ଆସିଗଲା କଫ ଆଉ କାଶର ଶୀଘ୍ର ଉପଚାର – ଆଜି ଘରେ ଏହି ଉପାୟ ନିଶ୍ଚୟ କରନ୍ତୁ..
ଆପଣ ମାନେ ତ ଜାଣିଥିବେ ଋତୁ ବଦଳିବା ଯୋଗୁଁ ଆମକୁ ଅନେକ ଥର ଥଣ୍ଡା,ଜର,କାଶ, କଫ ହୋଇଥାଏ । ଏସବୁ ରୋଗ ପ୍ରାୟତଃ ଆମ୍ଭ ମାନଙ୍କୁ ହୋଇଥାଏ। ଏସବୁ ପାଇଁ ଆମେ ବହୁତ କଷ୍ଟ ଅନୁଭବ କରିଥାଉ। କାଶ ପାଇଁ ଆମେ ଠିକ ସେ ଖାଇବା ପିଇବା ମଧ୍ୟ କରିପାରିନଥାଉ। କାଶ ପାଇଁ ଆମକୁ ବହୁତ କଷ୍ଟ ହୋଇଥାଏ ଏବଂ କାଶି କାଶି ପେଟ ଓ ଦେହ ହାତ ଦରଜ ହୋଇଯାଇଥାଏ। କାଶ ପାଇଁ ରାତିରେ ମଧ୍ୟ ଆମେ ଶୋଇ ପାରିନଥାଉ ଓ କାଶି କାଶି ଆମ ତଣ୍ଟି ଦରଜ ହୋଇଯାଇଥାଏ। କେତେ ପ୍ରକାରର ଔଷଧ ଖାଇବା ପରେ ମଧ୍ୟ ବେଳେ ବେଳେ ଏହା ଭଲ ହୋଇନଥାଏ।ଏହି କାଶ ବହୁତ ଦିନ ଯାଏଁ ଲାଗିକି ରହିଥାଏ।କଫ ଏବଂ ପିତ ମଧ୍ୟ ସେପରି କଷ୍ଟଜନିତ ରୋଗ ।ଏହା ଦ୍ଵାରା ଆମେ ତଣ୍ଟି ରେ ବହୁତ କଷ୍ଟ ଅନୁଭବ କରିଥାଉ।ଆମର ପିତ ହେବା ଦ୍ୱାରା ପାଟି ସବୁବେଳେ ପିତା ଲାଗିଥାଏ ଏବଂ ଆମେ ଯେତେ ଯାହା ଖାଇଲେ ମଧ୍ୟ ଆମକୁ କିଛି ବି ଖାଦ୍ୟ ରୁଚିକର ଲାଗିନଥାଏ। ଏଥିରେ ଆମେ ବହୁତ କଷ୍ଟ ଅନୁଭବ କରିଥାଉ ଏବଂ ସବୁଥିରେ ଅଶାନ୍ତି ଲାଗିଥାଏ ଆମର ସ୍ୱଭାବ ଚିଡି ଚିଡ଼ ପ୍ରକୃତି ର ହୋଇଯାଇଥାଏ।
ଏହା ଭଲ ହେବା ପାଇଁ ଆମେ ଅନେକ ପ୍ରକାର ଔଷଧ ମଧ୍ୟ ଖାଇଥାଉ । ବେଳେ ବେଳେ ଏହା ଭଲ ହୋଇଯାଇଥାଏ ଆଉ କିଛି ଟା କ୍ଷେତ୍ରରେ ଏହା ଭଲ ହୋଇନଥାଏ।ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇଲେ ଏହି ସବୁ ଆପଣଙ୍କର ଭଲ ହୋଇଯିବ ।
ଏଥିପାଇଁ ଆମକୁ ଦରକାର କଳା ମରିଚ ପାଉଡର,ଲୁଣ,ହଳଦୀ ଏବଂ ଏକ ଲେମ୍ବୁ। ପ୍ରଥମେ ଆପଣ ଲେମ୍ବୁ ନେବେ ଏବଂ ତାକୁ ଦୁଇ ଫାଳ କରି କାଟିଦେବେ।କାଟିଦେବା ପରେ ଏହାର ମଞ୍ଜିକୁ କାଢ଼ିଦେବେ।ଏହାପରେ ଆପଣ ଲେମ୍ବୁ ଉପରେ ପ୍ରଥମେ କଳା ମରିଚର ପାଉଡରକୁ ଲଗେଇବେ ଓ ଏହାର ଏକ ସ୍ତର ବନେଇବେ।ଏହିପରି ଦୁଇ ଫାଳ ଲେମ୍ବୁ ଉପରେ କରିବେ।ଏହାପରେ ଲୁଣର ଏକ ସ୍ତର ବନେଇବେ। ଏହିପରି ଅନ୍ୟ ଲେମ୍ବୁ ର ଫାଳ ଉପରେ ବି କରିବେ। ଏହାପରେ ତୃତୀୟ ସ୍ତର ହଳଦୀର କରିବେ। ହଳଦୀକୁ ବହୁତ ଭଲରେ ଲେମ୍ବୁ ଉପରେ ଲଗେଇବେ।ଏଥିପାଇଁ ଆପଣ ଟିକେ ଧ୍ୟାନ ରଖିବେ। ହଳଦୀ ଲଗେଇବା ପରେ ଏହାକୁ ପୂରା ଲେମ୍ବୁ ଉପରେ ଲଗେଇବାର ଅଛି ତେଣୁ ଆପଣ ନିଜ ଆଙ୍ଗୁଠି ଦ୍ୱାରା ଏହାକୁ କରିବେ।
ଏହାପରେ ଲେମ୍ବୁକୁ ଗରମ ତାୱା ରଖିବେ ଏବଂ କମ ତାପରେ ଏହାକୁ ଗରମ କରିବେ। ଏହି ପ୍ରକ୍ରିୟାକୁ ୧୦ ରୁ ୧୫ ମିନିଟ ଯାଏଁ କରିବେ। ଏହା କରିବା ଦ୍ୱାର ଧୀରେ ଧୀରେ ହଳଦୀ ଓଦା ହେବାରେ ଲାଗିବ ଆପଣ ଏହାକୁ ସେ ପର୍ଯ୍ୟନ୍ତ ଗରମ କରିବେ ଯେ ପର୍ଯ୍ୟନ୍ତ ହଳଦୀ ପୂରା ଓଦା ହୋଇନାହିଁ ଏବଂ ଏଥିରୁ ଫୋଟକା ବହାରେନାହିଁ। ଧ୍ୟାନ ରଖିବେ ଆପଣ କମ ତାପରେ ଏହାକୁ କରିବେ। ୧୦ ରୁ ୧୫ ମିନିଟ ପରେ ଏହା ହୋଇଯିବ ଏବଂ ହଳଦୀ ରୁ ଫୋଟକା ବାହାରିବା ଆରମ୍ଭ ହୋଇଯିବ।
ତାପରେ ଆପଣ ସେହି ଲେମ୍ବୁ କୁ କାଢ଼ିଦେବେ ସେହି ଗରମ ତାୱା ଉପରୁ। ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦେବେ। ଲେମ୍ବୁ ଥଣ୍ଡା ହୋଇଯିବା ପରେ ସବୁ ସ୍ତର ବିଶିଷ୍ଟ ସେହି ଲେମ୍ବୁକୁ ଚୁପୁଡିକି ପିଇଦେବେ। ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ପିଇବେ। ଏହାକୁ ପିଇବା ପରେ ପାଣି ପିଇବେ ନାହିଁ।ଦେଖିବେ ଆପଣଙ୍କ ସମସ୍ୟା ନିଶ୍ଚୟ ଦୂର ହେବ।ଏହା ବହୁତ ଉପକାରୀ ଅଟେ।