June 22, 2025

Odia Express

Here, There and Everywhere

ଘରେ ଗୁଜୁରାତି ଗଛ ଲଗେଇବାର ସୁନ୍ଦର ଉପାୟ – ଆଜି ନିଜ ଘରେ ଏହାକୁ ଲଗେଇବାର ଉପାୟ ଜାଣିରଖନ୍ତୁ ..

1 min read

ନମସ୍କାର, ଆଜି ଆମେ ଜଣେଇବୁକି ଆପଣ ମାନେ କିପରି ଆପଣଙ୍କ ଘରେ ଅତି ସହଜରେ ଗୁଜୁରାତି ଗଛ ଲଗେଇ ପାରିବେ।ସେଥିପାଇଁ ଆମକୁ ଲମ୍ବା ଲମ୍ବା ଓ ବଡ଼ ବଡ଼ ଗୁଜୁରାତି ବାଛିବାର ଅଛି।ଯେତେ ଭଲ ଓ ହୃଷ୍ଟପୃଷ୍ଠ ମଞ୍ଜି ହେବ ସେତେ ଭଲ ଓ ସୁନ୍ଦର ଗଛ ବାହାରିବ।ତାପ୍ରେ ଆପଣ ସେ ଗୁଜୁରାତି ନେଇ ସାରିବା ପରେ ତାର ମଞ୍ଜି ଆଉ ଚୋପାକୁ ଅଲଗା କରି ନେବେ।ଗୋଟେ ଗୁଜୁରାତି ଫଳରେ ଆମକୁ ୧୦-୧୨ ଟି ମଞ୍ଜି ମିଳିଯିବ।ତାପରେ ଗୋଟେ ପ୍ଲେଟ ନେବେ ସେଥିରେ ସେ ଗୁଜୁରାତି ମଞ୍ଜିକୁ ହାତ ସାହାଯ୍ୟ ରେ ଭଲ ଭବାରେ ଗୋଟି ଗୋଟି କରି ଅଲଗା କରିନେବେ।ଆପଣଙ୍କୁ ଏଠି ୫-୬ ଟି ଗୁଜୁରାତି ନେବାର ଅଛି।

ଯଦି ଆପଣ ଚାହିଁଛନ୍ତି ସବୁ ମଞ୍ଜିରୁ ଭଲ ଭାବରେ ଗଛ ବାହାରୁ ତାହେଲେ ସେ ସବୁକୁ ଆପଣ ପାଣି ଭିତରେ ବୁଡ଼େଇ ରଖିବେ।ଏହାର ଉପର ପାଖ ବହୁତ ଟାଣ ହୋଇଥାଏ ତେଣୁ ତାକୁ ପାଣିରେ ଭିଜେଇ ଦେଲେ ଏହା ର ଉପର ପାଖ ନରମ ହୋଇଯାଏ ଆଉ ବହୁତ ଶିଘ୍ର ଗଛ ବାହାରିବାକୁ ଲାଗେ।ସେଥିପାଇଁ ସେ ଦାନା ସବୁକୁ ୫-୬ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼େଇ ରଖିବେ।ଆମେ ଏଠି ଅଧିକରୁ ଅଧିକ ଗଛ ଲଗେଇବାକୁ ଚେଷ୍ଟା କରିବା କାରଣ ହୁଏତ ଏଥିରୁ କିଛି ଗଛ ବହାରିବ କି ନବାହାରିବ।

ଏବେ ଆସନ୍ତୁ ଜାଣିବା ଏହାକୁ ଲଗେଇବା କିପରି,ଆମେ ଗୋଟେ ପାତ୍ର ତିଆରି କରିବା ଯେଉଁଥରେ ଗଛ ଲଗେଇ ପାରିବା ଆପଣ ଚାହୁଁଛନ୍ତିତ ବଜାରରୁ ପାତ୍ର କିଣି ଆଣି ଲଗେଇ ପାରିବେ।ଘରେ ତିଆରି କରିବା ପାଇଁ ଗୋଟେ ସାଧାରଣ ପ୍ଲାଷ୍ଟିକ ଗିଲାସ ନେବା ଏହାର ତଳ ପାଖରେ ଛୋଟ କଣା କରିନେବା।କଣା କରିବାର ଉଦ୍ଧେଶ୍ୟ ଏହା ଭିତରେ ଥିବା ପାଣି ସବୁ ଯେମିତି ବହୁତ ସହଜରେ ବାହାରକୁ ଆସିପାରିବେ।ଯାହାଦ୍ୱାର ଗଛ ଏତେ ସହଜରେ ମରିବ ନାହିଁ।ଆପଣ ତାପରେ ତାର ମାଟି ପ୍ରସ୍ତୁତ କରିବା ପାଇଁ ସେଥିରେ ୫୦% ସାଧାରଣ ମାଟି ନେବେ।ଆପଣ ଯେକୌଣସି ମାଟି ନେଲେ ଚଳିବ।ତାପରେ ସେଥିରେ ୩୦% ବାଳି ମିଶେଇବେ।

ଆଉ ତାପରେ ସେଥିରେ ୨୦% ଖତ ପକେଇବା।ଯେତେଭଲ ଭାବରେ ମାଟିକୁ ମିଶେଇବେ ମାଟି ସେତେଭଲ ଉର୍ବର ହେବ।ଏବେ ଆପଣ ବହୁତ ସହଜରେ ଘରେ ଗୁଜୁରାତି ଗଛ ଲଗେଇ ପାରିବେ।ତାପରେ ସେ ଗ୍ଲାସରେ ମାଟି ଭର୍ତ୍ତୀ କରିବା ପରେ ଆପଣ ସେ ଗ୍ଲାସ ଉପରେ ହାଲ୍କା ହାଲ୍କା ପାଣି ପକେଇ ନେବେ।ତାପରେ ଆମେ ଏଥିରେ ଲଗେଇବା ଗୁଜୁରାତି ମଞ୍ଜି।୪-୫ ଘଣ୍ଟା ମଞ୍ଜି ଵତୁରୀ ସାରିବା ପରେ ଆପଣ ସେ ମଞ୍ଜିକୁ ଆଣିବେ ଆଉ ତାକୁ ଆଣି ଟିସୁ ପେପର ଉପରେ ପକେଇ ଦେବେ।ଯେମିତି ତା ଉପରେ ଉପରେ ଥିବା ପାଣିକୁ ଭଲ ଭାବରେ ଶୋଷି ନେବ।

ତାପରେ ସେ ମାଟି ଭିତରେ ୫-୬ ଟି ମଞ୍ଜି ନେବେ ଓ ସେ ପାତ୍ର ଭିତରେ ଲଗେଇବା ଆରମ୍ଭ କରିବେ।ଆପଣ ୪ ଟି ଗ୍ଲାସ ନେବେ ଓ ଗୋଟେ ଗ୍ଲାସରେ ୫-୬ ଟି ମଞ୍ଜି ପକେଇବେ।ଏବେ ଆପଣ ପ୍ରସ୍ତୁତ କରିଥିବା ମାଟିରୁ ଅଳ୍ପ ରଖିଥିବେ ଓ ତା ଉପରେ ଅଳ୍ପ ଅଳ୍ପ ଛିଞ୍ଚି ଦେବେ।ଆଉ ଆପଣ ଏହି ଗ୍ଲାସ ଗୁଡିକୁ ସିଧାସଳଖ ଖରାରେ ରଖି ପାରିବେ।କାରଣ ଗୁଜୁରାତି ଗଛ ଖରାରେ ଭଲ ବଢ଼ନ୍ତି।ଆଉ ଏମାନଙ୍କୁ ବଢିବ ପାଇଁ ଗରମ ଜଳବାୟୁ ନିତ୍ୟାନ୍ତ ଆଵଶ୍ୟକ ହୋଇଥାଏ।ତାପରେ ମାଟି ପକେଇ ସାରିବା ପରେ ଉପରୁ ଉପରୁ ହାଲ୍କା ହାଲ୍କା ପାଣି ଛିଞ୍ଚି ବାକୁ ଲାଗିବେ।ଆପଣ ଏହାକୁ ସିଧାସଳଖ ଖରାରେ ରଖିବେ ଓ ତାପରେ ଦେଖିବେ ୮-୧୦ ଦିନ ଭିତରେ ଛୋଟ ଛୋଟ ଗଛ ଉଠିବା ଆରମ୍ଭ ହୋଇଯିବ।ଏହି ଭଳି ଆପଣ ଘରେ ଗୁଜୁରାତି ଗଛ ଲଗେଇ ପାରିବେ।

Leave a Reply

Your email address will not be published. Required fields are marked *