June 26, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ଏକ ଟ୍ରେନର ମୂଲ୍ୟ କେତେ ଟଙ୍କା ହୋଇଥାଏ ଓ ଭାରତରେ ମୋଟ କେତେ ଟ୍ରେନ ଅଛି…

1 min read

କଣ ଆପଣଙ୍କୁ ଜଣା ଅଛି ଏକ ଟ୍ରେନର ମୂଲ୍ୟ କେତେ ହୋଇଥାଏ ବହୁତ କମ ଲୋକଙ୍କୁ ଏହା ଜଣାଥିବା କାରଣ ଟ୍ରେନ ବିଷୟରେ ବହୁତ କମ ତଥ୍ୟ ଜଣା ପଡିଥାଏ। ଆଜି ଆମେ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେବୁ।ଭାରତରେ ଜନସଂଖ୍ୟା ବହୁତ ଅଧିକ ତେଣୁ ଯିବା ଆସିବା ପାଇଁ କୌଣସି ମାଧ୍ୟମ ଆବଶ୍ୟକ ଯାହା ଟ୍ରେନ ପୁରା କରିଥାଏ।ଆପଣଙ୍କୁ କହିରଖିବୁ ଭାରତୀୟ ରେଳ ବିଭାଗ ଦୁନିଆର ସବୁଠୁ ବଡ଼ ରେଳବିଭାଗ ମଧ୍ୟରୁ ଗୋଟିଏ। ସବୁ ଦେଶରେ ରେଳ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ ହୋଇଯାଇଛି।ଛୋଟ ସ୍ଥାନ ହେବା ବା ବଡ଼ ସ୍ଥାନ ଲୋକ ଯିବା ଆସିବା ପାଇଁ ରେଳ ଉପରେ ଭରସା କରୁଛନ୍ତି।

ରେଳରେ ଯାତ୍ରା କରିବା ବାକି ଠାରୁ କାମ ଖର୍ଚ୍ଚ ଓ ସୁବିଧା ହୋଇଥାଏ।ଏହା ସହିତ ରେଳ ଯୋଗୁ ଅନେକ ଲୋକ କାମ ପାଇଛନ୍ତି।ଭାରତରେ ୧୩ ଲକ୍ଷ ଲୋକ ରେଳ ବିଭାଗରେ କାମ କରୁଛନ୍ତି।ଏବେ ଆସନ୍ତୁ ଜାଣିବା ଏକ ରେଳର ମୂଲ୍ୟ କେତେ ହୋଇଥାଏ।ଆପଣ ଜାଣିଥିବେ ରେଳ ଦୁଇ ଭାଗରେ ବିଭକ୍ତ ହୋଇଥାଏ ପ୍ରଥମ ପାର୍ଟ ହେଉଛି ଇଞ୍ଜିନ ଯାହା ଟାଣିଥାଏ ଓ ଦ୍ୱିତୀୟ ହେଉଛି ବଗି ଯାହା ଦେହରେ ଲୋକ ବସିଥାନ୍ତି।ପୁରା ରେଳର ଦାମ ଜାଣିବା ପାଇଁ ହେଲେ ଆପଣଙ୍କୁ ରେଳର ବଗିର ଦାମ ଜାଣିବାକୁ ହେବ।

କିଛି ରିପୋର୍ଟ ଅନୁସାରେ ଜଣାପଡିଛି ଭାରତୀୟ ରେଳ ଇଞ୍ଜିନ ତିଆରି ପାଇଁ ୨୦ କୋଟି ଖର୍ଚ୍ଚ ହୋଇଥାଏ।ଏହା କମ ଦାମ ଏଥିପାଇଁ କାରଣ ଇଞ୍ଜିନ ଭାରତରେ ତିଆରି ହୋଇଥାଏ।କିନ୍ତୁ ବଗି ଯାତ୍ରୀଙ୍କ ସୁବିଧା ଅନୁସାରେ ତିଆରି କରାଯାଇଥାଏ।ଗୋଟିଏ ବଗିର ଦାମ ପାଖାପାଖି ୨ କୋଟି ଟଙ୍କା ହୋଇଥାଏ।

ଏକ ରେଳରେ ୨୪ ବଗିଥାଏ ଯଦି ଏକର ମୂଲ୍ୟ ୨ କୋଟି ୨୪ ର ମୂଲ୍ୟ ୪୮ କୋଟି ଅଟେ।ତେବେ ମୋଟ ଏକ ଏକ୍ସପ୍ରେକ୍ସ ଟ୍ରେନ ର ମୂଲ୍ୟ ୬୮ କୋଟି ଅଟେ।ପ୍ରାୟତଃ କୌଣସି ଏକ୍ସପ୍ରେସ ଟ୍ରେନ କୁ ତିଆରି ପାଇଁ ୫୦-୧୦୦ କୋଟି ଖର୍ଚ୍ଚ ହୋଇଥାଏ।ଏବେ ଆପଣ ଜାଣିପାରିଥିବେ ଏକ ଟ୍ରେନ ତିଆରି ପାଇଁ କେତେ ଖର୍ଚ୍ଚ ହୋଇଥାଏ।

ଭାରତର ଟ୍ରେନ ସଂଖ୍ୟା ଏଥିରୁ ଅନୁମାନ କରନ୍ତୁ କି ଭାରତରେ ଏକ ଦିନରେ ଯେତେ ଲୋକ ଯାତାୟତ କରିଥାନ୍ତି ଅଷ୍ଟ୍ରେଲିଆର ଜନସଂଖ୍ୟା ସେତିକି।ଭାରତର ଜନସଂଖ୍ୟା ବଢ଼ୁଥିବାରୁ ରେଳ ମଧ୍ୟ ବଢ଼ିବାରେ ଲାଗିଛି।ଆସୁଥିବା ସମୟରେ ଆମକୁ ଭାରତରେ ଅନେକ ଭଲ ଓ ନୂଆ ଟ୍ରେନରେ ଯିବାର ସୁଯୋଗ ମିଳିବ।

ଏବେ ଆସନ୍ତୁ ଜାଣିବା ଭାରତରେ ମୋଟ କେତେ ଟ୍ରେନ ଅଛି।କିଛି ରିପୋର୍ଟ ଅନୁସାରେ ଭାରତରେ ମୋଟ ୧୨,୬୧୭ ପ୍ୟାସେଞ୍ଜର ଟ୍ରେନ ଅଛି।ଏହା ଛଡା ଭାରତରେ ୭,୩୪୯ ମାଲବୁହା ଟ୍ରେନ ମଧ୍ୟ ଅଛି।ଆହୁରି ଟ୍ରେନ ତିଆରି କାମ ଚାଲୁଛି ସେଥିପାଇଁ ଆସୁଥିବା ସମୟରେ ଆମକୁ ଆହୁରି ଅଧିକ ଟ୍ରେନ ଦେଖିବାକୁ ମିଳିପାରେ।

Leave a Reply

Your email address will not be published. Required fields are marked *