October 17, 2024

Odia Express

Here, There and Everywhere

କ୍ରିକେଟ କାହିଁକି ଅଲିମ୍ପିକରେ ଖେଳାଯାଏ ନାହିଁ?ଉତ୍ତର ପ୍ରାୟ ୯୯ ପ୍ରତିଶତ ଲୋକ ଜାଣି ନାହାନ୍ତି …

କ୍ରିକେଟ ଆମ ଭାରତର ସବୁଠାରୁ ଲୋକପ୍ରିୟ ଗେମ ଅଟେ। ଏହା ଜାତି ତଥା ଧର୍ମ ନିର୍ବିଶେଷ ରେ ସବୁ ଲୋକଙ୍କୁ ବାନ୍ଧିକି ରଖିଥାଏ। ତେଣୁ କ୍ରିକେଟ କୁ ଧର୍ମ ଭାବେ ବି ମାନା ଯାଇଥାଏ। ଯେତେବେଳେ କ୍ରିକେଟ ରେ ଭାରତ ଆଉ ପାକିସ୍ଥାନ ର ମ୍ୟାଚ ଥାଏ ତ ଲୋକ ନିଜର କାମ ଦାମ ଛାଡିକି କ୍ରିକେଟ ଦେଖିବାକୁ ଚାଲି ଯାଆନ୍ତି। ମାତ୍ର ସବୁଠୁ ବଡ ପ୍ରଶ୍ନ କୁ କ୍ରିକେଟ କୁ ଦୁନିଆ ର ସବୁଠାରୁ ବଡ଼ ଖେଳ ଇଭେଣ୍ଟ ଅଲିମ୍ପିକ ରେ କାହିଁକି ସାମିଲ କରା ଯାଇନଥାଏ? ଆଜି ଆମେ ତାହାରି ବାବଦରେ ଜାଣିବାକୁ ଯାଉଛୁ।

ପ୍ରଥମେ ଜାଣିନେବା କିଛି ଏହାର ଇତିହାସ ବାବଦରେ। କ୍ରିକେଟ କୁ ସର୍ବପ୍ରଥମେ ୧୮୯୬ ଅଲିମ୍ପିକ ରେ ଖେଳା ଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ମାତ୍ର ଅଧିକ ଦେଶ ନଥିବା ରୁ ତାହା ଖେଳା ଗଲା ନାହିଁ। ତା ପରେ ୧୯୦୦ରେ କ୍ରିକେଟ ଖେଳା ଗଲା ଆଉ ମାତ୍ର ଫ୍ରାନ୍ସ ଆଉ ଇଂଲଣ୍ଡ ହି କ୍ରିକେଟ ଖେଳିଲେ। ତାଙ୍କ ଭିତରେ ଇଂଲଣ୍ଡ ଫ୍ରାନ୍ସ କୁ ହରେଇ ଦେଲା। ମାତ୍ର ତା ପରେ ୧୯୦୪ ରେ ପୁଣି ଖେଳ ହେବାର ଥିଲା ମାତ୍ର ତାହା ଅଲିମ୍ପିକ ଟିମ ଦ୍ୱାରା କ୍ୟାଁସେଲ କରିଦିଆଗଲା।

ତା ପର ଠାରୁ ଆଉ କ୍ରିକେଟ ଖେଳା ଯାଇନାହିଁ। ଏହାର ଅନେକ କାରଣ ଅଛି। ପ୍ରଥମ କାରଣ ହେଉଛି ଏହାର ମ୍ୟାଚ ଶେଷ ହେବାର ସମୟ। କ୍ରିକେଟ ତିନୋଟି ଫର୍ମାତ ରେ ଖେଳା ଯାଇଥାଏ। ଏହାର ସବୁଠୁ ଛୋଟ ଫର୍ମାଟ ଟ୍ୱେଣ୍ଟି ଟ୍ୱେଣ୍ଟି କୁ ବି ସମାପ୍ତ ହେବାକୁ ପ୍ରାୟ ୪ ଘଂଟାଏ ସମୟ ଲାଗେ। ଅର୍ଥାତ ଯଦି ପ୍ରତିଦିନ ଗୋଟେ ଲେଖାଏଁ ବି ମ୍ୟାଚ ଖେଳ ହେବ ତ ସବୁ ଟିମ ପ୍ରାୟ ଗୋଟେ ମ୍ୟାଚ ଖେଳିବାକୁ ପ୍ରାୟ ୩୦ଦିନ ସମୟ ଲାଗିବ। ଆଉ ଅଲିମ୍ପିକ ପ୍ରାୟ ୧୫ ଦିନର ଖେଳ ହେଇଥାଏ।

ଦ୍ୱିତୀୟ କାରଣ ହେଉଛି କି କ୍ରିକେଟ ଅନ୍ୟ ବଡ଼ ଦେଶ ମାନଙ୍କରେ ଜମା ବି ଲୋକପ୍ରିୟ ନୁହଁ। ଏହି ଖେଳ କେବଳ ସେହି ଦେଶ ମାନଙ୍କରେ ଲୋକପ୍ରିୟ ଯେଉଁଠାରେ ଇଂରେଜ ମାନେ ରାଜ କରିଥିଲେ, ଯେପରିକି ଇଣ୍ଡିଆ, ପାକିସ୍ତାନ, ଅଷ୍ଟ୍ରେଲିଆ ଆଉ ବଙ୍ଗଳାଦେଶ। ମାତ୍ର ଅନ୍ୟ ବଡ଼ ଦେଶ ଯେପରି କି ଆମେରିକା, ବ୍ରାଜିଲ, ଜର୍ମାନୀ, ଚୀନ ଏପରି ଆଡେ କ୍ରିକେଟ ର ଲୋକପ୍ରିୟତା ନା ବରାବର।

ତୃତୀୟ କାରଣ ହେଉଛି ଜାଗା। କ୍ରିକେଟ ର ମୈଦାନ ଅନ୍ୟ ଖେଳ ମାନଙ୍କର ମୈଦାନ ଠାରୁ ବହୁତ ବଡ଼ ଥାଏ। ଆଉ କ୍ରିକେଟ ଖେଳ ଥରେ ଯେଉଁ ଗ୍ରାଉଣ୍ଡ ରେ ଖେଳା ଯାଏ ତାହାର ପିଚ ଖରାପ ହେଇଯାଏ ଆଉ ତାର ମେଂଟେନ ବି କରିବାକୁ ପଡେ। ଆଉ ଯେଉଁ ଦେଶ ମାନଙ୍କରେ ଅଲିମ୍ପିକ ହୁଏ ସେ ଦେଶ ମାନଙ୍କରେ କ୍ରିକେଟ ପାଇଁ ଏତେ ବଡ଼ ଗ୍ରାଉଣ୍ଡ ନଥାଏ ବି। ଆଉ ମହିଳା ମାନଙ୍କ ପାଇଁ ଆହୁରି ଅନ୍ୟ ଗ୍ରାଉଣ୍ଡ ବନେଇବାକୁ ପଡିବ। ତେଣୁ ଏହି ସବୁ କାରଣ ପାଇଁ ଅଲିମ୍ପିକ ରେ କ୍ରିକେଟ କୁ ସାମିଲ କରା ଯାଇନଥାଏ।

Leave a Reply

Your email address will not be published. Required fields are marked *