June 27, 2025

Odia Express

Here, There and Everywhere

ଭୁଲ ରେ ମଧ୍ୟ ଏହି ଜିନିଷକୁ ଫ୍ରିଜରେ ରଖନ୍ତୁ ନାହିଁ – ନଚେତ ବହୁତ ହଇରାଣ ହେବେ ଆପଣ..

1 min read

ନମସ୍କାର, ଆମେ ଆପଣଙ୍କ ର ସ୍ୱାଗତ ଜଣାଉଛୁ।ଆଜି ଆମେ ଏକ ବଢିଆ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ।ଆମେ ବଜାରରୁ ପ୍ରାୟ ସମୟ ବହୁତ ଜିନିଷ ଆଣିଥାଉ ଆଉ ତାକୁ ଆଣୁ ଆଣୁ ଫ୍ରିଜ ରେ ରଖିଦେଉ।ଆମେ ଏହା ଭାବିକି ରଖୀ ଥାଉ ଯାହାଦ୍ୱାର ଏହା ଅଧିକରୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାରରେ ଆସିବ କିନ୍ତୁ ଏମିତି ହୋଇନଥାଏ।ବହୁତ ଜିନିଷ ଏମିତି ଥାଏ ଯାହା ନରମ ହୋଇଥାଏ ଓ କଳା ପଡିଯାଏ।ଆସନ୍ତୁ ଜାଣିବା ସେ ସବୁ ଜିନିଷ ବିଷୟରେ ଯାହାକୁ ଆମେ ଫ୍ରିଜରେ ରଖିବା ଉଚିତ ନୁହେଁ।

୧.ପାଉଁରୁଟି:-ପାଉଁରୁଟି କୁ ଆମେ ମାତ୍ର ୨-୩ ଭିତରେ ଖାଇ ନେବା ଉଚିତ।କାରଣ ଏହାର ଖରାପ ହେବାର ଏକ ଦିନ ଥାଏ।ଯଦି ତଥାପି ଆପଣ ତାକୁ ଫ୍ରିଜରେ ରଖିବାକୁ ଯଦି ଚାହୁଁଛନ୍ତି ତାହେଲେ ଆପଣ ତାକୁ ଗୋଟେ ଜରି ଭିତ୍ତରେ ଭର୍ତ୍ତି କରି ତାର ମୁହଁକୁ ଭଲ ଭାବରେ ବାନ୍ଧି ଫ୍ରିଜର ଫ୍ରିଜରରେ ରଖିବେ ଜାହାଦ୍ୱାର ତା ଭିତରେ ଆଦ୍ରତା ଠିକ ରହିବ।ଆଉ ତାକୁ ଖାଇବାର ୧୦-୨୦ ମିନିଟ ପୂର୍ବରୁ ବାହାରକୁ କାଢ଼ିନେବେ।

୨.ଲେମ୍ବୁ:-ଯେକୌଣସି ସାଇଟ୍ରିକ ଏସିଡ ଥିବା ଫଳ ଯେମିତି ଲେମ୍ବୁ,କମଳା ଏ ସବୁ ଜିନିଷକୁ ଆମର ଫ୍ରିଜରେ ରଖିବା ଉଚିତ ହେବ ନାହିଁ।ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ଉପର ଭାଗରେ ଦାଗ ହେବାକୁ ଲାଗିବ।ଆଉ ରସ ସୁଖୀ ବାକୁ ଲାଗିବ ଓ ଖରାପ ହୋଇଯିବ।ତେଣୁ ସେ ସବୁ ଜିନିଷକୁ ଆମର ସାଧାରଣ ତାପମାତ୍ରାରେ ବାହାରେ ରଖିବା ଠିକ ହେବ।

୩.ଆଳୁ:-ଆଳୁ ଏମିତି ଜିନିଷ ଯାହାକୁ ଫ୍ରିଜ ବାହାରେ ଅଳ୍ପ ଥଣ୍ଡା ଜାଗାରେ ରଖିବା ତାହେଲେ ସେ ଠିକ ରହିବ।ଯଦି ଆପଣ ଆଳୁ କୁ ବଜାରରୁ ଆଣି ତାକୁ ଫ୍ରିଜ ଭିତରେ ରଖିବା ତାହେଲେ ସେଇଟା ଭୁଲ ହେବ କାରଣ ଆଳୁ ଭିତରେ ଷ୍ଟାର୍ଚ୍ଚ ଥିବାରୁ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଚିନିରେ ପରିବର୍ତ୍ତନ ହୋଇଯାଏ।ଆଉ ତାପରେ ତାର ସ୍ୱାଦରେ ପରିବର୍ତ୍ତନ ଆସିଯିବ।

୪.ଟମାଟର:-ଏହାକୁ ମଧ୍ୟ ବଜାରରୁ ଆଣିବା ତୁରନ୍ତ ପରେ ଫ୍ରିଜରେ ରଖିବ ଉଚିତ ହେବ ନାହିଁ।ଏହାର କାରଣ ହେଲା ଟମାଟକୁ ଯେତେବେଳେ ଉତ୍ପାଦନ କରାଯାଏ ସେସମୟରେ ଏଥିରେ ଅଧିକ ମାତ୍ରାରେ ଖରା ଓ ବର୍ଷା ବାଜିଥାଏ।ଯଦି ଆମେ ଫ୍ରିଜ ରେ ଟମାଟର ରଖୁଛେ ତାହେଲେ ଏହା ଖରାପ ହେବାକୁ ଲାଗିବେ କାହିଁକିନା ଟମାଟର ଏତେ ଥଣ୍ଡା ସହି ପାରେନି।

୫.କଦଳୀ:-ଏହାକୁ ଫ୍ରିଜରେ ରଖିବା ଠିକ ହେବ ନାହିଁ କାରଣ ଏହାକୁ ସାଧାରଣତଃ ବାହାରେ ରଖିଲେ ୩-୪ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ରହିପାରେ ତେଣୁ ଏହାକୁ ଫ୍ରିଜରେ ରଖିଲେ ଏହା ବହୁତ ଶିଘ୍ର କଳା ପଡିବାକୁ ଲାଗେ।ଆପଣ କଦଳିକୁ ଫ୍ରିଜରେ ରଖିଲା ମାତ୍ରକେ ସେଥିରୁ ଇଥାଲିନ ଗ୍ୟାସ ବାହାରିବାକୁ ଲାଗେ ଓ ଏହା ଫଳ କୁ ଶିଘ୍ର ପାଚିବାରେ ସାହାଯ୍ୟ କରେ ସେଥିପାଇଁ କଦଳିକୁ କେବେ ଫ୍ରିଜରେ ରଖିବେ ନାହିଁ।

୬.ସେଓ:-ଏହା ବହୁତ ଦାମୀକିଆ ହୋଇଥାଏ ଆଉ ଆମେ ସବୁ ଚାହୁଁ ଯେମିତି ଇଏ ଶିଘ୍ର ଖରାପ ନହେଉ।ଆପଣ ଯଦି ଫ୍ରିଜରେ ରଖିବାକୁ ଚାହୁଁଛନ୍ତି ତାହେଲେ ତା ଉପରେ କାଗଜ ଗୁଡେଇ ଫଳ ଓ ପନିପରିବା ସ୍ଥାନରେ ରଖିବା ଆଵଶ୍ୟକ।

୭.କାକୁଡି ଓ ତରଭୁଜ:-ଏ ସବୁ ଜିନିଷକୁ ଫ୍ରିଜରେ ରଖିବା ଠିକ ହେବ ନାହିଁ କାରଣ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ଏହା ଫ୍ରିଜରେ ଶିଘ୍ର ଖରାପ ହୋଇଯାଏ।

୮.ପିଆଜ:-ପିଆଜକୁ ଫ୍ରିଜରେ ନ ରଖି ବାର କାରଣ ହେଲା ଏହାକୁ ଫ୍ରିଜରେ ରଖିବା ମାତ୍ରକେ ଏହା ଆଳୁ ଭଳିଆ ଖରାପ ହେବାକୁ ଲାଗେ।ଆଉ ଏ ଜିନିଷ ଶିଘ୍ର ନଷ୍ଟ ହେବାରେ ଲାଗିବ।

୯.ରସୁଣ:-ରସୁଣ କୁ ଅମେ ଫ୍ରିଜରେ ରଖିବା ଦ୍ୱାରା ଏହା ବହୁତ ଶିଘ୍ର ବଡ଼ ହୋଇ ଖରାପ ହୋଇଯାଏ।।

୧୦.କ୍ୟାଚପ ଓ ସୋୟାସଶ:-ଏ ଗୁଡିକୁ ଆମକୁ ଫ୍ରିଜରେ ରଖିବାର ନାହିଁ କାରଣ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ସ୍ୱାଦ ଖରାପ ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *