June 22, 2025

Odia Express

Here, There and Everywhere

ହ୍ରିତିକ୍ ରୋଶନଙ୍କ ଫିଲ୍ମ “କୋଇ ମିଲ୍ ଗୟା”ର ଶିଶୁ କଳାକାର ମାନେ ହୋଇସାରିଛନ୍ତି ଏତେ ବଡ – ଜଣେ ତ ସବୁଠୁ ବଡ ହିରୋଇନ ହେଇ ସାରିଛନ୍ତି…

ଆଜିଠାରୁ ୧୭ ବର୍ଷ ପୁର୍ବେ ରିଲିଜ୍ ହୋଇଥିବା ଫିଲ୍ମ “କୋଇ ମିଲ୍ ଗୟା ସମସ୍ତଙ୍କୁ ନିଶ୍ଚିତ ମନେ ଥିବ , ଯେଉଁଥିରେ ଅଭିନେତା ହ୍ରିତିକ୍ ରୋଶନ୍ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥିଲେ,  ଫିଲ୍ମ ହେବାର ପୁର୍ବରୁ ଅନୁମାନ ଲଗାଯାଉଛି କି ଏହି ଫିଲ୍ମ ବଲିଉଡ୍ ରେ ବେଶୀ ଦିନ ସ୍ଥାୟୀ ହୋଇ ରହିପାରିବ ନାହିଁ । ଓ ଏହା ଏକ ଅସଫଳ ପ୍ରୋଜେକ୍ଟ ରହିଯିବ , ଏହା ଏଥିପାଇଁ କାରଣ ୨୦୦୩ ରେ ଏମିତି ଫିଲ୍ମ କେବେ ହୁଏ ନାହିଁ , କିନ୍ତୁ ଲୋକଙ୍କର ଭବିଷ୍ୟବାଣୀ ଭୁଲ୍ ପ୍ରମାଣିତ ହେଲା , ଫିଲ୍ମ ରିଲିଜ୍ ହେବାପରେ ହ୍ରିତିକ୍ ରୋଶନ୍ ଙ୍କ ବେଷ୍ଟ ଫିଲ୍ମ ହୋଇକରି ସାମ୍ନାକୁ ଆସିଲା,  ଫିଲ୍ମର ସଫଳତା ପଛରେ ହ୍ରିତିକ୍ ରୋଶନ କିମ୍ବା ପ୍ରିତି ଜିଣ୍ଟାଙ୍କ ହାତ ନୁହେଁ ବରଂ ଏହି ଫିଲ୍ମରେ କାମ କରୁଥିବା ବାଳ କଳାକାରଙ୍କ ବରାବରର୍ ହାତ ଅଛି , ଫିଲ୍ମ ରିଲିଜ୍ ହେବାପରେ ରୋହିତ୍ ମେହେରା ଅଭିନିତ ହ୍ରିତିକ୍ ବାଳ କଳାକାରଙ୍କ ଗ୍ରୁପ୍ ଦର୍ଶକଙ୍କୁ ବହୁତ ପସନ୍ଦ ଲାଗିଥିଲା। ଆଜି ୧୭ ବର୍ଷ ପରେ ସେହି ଶିଶୁ କଳାକାର ଗ୍ରୁପ୍  ଏକ ଷ୍ଟାର୍ କିଡ୍ସ ହିସାବରେ ଫିଲ୍ଡରେ ସଫଳତା ହାସିଲ୍ କରିଛନ୍ତି , ଚାଲନ୍ତୁ ଜାଣିବା ଆପଣଙ୍କୁ ସେହି ଶିଶୁ କଳାକାରଙ୍କ ବିଷୟରେ ।

ହଂସିକା ମୋଟୱାନି : ହଂସିକା କୁ ଆଜି କିଏ ବା ନଜାଣେ , ସାଉଥ ଇଣ୍ତଷ୍ଟ୍ରିର ସଫଳ ଅଭିନେତ୍ରୀ ଭାବେ ସେ ଜଣାଯାଆନ୍ତି , ଆଜି ସେ ଏମିତି ସ୍ଥାନକୁ ଆସିଯାଈଛନ୍ତି , ଯାହାକି ତାଙ୍କ ପରିଶ୍ରମ ବଳରେ ସଂମ୍ଭବ ବଳରେ ହୋଇଛି , ହଂସିକା ବହୁତ କମ୍ ସମୟରେ ପପୁଲାରିଟି ପାଇଥିଲେ , ଏହି ସ୍ଥାନରେ ପହଞ୍ଚିପାରିବା ସମସ୍ତଙ୍କ ପକ୍ଷରେ ସଂମ୍ଭବପର ହୋଇନଥାଏ , ଆଜି ଯିଏ ବି ହେଲେ ହଂସିକାଙ୍କ କ୍ୟୁଟ୍ ନେସ୍ ପାଇଁ ପାଗଳ କୋଇ ମିଲ୍ ଗୟା ପରେ ହଂସିକା ଙ୍କୁ କାମ ମିଳିବାକୁ ଲାଗିଲା,  ଓ ସେ ଏବେ ଫିଲ୍ମଜଗତରେ ବହୁତ ଲୋକପ୍ରିୟତା ପାଉଛନ୍ତି ।

ଅନୁଜ ପଣ୍ତିତ୍ ଶର୍ମା : ଆପଣଙ୍କୁ ମନେ ଅଛି ରୋହିତ୍ ମେହେରା ମାନେ ହ୍ରିତିକ୍ ରୋଶନଙ୍କ ସହ ଏକ ଶିଶୁ କଳାକାର ଥିଲେ ଯିଏ କି ରୋହିତ୍ ଙ୍କ ପଞ୍ଜାବୀ ସାଙ୍ଗ ଥିଲା , କୋଇ ମିଲ୍ ଗୟାରେ ଅନୁଜ୍ ନିଜ କମେଡି ଓ ଫନି ଡାଇଲଗ୍ କାରଣରୁ ସମସ୍ତଙ୍କ ହୃଦୟ ଜିତିଥିଲେ,  ଆଜି ଅନୁଜ୍ ଟିଭି ଜଗତରେ ବହୁତ ନାଁ କମାଇଛନ୍ତି , ସେ ଗୋଟେ ପରେ ଗୋଟେ ହିଟ୍ ଟିଭି ସିରିଆଲ୍ ରେ କାମ କରି ସଫଳତା ଅର୍ଜନ କରିଛନ୍ତି , ଏହାପରେ କହିବାକୁ ଗଲେ ଅନୁଜ୍ ନିଜ କମ୍ ବୟସରେ ଯାହା କରି ଦେଖାଇଛନ୍ତି ତାହା କେଉଁ ସାଧାରଣ ଛୁଆ ପାଇଁ ସଂମ୍ଭବପର ନୁହେଁ ।

ଓମକାର୍ ପୁରୋହିତ୍ : କୋଇ ମିଲ୍ ଗୟାରେ ଓମକାର୍ ବି ରୋହିତ୍ ମେହେରା ଙ୍କ ଭଲ ସାଙ୍ଗ ଭାବେ ଅଭିନୟ କରିଥିଲେ,  ଏହି ଫିଲ୍ମର ସେ ବାସ୍କେଟ୍ ବଲ୍ ମ୍ୟାଚ ତ ମନେ ଥିବ ରୋହିତ୍ ନିଜ ଏଲିଏନ୍ ବନ୍ଧୁର ସାହାଯ୍ୟରେ ସେ ମ୍ୟାଚ୍ ଜିତିଥିଲା , ଏହି ମ୍ୟାଚରେ ଓମକାର୍ ଏକ ଗୁରୁତ୍ୱପୁର୍ଣ୍ଣ ରୋଲ୍ ନିଭାଇଥିଲେ । ଏତେ ବର୍ଷ ପରେ ଓମକାର୍ ଏବେ ବଲିଉଡ୍ ପରିବର୍ତ୍ତେ ମରାଠି ସିନେମାରେ କାମ କରୁଛନ୍ତି  ଓ ତାହା ସହ ଓମକାର୍ ବହୁତ ନାଁ ବି କମାଇସାରିଛନ୍ତି , ୨୦୧୮ ରେ ଓମକାର୍ ଏକ ମରାଠି ଫିଲ୍ମ କରିଥିଲେ ଯାହାପରେ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ପ୍ରଣିତା ବିସ୍ନୋଇ ରୋହିତ୍ ମେହେରାଙ୍କ ଗ୍ୟାଙ୍ଗ୍ ରେ ଦ୍ୱିତୀୟ ଫିମେଲ୍ ଶିଶୁ କଳାକାର ଥିଲେ ପ୍ରଣୀତା ଯିଏକି ବହୁତ ଭଲ ଅଭିନୟ କରିଥିଲେ,  ଫିଲ୍ମ ପରେ ତାଙ୍କୁ ଆଉ ଷ୍ଟାରଡମ୍ ମିଳିପାରିଲାନାହିଁ କିନ୍ତୁ ନିଜ ଦକ୍ଷତାର ଛାପ ଛାଡିବାରେ ସେ ସଫଳ ହୋଇଥିଲେ,  ସଫଳତା ନ ମିଳିବା କାରଣରୁ ପ୍ରଣୀତା ଫିଲ୍ମରେ କାମ କରିବା ଛାଡିଦେଲେ , ଏହାପରେ ସେ ଟିଭି ଜଗତରୁ କେଉଁ ଆଡେ ଦେଖିନାହାନ୍ତି , ସୋସିଆଲ୍ ମିଡିଆ କଥା ଦେଖିଲେ ପ୍ରଣୀତା ସେତେ ଭଲ ଅଭିନେତ୍ରୀ ଦେଖାଯାଆନ୍ତି ନାହିଁ ।

Leave a Reply

Your email address will not be published. Required fields are marked *