October 17, 2024

Odia Express

Here, There and Everywhere

ଜାଣିବା କଣ ପାଇଁ ସରକାର ଅଧିକ ପଇସା ଛପାଇ ପାରିନଥାନ୍ତି, ଏହା ପଛରେ ରହିଛି ଅନେକ କାରଣ ?ଏବେ ଜାଣିରଖନ୍ତୁ

1 min read

ଆପଣ ମାନଙ୍କ ମନରେ ଏହି କଥା କେବେ ନା କେବେ ଆସିଥିବ କି ଯଦି ଭାରତ ପାଖରେ ନିଜର ନୋଟ ଚପାଇବାର ମେସିନ ଅଛି ତେବେ ସରକାର ଅଧିକ ପଇସା ଛପାଇ ସମସ୍ତଙ୍କୁ ଧନୀ କଣ ପାଇଁ କରୁନାହାନ୍ତି।ସମସ୍ତେ ଧନୀ ହୋଇଯାଆନ୍ତେ ଓ ଆଉ କେହି ଅଶୁବିଧା ବା ଗରିବ ରାହୀନଥାନ୍ତା।ଏହା ଦ୍ଵାରା ନା କେହି ଭିକ ମାଗିବ, ନା କେହି କୃଷକ ଆତ୍ମହତ୍ୟା କରିବାକୁ ପଡିବ।କିନ୍ତି ସରକାର ଏପରି କରିନଥାନ୍ତି ଓ କରିପାରିବେନି ମଧ୍ୟ।କିନ୍ତୁ ଏବେ ପ୍ରଶ୍ନ ଏହା କି କଣ ପାଇଁ ଏପରି କରାଯାଉନାହିଁ।ଆଜି ଆମେ ଆପଣଙ୍କୁ ଏହି ସବୁ ପ୍ରଶ୍ନ ର ଉତ୍ତର ଦେବାକୁ ଯାଉଛୁ କି ଏହା ପଛରେ କଣ ରହିଛି କାରଣ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ପ୍ରଥମେ ଏହି ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଏହି ଫର୍ମୁଲା ଜାଣିବା ଅତ୍ୟନ୍ତ ଆବଶ୍ୟକ।କୌଣସି ଦେଶରେ ଉତ୍ପାଦ ହେଉଥିବା ସାମଗ୍ରୀ ସାହିତ ସେହି ଦେଶର ପଇସା ମଧ୍ୟ ସମାନ ରହିବା ଆବଶ୍ୟକ।ଆସନ୍ତୁ କୌଣସି ଉଦାହରଣ ସହ ବୁଝିବା।ମାନି ନିଅନ୍ତୁ କୌଣସି ଦେଶରେ ୫ ଜଣ ଲୋକ ରୁହନ୍ତି ଓ ସମସ୍ତଙ୍କ ପାଖରେ ୧୦୦ ଲେଖାଏ ଟଙ୍କା ଅଛି।ଏବଂ ସେହି ଦେଶରେ ମାତ୍ର ୫୦ କେଜି ଚାଉଳ ଉତ୍ପାଦନ ହୋଇଥାଏ।ତେବେ ସେହି ୫୦ କେଜି ଚାଉଳର ମୂଲ୍ୟ ହେଉଛି ୫୦୦ ଟଙ୍କା।ଏବେ ମାନି ନିଅନ୍ତି ସେହି ଦେଶ ପାଖରେ ପଇସା ଛାପିବା ମେସିନ ଥିଲା ସେ ବହୁତ ପଇସା ଛାପି ଦେଇଛି ଏବେ ଜଣଙ୍କ ପାଖରେ ୧୦୦୦ ଟଙ୍କା ହୋଇଯାଇଛି।

ସେହି ଦେଶରେ ନୋଟ ଟ ବଢିଗଲା କିନ୍ତୁ ଚାଉଳ ତ ସେତିକି ହିଁ ରହିଲା।ଏହାର ଅର୍ଥ ଅଧିକ ପରିମାଣ ଜିନିଷ ନଥାଇ ଯଦି ଆମେ ପଇସା ଛାପିବା ତେବେ ମହାଙ୍ଗାଇ ବଢିଯିବ।ଏହା କୁ ଆମେ ଅନ୍ୟ ପ୍ରକାର ବି ବୁଝିପାରିବା।ମାନି ନିଅନ୍ତି ଦେଶରେ ବହୁତ ପଇସା ଛପା ଗଲା ଓ ସମସ୍ତଙ୍କ ପାଖରେ ୧ ଲକ୍ଷ ଟଙ୍କା ଲେଖା ହୋଇଗଲା।ଏବେ ଯେବେ ଆପଣ ବଜାରରକୁ କୌଣସି ଜିନିଷ କିଣିବାକୁ ଗଲେ ସେହି ଦୋକାନୀ ପାଖରେ ବି ପଇସା ବଢିଯାଇଥିବ ଯାହା କାରଣରୁ ସେବୀ ଜିନିଷର ମୂଲ୍ୟ ବଢାଇଦେଵ ଏହି ପରି ସମସ୍ତ ଜିନିଷର ମୂଲ୍ୟ ବଢ଼ିଯିବ।

ସବୁ ଦେଶ ଏହା ଅନୁସାରେ କାମ କରିଥାନ୍ତି କିନ୍ତୁ ଇତିହାସରେ ଦୁଇ ଦେଶ ଏହି ଭୁଲ କରିଛନ୍ତି।
୧-ଜର୍ମାନୀ- ପ୍ରଥମ ବିଶ୍ୱ ଯୁଦ୍ଧ ପରେ ଜର୍ମାନୀ ଅର୍ଥ ବ୍ୟବସ୍ଥା ଖରାପ ହୋଇଯାଇଥିଲା।ସେ ଅନେକ ଦେଶରୁ ପଇସା ଉଦ୍ଧାର ଆଣିଥିଲା ଯୁଦ୍ଧ ରେ ହରିବା ପରେ ସେ ସେହି ପଇସା ଦେଇପାରିଲ ନାହିଁ ଯାହା ଫଳରେ ଅନେକ ପଇସା ଛପାଇ ପଇସା ତ ଦେଇଦେଲା କିନ୍ତୁ ସେଠାକାର ଜିନିଷ ସବୁର ମୂଲ୍ୟ ବଢିଗଲା।

୨-ଜିମ୍ବାବେ-କିଛି ବର୍ଷ ପୂର୍ବରୁ ଜିମ୍ବାବେ ବି ଏହି ଭୁଲ କରିଥିଲ ଅନେକ ପଇସା ଛପାଇ ଦେଇଥିଲା ଯାହା ଫଳରେ ସେଠାକାର ଅବସ୍ଥା ଏପରି ହୋଇଗଲା ଯେ ଅଣ୍ଡା ଓ ବ୍ରେଡ଼ ପାଇଁ ଲୋକଙ୍କୁ ବ୍ୟାଗ ଭରିକି ପଇସା ଦେବାକୁ ପଡିଲା।ସେଥିପାଇଁ ଦେଶରେ କେତେ ପଇସା ଛପା ଯିବ ଏହା ପାଇଁ ଅନେକ କଥା ନିର୍ଭର କରିଥାଏ ସେଥିପାଇଁ ସରକାର ଚାହିଁଲେ ମଧ୍ୟ ଏପରି କରିପାରିବେନି।

Leave a Reply

Your email address will not be published. Required fields are marked *