October 17, 2024

Odia Express

Here, There and Everywhere

୩ ଟି ଛୁଆଙ୍କ ବାପାଙ୍କ ସହ ଅଭିନେତ୍ରୀ ଜୟାପ୍ରଦା କରିଥିଲେ ବିବାହ , କିନ୍ତୁ ମିଳିପାରିଲା ନାହିଁ କେବେ ସ୍ତ୍ରୀର ସ୍ଥାନ..

ବଲିଉଡ୍ ରେ ସେମିତି ବହୁତ ଅଭିନେତ୍ରୀ ଆସିଲେ ଓ ଗଲେ କିନ୍ତୁ କିଛି ଅଭିନେତ୍ରୀ ଅଛନ୍ତି ଯିଏ ସବୁବେଳେ ଲୋକଙ୍କର ହୃଦୟରେ ରହିଛନ୍ତି । ସେ ମଧ୍ୟରୁ ଜଣେ ହେଲେ ଅଭିନେତ୍ରୀ ଜୟାପ୍ରଦା, କହିଦେବୁ କି ପୁରୁଣା ସମୟରେ ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଜୟାପ୍ରଦା ଲୋକସଭା ନିର୍ବାଚନର ୨୦୧୯ ପୁର୍ବରୁ ବିଜେପି ଦଳରେ ଯୋଗ ଦେଇଥିଲେ , ଜୟା ପ୍ରଦା ହିନ୍ଦୀ ସିନେମାରେ ଲମ୍ବା ପାରି ଖେଳିସାରିବା ପରେ ରାଜନୀତିରେ ପୁରା ସକ୍ରିୟ ହୋଇଗଲେ , ଜୟାପ୍ରଦା ଲୋକସଭାରେ ବି ପହଞ୍ଚିଗଲେ , ଜୟା ଏବେ ପର୍ଯ୍ୟନ୍ତ ଛୋଟ ବଡ ପାର୍ଟିରେ ରାଜନୀତିରେ ଭାଗ ନେଇଛନ୍ତି , ଚାଲନ୍ତୁ ଆଜି ଆମେ ଜୟାଙ୍କର ପର୍ସନାଲ୍ ଲାଇଫ୍ ବିଷୟରେ କହିବୁ ।

ଜଣେଇଦେବୁ କି ଜୟାପ୍ରଦା ଫିଲ୍ମ ଦୁନିଆଁରେ ୧୪ ବର୍ଷ ବୟସରେ ପାଦ ରଖିଥିଲେ,  ଏହାପରେ ଜୟା କେବେ ପଛକୁ ବୁଲି ଦେଖିନାହାନ୍ତି , ଓ ଫିଲ୍ମ ଦୁନିଆଁରେ ଆଗକୁ ବଢିବାକୁ ଲାଗିଥିଲେ , ସେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି , ଯଦି ଜୟାପ୍ରଦାଙ୍କ ଫିଲ୍ମ କ୍ୟାରିୟର ଉପରେ ନଜର ପକାଇବା ତେବେ ୩୦ ବର୍ଷର କ୍ୟାରିୟର ମଧ୍ୟରେ ସେ ୩୦୦ ରୁ ଅଧିକା ଫିଲରେ କାମ କରିଛନ୍ତି , ସେହି ସମୟରେ ପ୍ରାୟ ସବୁ ଷ୍ଟାରଙ୍କ ସହ କାମ କରିଥିଲେ , କିଛି ମିଡିଆ ରିପୋର୍ଟ୍ସ ଅନୁସାରେ ସଫଳ ଫିଲ୍ମ କ୍ୟାରିୟରରେ ଜୟାଙ୍କୁ ପ୍ରଥମ ଝଟକା ତେବେ ଲାଗିଲା ଯେବେ ତାଙ୍କୁ ଆୟକର ବିଭାଗର ରେଡ୍ ପଡିଲା , ଏହି ରେଡ୍ ରେ ଖରାପ ସମୟରେ ଜୟାଙ୍କୁ ପ୍ରଡୁସର୍ ଶ୍ରୀକାନ୍ତ ନାହାଟା ହେଲ୍ପ କରିଥିଲେ ।

ସେମିତି ଶ୍ରୀକାନ୍ତ ନାହାଟା ଜୟାପ୍ରଦାଙ୍କୁ ପୁରା ସପୋର୍ଟ ଦେଲେ , ଓ ସମୟ ଅତିବାହିତ ହେବା ସହ ଦୁହେଁଙ୍କ ବନ୍ଧୁତା ଘନିଷ୍ଠ ହୋଇଗଲା,  ଦୁହେଁ ପରେ ବିବାହ କରିନେଲେ , କିନ୍ତୁ ବିବାହ ବେଶୀଦିନ ଯାଏଁ ରହିପାରିଲା ନାହିଁ , କଥା ଏହା କି ଶ୍ରୀକାନ୍ତ ନାହାଟା ପୁର୍ବରୁ ବିବାହ ଥିଲେ , ଓ ତାଙ୍କର ତିନୋଟି ଛୁଆ ଥିଲେ , ଜୟା ତିନୋଟି ଛୁଆଙ୍କ ବାପାଙ୍କ ସହ ବିବାହ କରିଥିଲେ,  ଯାହା କାରଣରୁ ତାଙ୍କୁ ସ୍ତ୍ରୀ ଓ ମାର ଦର୍ଜା ମିଳିପାରିଲା ନାହିଁ , କିଛି ରିପୋର୍ଟ ଅନୁସାରେ ଯେବେ ଜୟା ପ୍ରଦା ଶ୍ରୀକାନ୍ତ ନାହଟାଙ୍କୁ ୧୯୮୬ ରେ ବିବାହ କରିଥିଲେ , ସେହି ସମୟରେ ଶ୍ରୀକାନ୍ତଙ୍କର ତିନୋଟି ଛୁଆ ଥିଲେ , ସେ ଜୟାଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ , କିନ୍ତୁ ସ୍ତ୍ରୀଙ୍କୁ ଛାଡପତ୍ର ଦେଇନଥିଲେ,  ଦୁହେଁଙ୍କ ବିବାହ ବଲିଉଡ୍ ରେ ବହୁତ ଚର୍ଚ୍ଚିତ ହୋଇଥିଲା

ମିଡୀଆ ରିପୋର୍ଟ ଅନୁସାରେ ଜୟାପ୍ରଦା ଓ ଶ୍ରୀକାନ୍ତ ନାହାଟା ବିବାହରେ ତାଙ୍କର ପ୍ରଥମ ସ୍ତ୍ରୀ ବିରୋଧ କରିନଥିଲେ କିନ୍ତୁ ଜୟା କେବେ ଶ୍ରୀକାନ୍ତ ନାହାଟାଙ୍କ ସହ ଏକାଠି ରହିପାରିଲେ ନାହିଁ , କାରଣ ଶ୍ରୀକାନ୍ତ ନାହାଟାଙ୍କ ଘରେ ତାଙ୍କ ପ୍ରଥମ ସ୍ତ୍ରୀ ଓ ଛୁଆ ରହୁଥିଲେ,  ଏହି ସବୁ କାରଣରୁ ଜୟାପ୍ରଦାଙ୍କୁ ବିବାହ କରିବାପରେ ବି ତାଙ୍କୁ ସ୍ତ୍ରୀର ଦର୍ଜା ମିଳିପାରିଲା ନାହିଁ ।

Leave a Reply

Your email address will not be published. Required fields are marked *