June 26, 2025

Odia Express

Here, There and Everywhere

ଯେଉଁମାନଙ୍କ ଜନ୍ମ ୧,୧୦,୧୯,୨୮ ରେ ହୋଇଛି ସେମାନେ ଏହାକୁ ନିଶ୍ଚିନ୍ତ ଦେଖନ୍ତୁ..

ଆପଣ ମାନେ ଜାଣିଛନ୍ତିକି ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ଭବିଷ୍ୟତ କହିପାରେ ଓ ଏ ଗୁଡିକ ଆପଣଙ୍କ ପାଇଁ ବହୁତ ବିଶେଷ ହୋଇଥାଏ।ଆଉ ଆପଣ ଜାଣିଛନ୍ତିକି ଆପଣଙ୍କ ଜନ୍ମ ତାରିଖକୁ ଜ୍ୟୋତିଷ ଭାଷାରେ ମୂଳାଙ୍କ କୁହାଯାଏ ଯାହାର ଆପଣଙ୍କ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପଡିଥାଏ।ଆଜି ଆମେ ଏଠାରେ ଏମିତି କେତେକ ଜନ୍ମ ତାରିଖ ଅନ୍ତର୍ଗତ ଲୋକଙ୍କ ଗୁଣ ଅବଗୁଣ ଓ ସ୍ଵଭାଵ ସମ୍ବନ୍ଧୀୟ କେତେକ କଥା ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ।ଆସନ୍ତୁ ଜାଣିବା ଏମିତି କେତେକ ଜନ୍ମ ତାରିଖ ବିଷୟରେ।

ସର୍ଵ ପ୍ରଥମେ ଆସିବ ଜନ୍ମ ତାରିଖ ଏକ,ଯେଉଁ ଲୋକଙ୍କର ଜନ୍ମ ଯେକୌଣସି ମାସର ୧,୧୦,୧୯,୨୮ ତାରିଖରେ ହୋଇଥାଏ ତାହେଲେ ସେମାନଙ୍କ ସମ୍ଵନ୍ଧ ଏହି ୧ ମୂଳାଙ୍କ ସହିତ ଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୂଳାଙ୍କ ୧ ର ସ୍ୱାମୀ ଗ୍ରହ ଭଗବାନ ସୁର୍ଯ୍ୟ ନାରାୟଣ ଅଟନ୍ତି।ଆଉ ଭଗବାନ ସୁର୍ଯ୍ୟ ଦେଵଙ୍କୁ ଜୀବନ ଶକ୍ତିର ପ୍ରତୀକ ଭବାରେ ମନାଯାଇଥାଏ।ଯଦି ଆପଣ ଏହି ୧ ମୂଳାଙ୍କ ଭିତରେ ଆସନ୍ତି ତାହେଲ ଆପଣଙ୍କ ଭିତରେ ସଚ୍ଚୋଟ ପଣିଆ ଓ ଆତ୍ମ ସନ୍ନମାନ ଭଳି ଗୁଣ ପରିପୂର୍ଣ୍ଣ ହୋଇ ରହିଥାଏ।

ଏହି ଲୋକଙ୍କ ଭିତରେ ନେତୃତ୍ୱ କ୍ଷମତା ବହୁତ ଅଧିକ ଥାଏ।ଏହା ସତ୍ୱେ ଏମାନଙ୍କୁ ବହୁତ ଗର୍ବୀ ଓ ଅହଙ୍କାରୀ ବୋଲି ଜଣାଯାଇଥାଏ।ଏମାନେ ବିନା କାହାର ସାହାଯ୍ୟରେ କେବଳ ନିଜ ଉପରେ ବିଶ୍ଵସ ଓ ଭରସା ରଖି ନିଜ ଲକ୍ଷ୍ୟ କୁ ସମ୍ପାଦନ କରିଥାନ୍ତି।ଆଉ ଏଇଟା ଏମାନଙ୍କ ପାଇଁ ଗୋଟେ ଗର୍ବର କଥା ହୋଇଥାଏ।ଏହି ମୂଳାଙ୍କର ଲୋକ ବହୁତ ନିର୍ଭୀକ ଓ ସାହାସି ସ୍ୱଭାବର ହୋଇଥାନ୍ତି।ଘରେ ଏମାନଙ୍କ ଭୂମିକା ଜଣେ ମୁଖିଆ ସଦୃଶର ହୋଇଥାଏ।ଯଦି ଓ ଏମାନେ ଘରର ଛୋଟ ହୋଇଥାନ୍ତୁ କେହିବି ଏମାନଙ୍କ ବିନା କୌଣସି ଇଛାରେ କିଛି କାମ କରିନଥାନ୍ତି।

ପରିବାର ଭିତରେ ଯଦି କେହି ଏମାନଙ୍କୁ କଷ୍ଟ ଦେବାକୁ ଚେଷ୍ଟା କରନ୍ତି ତଥାପି ଇଏ ସେମାନଙ୍କ ସାହାଯ୍ୟ କରିଥାନ୍ତି।ଏହି ଲୋକମାନେ ବହୁତ ଉଚ୍ଚ ଶିକ୍ଷିତ ହୋଇଥାନ୍ତି।ଏମାନେ ପ୍ରାୟ ସମୟରେ ନୂଆ ଜିନିଷ ଜାଣିବା ଓ ଶିକ୍ଷା ପ୍ରାପ୍ତ କରିବାକୁ ଇଛା ରଖିଥାନ୍ତି।ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ହୋଇଥାଏ,ଏମାନଙ୍କୁ ନିଜ ଜୀବନରେ ଧନ ଅଭାବର ସମସ୍ୟାକୁ ସାମ୍ନା କରିବାକୁ ପଡିନଥାଏ।ଏମାନଙ୍କୁ କେବଳ ଚମଚା ଗିରି କରୁଥିବା ଲୋକ ଓ ଚୁଗୁଲି କରିଥିବା ଲୋକଙ୍କ ପାଖରୁ ଦୁରେଇ ରହିବା ଉଚିତ।ଭବିଷ୍ୟତ କଥା ଦେଖିବାତ ଏମାନେ ଜଣେ ଭଲ ପ୍ରବନ୍ଧକ ଭବାରେ ନିଜକୁ ଗଢିପାରିବେ।

ଏହା ବ୍ୟତୀତ ଏମାନେ ସରକାରୀ ସେବାରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରି ପାରିବେ।ଯଦି ଏମାନେ କଠୋର ପରିଶ୍ରମ କରିବେ ତାହେଲେ ଏମାନେ ଆ.ଇ.ପି.ଏସ କିମ୍ବା ୟୁ.ପି.ଏସ ଅଧିକାରୀ ହୋଇପାରିବେ।ଏମାନେ ଚାହିଁଲେ ଡାକ୍ତରୀ କ୍ଷେତ୍ରରେ ମଧ୍ୟ ଯାଇ ପାରିବେ।ଏମାନେ ମଧ୍ୟ ପତ୍ରକାର ଓ ସିନେମା,ପ୍ରିଣ୍ଟିଂ ପ୍ରେସର ଉଚ୍ଚ ପଦବୀ ଅଧିକାରୀ ଭବାରେ ନିଯୁକ୍ତି ନେଇ ପାରିବେ।ଆଉ ଏମାନଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିଥାଏ।ଏବେ ଆସନ୍ତୁ ଜାଣିବା ଏମାନଙ୍କ ସ୍ଵଭାଵ ଓ ନକାରାତ୍ମକ ପାର୍ଶ୍ୱ ବିଷୟରେ।ଏମାନଙ୍କ ସବୁଠାରୁ ବଡ଼ ନକାରାତ୍ମକ ପାର୍ଶ୍ୱ ହେଉଛି ଏମାନେ ନିଜ ଶକ୍ତିର ଖରାପ ଉପଯୋଗ କରିଥାନ୍ତି।

ଏମାନଙ୍କ ଜୀବନରେ ବହୁତ ସଂଘର୍ଷର ସମ୍ନା କରିବାକୁ ପଡିଥାଏ।ଏମାନଙ୍କୁ ପିତା ସୁଖର ଅଭାବର ସାମ୍ନା କରିବାକୁ ପଡିଥାଏ।ଏମାନେ ନିଜ ବଡିମା ଦେଖାଇବା ପାଇଁ ବହୁତ ଧନ ଖର୍ଚ୍ଚ କରିଥାନ୍ତି।ଏମାନ ଙ୍କର ଜୁଆ ଖେଳିବା ଉଚିତ ନୁହେଁ ନହେଲେ ଏମାନଙ୍କୁ ଧନ ଓ ସନ୍ନମାନ ଠାରୁ ଦୁରେଇବାକୁ ପଡିପାରେ।ଏମାନଙ୍କ ପାଇଁ ୧,୨,୩,୯ ମୂଳାଙ୍କରେ ଜନ୍ମିତ ବ୍ୟକ୍ତି ବହୁତ ଶୁଭ ହୋଇଥାନ୍ତି।ଆଉ ଏହା ସହିତ ରବିବାର ଓ ସୋମବାର ଏମାନଙ୍କ ପାଇଁ ଶୁଭ ହୋଇଥାଏ।ରଙ୍ଗ ଭିତରୁ ହଳଦିଆ,ସୁବର୍ଣ୍ଣ ଆଉ ନାରଙ୍ଗୀ ରଙ୍ଗ ବହୁତ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *