June 21, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଭାରତର ୧୦ ଟି ଧନୀ ମନ୍ଦିର ବିଷୟରେ – ଏହି ମନ୍ଦିର ର ସମ୍ପତି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଓଡିଶା ର କେଉଁ ମନ୍ଦିର ସାମିଲ ଅଛି..

1 min read

ଆଜି ଆମେ ଜାଣିବା ଭାରତର ୧୦ ଟି ଧନୀ ମନ୍ଦିର ବିଷୟରେ।ଭାରତ ଧର୍ମ,ସଂସ୍କୃତି,କଳା, ରୀତି ରିବାଜର ଦେଶ ଅଟେ।ଏହି ଭୂମି ସର୍ବଦା ସାଧୁ ସନ୍ଥ ଆଉ ମହାନ ଆତ୍ମାଙ୍କ ଦ୍ୱାରା ସୁସଜ୍ଜିତ ରହିଥାଏ।ଏଠାକାର ରାଜା ସମୟ ସମୟରେ ଅଦ୍ଭୂତ କଳା ମାନଙ୍କର ପ୍ରଦର୍ଶନ କରିଛନ୍ତି।ଆଉ ଏହାର ଏହି କାରଣ ରହିଥାଏ ଯେଉଁକାରଣରୁ ଆମେ ଆମ ଈଶ୍ୱର ମାନଙ୍କ ପାଇଁ ନିଜର ସର୍ବସ୍ବ ଉସ୍ଛର୍ଗ କରିବାକୁ ପଛେଇ ନଥାଉ।ଏବେ ଆସନ୍ତୁ ଜାଣିବା ଭାରତର ୧୦ ଟି ସବୁଠାରୁ ଧନୀ ମନ୍ଦିର ବିଷୟରେ।

୧.ସୋମନାଥ ମନ୍ଦିର:-ଗୁଜୁରାଟର ସ୍ୱରାଷ୍ଟ୍ରରରେ ଥିବା ଏ ମନ୍ଦିର ୧୨ ଟି ଜ୍ୟୋତିର୍ଲିଙ୍ଗ ଭିତରୁ ଗୋଟେ ଅଟେ।ଏହା ଚାଲୁକ୍ୟର ସ୍ଥାପତ୍ୟ କଳା ମାନଙ୍କର ସବୁଠାରୁ ସୁନ୍ଦର ଓ ପ୍ରସିଦ୍ଧ ସ୍ଥାପନା ଅଟେ।ଏହି ମନ୍ଦିରର ବହୁତ କଳା କୃତି ବିଦେଶୀ ଆକ୍ରମଣ କାରୀ ମାନେ ଭାଙ୍ଗି ଦେଇଥିଲେ।ଇତିହାସରେ ଏହି ମନ୍ଦିରର ୭ ଥର ପୁନଃ ନିର୍ମାଣ କରାଯାଇଥିଲା।ଏହାର ଶିଖର ପ୍ରାୟ ୧୫ ମିଟର ଉଚ୍ଚ ଅଟେ।ଏଠାକୁ ପ୍ରାୟ ବହୁତ ଲୋକ ଆସନ୍ତି ଆଉ ପ୍ରତି ବର୍ଷ ଏ ୩୦-୩୫ କୋଟି ପର୍ଯ୍ୟନ୍ତ ରୋଜଗାର କରେ।

୨.ସିଦ୍ଧିବିନାୟକ ମନ୍ଦିର:-ଏହି ମନ୍ଦିର ମୁମ୍ବାଇରେ ଅବସ୍ଥିତ ଆଉ ଏଠାକୁ ପ୍ରତିଦିନ ୫୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ଲୋକ ଆସିଥାନ୍ତି।ଏଠାରେ ବିରାଜିତ ଭଗବାନ ଗଣେଶଙ୍କ ମୂର୍ତ୍ତୀ ପ୍ରାୟ ୨୦୦ ବର୍ଷର ପୁରୁଣା ମୂର୍ତ୍ତି ଅଟେ।ଏହି ମନ୍ଦିର ପ୍ରାୟ ପ୍ରତି ବର୍ଷର ରୋଜଗାର ୧୨୫ କୋଟିରୁ ୧୫୦ କୋଟି ପର୍ଯ୍ୟନ୍ତ ହୋଇଥାଏ।

୩.ସବ୍ରି ମାଲା ମନ୍ଦିର:-ଏହି ମନ୍ଦିରର କଣ କଣ ରେ ଧର୍ମ ସ୍ଥାପନ ହୋଇଥାଏ।ଏହି ମନ୍ଦିର କେରଳର ୩୦୦ ଉଚ୍ଚତା ବିଶିଷ୍ଟ ଏକ ପାହାଡ଼ ଉପରେ ଅବସ୍ଥିତ।ଆଉ ଏଠାକୁ ଭଗବାନ ଆୟପା ଙ୍କର ଭକ୍ତ ଅଧିକ ମାତ୍ରାରେ ଆସନ୍ତି।କୁହାଯାଏକି ଏ ମନ୍ଦିରରେ ଏତେ ଦାନ କରାଯାଏକି ଏଠାରେ ଲୋକ ନୁହେଁ ରୋବଟ କାମ କରିବେ।ଏଠାରେ ପ୍ରତି ବର୍ଷ ୧୫ କିଲୋ ସୁନା ଓ ୧୫୦ କୋଟିରୁ ଅଧିକ ଟଙ୍କା ଦାନ ଆକାରରେ ଆସିଥାଏ।

୪.ସୂର୍ଣ୍ଣ ମନ୍ଦିର:-ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଦୁନିଆର ସବୁଠାରୁ ମହାନ ତୀର୍ଥସ୍ଥଳ ଭବାରେ ଗଣା ଯାଏ।ଏହା ଶିଖ ଲୋକ ମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ।ଆଉ ଏହାର ପ୍ରତି ବର୍ଷର ରୋଜଗାରକୁ ଗୁପ୍ତ ରଖାଯାଇଥାଏ କିନ୍ତୁ ଏହି ମନ୍ଦିରର ସୂର୍ଣ୍ଣ ଶିଖର ଆଉ ଏହା ଉପରେ ଚଢାଯାଇଥିବା ସୁନାର ଚଦର ଏହାର ସଂବୃଦ୍ଧି ବିଷୟରେ କହିଥାଏ।ଆଆଁ ଏଠାକୁ ଆସୁଥିବା ଲୋକଙ୍କୁ ମାଗଣାରେ ୩ ଥର ଖାଇବାକୁ ଦିଆଯାଇଥାଏ।

୫.ଜଗନ୍ନାଥ ମନ୍ଦିର:-ପୁରୀର ଜଗନ୍ନାଥ ମନ୍ଦିର ଭାରତର ସବୁଠାରୁ ପୁରୁଣା ଵିଷ୍ଣୁ ମନ୍ଦିର ଭାବରେ ଗଣାଯାଇଥାଏ।ଆଉ ଏଠାକୁ ପ୍ରତିଦିନ ହଜାର ଓ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟାରେ ଭକ୍ତଗଣ ଆସିଥାଏ।ଆଉ ପ୍ରତି ବର୍ଷ ହେଉଥିବା ରଥ ଯାତ୍ରା ସମୟରେ ଲୋକଙ୍କୁ ଗଣିବା ଅସମ୍ଭବ ଅଟେ।ଏହି ମନ୍ଦିରର ପ୍ରତି ବର୍ଷରେ ୧୫୦-୨୦୦ କୋଟି ଟଙ୍କା ଦାନରେ ଆସିଥାଏ।ଆଉ କୁହାଯାଏ ଏଠାରେ ୫ ଟି ଭଣ୍ଡାର ଘର ଅଛି ଆଉ ଏଠାରେ ଅଜସ୍ର ସମ୍ପତ୍ତି ଅଛି ବୋଲି।

୬.ସାଇ ମନ୍ଦିର:-ଏହି ମନ୍ଦିର ନାସିକ ସିରିଡି ରେ ଅବସ୍ଥିତ ଅଛି।ଆଉ ଆମେ ଆପଣଙ୍କୁ ଖୀ ରଖିବୁକି ସାଇ ବାବା ଯେଉଁ ସିଂହାସନ ରେ ବସନ୍ତି ସେହିଁ କେବଳ ୯୪ କିଲୋ ସୁନାରେ ତିଆରି ହୋଇଥାଏ।ଆଉ ଏହାର ଦାମ ୧୦ କୋଟି ଟଙ୍କାରୁ ଅଧିକ ଅଟେ।ଏହା ପରେ କୁହାଯାଏକି ସାଇବାବା ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟ ରେ ୧୮୦୦ କୋଟି ଟଙ୍କା ୩୮୦ କିଲୋ ସୁନା ୪୫୦୦ କିଲୋ ଚାନ୍ଦି ଆଉ ବହୁତ ପରିମାଣରେ ବିଦେଶୀ ମୁଦ୍ରା ଅଛି।ଏଠାରେ ପ୍ରତି ବର୍ଷର ରୋଜଗାର ୩୨୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

୭.ଶ୍ରୀ ବୈଷ୍ଣ ଦେବୀ:-ଏହି ମନ୍ଦିର ମାଟି ଠାରୁ ୫୨୦୦ ଫୁଟ ଉଚ୍ଚରେ ଆଉ ଏକ ପ୍ରାଚିନ ଗୁମ୍ଫାରେ ତିଆରି ଏହି ମନ୍ଦିର ମା ବୈଷ୍ଣ ଦେବୀଙ୍କୁ ସମର୍ପିତ ଅଟେ।ହି ଦୁ ପୁରାଣରେ ଏହାକୁ ବହୁତ ମହତ୍ୱ ପୁର୍ଣ୍ଣ ସ୍ଥାନ ବୋଲି ଆମେ ମାନିଥାଉ।ଆଉ ଏହି କାରଣ ସତ୍ତ୍ଵେ ମଧ୍ୟ ଏଠାକୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଆସନ୍ତି।ଏହି ମନ୍ଦିରରେ ପ୍ରାୟ ୫୦୦ କୋଟି ପର୍ଯ୍ୟନ୍ତ ଦାନ ଦିଆ ହୁଏ।

୮.ଗୁରୁଭାରୁୟାପନ୍ନ ମନ୍ଦିର:-ଏହି ମନ୍ଦିର ଭଗବାନ କୃଷ୍ଣଙ୍କର ଅଟେ।ଏଠାରେ ଭଗବାନ କୃଷ୍ଣଙ୍କୁ ତାଙ୍କର ବାଳକ ରୂପରେ ପୂଜାଯାଏ।କୁହାଯାଏ ଏ ମନ୍ଦିରରେ କିଛି ଚୁମ୍ବକୀୟ ଶକ୍ତି ଥାଏ ଯାହାଦ୍ୱାରା ଏଠାରେ ଆସୁଥିବା ଲୋକଙ୍କୁ ବହୁତ ଆରାମ ମିଳେ।ଏହି ସ୍ଥାନକୁ ସବୁଦିନ ୫୦,୦୦୦ ଲୋକ ଯାଆନ୍ତି ଆଉ ଏଠାକାର ସମ୍ପତି ପ୍ରାୟ ୨୫୦୦ କୋଟି ଟଙ୍କା ଅଟେ।

୯.ତିରୁପତି ବାଲାଜି ମନ୍ଦିର:-ଏହା ଦଶବି ଶତାଦ୍ଧି ରେଟିଆରୀ ହେଇଥିଲା ଏହି ମନ୍ଦିର ବିଶ୍ୱର ସବୁଠାରୁ ବଡ଼ ଓ ଧନୀ ମନ୍ଦିର ମାନଙ୍କ ଭିତରେ ଗଣାଯାଏ।ଏଠାକୁ ପ୍ରାୟ ସବୁଦିନ ୩୦,୦୦୦ ଲୋକ ଆସନ୍ତି ଆଉ ପୂଜା ପର୍ବାଣୀ ସମୟରେ ଏଠାକୁ ୫ ଲକ୍ଷ୍ୟ ପର୍ଯ୍ୟନ୍ତ ଲୋକ ଆସନ୍ତି।ଏହାର ପ୍ରତି ବର୍ଷର ରୋଜଗାର ୬୫୦ କୋଟି ଅଟେ।ଆଉ ଏଠାକାର ସମ୍ପୂର୍ଣ୍ଣ ସମ୍ପତ୍ତି ୩୭ ହଜାର କୋଟି ଅଟେ।ଏଠାରେ ପ୍ରତି ବର୍ଷ ୩୦୦୦ କିଲୋ ସୁନା ଦାନ ଦିଆଯାଏ।

୧୦.ପଦ୍ମନାଭ ସ୍ୱାମୀ ମନ୍ଦିର:-ଏହା କେରଳର ଥିରୁଅନନ୍ତ ପୁରମ ଠାରେ ସ୍ଥିତ ଏ ମନ୍ଦିର ଦେଖିବାକୁ ଯେତେ ସୁନ୍ଦର ଏହାର ରୂପ ମଧ୍ୟ ସେତେ ଆକର୍ଷକ ମଧ୍ୟ ହୋଇଥାଏ।ଏହା କେବଳ ଭାରତର ନୁହେଁ ଦୁନିଆର ସବୁଠାରୁ ଧନୀ ମନ୍ଦିର ଭିତରୁ ଗୋଟେ ଅଟେ।କିଛିବର୍ଷ ପୂର୍ବେ ଯେବେ ଏ ମନ୍ଦିରର ୬ ଟି ଭଣ୍ଡାର ଘରରରୁ ୫ ଟି ଘର ଖୋଲା ଗଲା ସେଥିରୁ ଏକ ଲକ୍ଷ୍ୟ କୋଟି ସୁନା ମିଳିଲା।ଏଠାରେ ବାହାରିଥିବା ସୁନାର ମହାଵିଷ୍ଣୁ ମୂର୍ତ୍ତି ୫୦୦ କୋଟିରୁ ଅଧିକ ଅଟେ।

Leave a Reply

Your email address will not be published. Required fields are marked *