June 27, 2025

Odia Express

Here, There and Everywhere

ମହିଳା ଜଣଙ୍କ ନିଜ ମଙ୍ଗଳସୁତ୍ର ବନ୍ଧକ ପକାଇ କିଣିଲେ ଟିଭି, କାରଣ ଜାଣିଲେ ଆପଣ ବି କରିବେ ତାଙ୍କର ପ୍ରଶଂସା..

1 min read

କୋରନା ଭାଇରସ୍ କାରଣରୁ ଦେଶ ସାରା ଲକ୍ ଡାଉନ୍ ଚାଲିଛି । ଲକ୍ ଡାଉନ୍ କାରଣରୁ ଦୁନିଆଁ ସାରା ଲୋକେ ବହୁତ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କୋରନା ସମୟରେ ଲୋକଙ୍କର କାମକାର୍ଯ୍ୟ ପ୍ରାୟ ପୁରା ଭାବେ ବନ୍ଦ ହୋଇଯାଇଛି, ଏତିକି ନୁହେଁ ଲକ୍ ଡାଉନ୍ କାରଣରୁ ଦେଶରେ ସବୁ ସ୍କୁଲ୍ ଓ କଲେଜ ବି ବହୁତ ମାସ ଯାଏଁ ବନ୍ଦ ହୋଇଯାଇଛି । ଏମିତି ସ୍ଥିତିରେ ଛୁଆଙ୍କ ଶିକ୍ଷାକୁ ଧ୍ୟାନରେ ରଖି ଟିଭି ଓ ଅନଲାଇନ୍ କ୍ଲାସେସ୍ ଆରମ୍ଭ କରିଦିଆଯାଇଛି , ଏବେ ସବୁ ଛୁଆଙ୍କ ପାଠପଢା ଅନଲାଇନ୍ ଜରିଆରେ ହେଉଛି । ଏହି ମଧ୍ୟରେ ଏକ ଗରିବ ମହିଳାଙ୍କ ମାମଲା ସାମ୍ନାରେ ଆସିଛି , ଆପଣଙ୍କୁ କହିଦେବୁ କି ଜଣେ ଗରିବ ମହିଳା ନିଜ ମଙ୍ଗଳସୁତ୍ର ବନ୍ଧକ ପକାଇ ନିଜ ଛୁଆଙ୍କ ପାଇଁ ଟିଭିର ବ୍ୟବସ୍ଥା କରିଛନ୍ତି ।

ଆମେ ସମସ୍ତେ ଭଲ ଭାବେ ଜାଣିଛେ କି ଭାରତୀୟ ସମାଜରେ ଏକ ବିବାହିତ ମହିଳା ପାଇଁ ମଙ୍ଗଳସୁତ୍ର କେତେ ମହତ୍ତ୍ୱ ରଖିଥାଏ , କିନ୍ତୁ ଯଦି ଗୋଟେ ମା ସମ୍ମୁଖରେ ଛୁଆଙ୍କ କଥା ଆସେ ତେବେ କେଉଁ ବି ମା ନିଜ ଛୁଆ ପାଇଁ କେଉଁ ଭଳି ପରିସ୍ଥିତିର ସାମ୍ନା କରିବାକୁ ସବୁବେଳେ ତତ୍ପର ରହିଥାଏ,  ଆପଣଙ୍କୁ କହିଦେବୁ କର୍ଣ୍ଣାଟକରେ ଛୁଆକୁ ଟିଭି ଜରିଆରେ ପାଠ ପଢାଇଛନ୍ତି , କିନ୍ତୁ ଗରିବ ପରିବାର ରୁ ସଂବନ୍ଧ ରଖିଥିବା ଲୋକଙ୍କ ପାଖରେ ନା ହିଁ ସ୍ମାର୍ଟଫୋନ୍ ଅଛି ନା ହିଁ ଟିଭି, ଏମିତିରେ ଏକ ଗରିବ ମା ନିଜ ଛୁଆଙ୍କ ପାଠ ପଢାର ବହୁତ ଚିନ୍ତା ଲାଗିଥାଏ , ଓ ଲକ୍ଷାଧିକ ଚେଷ୍ଟା କରିବାପରେ ବି ସେ ନିଜ ଛୁଆଙ୍କ ପାଠପଢା ପାଇଁ ମଙ୍ଗଳସୁତ୍ରକୁ ବନ୍ଧକ ପକାଇ ଟିଭି ଉପଲ୍ଲବ୍ଧ କରାଇଥାଏ ।

ନିଜ ଛୁଆର ପାଠ ପଢା ପାଇଁ କସ୍ତୁରୀ ବହୁତ କଠିନତାର ସାମ୍ନା କରିଥିଲେ , ତାଙ୍କୁ ପ୍ରତ୍ୟେକ ସମୟରେ ବହୁତ ଅସୁବିଧା ଆସିଥିଲା , କିନ୍ତୁ କେବେ ସେ ନିଜ ସାହାସ ହରାଇବାକୁ ଦେଇନଥିଲେ । ସବୁ ମୁସକିଲ୍ ର ସେ ସାହାସ ପୁର୍ବକ ସାମ୍ନା କରିଥିଲା , ସେ ଟିଭି କିଣିବାପାଇଁ ନିଜ ମଙ୍ଗଳସୁତ୍ର ପର୍ଯ୍ୟନ୍ତ ବନ୍ଧକ ରଖିଦେଲେ , କସ୍ତୁରୀ କହିଥିଲେ କି ଯେବେ ସେ ସ୍କୁଲ୍ ଶିକ୍ଷକ ମାନେ ଛୁଆଙ୍କ ପାଠ ପଢାପାଇଁ ଟିଭି କିଣିବାକୁ କହିଲେ ତେବେ ମୋତେ କିଛି ବୁଝାପଡିଲା ନାହିଁ , ମୁଁ ଭାବିପାରିଲି ନାହିଁ କି କଣ କରିବି , ଟିଭି କିଣିବା ପାଇଁ ଟଙ୍କା ବି ନଥିଲା ।

କସ୍ତୁରୀ ଏହା ବି କହିଲେ କି ମୁଁ ସବୁଦିନ ଛୁଆଙ୍କୁ ପଢାଇବାପାଇଁ ପଡୋଶୀ ଘରକୁ ପଠାଉଥିଲି , କିନ୍ତୁ ତାଙ୍କୁ ଏମିତି ଅନୁଭବ ହେଲା କି ସବୁ ଦିନ ଏପରି ସଂମ୍ଭବପର ହୋଇପାରିବ ନାହିଁ , ପରିଶେଷରେ କସ୍ତୁରୀ ନିଜେ ଟିଭି କିଣିବାର ନିର୍ଣ୍ଣୟ ନେଲେ , ଓ ସେ ନିଜ ମଙ୍ଗଳସୁତ୍ର ବନ୍ଧା ପକାଇଦେଲେ , ଏବେ ତାଙ୍କର ଛୁଆ ଘରେ ଟିଭିରେ ନିଜ ପାଠ ପଢା କରୁଛନ୍ତି , ସୋସିଆଲ୍ ମିଡିଆରେ ଏହି ମାମଲାରେ ଜାଣିକରି ସବୁ ଲୋକ କସ୍ତୁରୀଙ୍କୁ ବହୁତ୍ ପ୍ରଶଂସା କରୁଛନ୍ତି , ଏତିକି ନୁହେଁ ବରଂ ବହୁତ ଲୋକ ଏହି ଗରିବ ମହିଳାଙ୍କ ସହାୟତା ପାଇଁ ସାମ୍ନାକୁ ଆସୁଛନ୍ତି ।

କହିଦେବୁ କି କସ୍ତୁରୀଙ୍କ ସ୍ୱାମୀଙ୍କ ନାଁ ମୁତ୍ରପ୍ପା ଅଟେ ଯିଏ କି ଯଏ ମୁଲିଆ ଅଟନ୍ତି , କୋରନା ଭାଇରସ୍ ମହାମାରୀ କାରଣରୁ ଦେଶସାରା ଲକ୍ ଡାଉନ୍ ଚାଲିଛି , ଯାହାର କାରଣରୁ ତାଙ୍କ ସ୍ୱାମୀଙ୍କ କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି , ତାଙ୍କୁ କେଉଁଠି ବି କାମ ମିଳିପାରୁନାହିଁ , ଏବେ ତାଙ୍କ ଛୁଆ ସପ୍ତମ ଓ ଜଣେ ଅଷ୍ଟମରେ ପଢୁଛନ୍ତି , ତାଙ୍କର ଝିଅର ବାହାଘର ହୋଇସାରିଛି ।

Leave a Reply

Your email address will not be published. Required fields are marked *