June 26, 2025

Odia Express

Here, There and Everywhere

ସଫଳତା ପାଇବାର ୫ ଟି ଉପାୟ,ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ଆପଣଙ୍କ ପାଖେ ଏହି ଗୁଣ ରହିଛି କି..

1 min read

ଏହି ଦୁନିଆରେ ରେ ଆଠ ଶହ କୋଟି ଲୋକ ଅଛନ୍ତି।ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ଚାଳିଶ ହଜାର ଲୋକ କୋଟିପତି ଅଟନ୍ତି। ମାନେ କେବଳ ୦.୧୭% ହିଁ। ୨୦୧୮ ଜନଗଣନା ଅନୁସାରେ ୯୦ ପ୍ରତିଶତ କୋଟିପତି ଙ୍କ ପୂର୍ବ ଧନ କିଛି ନଥିଲା। ସେ କେବଳ ନିଜର କଠିନ ପରିଶ୍ରମ ଦ୍ଵାରା ଏହି ସଫଳତା କୁ ଲାଭ କରିଛନ୍ତି। ଆଉ ଆମେ ମଧ୍ୟ ଜାଣିଛୁ ଶୁନ ରୁ ଗୋଟେ ବିଲ୍ଡିଂଗ କରିବା କାଠିକର ପାଠ।ଆମ ମାନଙ୍କ ମଧ୍ୟ ରେ ଗୋଟିଏ ପ୍ରଶ୍ନ ଥିବ ଯେ ସେ ଲୋକଙ୍କ ପାଖରେ ଏମିତି କଣ ଥିଲା ଯାହା ପାଇଁ ସେମାନେ କୋଟିପତି ହୋଇଗଲେ। ଏହାର ଉତ୍ତର ହେଉଛି ତାଙ୍କ ଅଭ୍ୟାସ। ଆଜି ଆମେ ମାନେ ଜାଣିବା ସେ ଅଭ୍ୟାସ କଣ ଓ କିପରି ସେମାନେ ଏହା କରିପାରିଲେ। ଆଉ ଏହି କାମ କୁ ଯିଏ କରି ପାରିବ ସେ ନିଶ୍ଚୟ ଦିନେ ନା ଦିନେ ସଫଳତା କୁ ପାଇପାରିବ।ଏହା ଆମର ଗ୍ୟାରେଣ୍ଟି।ତେବେ ଆସନ୍ତୁ ଜାଣିବା ସେ ୫ ଟି କଥା।

୧.ସେମାନଙ୍କ ପାଖରେ ଥିବା ଲକ୍ଷ୍ୟ- ସବୁ ସଫଳତା ପାଇଥିବା ମଣିଷ ପାଖରେ ନିଶ୍ଚୟ ଗୋଟେ ଲକ୍ଷ୍ୟ ଥାଏ।ତାଙ୍କୁ ଜଣାଥାଏ ଯେ ଜୀବନରେ କିଛି ପାଇବେ ଓ ଏଥିପାଇଁ ସେ ତାକୁ ହାସିଲ କରି ନିଅନ୍ତି। ଯଦି ଆପଣଙ୍କ ପାଖରେ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥାଏ ତେବେ ତାକୁ ପାଇବା ରେ କଠିନ ପରିଶ୍ରମ କରିବାକୁ ପଡିଥାଏ।କିନ୍ତୁ ବହୁତ ଲୋକ ଜାଣି ହିଁ ପାରନ୍ତିନି ତାଙ୍କୁ ଜୀବନ ରୁ କଣ ଦରକାର।ଏହି କାରଣ ରୁ ସେ ତାକୁ ହାସିଲ ବି କରି ପାରନ୍ତି ନାହିଁ।ଯେତେବେଳେ ଯାଏ ଆପଣ ଜାଣି ନାହାନ୍ତି ଆପଣଙ୍କ ଲକ୍ଷ୍ୟ କଣ ସେତେବେଳେ ପର୍ଯ୍ୟନ୍ତ ଆପଣ କିଛି କରି ପାରିବେ ନାହିଁ।ଏଠି ପାଇଁ ଏବେ ନିଜ ଲକ୍ଷ୍ୟ କୁ ଭାବି ନିଅନ୍ତୁ,ଭବିଷ୍ୟତରେ ରେ ଆପଣଙ୍କୁ କେଉଁ ଜାଗାରେ ପହଞ୍ଚିବାର ଅଛି।ଦୁନିଆରେ ବହୁତ ଲୋକ କିଛି ଲକ୍ଷ୍ୟ ରେ କେବେଳ ପଶୁ ଭଳି ବଞ୍ଚୁଛନ୍ତି।ସେମାନଙ୍କ ମଂଜିଲ(ଲକ୍ଷ୍ୟସ୍ଥଳ) ବୋଲି କିଛି ନାହିଁ। ଯଦି ଆପଣ କିଛି ଅଲଗା କରିବାକୁ ଚାହୁଁଛନ୍ତି ତେବେ ଆଜି ହିଁ ନିଜ ଲକ୍ଷ୍ୟ କୁ ବାଛି ନିଅନ୍ତୁ।


୨.ସେମାନଙ୍କ ଦାୟୀତ୍ୱ- ସବୁ ସଫଳ ମଣିଷ ଗୋଟେ ଲିଡର ହୋଇଥାଏ।ସେ ତା ତାର ସବୁ କାମ କରିବା ପାଇଁ ଦାଇତ୍ୱ ନିଶ୍ଚିତ ନିଏ।ସେ କେବେହେଲେ ଡରନ୍ତି ନାହିଁ ହରିଯିବା କୁ।ଏମିତି କୌଣସି ସଫଳତା ନାହିଁ ଯେଉଁଥିରେ କେବେ ବିଫଳ ହୋଇ ନଥିବା।ସବୁ ଲୋକ ନିଜ ବିଫଳତା ର କାରଣ ଅନ୍ୟଙ୍କୁ ଦିଅନ୍ତି ସେଥିପାଇଁ ସେ ନିଜ ଭୁଲ କୁ ଜାଣିପାରନ୍ତି ନାହିଁ।କିନ୍ତୁ ଜଣେ ସଫଳ ମଣିଷ ନିଜ ବିଫଳତା ରୁ ନିଜ ଭୁଲ କୁ ଜାଣିପାରେ।ଆଉ ତାକୁ ଠିକ କରିଥାଏ।ସେଥିପାଇଁ ନିଜ ବିଫଳତା ର କାରଣ ସବୁବେଳେ ନିଜ କୁ ଦିଅ।ଯାହା ଫଳରେ କି ନିଜେ ନିଜର ଭୁଲ କୁ ସଜାଡି ପାରିବ।


୩.ଶୃଙ୍ଖଳତା- ସବୁ ସଫଳ ମଣିଷ ନିଜ ରୁଟିନ କୁ ନେଇ ସବୁବେଳେ ଶୃଙ୍ଖଳିତ ରୁହେ। କାହିଁକି ନା ସେମାନେ ଜାଣିଥାନ୍ତି କେତେବେଳେ କେଉଁ କାମ ତାଙ୍କ ର ରହିଛି ଓ ତାକୁ କେମିତି ପୁରଣ କରିବାର ଅଛି। ତ ସେ କେବେହେଲେ ଭାବିନଥାନ୍ତି କି ଆଜି କଣ କରିବି ହେଲେ ଅନ୍ୟ ଲୋକମାନେ ନିଜ କାମ ପ୍ରତି ସେତେ ଶୃଙ୍ଖଳିତ ନୁହନ୍ତି।ସେମାନେ ଜାଣିନଥାନ୍ତି ତାଙ୍କୁ କେତେବେଳେ କଣ କରିବାର ଅଛି।ତାଙ୍କ ଟାଇମ ଟେବୁଲ ନଥାଏ।ଏଥିପାଇଁ ସେ ଯାହା ବି କରନ୍ତି ସବୁ କାମ କରିପାରନ୍ତି ନହିଁ ଠିକ ଭାବରେ।ଏଥିପାଇଁ ସବୁବେଳେ ନିଜର ଟାଇମ ଟେବୁଲ କର।ଆଉ ତାକୁ ଶୃଙ୍ଖଳତା ର ସହ ପୁରଣ କର।

୪.ସେଲ୍ଫ ଡେଭଲପ୍ମେଣ୍ଟ- ସଫଳ ମଣିଷ ଗୋଟେ ଦିନରେ ଅତେ ଟଙ୍କା କେମିତି କମେଇ ପାରନ୍ତି।ଯୋଉଟା କି ଗୋଟିଏ ଲୋକ ପୁରା ବର୍ଷ ରେ କମେଇ ପାରେ ନାହିଁ।ସେ କେବଳ ପାଆନ୍ତି ନିଜ ଜ୍ଞାନ ବଳରେ।ଅନ୍ୟ ଲୋକ ଭାବନ୍ତି ସେ ସବୁ ଜାଣିଛନ୍ତି।ତାଙ୍କୁ କିଛି ଜାଣିବା ଦରକାର ନାହିଁ।ହେଲେ ସବୁ ସଫଳ ଲୋକ ସବୁବେଳେ କିଛି ନା କିଛି ନୂଆ ଜିନିଷ ଜାଣିବାକୁ ଚେଷ୍ଟା କରନ୍ତି।କାହିଁକି ନା ସେମାନେ ଜାଣିଥାନ୍ତି ସେ ନିଜ କୁ ଯେତେ ଜ୍ଞାନୀ କରିବେ ତାଙ୍କ ର ଚାହିଦା ସେତେ ବଢିବ।କାହିଁକି ନା ଆଜି ଏହି ସଫଳ ଲୋକ ଯୋଉ ସ୍ଥାନ ରେ ଅଛନ୍ତି ସେ କେବଳ ତାଙ୍କ ଜ୍ଞାନ ପାଇଁ।

୫.ପଢିବା- ସବୁ ସଫଳ ଲୋକର ନିଶ୍ଚିତ ଏହି ଗୁଣଟି ରହିଥିବ। ପଢିବା ଦ୍ଵାରା ନିଜ ଜ୍ଞାନର ସୀମା ବଢିବା ସହିତ,ନିଜର ଅଭିଜ୍ଞତାକୁ ବୃଦ୍ଧି କରି ହୁଏ। ଏଥିପାଇଁ ପଢିବା ନିଶ୍ଚୟ ଜରୁରୀ,ଯାହାକୁ ଆମକୁ ପାଇବାର ଅଛି।ତାକୁ ନିଶ୍ଚିତ ଆମେ ପାଇବା।

Leave a Reply

Your email address will not be published. Required fields are marked *