June 23, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା କଣ ହେବ ଦେଶର ଅବସ୍ଥା ଯଦି ୧ ଡଲାର ଏକ ଟଙ୍କା ହୋଇଯିବ – ଏବେ ଜାଣିରଖନ୍ତୁ

1 min read

ଆପଣ ଜାଣିଥିବେ ଏକ ମ୍ୟାସେଜ ଆସିଥିଲା ଯଦି ଆମେ ଭାରତୀୟ ୯୦ ଦିନ ପର୍ଯ୍ୟନ୍ତ ବିଦେଶୀ ଜିନିଷ ବ୍ୟବହାର ବନ୍ଦ କରିଦବା ତେବେ ୧ ଡ଼ଲାର ର ମୂଲ୍ୟ ୧ ଟଙ୍କା ହୋଇଯିବ।ଆସନ୍ତୁ ଜାଣିବା କଣ ଏହା ସମ୍ଭବ ଓ କିପରି ସମ୍ଭବ।ଓ ଏହା ଯଦି ହୁଏ ତେବେ ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ କଣ ପ୍ରଭାଵ ପଡିବ।ପ୍ରଥମେ ଆଲୋଚନା କରିବା ଆମଦାନୀ।ଏହା ଯଦି ହୁଏ ଭାରତ ବିଦେଶରୁ ଯେତେବି ଜିନିଷ ଆମଦାନୀ କରିଥାଏ ସେ ସବୁର ମୂଲ୍ୟ କମ ହୋଇଯିବ।ଯାହା ଦ୍ଵାରା ପେଟ୍ରୋଲ ଡିଜେଲ ବହୁତ ଶସ୍ତା ହୋଇଯିବ।ଏହା ଦ୍ଵାରା ଆମଦାନୀ ବଢିଯିବ ଯାହା କୌଣସି ଦେଶ ପାଇଁ ଭଲ ଖବର ନୁହେଁ।ଏବେ ଜାଣିବା ଏହା ଦ୍ଵାରା ରପ୍ତାନି ଉପରେ କଣ ପ୍ରଭାବ ପଡିବ।ଯେବେ ଏପରି ହେବ ଭାରତର ରପ୍ତାନି କମିବାରେ ଲାଗିବ ଲାରଣ ଯଦି ଏକ ଶାର୍ଟର ମୂଲ୍ୟ ୧୦୦୦ ଟଙ୍କା ତେବେ କୌଣସି ଦେଶ ଏହାକୁ ଯଦି କିଣିବାକୁ ଚାହିଁବ ତାଙ୍କୁ ୧୦୦୦ ଡ଼ଲାର ଦେବାକୁ ପଡିବ ଯାହା ସେ ନକରି କୌଣସି ଅନ୍ୟ ଦେଶରୁ କିଣିଦେଵ ଯାହା ଭାରତ ପାଇଁ ବହୁତ ଖରାପ ହେବ।କୌଣସି ବି ଦେଶରେ ରପ୍ତାନି କମ ହେବା ଏକ ବହୁତ ଖରାପ ଖବର ଅଟେ।

ଏହାର ଖରାପ ପ୍ରଭାବ FDI ଉପରେ ବି ପଡିବ।କାରଣ ଭାରତରେ କର୍ମଚାରୀ ମାନଙ୍କ ଦରମା କମ ହୋଇଥିବାରୁ ଅନେକ ବଡ଼ ବଡ଼ କମ୍ପାନୀ ଭାରତରେ ଆସି ନିଜର ବଡ଼ ବଡ଼ କମ୍ପାନୀ ଖୋଲିଥାନ୍ତି ।ଯଦି ୧ ଡ଼ଲାର ୧ ଟଙ୍କା ହୋଇଯିବ ତେବେ ଯେଉଁଠି କମ୍ପାନୀ ଜଣେ ଶ୍ରମିକକୁ ୨୦୦ ଟଙ୍କା ପାଇଁ ୨୦୦ ଡ଼ଲାର ଦେବାକୁ ହେବ ଯାହା ଦ୍ଵାରା ସେମାନେ ଆଉ ଭାରତରେ ନିଜ କମ୍ପାନୀ ଖୋଲିବେଲି ଯାହା ଦ୍ଵାରା ଅନେକ କାମ କରୁଥିବା ଲୋକ ଭୋକରେ ମରିବେ।ଏହାର ସବୁଠୁ ଅଧିକ ପଡିବ ଆଇଟି ସେକ୍ଟର ଉପରେ ଯେଉଁଠି ଇଞ୍ଜିନିୟର ୧୨୦୦୦ ଦରମା ପାଉଥିଲେ ସେଠି ୨୦୦୦ ଦରମା ପାଇବେ ଯାହା ସେମାନଙ୍କ ପାଇଁ ବହୁତ ଅଶୁବିଧା ହେବ।

ଏବେ ଜାଣିବା ଷ୍ଟକ ମାର୍କେଟ ଉପରେ ଏହାର ପ୍ରଭାବ କଣ ପଡିବ।ଯେବେ FDI କମିଯିବ ତେବେ ଷ୍ଟକ ମାର୍କେଟ କମିଯିବ।ଏବେ ଆପଣ ଭାବୁଥିବେ ଆମେ ସ୍ୱଦେଶୀ ଦ୍ରବ୍ୟ ଆପଣାଇବୁ ତେବେ ଆପଣଙ୍କୁ କହିରଖିବୁ ୧୯୯୦ ପୂର୍ବରୁ ଭାରତର ଅର୍ଥ ବ୍ୟବସ୍ଥା ବହୁତ ଖରାପ ଥିଲା ଯାହା ୧୯୯୦ ପର ଠୁ ବଢିଛି ଯଦି ଆମେ ବିଦେଶୀ ଜିନିଷ କିଣିବା ବନ୍ଦ କରିଦବା ତେବେ ବିଦେଶୀ ମାନେ ମଧ୍ୟ ଆମ ଜିନିଷ ନେବାକୁ ବନ୍ଦ କରିଦେବେ ଯାହା ଦ୍ଵାରା ଆମର ବିଦେଶୀ ଆମଦାନୀ ବନ୍ଦ ହୋଇଯିବ ଯାହା ଆମ ଅର୍ଥ ବ୍ୟବସ୍ଥାକୁ କମଜୋର କରିଦେବ।ଏହା ସହ ଯଦି ପ୍ରଟ୍ରୋଲ ଡିଜେଲ ଓ ଏହିଭଳି ଆବଶ୍ୟକ ଜିନିଷ ଯଦି ଆମେ ବାହାରୁ ପାଇବାନି ଚଳିବା ବହୁତ କଷ୍ଟ ହୋଇପଡ଼ିବ।ସେଥିପାଇଁ ଆମଦାନୀ ଓ ରପ୍ତାନି ଏହା ଦେଶର ଦୁଇଟି ମୁଖ୍ୟ ଅଙ୍ଗ ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ।ତେବେ ଡଲାର ସହ ଟଙ୍କା ର ମୂଲ୍ୟ ବଢିବା ନିଶ୍ଚୟ ଖୁସି ଖବର ସବୁ ଭାରତୀୟ ପାଇଁ କିନ୍ତୁ ସମାନ ହେବା ସାମାନ୍ୟ ମାହାଙ୍ଗା ପଡିପାରେ

Leave a Reply

Your email address will not be published. Required fields are marked *