June 27, 2025

Odia Express

Here, There and Everywhere

କେଉଁ କାର୍ଯ୍ୟର ପାପ ଆମକୁ ଲାଗେ ନାହିଁ ? ଗୀତାରେ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଇଛନ୍ତି..

ନମସ୍କାର,ଆଜି ଆମେ ଆପଣଙ୍କୁ ଜୀବନର କିଛି ମୂଳମନ୍ତ୍ର ବିଷୟରେ ବର୍ଣ୍ଣନା କରିବାକୁ ଯାଉଅଛୁ।ଯାହାକୁ ଆପଣ ନିଜ ଜୀବନରେ ବ୍ୟବହାର କରି ନିଜ ଜୀବନକୁ ସରସ ଓ ସୁନ୍ଦର କରିପାରିବେ ଆଉ ନିଜ ଜୀବନକୁ ମୋକ୍ଷ ଆଡକୁ ଟାଣି ନେଇ ପାରିବେ।ଏହି ମୂଳ ମନ୍ତ୍ର ଦ୍ୱାରା ଆପଣ କରୁଥିବା ବିଭିନ୍ନ ପ୍ରକାରର ପାପ ଠାରୁ ମଧ୍ୟ ନିଜକୁ ରକ୍ଷା କରି ପାରିବେ।ସାଧାରଣତଃ ଗୋଟେ ସାଧାରଣ ମନୁଷ୍ୟକୁ ଏ ବିଷୟରେ ଜଣାନଥାଏ କି ଜୀବନର ମୂଳ ମନ୍ତ୍ର କଣ ହୋଇଥାଏ କିନ୍ତୁ ସେ ବେଦ,ପୁରାଣ,ଗ୍ରନ୍ଥ ଆଉ ଉପନିସେଦ ଗୁଡିକୁ ପାଠ କରି ଜୀବନର ମୂଳମନ୍ତ୍ର ବିଷୟରେ ଜାଣିପାରିବ।

ଏହି ଭଳି ଆମେ ପାଠ କରୁଥିବା ଭଗବତ ଗୀତା ବା ଯେଉଁଥିରେ ସ୍ଵୟଂ ଶ୍ରୀ କୃଷ୍ଣ ନିଜ ମୁଖଦ୍ୱାରା ସଂସାରର ମୁଳ ମନ୍ତ୍ରକୁ ବର୍ଣ୍ଣନା କରିଛନ୍ତି ଆଉ ତା ଭିତରେ ସଂସାରର ସମସ୍ତ ପ୍ରକାରର ସୂଚନା ଦିଆଯାଇଛି।ସାଧାରଣ ଓ ଅବୋଧ ମନୁଷ୍ୟର ମନରେ ଉତ୍ତ୍ପନ୍ନ ହେଉଥିବା ସଂସାର ସହିତ ଜଡିତ ଭିନ୍ନ ଭିନ୍ନ ପ୍ରଶ୍ନ ମଧ୍ୟ ଏହି ଭାଗବତ ଗୀତା ଭିତରେ ବର୍ଣ୍ଣିତ ଅଛି।ମହାଭାରତ ଯୁଦ୍ଧ ପୂର୍ବରୁ ଭଗବାନ ଶ୍ରୀ କୃଷ୍ଣ ତାଙ୍କ ସଖା ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ।ଯେଉଁଥିରେ ପାର୍ଥ ମାନେ ଅର୍ଜୁନ ଭଗବାନ ଶ୍ରୀ କୃଷ୍ଣଙ୍କୁ ବହୁତ ପ୍ରଶ୍ନ କରିଥିଲେ ଯାହାର ଉତ୍ତର ଦେଇ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଜୀବନର ମୂଳ ଜ୍ଞାନ ପ୍ରଦାନ କରିଥିଲେ।

ଅର୍ଜୁନ ପଚାରିଲେ ହେ ପରମାତ୍ମା ଆପଣ କୁହନ୍ତି ମନକୁ ସମ୍ପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣରେ ରଖିବା ଉଚିତ ଯାହାଦ୍ୱାରା ମୁକ୍ତିର ଦ୍ୱାରା ଖୋଲିଯାଏ, ତ ମନକୁ ନିୟନ୍ତ୍ରଣରେ ରଖିବାର କୌଣସି ସରଳ ମାର୍ଗ ଅଛିକି ?ଏହାପରେ ଭଗବାନ ଶ୍ରୀ କୃଷ୍ଣ କହୁଛନ୍ତି ହଁ ମାର୍ଗ ଅଛି ବହୁତ ସରଳ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ବହୁତ ଜଟିଳ ହୋଇଥାଏ।ଭଗବାନ କହୁଛନ୍ତି ଯେଉଁ ବ୍ୟକ୍ତି ସ୍ତିର ବୁଦ୍ଧିର ଅଟେ,ଦୃଢ଼ ନିଷ୍ଠା ବାନ ହୋଇଥିବ ତାପାଇଁ ଏହି କାମ ସରଳ ଅଟେ।ଯେଉଁ ବ୍ୟକ୍ତିର ବୁଦ୍ଧି ଶାନ୍ତ ହୋଇନଥାଏ ଆଉ ଯିଏ ନିଜ ମନକୁ ସ୍ଥିର କରିପାରେ ନାହିଁ ସେ ସମ୍ପୂର୍ଣ୍ଣ ଜୀବନ ଏ କାମ କରି ପାରିବ ନାହିଁ।

ଅର୍ଜୁନ ପଚାରୁଛନ୍ତି ଗୋଟେ ମଣିଷ କିପରି ନିଜର ନିଷ୍ଠାକୁ ଦୃଢ଼ ରଖିପାରିବ ?ତାପରେ ଭଗବାନ ଶ୍ରୀ କୃଷ୍ଣ କହୁଛନ୍ତି ଦୃଢ଼ ନିଷ୍ଠା କେବଳ ବିଶ୍ୱାସ ଦ୍ୱାରା ଆଣାଯାଇ ପାରିବ।ବିଶ୍ୱାସ ନିଜ କର୍ମରେ,ପରମାତ୍ମାଙ୍କ ପାଖରେ ଆଉ ନିଜ ଧର୍ମ ପାଖରେ ରଖିବାକୁ ପଡ଼ିବ,ଯେତେବେଳେ ମନୁଷ୍ୟ ନିଜ କର୍ମକୁ ଜାଣିଯାଏ ସେତେବେଳେ ସେ ଦୃଢ଼ ନିଶ୍ଚୟ କରି ଆଗକୁ ବଢି ପାରେ।ଅର୍ଜୁନ ପଚାରୁଛନ୍ତି ହେ ମଧୁସୂଦନ କେଉଁ କର୍ମର ପାପ ମନୁଷ୍ୟଙ୍କୁ ଲାଗି ନଥାଏ ?ଯଦି କୌଣସି ମଣିଷ କୌଣସି କାର୍ଯ୍ୟକୁ ନିଷ୍କାମ କର୍ମଯୋଗ ଦ୍ୱାରା କରିଥାଏ ତାକୁ ନା ପାପ ଲାଗିନଥାଏ ନା ତାକୁ ପୁଣ୍ୟ ଲାଗିଥାଏ।

ତାପରେ ଅର୍ଜୁନ ପଚାରୁଛନ୍ତି ଏ ନିଷ୍କାମ କର୍ମଯୋଗ କଣ ଓ ଏହାକୁ କିପରି ଶିଖି ପାରିବା ?ଏହା ବିଷୟରେ ଜଣେଇ ବାକୁ ଯାଇ ଶ୍ରୀ କୃଷ୍ଣ କହିଛନ୍ତି କର୍ମର ସାଧାନା ପାଇଁ ବର୍ଷ ବର୍ଷର ତପସ୍ୟା ଆଵଶ୍ୟକ ହୋଇନଥାଏ ଏହାକୁ କେବଳ ଗୋଟେ କ୍ଷଣରେ ଆମେ ପାଇ ପାରିବା।ଯେଉଁ କ୍ଷଣରେ ମଣିଷ ନିଜର ଇଛା ସବୁକୁ ତ୍ୟାଗ କରିଦେଇଥାଏ,ଆଉ ଫଳ ପାଇବା ଜାଗାରେ କର୍ତ୍ତବ୍ୟ ପୁର୍ଣ୍ଣ କରିବା ପାଇଁ କର୍ମ କରିବା ଆରମ୍ଭ କରିଥାଏ ସେତେବେଳେ ସେ କର୍ମଯୋଗର ସାଧକ ହୋଇଥାଏ।ଅର୍ଜୁନ ପଚାରୁଛନ୍ତି ଯଦି ଫଳ ପାଇବା ପାଇଁ କର୍ମ କରାନଯାଏ ତ କର୍ମ କରିବାର ଉଦ୍ଦେଶ୍ୟ କଣ ହେବ ?

ଏହି ପ୍ରଶ୍ନର ଉତ୍ତର ଦେଇ ଭଗବାନ ଶ୍ରୀ କୃଷ୍ଣ କହୁଛନ୍ତି କର୍ମ କେବଳ ଫଳ ପାଇବା ଇଛାରେ କରିବା ଉଚିତ ନୁହେଁ କେବଳ ନିଜ କର୍ତ୍ତବ୍ୟ ପୁର୍ଣ୍ଣ କରିବା ପାଇଁ କରିବା ଉଚିତ।ଫଳ ପାଇବା ତୁମ ହାତରେ ନାହିଁ କିନ୍ତୁ କର୍ମ କରିବା ତୁମ ହାତରେ ଅଛି।ସେଥିପାଇଁ ବିନା କୌଣସି ଇଛା ବା ଲାଳସାରେ ନିଜ କର୍ମ ଗୁଡିକୁ କରିବା ଅତ୍ୟନ୍ତ ଆଵଶ୍ୟକ ହୋଇଥାଏ।ଏହା ହିଁ ଗୋଟେ ମାତ୍ର ରାସ୍ତା ଅଟେ ଯାହା ଜୀବନକୁ ଖୁସି ଓ ସୁଖ ସଂବୃଦ୍ଧିରେ ଭରି ଦେଇଥାଏ।ଇଛା ବିହୀନ କରିଥିବା କାର୍ଯ୍ୟ ଆପଣଙ୍କୁ ପାପ କବଳରୁ ବଞ୍ଚେଇ ରଖିବ ଆଉ ଆପଣଙ୍କୁ ସଫଳତା ଆଡ଼କୁ ନେଇ ଯିବ।

Leave a Reply

Your email address will not be published. Required fields are marked *