October 17, 2024

Odia Express

Here, There and Everywhere

ସ୍ୱପ୍ନ ରେ ଭଗବାନଙ୍କୁ ଦେଖିବାର ଅର୍ଥ କଣ ହୋଇଥାଏ – ନିଶ୍ଚୟ ଏ ବିଷୟରେ ଜାଣିରଖନ୍ତୁ..

1 min read

ଆପଣ ମାନେ ଜାଣିଥିବେ ଆମେ ସମସ୍ତେ ରାତିରେ ସ୍ୱପ୍ନ ଦେଖିଥାଉ ଆଉ ଏ ସ୍ୱପ୍ନ ର ବହୁତ କିଛି ମହତ୍ୱ ଥାଏ।ଆମ ଦେଖୁଥିବା ସ୍ୱପ୍ନ ଆମର ଭବିଷ୍ୟତ ବିଷୟରେ କିଛି କିଛି ଦର୍ଶେଇ ଥାଏ।ଆଉ ଆମେ ଦେଖୁଥିବା ସ୍ୱପ୍ନ ପ୍ରାୟ ସମୟରେ ସତ ହୋଇଥାଏ।ଆଉ ଏ ଦୁନିୟାରେ ପ୍ରାୟ ଏମିତି କୋଚିତ କେତେଜଣ ଥିବେ ଯାହାକୁ ସ୍ୱପ୍ନ ଆସୁନଥିବ।ଆମ ସମସ୍ତଙ୍କୁ ପ୍ରାୟ ପ୍ରତିଦିନ ଭିନ୍ନ ଭିନ୍ନ ଓ ଅଲଗା ଅଲଗା ପ୍ରକାରର ସ୍ୱପ୍ନ ଆସିଥାଏ।ଏହା ଭିତରୁ ବହୁତ ସ୍ୱପ୍ନ ଭଲ ହୋଇଥାଏ ଓ ବହୁତ ସ୍ୱପ୍ନ ବହୁତ ଖରାପ ହୋଇଥାଏ।ପ୍ରାୟ ସମୟ ଆମେ ସ୍ୱପ୍ନ ରେ କିଛି ଏମିତି ଦେଖିଥାଉ ଯାହା ବିଷୟରେ ଆମେ ଭାବିବାକୁ ବାଧ୍ୟ ହୋଇଥାଉ କି ଏହାର ମାନେ କଣ ଅଟେ।

ଆମେ ପ୍ରାୟ ସମୟରେ ସେ ସ୍ୱପ୍ନ ଦେଖି ଭାବୁ କି ଏହି ସ୍ୱପ୍ନ ଆମକୁ କାଇଁ ଦେଖାଯାଇ ଥାଏ,ଆଉ ଏହାକୁ ଦେଖିବାର କାରଣ କଣ ସେ ବିଷୟରେ ଭାବି ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଥାଉ।ସେହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ଗୋଟେ ବିଶେଷ ପ୍ରକାରର ସ୍ୱପ୍ନ ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣି ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ।ଆପଣ ପ୍ରାୟ ସମୟରେ ନିଜ ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାନ୍ତି।ଆମେ ଏ ସ୍ୱପ୍ନ ଦେଖି ଆଶ୍ଚର୍ଯ୍ୟ ହୋଇଯାଉ ଓ ଭାବୁ କି ଏହା କୌଣସି ଭଲ ସୂଚନା ହୋଇଥାଏ ନା ଆଗକୁ ଆସୁଥିବା ଖରାପ ସମୟ ବିଷୟରେ ଆମକୁ ସତର୍କ କରୁଛନ୍ତି।

ଆଉ ଆଜି ଆମେ ଏଠାରେ ଜାଣିବା କି କେଉଁ ଭଗବାନଙ୍କ ସ୍ୱପ୍ନ ଆମକୁ ଆସିବା ଭଲ ହୋଇଥାଏ ଓ ଆମେ ଭଗବାନଙ୍କୁ ନିଜ ସ୍ୱପ୍ନରେ ଦେଖିଲେ କଣ ହୋଇଥାଏ ସେ ବିଷୟରେ ଜାଣିବା।ଆଜି ଆମେ ଜାଣିବା ଯଦି ସ୍ୱନ ରେ ଏହି ୫ ଟି ଭଗବାନ ଆସନ୍ତି ତାହେଲେ ଆମ ପାଇଁ କଣ ସଙ୍କେତ ଆଣିଥାନ୍ତି ସେ ବିଷୟରେ ଜାଣିବା।

୧.ଶିବ ଭଗବାନ:-ଯଦି ଆମକୁ ଶିବ ଭଗବାନଙ୍କ ପ୍ରତ୍ତିମା କିମ୍ବା ମୂର୍ତ୍ତୀ ଦେଖିଥାଉ ତାହେଲେ ଆପଣ ଜାଣି ଯାଆନ୍ତୁ ଆପଣଙ୍କ ଜୀବନରେ କୌଣସି ବହୁତ ଖାସ ଲୋକ ଆସିବାକୁ ଯାଉଛି।ଏ ଖାସ ଲୋକ ଆପଣଙ୍କ ପ୍ରେମୀ,ବନ୍ଧୁ,ପୁରୁଣା ସାଙ୍ଗ ନହେଲେ ଆପଣଙ୍କ ଭବିଷ୍ୟତରେ ଆସିବାକୁ ଯାଉଥିବା ଛୁଆ ବି ହୋଇପାରେ।ଏହି ଖାସ ଲୋକ ଆପଣଙ୍କ ଜୀବନରେ କିଛି ଖାସ ମୁହୂର୍ତ୍ତକୁ ନେଇ ଆସି ପାରେ।ଆପଣଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଆପଣଙ୍କ ଜୀବନକୁ ଆସିଥାନ୍ତି।

୨.ଗଣେଶ ଭଗବାନ:-ଯଦି ଆପଣ ନିଜ ସ୍ୱପ୍ନ ରେ ଗଣେଶ ଭଗବାନଙ୍କୁ ଆପଣ ଦେଖିଛନ୍ତି ତାହେଲେ ସେ ବ୍ୟକ୍ତିର ଭାଗ୍ୟ ୧୩ ମାସ ପର୍ଯ୍ୟନ୍ତ ବହୁତ ଭାଗ୍ୟଶାଳୀ ହୋଇଯାଏ।ଏମିତି ପରିସ୍ଥିତିରେ ଆପଣ ଏହି ୧୩ ମାସ ଭିତରେ ସେ ସବୁ କରିବାକୁ ଚେଷ୍ଟା କରନ୍ତୁ ଯାହା ଆପଣ ଆଗରୁ କରିବାକୁ ବହୁତ ଇଛା ରଖିଛନ୍ତି ଆଉ ଯାହାକୁ ଆପଣ କରି ପାରୁନଥିଲେ।ଏହାର କାରଣ ହେଲା ଆପଣଙ୍କ ଖରାପ ଭାଗ୍ୟ ପାଇଁ ଏହି କାମ ହେଇ ପାରୁ ନଥିଲା ତେଣୁ ଏହା ଏହି ସମୟରେ ବହୁତ ସହଜରେ କାମ ହୋଇଯିବ।

୩.ମା ଲକ୍ଷ୍ମୀ ଭଗବାନ:-ଯଦି ସ୍ୱପ୍ନରେ କିଏ ମା ଲକ୍ଷ୍ମୀ ଦେଖାଯାନ୍ତି ତାହେଲେ ଆପଣଙ୍କ ଭାଗ୍ୟରେ ଚାନ୍ଦି ହିଁ ଚାନ୍ଦି ମିଳିବାକୁ ଯାଉଛି।ସ୍ୱପ୍ନରେ ଯେଉଁମାନଙ୍କୁ ମା ଲକ୍ଷ୍ମୀ ଦେଖାଯାଆନ୍ତି ତାହେଲେ ସେମାନଙ୍କୁ ଆଗକୁ ବହୁତ ଧନର ପ୍ରାପ୍ତି ହେବାକୁ ଯାଉଛି।

୪.ହନୁମାନ ଭଗବାନ:-ଯଦି ସ୍ୱପ୍ନରେ କିଏ ଭଗବାନ ହନୁମାନଙ୍କୁ ଦେଖନ୍ତି ତାହେଲେ ଆପଣ ଜାଣି ଯିବେକି ସେ ଆପଣ ମାନଙ୍କୁ ଶତ୍ରୁ ମାନଙ୍କ ପାଖରୁ ରକ୍ଷା କରିବାକୁ ଚାହୁଁଛନ୍ତି।ସେ ଆପଣଙ୍କୁ ସଙ୍କେତ ଦେବାକୁ ଚାହୁଁଛନ୍ତି କି ଆସୁଥିବା ସମୟରେ ଅପଣଙ୍କ କୌଣସି ଶତ୍ରୁ ଆପଣଙ୍କୁ ହାନି ପହଞ୍ଚାଇ ପାରେ।

୫.ଶନି ଦେବ:-ଯଦି ଆପଣ ନିଜ ସ୍ୱପ୍ନରେ ଭଗବାନ ଶନି ଦେଵଙ୍କୁ ଦେଖୁଛନ୍ତି ତାହେଲେ ଆପଣ ଜାଣି ଯାଆନ୍ତୁ ଆପଣଙ୍କ ଉପରେ ଯେକୌଣସି ବଡ଼ ବିପଦ ଆସିବାକୁ ଯାଉଛି।ଆପଣ ଏହାର ପ୍ରତିକାର ପାଇଁ ସାତଟି ଶନିବାରରେ ଆପଣ ଶନି ମନ୍ଦିର ଯାଇଁ ତେଲ ଅର୍ପଣ କରନ୍ତୁ,ଯାହାଦ୍ୱାର ଆପଣଙ୍କ ଉପରକୁ ଆସୁଥିବା ବିପଦ ଟଳି ଜୀଵ।

Leave a Reply

Your email address will not be published. Required fields are marked *