June 23, 2025

Odia Express

Here, There and Everywhere

ଉଡାଜାହାଜର ମାଇଲେଜ କେତେ ଓ ଉଡାଜାହାଜର ଦାମ କେତେ ହୋଇଥିବ ସେ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

1 min read

କଣ ଆପଣ ମାନେ ଜାଣିଛନ୍ତି କି ଉଡାଜାହାଜ ର ମାଇଲେଜ୍ କେତେ ହୋଇଥିବ ଓ ତାହାର ମୂଲ୍ୟ କେତେ କେତେ ହୋଇଥିବ ? ଯଦି ଆପଣ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏ ସବୁ ବିଷୟରେ ଜଣାଇବୁ। ଯେତେବେଳେ ଆପଣ ଆକାଶରେ ଉଡୁଥିବା ଉଡାଜାହାଜ କୁ ଦେଖନ୍ତି, ଅନେକ ସମୟରେ ମନକୁ ଏପରି ପ୍ରଶ୍ନ ଆସେ ଯେ ଏହି ଏରୋପ୍ଲେନ ର ମାଇଲେଜ କେତେ? କିନ୍ତୁ ଏହି ପ୍ରଶ୍ନ ର ଉତ୍ତର ବହୁତ କମ ଲୋକ ଜାଣି ଥାଆନ୍ତି। ପୂର୍ବ କାଳରେ କେବଳ ଧନୀ ବ୍ୟକ୍ତି ମାନେ ହିଁ ଉଡାଜାହାଜ ରେ ଯାଇପାରୁଥିଲେ କିନ୍ତୁ ଆଜି କାଲି ଧନୀ ବ୍ୟକ୍ତି ମାନଙ୍କ ଛଡ଼ା ଅନ୍ୟ ସମସ୍ତ ବ୍ୟକ୍ତି ମଧ୍ୟ ଉଡାଜାହାଜ ରେ ଯାଇ ପାରୁଛନ୍ତି।

ଚାଲନ୍ତୁ ଆଜି ଆମେ ଜାଣିବା ଉଡାଜାହାଜ ର ମାଇଲେଜ୍ ବିଷୟରେ। ସାଧାରଣତଃ ବାଇକ ଓ କାରର ମାଇଲେଜ ବିଷୟରେ ସବୁ ଜାଣିଥାନ୍ତି। ଉଡାଜାହାଜ ରେ ବ୍ୟବହାର କରାଯାଉଥିବା ଇନ୍ଧନ ଉଡାଯାହାଜ ହିସାବରେ ଅନେକ ପ୍ରକାରର ହୋଇଥାଏ। ଏହି ଇନ୍ଧନ କୁ ପ୍ଲେନ୍ ର ଇଞ୍ଜିନ ର କ୍ଷମତା ଅନୁସାରେ ବ୍ୟବହାର କରାଯାଏ ସେଗୁଡିକ ହେଲା ଏଭିଏସନ ଫ୍ୟୁଲ,ଜେଟ ଫ୍ୟୁଲ,ଆଭିଏସନ ଗ୍ୟାସୋଲିନ ଫ୍ୟୁଲ,ବାଇଓ ଫ୍ୟୁଲ।ଆମେ ଆଜି ଜଣାଶୁଣା ପ୍ଲେନ ବୋଏଇଂ ୭୪୭ ର ମାଇଲେଜ୍ ବିଷୟରେ ଜାଣିବା। ଏହା ଦୁନିଆ ରେ ସବୁଠାରୁ ଅଧିକ ଚାଲୁଥିବା ପ୍ଳେନ୍ ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ପ୍ଲେନ ୧ ମିନିଟ୍ ରେ ପ୍ରାୟତଃ ୪ ଲିଟର ଇନ୍ଧନ ବ୍ୟବହାର କରିଥାଏ। ଯଦି ଏହା ୧୦ ଘଣ୍ଟା ଉଡେ, ତେବେ ଏଥିରେ ପ୍ରାୟତଃ ୧ ଲକ୍ଷ ୫୦ ହଜାର ଟଙ୍କାର ଇନ୍ଧନ ବ୍ୟବହାର କରାଯାଏ।

ଯେପରି ବାଇକ୍ କିମ୍ବା କାର ର ଇନ୍ଧନ ଖର୍ଚ୍ଚ କୁ ବଞ୍ଚାଇବା ପାଇଁ ଅନେକ ପ୍ରକାର ର ଉପାୟ ଅବଲମ୍ବନ କରାଯାଏ, ସେହିପରି ପ୍ଲେନ ର ଇନ୍ଧନ ଖର୍ଚ୍ଚ କମାଇବାକୁ ମଧ୍ୟ ଅନେକ ପ୍ରକାର ଉପାୟ ଅବଲମ୍ବନ କରାଯାଏ। ଯେପରି ଏହାକୁ ଏକ ସିଧା ମାର୍ଗ ରେ ନିଆଯାଏ ଓ ଏକ ନିର୍ଦ୍ଧିଷ୍ଟ ବେଗ ରେ ଉଡାଯାଏ। ଏହା ଛଡ଼ା ଉଡାଜାହାଜ ର ଓଜନ ତାର ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ। ଏହାର ଓଜନ ଯେତେ ଅଧିକ ହେବ ଏଥିରେ ହେଉଥିବା ଇନ୍ଧନ ର ଖର୍ଚ୍ଚ ମଧ୍ୟ ଅଧିକ ହୋଇଥାଏ।

ଏବେ ଜାଣିବା ଉଡାଜାହାଜ ର ମୂଲ୍ୟ ବିଷୟରେ। ପୂର୍ବ କାଳରେ ଏଥିରେ ଯିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଥିଲା, ସେଥିପାଇଁ ଏଥିରେ କେବଳ ଧନୀ ବ୍ୟକ୍ତି ମାନେ ହିଁ ଯାଇ ପାରୁଥିଲେ। ଗରିବ ଲୋକ ମାନେ ବାଇକ୍ କିମ୍ବା କାର କିଣିବାର କ୍ଷମତା ରଖିଥାନ୍ତି, ହେଲେ ଆପଣ କଣ କେବେ ଉଡାଜାହାଜ କିଣିବା କଥା ଭାବିଛନ୍ତି?କାରଣ ଏହାର ମୂଲ୍ୟ ବହୁତ ଅଧିକ ହୋଇଥିବାରୁ ଏହା କୁ କିଣିବା ଗରିବ ଲୋକ ମାନଙ୍କ ପାଇଁ ସମ୍ଭବ ହୋଇ ପାରିନଥାଏ। ଯେତେବେଳେ ଏହାର ଆବିଷ୍କାର କରା ଯାଇଥିଲା, ସେତେବେଳେ କେହି ବି ଜାଣି ନଥିଲେ ଯେ ଏହା ଆଗାମୀ ଭବିଷ୍ୟତ ପାଇଁ ଏତେ ଜରୁରୀ ହୋଇଯିବ।

ଦୁନିଆ ରେ ବ୍ୟବହାର କରାଯାଉଥିବା ଉଡାଜାହାଜ ର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ, ତେଣୁ ସବୁ ଉଡାଜାହାଜ ର ମୂଲ୍ୟ କହିବା ଏତେ ସହଜ ନୁହେଁ। ଅାମେ ଆଜି ଯେଉଁ ଉଡାଜାହାଜ ର ମୂଲ୍ୟ ବିଷୟରେ ଜାଣିବା ତାହା ଦେଶରେ ବହୁତ ବ୍ୟବହାର କରାଯାଏ, ଏହାର ନାମ ହେଉଛି ବୋଇଂ ୭୦୦-୮ ଏହା ଯାତ୍ରା କରିବା ପାଇଁ ବହୁତ ବଡ଼ ଯାନ ଅଟେ, ଏଥିରେ ପ୍ରାୟତଃ ୭୦୦ ସିଟ୍ ରହିଛି। ଏହାର ମୂଲ୍ୟ ପ୍ରାୟତଃ ୩୦୦୨ କୋଟି ଟଙ୍କା ହୋଇଥାଏ। ଏହି ପରି , ଏହି କମ୍ପାନୀ ର ଅନ୍ୟ ଏକ ଉଡାଜାହାଜ ର ମୂଲ୍ୟ ୧୬୪୭ କୋଟି ଟଙ୍କା ହୋଇଥାଏ।

Leave a Reply

Your email address will not be published. Required fields are marked *