October 18, 2025

Odia Express

Here, There and Everywhere

ଏହାକୁ ବ୍ୟବହାର କରିବାର ୩ ଦିନରେ ଧଳା ଚୁଟି କଳା ହୋଇଯିବ – ନିଶ୍ଚୟ ଜାଣିରଖନ୍ତୁ ଏହି ଘରୋଇ ଉପାୟ..

1 min read

ସାଧାରଣତଃ ଆମ ଶରୀରରେ ଚୁଟି ଆମ ମସ୍ତିଷ୍କରେ ଶୋଭା ବଢ଼େଇ ଥାଏ ଓ ଆମର ସୁନ୍ଦରତା ବଢେ଼ଇବାରେ ସାହାଯ୍ୟ କରେ।ଆଉ ଚୁଟି ମଧ୍ୟ ଆମକୁ ଖରା,ବର୍ଷା,ସିତ ଓ କାକରରୁ ଆମକୁ ରକ୍ଷା କରିଥାଏ।କହିବାକୁ ଗଲେ ପୁଅ ପିଲାମାନଙ୍କ ଅପେକ୍ଷା ଝିଅ ପିଲାମାନେ ନିଜ ଚୁଟିର ଅଧିକ ଧ୍ୟାନ ରଖନ୍ତି ଓ ଯତ୍ନ ନିଅନ୍ତି।ଝିଅ ମାନେ ସବୁବେଳେ ପ୍ରୟାସ କରିଥାନ୍ତି କିପରି ସେମାନେ ନିଜ ଚୁଟିକୁ ସୁନ୍ଦର ଓ ଲମ୍ବା,ଗହଳିଆ ଆଉ ସୁଶୋଭିତ କରିପାରିବେ ଓ ଚୁଟିକୁ ଅଳ୍ପ ବୟସରେ ଧଳା ହେବାରୁ ରକ୍ଷା କରି ପାରିବେ, ସେଥିପାଇଁ ବିଶେଷ ଧ୍ୟାନ ଦେଇ ଥାଆନ୍ତି।

ତାପରେ ଆଜିକାଲି ଲୋକମାନେ ନିଜ ଚୁଟିରେ ହେଉଥିବା ଅସୁବିଧାକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି।ଯେମିତିକି ସେ ସମସ୍ୟା ଗୁଡିକ ହେଲା ଚୁଟି ପାଚିବା,ଚୁଟି ଶୁସ୍କ ଦେଖାଯିବା,ଚୁଟି ଝଡ଼ିବା,ଚୁଟି ଲମ୍ବା ନହେବା।ଏହି ଭଳି ବହୁତ ସମସ୍ୟା ଚୁଟିକୁ ନେଇ ଦେଖାଯାଏ।ଏସବୁ ସମସ୍ୟା ଭିତରୁ ବଡ଼ ସମସ୍ୟା ହେଲା ଲୋକଙ୍କ ଚୁଟି ପାଚିବା ଏହା ସାଧାରଣତଃ କଣ ପାଇଁ ହୋଇଥାଏ।ଆଉ ଏହା ହେବାର କାରଣ କଣ ହୋଇଥାଏ।ଆଗକାଳରେ ଲୋକମାନଙ୍କର ୬୦-୭୦ ବର୍ଷ ପର୍ଯ୍ୟନ୍ତ ଚୁଟି ପାଚୁ ନଥିଲା ଗହଳିଆ ଘଞ୍ଚ ଓ ମୁଚୁ ମୁଚିଆ କଳା ହୋଇ ରହୁଥିଲା।ଆଜିକାଲି ଲୋକଙ୍କର ଆମେ ଲୋକଙ୍କ କଥା କଣ କହିବା ଛୋଟ ଛୁଆମାନଙ୍କ ଭିତରେ ଏ ସମସ୍ୟା ଦେଖାଯାଉଛି।

ଚୁଟି ପାଚିବାର ଭିନ୍ନ ଭିନ୍ନ କାରଣ ରହିଛି ଯେମିତି ପେଟ ଗରମ ହେଲେ ଲୋକଙ୍କ ଚୁଟି ପାଚିଥାଏ ଆଉ ଜଣେ ଲୋକ ସବୁବେକେ ଚିନ୍ତା ଗ୍ରସ୍ତ ରହିଲେ ଓ ସେ ଖାଉଥିବା ଖାଦ୍ୟରେ ତାକୁ ଭଲ ଭାବରେ ପୋଷଣ ନମିଳିଲେ।ରାସାୟନିକ ରଙ୍ଗ ବା ରାସାୟନିକ ମିଶ୍ରିତ ସାମ୍ପୁ ଓ ତେଲର ପ୍ରୟୋଗ ନିଜ ଚୁଟିରେ କଲେ।ନିଜ ମୁଣ୍ଡକୁ ସପ୍ତାହରେ ୨-୩ ଥର ସଫା ନକଲେ,ଆଉ ସେ ବ୍ୟବହାର କରୁଥିବା ପାଣିରେ ଭିନ୍ନ ଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଥିଲେ।ଏହି ଭଳି କେତେକ କାରଣ ପାଇଁ ଗୋଟେ ଲୋକର ଚୁଟି ପାଚିଥାଏ।ଆମେ ନିଜ ଚୁଟିକୁ କିପରି ଧଳାରୁ କଳା କରିପାରିବା ଆସନ୍ତୁ ସେ ବିଷୟରେ ଜାଣିବା।

ଆମକୁ ପ୍ରଥମେ ଦରକାର ଗୋଟେ ଲେମ୍ବୁ,ଗୋଟେ ଗିନାରେ ଅଧା ଗିଲାସ ପାଣି ନେବା।ତାପରେ ସେ ଲେମ୍ବୁକୁ ଛୁରୀ ସାହାଯ୍ୟ ରେ ମଝିରୁ ଦୁଇ ଫାଳ କରି କାଟି ନେବା।ଆଉ ସେ ପାଣି ଭିତରେ ସେ ଲେମ୍ବୁକୁ ଚୂପୁଡିବା।ସେ ଦୁଇ ଫାଳ ଲେମ୍ବୁକୁ ଗୋଟି ଗୋଟି କରି ନିଜ ଦୁଇ ହାତ ସାହାଯ୍ୟ ରେ ଭଲ ଭାବରେ ଚୁପୁଡି ସବୁ ରସ କାଢି ନେବା।ତାପରେ ଏକ ଚାମୁଚ ସାହାଯ୍ୟ ରେ ସେ ଲେମ୍ବୁ ଓ ପାଣିକୁ ଭଲ ଭାବରେ ଗୋଳେଇ ନେବା।ତାପରେ ସେ ଲେମ୍ବୁ ପାଣି ଦ୍ୱାରା ଆମ ଧଳା ହୋଇଥିବା ଚୁଟି ଉପରେ ଲଗେଇ ଦେବା ଭଲ ଭାବରେ ଆପଣ ନିଜ ଚୁଟି ସାରା ଏହି ଲେମ୍ବୁ ପାଣିକୁ ବୋଳି ନେବେ।

ଆଉ ଏହାକୁ ବୋଳି ସାରିବା ପରେ ଚୁଟିକୁ ଘଣ୍ଟେ ପର୍ଯ୍ୟନ୍ତ ସେହିଭଳି ଛାଡି ଦେବେ।ଆଉ ତାପରେ ତାକୁ ସାମ୍ପୁ ସାହାଯ୍ୟ ରେ ଧୋଇ ନେବେ।ଆପଣଙ୍କୁ ଏହାର ସୁଫଳ ବହୁତ ଶିଘ୍ର ଦେଖିବାକୁ ମିଳିଯିବ ଆଉ ଧିରେ ଧିରେ ଆପଣଙ୍କ ସବୁ ଧଳା ଚୁଟି ସବୁ କଳା ହୋଇଯିବ।ଆପଣଙ୍କୁ ଆଉ ନିଜର ଧଳା ଚୁଟି ପାଇଁ ଚିନ୍ତା କରିବାକୁ ପଡିବ ନାହିଁ।

Leave a Reply

Your email address will not be published. Required fields are marked *