ଯେ ଏହି ସାବୁନରେ ଏପରି କଣ ମିଶା ଯାଏ ଯେ ଏହାକୁ ଦୁନିଆରେ ଅନ୍ୟ କେହି ବନେଇ ପାରିବେ ନାହିଁ ଏବଂ ଏହା ଏତେ ମହଙ୍ଗା କାହିଁକି ଅଟେ।

Leave a Reply

Your email address will not be published. Required fields are marked *