June 27, 2025

Odia Express

Here, There and Everywhere

ସକାଳୁ ଉଠି ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ହୁଅନ୍ତି ପ୍ରସନ..

ମା ଲକ୍ଷ୍ମୀ ନାରଦ ମୁନିଙ୍କୁ କହିଥିଲେ ମହିଳାଙ୍କ ହାତରେ ଶୁକ୍ର ବସିଛନ୍ତି ସେଥିପାଇଁ ଜ୍ୟୋତିଷ ଶାସ୍ତ୍ର କହିଛି ଏହି ଉପାୟ ମହିଳା ମାନେ ସକାଳୁ ଉଠୁ ଉଠୁ କରିବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ।ଆସନ୍ତୁ ଜାଣିବା କଣ ସେ ଉପାୟ।ପିମ୍ପୁଡି ଆଜ୍ଞା ହଁ ପିମ୍ପୁଡି ଏମାନେ ବହୁତ ଛୋଟ ପ୍ରାଣୀ ଅଟନ୍ତି,କିନ୍ତୁ ଏମାନେ ସବୁଠାରୁ ପରିଶ୍ରମୀ ଅଟନ୍ତି।ସେ ନିଜ ଓଜନ ଠାରୁ ୧୦ କିମ୍ବା ୫୦ ଗୁଣ ଓଜନର ଜିନିଷ ଉଠେଇ ପାରନ୍ତି।ତଥାପି ଆମ ଭଳି ଅବୋଧ ମଣିଷ ଏମାନଙ୍କୁ ଅଣଦେଖା କରିଥାଉ ଆଉ ପାଡ଼ ତଳେ ଦଳିଦେଉ।ଆପଣଙ୍କୁ କହି ରଖିବୁ କଳା ପିମ୍ପୁଡିଙ୍କୁ ଵିଷ୍ଣୁ ଭଗବାନଙ୍କ ରୂପ ବୋଲି କୁହାଯାଏ ଆଉ କଳା ପିମ୍ପୁଡିଙ୍କୁ ଶନି ଭଗବାନଙ୍କ ଆଧିପତ୍ୟ ପ୍ରାପ୍ତ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିମ୍ପୁଡି ମାନଙ୍କୁ ବିଭିନ୍ନ ଜିନିଷ ଖାଇବାକୁ ଦେବା ଦ୍ୱାରା ଦେବ ଗଣ ପ୍ରସନ୍ନ ହୋଇଥାନ୍ତି।ଯେମିତି ସକାଳୁ ଉଠିବା ମାତ୍ରକେ କଳା ପିମ୍ପୁଡିଙ୍କୁ ଚାଉଳ ଅଟାରେ ଅଳ୍ପ ଚିନି ମିଶେଇ ଖୋଇବା ଉଚିତ ଆଉ ଏହାକୁ ଶୁଭ ବୋଲି ଆମେ ମାନିଥାଉ।ଏହି ଉପାଉ ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି।ଯାହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ଆମକୁ ପ୍ରାପ୍ତ ହୋଇଥାଏ।ସେମିତିରେ ନଡିଆ ଗୁଣ୍ଡରେ ଅଳ୍ପ ଚିନି ମିଶେଇ ପିମ୍ପୁଡି ମାନଙ୍କୁ ଦେବେ।ଏମିତି କରିବା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏତ ସେ ଶେଷ ହୋଇଯିବ ଓ ସକାରାତ୍ମକ ଉର୍ଯା ପ୍ରବେଶ କରିଥାଏ।

ବାଦାମକୁ ଗୁଣ୍ଡ କରି ପାଉଡର କରି ନେବେ,ସେଥିରେ ଅଳ୍ପ ମାତ୍ରାରେ ଚିନି ମିଶେଇ ନେବେ ଆଉ ପିମ୍ପୁଡି ମାନଙ୍କୁ ଖାଇବାକୁ ଦେବେ।ଏମିତି କରିବା ଦ୍ୱାରା ଚାକିରି ଜନିତ ସମସ୍ୟା ଶେଷ ହୋଇଯାଇଥାଏ।ସେତିକି ନୁହେଁ ଯଦି ଆପଣଙ୍କ ଉପରେ କରଜ ଅଛି ତାହା ମଧ୍ୟ ଧୀରେ ଧୀରେ ଶେଷ ହୋଇଯିବ।ଆପଣ ମାନେ ଭାବୁଥିବେ ସବୁ ଉପାୟରେ ଚିନି କାହିଁକି ମିଶାଇଥାଉ।କାହିଁକି ନା ପିମ୍ପୁଡି ମାନଙ୍କୁ ଚିନି ଖାଇବା ପସନ୍ଦ ହୋଇଥାଏ ସେଥିପାଇଁ ନୁହେଁ ଏହା ପଛରେ ବହୁତ ବଡ଼ କାରଣ ଅଛି।ଶୁକ୍ର ଭଗବାନଙ୍କୁ ଚିନି ବହୁତ ପସନ୍ଦ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଭୌତିକ ସୁଖ ସୁବିଧାର କାରଣ ବୋଲି ଆମେ ମାନିଥାଉ।ଆମେ ଆମ ଜୀବନରେ ସୁଖ ସୁବିଧା ଭୋଗିବାକୁ ସମସ୍ତେ ଇଛା କରିଥାଉ।ଯେମିତି ମା ଲକ୍ଷ୍ମୀ କହିଲେ ମହିଳାଙ୍କ ହାତରେ ଶୁକ୍ର ବସବାସ କରନ୍ତି।ସେହି କାରଣରୁ ଆମ ହାତରୁ ଶୁକ୍ରଙ୍କର ପ୍ରିୟ ଜିନିଷ ଚିନି ଭଗବାନ ବିଷ୍ଣୁ ସ୍ୱରୂପ କଳା ପିମ୍ପୁଡିଙ୍କୁ ଖୋଇବା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହୋଇପାରେ।ଭଜା ହୋଇଥିବା ଅଟାରେ ଚିନି ମିଶେଇ ଏହାକୁ ପିମ୍ପୁଡି ମାନଙ୍କୁ ଖୋଇଦେବା ଆଵଶ୍ୟକ।

ଏମିତି କରିବା ଦ୍ୱାରା ଶନି ସାଢ଼େସାଥୀ କମିଯାଇଥାଏ,ଏହି ଉପାୟ ସାଧାରଣତଃ ଧନୁ ରାଶିର ଲୋକଙ୍କ ପାଇଁ ହୋଇଥାଏ।ଆଉ ତା ସହିତ ଅଷ୍ଟମ ଶନି ଚାଲୁଥିବା ବୃଷଭ ରାଶିର ଭାଇ ଭଉଣୀ ମାନଙ୍କ ପାଇଁ ହୋଇଥାଏ।ଯାହାକି ସାଢେ ସାତି ଶନି ଭଳି ଆମେ ମାନିଥାଉ।ଆପଣ ଅଟାରେ ଚିନି ମିଶେଇ ଛୋଟ ଛୋଟ ଗୁଳି ବନେଇ ତାକୁ ମାଛ ମାନଙ୍କୁ ଖାଇବାକୁ ଦେବା ଦ୍ୱାରା ଘରର ସଂବୃଦ୍ଧି ବଢିଥାଏ।ପିମ୍ପୁଡି ମାନଙ୍କୁ ଗଗ୍ର ବାହାରେ ଖାଇବାକୁ ଦେବେ ଛାତ ଉପରେ ନୁହେଁ।ଆଉ ଏହି ଦାନ ସକାଳୁ ଉଠୁ ଉଠୁ କରିବାର ଅଛି।ଆପଣ ସକାଳୁ ଉଠୁ ଉଠୁ ନିଜ ହାତକୁ ଦେଖି ନିଜ ଇଷ୍ଟ ଦେଵଙ୍କ ନାଁ ନେଇ ମାଟିକୁ ଛୁଇଁ ନମସ୍କାର କରିବା ଉଚିତ।ତାପରେ ରୋଷେଇ ଘରେ ଏ ମିଶ୍ରଣ ବନେଇ ନେବେ।ଘରର ମୁଖ୍ୟ ଦ୍ଵାର ଖୋକିବା ଆଗରୁ ପଛପଟ ଅଗଣାର କବାଟ ଖୋଲିବା ଆଵଶ୍ୟକ ହୋଇଥାଏ।ଏହା ଦ୍ୱାରା ଅଲକ୍ଷ୍ମୀ ଦେବି ବାହାରକୁ ପଳେଇବେ ଓ ମା ଲକ୍ଷ୍ମୀ ଆଗ ପଟ ଦେଇ ଭିତରକୁ ଆସିବେ।

Leave a Reply

Your email address will not be published. Required fields are marked *