November 23, 2024

Odia Express

Here, There and Everywhere

ଆଜିର ମଜାଦାର୍ ଜୋକ୍ସ : ଗୋଟେ ସ୍ପେଲିଙ୍ଗ୍ ମିଷ୍ଟେକ୍ କାରଣରୁ ଗୋଟେ ବହି ୧୦ ଲକ୍ଷ କପି ଦୁଇ ଦିନରେ ବିକ୍ରି ହୋଇଗଲା କଣ ଲେଖା ଥିଲେ ଶୁଣିଲେ ହସି ହସି ବେଦମ ହେଇଯିବେ ଆପଣ..

1 min read

ହସିବା ସମସ୍ତଙ୍କ ପାଇଁ ଫାଇଦାଦାୟକ ହୋଇଥାଏ । ଏହି ଗୋଟେ କଥା ଯାହା ଆମେ ସମସ୍ତେ ଶୁଣିଛେ । ହସିବାର କୌଣସି ମଉକା ଛାଡିବା କଥା ନୁହେଁ , ହସିବା ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ଏହା ଆପଣଙ୍କ ସବୁ ଚିନ୍ତାଗୁଡିକ କିଛି ସମୟ ପରେ ଶେଷ କରିଦିଏ , ଛୋଟ ଏହି ଜୀବନ ସମସ୍ତେ ଖୁସିରେ କଟାଇବା ଉଚିତ୍ । କାରଣ ଦିନେ ନା ଦିନେ ସମସ୍ତଙ୍କୁ ମରିବାର ଅଛି କିନ୍ତୁ ଏହି ପ୍ରଶ୍ନ ଉଠେ କି ଖୁସି କିପରି ରହିପାରିବା , ଯଦି ଆପଣ ଖୁସି ରହିବାର ସନ୍ଧାନରେ ଅଛନ୍ତି ତେବେ ଆଜି ଆମେ ପୋଷ୍ଟରେ ଆପଣଙ୍କ ପାଇଁ କିଛି ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଥିବା ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହାକୁ ପଢିଲେ ଆପଣଙ୍କ ହସ ଅଟକାଇପାରିବେ ନାହିଁ , ତେବେ ଆସନ୍ତୁ ଆଉ ବିଳମ୍ବ ନ କରି ହସିବାର କାର୍ଯ୍ୟକ୍ରମ ଆରମ୍ଭ କରିବା ।

୧) ଗୋଟେ ଯୁବତୀ ନିଜ ପକେଟ୍ ରେ ଆଇଫୋନ୍ ୧୦ ଧରି ରାସ୍ତାରେ , ଚାଲୁଥିବା ବେଳେ ତାର ପାଦ ଖସିଗଲା ଓ ତଳେ ପଡିଗଲା , କିଛି ଭାଙ୍ଗିଯିବାର ସାଉଣ୍ତ ହେଲା , କିଛି ସମୟ ସେ ନିଜକୁ ସଂମ୍ଭାଳି କହିଲା ଭଗବାନ ହାଡଟି ଭାଙ୍ଗିଥାଉ ।

୨) ଜଣେ ଯୁବତୀ ତାର ମଙ୍ଗେତରକୁ ନିଜ ସାଙ୍ଗକୁ ଦେଖାଇଲା , ତେବେ ସେ କହିଲା କି ପୁଅ ତ ଠିକ୍ ଠାକ୍ ଅଛି , କିନ୍ତୁ ଯେବେ ହସିଥାଏ ତେବେ ଏହାର ଦାନ୍ତ ବିଲକୁଲ୍ ଭଲ ଲାଗୁନାହିଁ । ଯୁବତୀ କହିଲା , ସେମିତି ମୁଁ ବାହାଘର ପରେ ତାଙ୍କୁ ହସିବାର ମଉକା ଦେବି ନାହିଁ ,

୩) ଜଣେ ବ୍ୟକ୍ତି ସୁନ୍ଦର ମହିଳାକୁ ଦେଖିଲା, ସେହି ବ୍ୟକ୍ତି ସେହି ମହିଳାର ପାଖକୁ ଗଲା ଓ କହିଲା , ମୁଁ ଆପଣଙ୍କୁ ବହୁତ ଭଲ ପାଏ , ମୁଁ ଆପଣଙ୍କ ସହ ମୋର ଜୀବନ ଅତିବାହିତ କରିବାକୁ ଚାହୁଁଛି , ଏବେ ତ ମୁଁ ଜଣେ ସାଧାରଣ ବ୍ୟକ୍ତି ଅଛି, କିନ୍ତୁ କିଛି ବର୍ଷ ପରେ ମୋର ବାପା ଯିଏ ଗଂମ୍ଭୀର ଅବସ୍ଥାରେ ଅଛନ୍ତି , ତାଙ୍କ ଦେହାନ୍ତ ପରେ ୩୦୦ କୋଟି ଟଙ୍କାର୍ ମାଲିକ ହୋଇଯିବି , ମହିଳା ଇମ୍ପ୍ରେସ୍ ହୋଇକରି ତାକୁ ତାର ବିଜନେସ୍ କାର୍ଡ ମାଗିଲା,  ଏକ ମାସ ପରେ ମହିଳା ତାର ସଉତୁଣୀ ମା ହୋଇଗଲା ,

୪) ଗୋଟେ ଛୁଆ ନିଜ ସାଇକେଲ୍ ପାର୍ଲାମେଣ୍ଟ ପାଖରେ ଠିଆ କରିଦେଲା,  ପୋଲିସ୍ ବାଲା ଦେଖିକରି କହିଲେ ମାଲୁମ୍ ନାହିଁ କି ଏହା ଭିଆଇପି କ୍ଷେତ୍ର ଅଟେ , ଏଠାରେ କେତେ ମନ୍ତ୍ରୀ ଓ ସାଂସଦ ଆସୁଛନ୍ତି , ଛୁଆ ବହୁତ ନିରୀହ ଭାବରେ କହିଲା କିଛି ଚିନ୍ତା ନାହିଁ , ମୁଁ ତାଲା ଲଗାଇଦେଇଛି ,

୫) ଚିଣ୍ଟୁ ସ୍କୁଲ୍ ରେ ଏମିତି ଚମତ୍କାର କାମ କଲା ଯେବେ ସେ କ୍ଲାସ୍ ରେ ଶିକ୍ଷକକୁ ଆଇ ଗୋ ଟୁ ଟୟଲେଟ୍ ପଚାରିକରି ଟୟଲେଟ୍ ମୁଭି ଦେଖିବାକୁ ସିନେମାହଲ୍ ଚାଲିଗଲା ।

୬) ଛୁଆବେଳେ ଥରେ ମୁଁ ଘରୁ ଫେରାର୍ ହୋଇଯାଇଥିଲି,  ପ୍ରାୟ ପାଞ୍ଚ କିଲୋମିଟର ଦୌଡି ଥକିବାପରେ ବୁଝିପାରିଲି କି କେବଳ ଫିଲ୍ମ ହିରୋ ହିଁ ଦୌଡି ଦୌଡି ବଡ୍ ହୋଇଥାନ୍ତି ।

୭) ବାନ୍ତା ନିଜ ସ୍ତ୍ରୀ ସହ କଫି ହାଉସ୍ ଗଲା , ବାନ୍ତା ନିଜ ସ୍ତ୍ରୀକୁ କହିଲା- କଫି ଜଲଦି ଜଲଦି ପିଇଦିଅ, ନହେଲେ ଥଣ୍ତା ହୋଇଯିବ , ସ୍ତ୍ରୀ-କଣ ପାଇଁ କଣ ହେଲା କି ? ବନ୍ତା- ମେନୁ କାର୍ଡ ଦେଖିନ କି ? ହଟ୍ କଫି, ୧୫ ଟଙ୍କା, କୋଲ୍ଡ କଫି -୪୫ ଟଙ୍କା ,

୮) ସ୍ୱାମୀ ରୁମ୍ ରେ ମଦ ପିଉଥିଲା,  ଏହା ଦେଖିକରି ସ୍ତ୍ରୀ ରାଗରେ କହିଲା ତୁମେ ତ କହିଥିଲ କି ବିନା କୌଣସି କାରଣରେ ତୁମେ ମଦକୁ ହାତ ଲଗାଇବ ନାହିଁ , ତାପରେ ଏହା ସବୁ କଣ ? ସ୍ୱାମୀ- କାରଣ ଅଛି ବାଇଆଣି କାରଣ ଅଛି ! ଏବେ ଦେଖ ଦୀପାବଳୀ ଆସୁଛି , ଛୁଆଙ୍କୁ ରକେଟ୍ ଚଲାଇବାପାଇଁ ବୋତଲ ଦରକାର ନା ।

୯) ଗୋଟେ ଝିଅର ବାହାଘରର ଦୁଇ ଦିନ ପୁର୍ବରୁ ତାର ସାଙ୍ଗ ପଚାରିଲା,  ବାହାଘରର ସବୁ ପ୍ରସ୍ତୁତି କିପରି କରିନେଲୁ ରେ , ଝିଅ- ହଁ ଦୁଇଟି ସିମ୍ ନଳାରେ ପକାଇଦେଲି, ଫୋନ୍ ଫର୍ମାଟ୍ କରିଦେଲି, ଫେସ୍ ବୁକ୍ ବନ୍ଦ କରିଦେଲି, ଖାଲି ତୁ ତୋର ମୁହଁ ବନ୍ଦ ରଖିବୁ ।

୧୦)ଜଣେ ସ୍ୱାମୀ ସାବିତ୍ରୀ ଅମାବାସ୍ୟାର ସଂନ୍ଧ୍ୟାକୁ ସ୍ତ୍ରୀକୁ ହଡବଡ ହୋଇ କହିଲା,  ଜଲଦି ପୁଜା କରିଦିଅ , ଦୁଇ ତିନି ଜାଗାରେ ଆହୁରି ଯିବାର ଅଛି ।

୧୧) ଗୋଟେ ସ୍ପେଲିଙ୍ଗ୍ ମିଷ୍ଟେକ୍ କାରଣରୁ ଗୋଟେ ବହିର ୧୦ ଲକ୍ଷ କପି ଦୁଇଦିନରେ ବିକ୍ରି ହୋଇଗଲା,  ପ୍ରକୃତରେ ଏହି ଭୁଲ୍ ସେହି ବହିର ଟାଇଟେଲ୍ ରେ ଥିଲା,  ବହିର ନାଁ ଥିଲା,  ଏକ ଆଇଡିଆ  ଯାହା ବଦଳାଇଦିଏ ଆପଣଙ୍କ life , କିନ୍ତୁ ଭୁଲ୍ ରେ ଲେଖାହୋଇଥିଲା,ଏକ ଆଇଡିଆ ଯାହା ବଦଳାଇଦିଏ ଆପଣଙ୍କ Wife ।

Leave a Reply

Your email address will not be published. Required fields are marked *