June 27, 2025

Odia Express

Here, There and Everywhere

ଅମିତାଭଙ୍କ ବଡିଗାର୍ଡଙ୍କ ଠାରୁ ନେଇକରି ଅମ୍ବାନୀଙ୍କ ଡ୍ରାଇଭରଙ୍କ ପର୍ଯ୍ୟନ୍ତ, ସ୍ୟାଲେରୀ ଅଛି ଆଇଏଏସ୍ –ଆଇପିଏସ୍ ଅଫିସରଙ୍କ ଠାରୁ ଅଧିକା , ଜାଣନ୍ତୁ କିପରି..

ଆଜିର ସମୟରେ ସମସ୍ତେ କମ୍ ପରିଶ୍ରମ କରି ଅଧିକା ପଇସା କମାଇବାର ସ୍ୱପ୍ନ ଦେଖିଥାନ୍ତି , କିନ୍ତୁ ଏହାପାଇଁ ଭଲ କିମ୍ବା ବଡ ଚାକିରି ହେବା ଦରକାର , ଏକ ସର୍ଭେର ସମୟରେ ଯେବେ ସିନିୟର ସେକେଣ୍ତାରୀ ଷ୍ଟୁଡେଣ୍ଟଙ୍କୁ ପଚାରାଗଲା କି ସେ ଆଗକୁ ଯାଇକରି କଣ ହେବାକୁ ଇଚ୍ଛା ରଖିଛନ୍ତି ତେବେ ସମସ୍ତେ କିଏ ଡାକ୍ତର, ଇଞ୍ଜିନିୟର, ଆଇଏଏସ୍ କିମ୍ବା ଆଇପିଏସ୍ ଅଫିସର ହେବାପାଇଁ କହିଥିଲେ,  ସେମିତି ଦେଖିବାକୁ ଗଲେ ଏହି ସବୁ କାମ ପାଇଁ ଅଧିକା ସ୍ୟାଲେରୀ ପାଆନ୍ତି ,କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଡ୍ରାଇଭର ହୋଇ କିମ୍ବା ବଡିଗାର୍ଡ ହୋଇ ମୋଟା ରକମର ଦରମା ପାଆନ୍ତି , ହଁ ଆଜ୍ଞା, ଆମେ କଥା ହେଉଛୁ ମୁକେଶ ଅମ୍ବାନୀଙ୍କ ଡ୍ରାଇଭର ଓ ଅମିତାଭ ବଚ୍ଚନଙ୍କ ବଡିଗାର୍ଡଙ୍କର ଏହି ଖାସ୍ ପୋଷ୍ଟର୍ ଆମେ ଆପଣଙ୍କୁ ଏମିତି ସୁଚନା ଦେବୁ ଯାହାକୁ ଜାଣିଲେ ଆପଣଙ୍କ ମୁଣ୍ତରେ ହାତ ଦେବାକୁ ବାଧ୍ୟ ହୋଇଯିବେ ।

ସଲମାନ ଖାଁଙ୍କ ବଡିଗାର୍ଡ : ସଲମାନଙ୍କୁ ବଲିଉଡ୍ ରେ ଦବଙ୍ଗଖାନ୍ ନାଁରେ ଜଣାଯାଆନ୍ତି , ସେ ନିଜ ଫିଲ୍ମ କ୍ୟାରିୟରରୁ ଗୋଟିରୁ ଭଲ ଗୋଟେ ଗୋଟେ ହିଟ୍ ଫିଲ୍ମ ଦେଇଛନ୍ତି , ଏମିତିରେ ତାଙ୍କ ସୁରକ୍ଷା କଥା ବି ଚିନ୍ତା କରିବାକୁ ପଡିଥାଏ , ତାଙ୍କର ବଡିଗାର୍ଡଙ୍କ ନାଁ ଶେରା ଅଟେ,  କହିଦେବୁ କି ଶେରା ପ୍ରତି ମାସ ୧୬ ଲକ୍ଷ ଟଙ୍କା ସ୍ୟାଲେରି ପାଆନ୍ତି , ଏହି ହିସାବରେ ଦେଖିବାକୁ ଗଲେ ସଲମାନ ବଡିଗାର୍ଡଙ୍କ ସ୍ୟାଲେରି ୨ କୋଟି ଟଙ୍କା ବାର୍ଷିକ ଅଟେ ।

ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅର ନୈନୀ : ବଲିଉଡ୍ ରେ ନବାନ ଖାନ୍ ଓ ବେବୋ କରିନା କାପୁର ଓ ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଏବେ ବହୁତ ବଡ ହୋଇଯାଇଛନ୍ତି , କିନ୍ତୁ ଦୁହେଁ ମା ବାପାଙ୍କ ସୁଟିଙ୍ଗ ସମୟରେ ବହୁତ ବ୍ୟସ୍ତ ରହୁଛନ୍ତି , ଏମିତିରେ ସେ ତୈମୁରଙ୍କ ଯତ୍ନ ରଖିବାପାଇଁ ଏକ ନୈନୀ ନିଯୁକ୍ତ କରିଛନ୍ତି , ଏହି ନୈନୀଙ୍କ ନାଁ ସାବିତ୍ରୀ ଅଟେ,  ରିପୋର୍ଟର ଅନୁସାରେ ସୈଫ୍ ଓ କରୀନା ନୈନୀଙ୍କୁ ପ୍ରତି ମାସ କମ୍ ସେ କମ୍ ୧,୫ ଲକ୍ଷ ଟଙ୍କା ଦିଅନ୍ତି , ସେମିତି ଯଦି ସାବିତ୍ରୀ ଓଭର ଟାଇମ୍ କାମ କରନ୍ତି ତେବେ ତାଙ୍କର ସ୍ୟାଲେରୀ ପ୍ରତିମାସ ୧,୭୫ ଲକ୍ଷ ଟଙ୍କା ଅଟେ ।

ସାହାରୁଖଙ୍କ ବଡିଗାର୍ଡ : ସାହାରୁଖ ଖାନ୍ ଙ୍କ ନାଁ ଇଣ୍ତଷ୍ଟ୍ରିରେ କିଙ୍ଗ୍ ଖାନ୍ ନାଁରେ ବେଶ୍ ଜଣାଶୁଣା , ତାଙ୍କ ବଡିଗାର୍ଡଙ୍କ ନାଁ ଅଜୟ ସିଂ ଅଟେ , ଯିଏକି ଗତ ବହୁତ ବର୍ଷରୁ ତାଙ୍କ ସହ ଅଛନ୍ତି , ମିଡିଆ ରିପୋର୍ଟ ଅନୁସାରେ ଅଜୟ ସିଂଙ୍କ ବାର୍ଷିକ ଆମଦାନୀ ପ୍ରାୟ ୨,୫ କୋଟି ଅଟେ, ଏହି ହିସାବରେ ଦେଖିବାକୁ ଗଲେ , ଅଜୟ ଇଣ୍ତଷ୍ଟ୍ରିର ସବୁଠାରୁ ମହଙ୍ଗା ବଡିଗାର୍ଡ ଅଟନ୍ତି ।

ଅମିତାଭ ବଚ୍ଚନଙ୍କ ବଡିଗାର୍ଡ : ବଲିଉଡ୍ ର ମହାନାୟକ ଅମିତାଭ ବଚ୍ଚନ କେଉଁ ଧନୀକଙ୍କ ଠାରୁ କମ୍ ନୁହନ୍ତି , ସେ ଯେଉଁ ବଡିଗାର୍ଡ ରଖିଛନ୍ତି ତାଙ୍କ ନାଁ ଜିତେନ୍ଦ୍ର ସିନ୍ଦେ ଅଟେ , ଜିତେନ୍ଦ୍ର ବହୁତ ଦିନରୁ ଅମିତାଭ ବଚ୍ଚନଙ୍କ ସହ ଅଛନ୍ତି , ଏମିତିରେ ତାଙ୍କ ବାର୍ଷିକ ଆୟ କଥା କହିବାକୁ ଗଲେ ତେବେ ତାଙ୍କର ୧,୫କୋଟି ଅଟେ ।

ମୁକେଶ ଅମ୍ବାନୀଙ୍କ ଡ୍ରାଇଭର୍ : ଅମ୍ବାନୀ ପରିବାରର ଜୀବନଶୈଳୀ କାହାକୁ ଅଛପା ନାହିଁ , ତାଙ୍କ ଏଠାରେ ଡ୍ରାଇଭର ହେବାପାଇଁ ନାନାଦି ଟେଷ୍ଟ୍ ଦେବାକୁ ପଡିଥାଏ,  ଖାସ୍ କରି ଟ୍ରେନିଙ୍ଗ୍ ପରେ ଏଠାରେ ଡ୍ରାଇଭରର ଚୟନ ହୋଇଥାଏ,  ଏଥିପାଇଁ ମୋଟା ସ୍ୟାଲେରି ପାଆନ୍ତି,  ଅମ୍ବାନୀ ପରିବାରରେ ଡ୍ରାଇଭର୍ ପଦ ପାଇଁ ମାସିକ ସ୍ୟାଲେରୀ ୨ ଲକ୍ଷରୁ ଅଧିକା ଅଟେ ।

Leave a Reply

Your email address will not be published. Required fields are marked *