June 26, 2025

Odia Express

Here, There and Everywhere

ଆଜି ଆମେ ଜାଣିବା ଅଧିକ ଚିନ୍ତା କରୁଥିବା ଏବଂ କମ କଥା କହୁଥିବା ଲୋକଙ୍କ ବିଷୟରେ କିଛି ଅଜଣା କଥା..

1 min read

ଆଜି ଆମେ ଆପଣକୁ କହିବାକୁ ଯାଉଛୁ ସେମାନଙ୍କ ବିଷୟରେ ଯେଉଁ ମାନେ ଅଧିକ ଚିନ୍ତା କରନ୍ତି ଏବଂ କମ କଥା କୁହନ୍ତି, ଯଦି ଆପଣ ସେହି ମାନଙ୍କ ମଧ୍ୟରୁ ଜଣେ ହୋଇଥାନ୍ତି ତାହେଲେ ଆମେ ଆପଣଙ୍କ ବିଷୟରେ କିଛି ଖାସ କଥା ଆଉ ଭଲ କଥା କହିବୁ, ଯାହାକି କମ କଥା କହିଲେ ମଧ୍ୟ ଆପଣଙ୍କର ମହତ୍ତ୍ୱ ପ୍ରାୟ ସବୁ ଜାଗାରେ ବଢିଯାଏ।ତ ଚାଲନ୍ତୁ ଜାଣିବା କଣ କଣ ସେହି ଖାସ କଥା ସବୁ।

୧. ବୁଝିବା ଶକ୍ତି :-ଏମାନଙ୍କ ଜ୍ଞାନ ଶକ୍ତି ଅଧିକ ଥାଏ, ଏହା କେମିତି ବଢେ ଆସନ୍ତୁ ଜାଣିବା। ଯେତେ ବେଳେ ଗୋଟେ କ୍ଲାସରେ ଶିକ୍ଷକ ପଢ଼ାଇବା ବେଳେ କିଛି ଛାତ୍ର ଏମିତି ଥାନ୍ତି ଯାହାଙ୍କ ଧ୍ୟାନ ଆଡେ ସାଡେ ରହିଥାଏ ଆଉ କିଛି ନିଜକୁ ଜ୍ଞାନୀ ବୋଲି ଭାବିଥାନ୍ତି, ଯିଏ ଜ୍ଞାନୀ ଭାବନ୍ତି ସେମାନେ ପ୍ରଶ୍ନ ଅଧିକ କରନ୍ତି ଏବଂ ଅଧିକ କଥା ବାର୍ତା କରନ୍ତି ଆଉ ଯେଉଁ ମାନେ ଆଡେ ସାଡେ ଧ୍ୟାନ ଦିଅନ୍ତି ସେମାନେ କିଛି ବୁଝି ପାରନ୍ତିନି କି କିଛି ଚିନ୍ତା କରିପାରନ୍ତିନି । ଯେଉଁମାନେ କମ କଥା କୁହନ୍ତି ସେମାନେ ଅଧିକ ଚିନ୍ତା କରନ୍ତି ସେଥିପାଇଁ ଶିକ୍ଷକ କହୁଥିବା ସବୁ କଥାକୁ ଭଲ ଭାବେ ବୁଝନ୍ତି, କାହିଁକି ନା ଗୋଟେ ଗ୍ରୁପରେ ଲୋକ କିଛି କୁହଁନ୍ତି ନଚେତ ଚୁପ ରୁହନ୍ତି। ଯେଉଁ ଲୋକ କୁହନ୍ତି ସେମାନେ ନା କିଛି ଭଲ ଭାବେ ଶୁଣନ୍ତି ନା କିଛି ବୁଝନ୍ତି, ଯେଉଁ ମାନେ ଶୁଣିବାକୁ ଭଲ ପାଆନ୍ତି ସେମାନେ ପ୍ରଥମେ ଶୁଣନ୍ତି, କଥାକୁ ବୁଝନ୍ତି ଏବଂ ଦରକାର ପଡିଲେ କଥା କୁହନ୍ତି ନଚେତ କିଛି କୁହନ୍ତିନି । ସେମାନଙ୍କ ପାଖରେ ଜ୍ଞାନ ଅଧିକ ରହିଥାଏ କାରଣ ସେମାନେ ଲୋକଙ୍କ କଥାକୁ ଶୁଣନ୍ତି ।

୨. ଯେତିକି ଦରକାର ସେତିକି କହିବା:- ଯେତିକି ଦରକାର ସେତିକି କହିବା ତା ବହୁତ ଜରୁରୀ କାରଣ ଯେଉଁ ଜାଗାରେ ଯେଉଁ କଥା କହିବା ଉଚିତ ନୁହେଁ ସେ କଥା ପାଟିରୁ ବାହାରିବା ସମ୍ଭାବନା ବହୁତ ମାତ୍ରରେ କମି ଯାଇଥାଏ । ଯେତେବେଳେ ଆମେ ଅଧିକ କଥା କହୁ ସେତେବେଳେ ଆମେ ସେହି ସବୁ କଥା ମଧ୍ୟ କହିଯାଇଥାଉ ଯାହାକୁ କହିବା କଥା ନୁହେଁ ଏବଂ ଯାହାକୁ ନେଇ ଆମକୁ ପରେ ପସ୍ତେଇବାକୁ ପଡିଥାଏ,ତେଣୁ ସର୍ବଦା ଯେତିକି ଦରକାର ସେତିକି କହିବା ଆବଶ୍ୟକ ଅଟେ।

୩. ଗୁପ୍ତ କଥା କାହା ଆଗରେ ପ୍ରକାଶ ନ କରିବା:- ଯିଏ ଅଧିକ ଗପିଥାଏ ସେ ବହୁତ ସମୟରେ ତାର ଗୁପ୍ତ କଥା ମଧ୍ୟ କହି ପକାଇଥାଏ, ଯାହାକି ପଛରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ , ତେଣୁ ଗୁପ୍ତ କଥା ଗୁପ୍ତ ହିଁ ରଖିବା ଉଚିତ ହୋଇଥାଏ।

୪. ଫାଲତୁ କଥା ନକହିବା:- ଆପଣ ପାଗଳ ନୁହନ୍ତି କି ମୂର୍ଖ ବି ନୁହନ୍ତି ଯେ ଅଧିକ ଗପିବେ ବହୁତ କମ ଲୋକ ଏମିତି ଥାନ୍ତି ଯେଉଁମାନେ ଅଧିକ କଥା କହିଥାନ୍ତି ଏବଂ ମୁଲ୍ୟବାନ କଥା କହିଥାନ୍ତି, ଯେଉଁମାନେ ଅଧିକ କୁହନ୍ତି ଏବଂ ଭଲ ବି କୁହନ୍ତି ସେମାନେ ସାଧାରଣତଃ ଲେଖକ, ସାମାଜିକ ବର୍ତ୍ତାଳାପ ଏବଂ ମୋଟିଭେସନାଲ ସ୍ପିକର ହୋଇଥାନ୍ତି, ଯଦି ଆପଣ ଅଧିକ କହୁଛନ୍ତି ଏବଂ ଫାଲତୁ କଥା କହୁଛନ୍ତି ତାହେଲେ ଆପଣ ନିଜ ସମୟ ନଷ୍ଟ କରିବା ସହିତ ସାମ୍ନା ଲୋକର ବି ସମୟ ନଷ୍ଟ କରୁଛନ୍ତି । ତେଣୁ ଏମିତି ଅଯଥା ଗପ କରନ୍ତୁ ନାହିଁ।

୫. ଆପଣଙ୍କର ବହୁତ କମ ସାଙ୍ଗ ହେବା:- ଆପଣ ସବୁବେଳେ ଚୁପ ଚାପ ରହିଲେ ଆପଣଙ୍କର ବହୁତ କମ ସାଙ୍ଗ ହେବେ ଆଉ ଯିଏ ସାଙ୍ଗ ହେବେ ସେମାନେ ବହୁତ ଭଲ ସାଙ୍ଗ ହେବେ, ତ ଏଥିପାଇଁ କେବେ ମନ ଦୁଃଖ କରନ୍ତୁ ନାହିଁ କି ଆପଣଙ୍କର ବହୁତ କମ ସାଙ୍ଗ ଅଛନ୍ତି ବରଂ ଖୁସି ହୁଅନ୍ତି କି ଆପଣଙ୍କର ଯେତିକି ବି ସାଙ୍ଗ ଅଛନ୍ତି ବହୁତ ଭଲ ସାଙ୍ଗ ଅଛନ୍ତି ।

Leave a Reply

Your email address will not be published. Required fields are marked *