October 17, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ-ସ୍ୱାମୀ ସ୍ତ୍ରୀ ମେଳା ଦେଖିବାକୁ ଗଲେ, ସ୍ତ୍ରୀ ମେଳା ଦେଖିବାକୁ ଗଲେ , ସ୍ତ୍ରୀ ମୁହଁ ବୁଲାଇ କଣ ପାଇଁ ଠିଆ ହୋଇଛ ? ସ୍ୱାମୀ -ଘରକୁ ଯିବା ପୁର୍ବରୁ …

1 min read

୧) ମଣ୍ତପରେ କନ୍ୟାକୁ ମୁଣ୍ତ ନୁଆଁଇ ବସିଥିବାର ଦେଖି ଜଣେ ବୟସ୍କ ମହିଳା କହିଲେ , ବୋହୁ କେତେ ସୁଶୀଳ ଓ ସଂସ୍କାରୀ ଅଟେ , ଯେବେ ଠାରୁ ବସିଛି, ମୁଣ୍ତକୁ ତଳକୁ କରିଛି ,ଥରେ ବି ନଜର ଉଠାଇ ଦେଖିନି, ପଛ ପଟୁ ଆବାଜ୍ ଆସେ କି ମା, କନ୍ୟା ହ୍ୱାଟ୍ସଆପ୍ ରେ ଅନଲାଇନ୍ ଅଛି ।

୨)ଜଣେ କାକାଙ୍କୁ ରାତିର ୧୨ ଟା ବେଳେ ଗୋଟେ ଝିଅର ଫୋନ୍ ଆସେ , କାକା-ହ୍ୟାଲୋ କିଏ ? ଝିଅ- ହମ୍ ତେରେ ବିନ୍ ଅବ୍ ରେହ୍ ନହିଁ ସକତେ ତେରେ ବିନା କ୍ୟା ବଜୁଦ୍ ମେରା , କାକା-କିଏ ଆପଣ ? ଝିଅ- ତୁଜସେ ଜୁଦା ଅଗର ହୋ ଜାୟେଙ୍ଗେ ତୋ ଖୁଦ୍ ସେ ହିଁ ହୋ ଜାୟେଙ୍ଗେ ଜୁଦା , କାକା-ଖୁସିରେ ଆଖିରୁ ପାଣି ଆଣିକରି ତୁ ସତରେ ମୋତେ ବାହା ହେବୁ ? ଝିଅ- ଏହି ଗୀତକୁ ନିଜ କଲର ଟ୍ୟୁନ୍ ରଖିବାପାଇଁ ୮ ଦବାନ୍ତୁ !

୩) ଶିକ୍ଷକ- ତାଜମହଲ ପରେ ଭାରତରେ ପ୍ରେମ ପାଇଁ ଆଉ ରହିଥିବା ବଡ ଉଦାହରଣ କେଉଁଟା ଅଟେ ? ମଣ୍ଟୁ ହସିକରି କହିଲା- ସାର୍ ରାମ୍ ରହିମ୍ ଙ୍କ ଗୁମ୍ପା, ଚାପୁଡା ଉପରେ ଚାପୁଡା ଏବେ ମଣ୍ଟୁକୁ

୪) ଆଲସି ପପୁ ଓ ଗପୁ ରୁମ୍ ରେ ଶୋଇଥିଲେ , ତେବେ ଗପୁ ପପୁକୁ କହିଲା ଯା, ଟିକେ ବାହାରେ ଦେଖ୍ ବର୍ଷା ହେଉଛି କି ?ପପୁ- ହଁ ବର୍ଷା ହେଉଛି , ଗପୁ- ବିନା ବାହାରକୁ ଯାଇ କିପରି ଜାଣିଲୁ? ପପୁ -ଏବେ ଏବେ କାନ୍ତା ବାଇ ବର୍ଷାରେ ଓଦା ହୋଇ ଭିତରକୁ ଆସିଲା , ମତଲବ ବର୍ଷା ହେଉଛି , ତାପରେ ଗପୁ କହିଲା- ଭଲ ତାହେଲେ ଟିକେ ବତୀ ଲିଭାଇଦେ ତ ଆଲୁଅ ରେ ନିଦ ଆସୁନି । ପପୁ- ଆଖି ବନ୍ଦ କରିଦେ , ଆପେ ଆପେ ଅନ୍ଧାର ହୋଇଯିବ , ଗପୁ ତାପରେ ରାଗିକି କହିଲା, କମ୍ ସେ କମ୍ କବାଟ ତ ବନ୍ଦ କରିଦେ , ପପୁ- ଏବେ ଦୁଇ କାମ କରିନେଲି ଗୋଟେ ଅଧା କାମ ତୁ ତ କରିନେ ।

୫) ତିନୋଟି ଉସୁଲ୍ ରଖ ଜୀବନରେ , ଆବେଦନ, ନିବେଦନ, ଓ ତାପରେ ମାନ କି ନ ମାନ ଦେ ଦନା ଦନ ।

୬)ତୋଫାନୀ ବର୍ଷା ଅଧାରାତି, ଜଣେ ବ୍ୟକ୍ତି ପିଜା ହଟ୍ ରୁ ପିଜା ଆଣିବାକୁ ଗଲା। ପିଜା ବାଲା -ଆପଣ ବିବାହିତ କି? ବ୍ୟକ୍ତି- ଶଳା ଏମିତି ତୋଫାନରେ କେଉଁ ମା ନିଜ ପୁଅକୁ ପିଜା ପାଇଁ ପଠାଇବ ?

୭)ତିନି ଜଣ ପୁଅ ଏକା ସାଙ୍ଗେ ଗୋଟେ ଝିଅକୁ ପ୍ରପୋଜ କଲେ , ପ୍ରଥମ- ମୁଁ ତୁମ ପାଇଁ ମୋ ଜୀବନ ଦେଇପାରିବି, ଝିଅ- ତାହା ତ ସମସ୍ତେ କହୁଛନ୍ତି, ଦ୍ୱିତୀୟ- ମୁଁ ତୁମ ପାଇଁ ଚାନ୍ଦ ତାରା ଭାଙ୍ଗିପାରିବି, ଝିଅ- ପୁରୁଣା ଡାଇଲଗ୍ ଅଟେ , ତୃତୀୟ କହିଲା -ମୁଁ ତୁମ ପାଇଁ ୫୦୦ ଟଙ୍କା ଖୁଚୁରା କରିଦେବି । ଝିଅ- ପାଗଳ, ଏତେ ଭଲ ପାଉଛ ମୋତେ ।

୮) ଛୁଆ ନିଜ ମାକୁ – ତୁମେ କହୁଛ କି ପରି ଉଡନ୍ତି ବୋଲି, ତାପରେ ବି ନିଜ ପଡୋଶୀ ଆଣ୍ଟି କଣ ପାଇଁ ଉଡନ୍ତି ନାହିଁ , ମା- ସେ ରାକ୍ଷସୀକୁ ପରି କିଏ କହିଲା? ଛୁଆ- ବାପା କହିଲେ , ମା ତେବେ ଆଜି ପୁଅ ଉଡିବ , ସେ ବି ଆଉ ତୋ ବାପା ବି

୯) ସ୍ୱାମୀ ସ୍ତ୍ରୀ ମେଳା ଦେଖିବାକୁ ଗଲେ , ସ୍ତ୍ରୀ- ମୁହଁ ସୁଖାଇ କଣ ପାଇଁ ଠିଆ ହୋଇଛ ? ସ୍ୱାମୀ- ଘର ଯିବା ପୁର୍ବରୁ  ଜିନ୍ସ ବାହାର କରିବି, ସ୍ତ୍ରୀ-କି କଥା କହୁଚ, ଆଜି ତୁମେ ବହୁତ ରୋମାଣ୍ଟିକ୍ କଥା କହୁଛ ! ସ୍ୱାମି-ରାଗରେ ରୋମାଣ୍ଟିକ୍ ନୁହେଁ , ଭୁଲ୍ ରେ ତୋର ଜିନ୍ସ ପିନ୍ଧିକି ପଳାଇଆସିଛି, ଏବେ ମୋର ହାଲତ ଖରାପ ହୋଇଗଲାଣି ।

Leave a Reply

Your email address will not be published. Required fields are marked *